ଆଜି ନାମାଙ୍କନପତ୍ର ଦାଖଲ କରିବେ ମନମୋହନ
ଜୟପୁର, ୧୩ା୮(ପି.ଟି.): ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ରାଜ୍ୟ ସଭା ଉପନିର୍ବାଚନ ଲାଗି ରାଜସ୍ଥାନରୁ ମଙ୍ଗଳବାର ନାମାଙ୍କନପତ୍ର ଦାଖଲ କରିବେ ବୋଲି ରାଜ୍ୟ କଂଗ୍ରେସ ଉପାଧ୍ୟକ୍ଷ ସଚିନ ପାଇଲଟ କହିଛନ୍ତି। ସେ ୪ ସେଟ୍ ନାମାଙ୍କନପତ୍ର ଦାଖଲ କରିବେ। ଗତ ଜୁନ୍ରେ…
ଚାଇନାକୁ ଜୟଶଙ୍କରଙ୍କ ବାର୍ତ୍ତା: ‘ମତ ପାର୍ଥକ୍ୟ ବିବାଦରେ ପରିଣତ ନ ହେଉ’
ବେଜିଂ, ୧୩ା୮(ପି.ଟି.): ଭାରତ ଓ ଚାଇନା ମଧ୍ୟରେ ସମ୍ପର୍କର ନିବିଡ଼ତା ରହିଛି। ଦୁଇଦେଶ କୌଣସି ଭିନ୍ନତାକୁ ଗ୍ରହଣ କରି ଭବିଷ୍ୟତରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅନ୍ଧକାର ମଧ୍ୟକୁ ଠେଲିଦେବା ଅନୁଚିତ ବୋଲ ଦୁଇିଦିନିଆ ବେଜିଂ ଗସ୍ତରେ ଯାଇଥିବା ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍.…
ପାକ୍ ରାଜନୈତିକ ଦଳଗୁଡ଼ିକୁ କୁରେଶୀଙ୍କ ଆହ୍ବାନ: କଶ୍ମୀର ପ୍ରସଙ୍ଗରେ ଏକ ହୁଅ
ଇସ୍ଲାମାବାଦ, ୧୩ା୮(ପି.ଟି.): କଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ସବୁ ରାଜନୈତିକ ଦଳ ଏକ ହେବାକୁ ଏହାର ବହିର୍ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ କୁରେଶୀ ଆହ୍ବାନ କରିଛନ୍ତି। ପାକ୍ ଅଧିକୃତ କଶ୍ମୀରର ମୁରାଦାବାଦ୍ଠାରେ ଇଦ୍ ପାଳନ ଅବସରରେ ସେ ଯୋଗଦେଇ କହିଛନ୍ତି, କଶ୍ମୀର ପଛରେ…
ଜମ୍ମୁ ପୋଲିସର ଆଡ୍ଭାଇଜରି: ସନ୍ଦିଗ୍ଧଙ୍କ ସମ୍ପର୍କରେ ତୁରନ୍ତ ଜଣାଅ
ଜମ୍ମୁ,୧୩ା୮(ପି.ଟି.): ଅନୁଚ୍ଛେଦ ୩୭୦ ଉଚ୍ଛେଦ ଓ ଜମ୍ମୁ-କଶ୍ମୀର ଦୁଇଭାଗ ହେବା ପରେ ସୀମାରେ ଉତ୍ତେଜନା ବୃଦ୍ଧି ପାଇଛି। ଭାରତର ନିଷ୍ପତ୍ତିକୁ ଦୃଢ଼ ବିରୋଧ କରୁଥିବା ପାକିସ୍ତାନ ଜମ୍ମୁ-କଶ୍ମୀରରେ ଅସ୍ଥିରତା ସୃଷ୍ଟି ପାଇଁ ପ୍ରୟାସ କରୁଛି। ଆତଙ୍କବାଦୀ ଆକ୍ରମଣ ସମ୍ଭାବନା ଥିବା ଗୋଇନ୍ଦା…
ସେପ୍ଟେମ୍ବର ୫ରୁ ଜିଓ ଗିଗାଫାଇବର ସେବା;ମାଗଣାରେ ମିଳିବ ଏଚ୍ଡି ଟିଭି, ସେଟ୍ଟପ୍ ବକ୍ସ
ମୁମ୍ବାଇ,୧୩-୮: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ(ଆର୍ଆଇଏଲ୍) ଅଧ୍ୟକ୍ଷ ମୁକେଶ ଅମ୍ବାନୀ ସୋମବାର କମ୍ପାନୀର ୪୨ତମ ବାର୍ଷିକ ସାଧାରଣ ବୈଠକ(ଏଜିଏମ୍)ରେ ବ୍ରଡ୍ବ୍ୟାଣ୍ଡ ସେବା ଜିଓ ଗିଗା ଫାଇବର ଆରମ୍ଭ କରାଯିବା ନେଇ ଘୋଷଣା କରିଛନ୍ତି। ଜିଓ ଶୁଭାରମ୍ଭ ହେବାର ୩ ବର୍ଷ ପୂର୍ତ୍ତି ଅବସରରେ…
ସାରା ରାଜ୍ୟରେ ବର୍ଷିଲା
ଭୁବନେଶ୍ୱର, ୧୩ା୮(ବ୍ୟୁରୋ): ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସୋମବାର ଲଘୁଚାପର ରୂପ ନେଇଛି। ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଆରମ୍ଭ ହୋଇଛି। ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଆହୁରି ଦୁଇଦିନ…
ପୋଲିସର କାର୍ଯ୍ୟକୁ ନେଇ ସନ୍ଦେହରେ ସାହିବାସୀ:ଯୁବକଙ୍କ ସହ ୨ ଏସ୍ଆଇ ରାତି ସାରା ଅଟକ
ପରଜଙ୍ଗ,୧୩ା୮(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ଖାଲପାଳ ଡାଇ ସାହିରେ ଚୋରି ବଢୁଥିବାବେଳେ ପୋଲିସର କାର୍ଯ୍ୟକଳାପକୁ ନେଇ ସନ୍ଦେହରେ ପଡିଛନ୍ତି ଲୋକେ। ରବିବାର ବିଳମ୍ବିତ ରାତିରେ ଘଟିଥିବା ଏକ ଘଟଣା ସାହିବାସୀଙ୍କୁ ଏପରି ସନ୍ଦେହରେ ପକାଇଥିଲା ଯେ ସେମାନେ…
ଲୋକଙ୍କ ସ୍ବପ୍ନ ପୂରଣରେ ଆନନ୍ଦ ମିଳେ: ମୋଦି
ନୂଆଦିଲ୍ଲୀ, ୧୩ା୮ (ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦୁଃସାହସିକ ଅଭିଯାତ୍ରୀ ବିଅର ଗ୍ରିଲ୍ସଙ୍କୁ ନେଇ ନିର୍ମିତ ଏପିସୋଡ୍ ‘ମ୍ୟାନ୍ ଭର୍ସେସ ଓ୍ବାଇଲ୍ଡ’ ସୋମବାର ରାତିରେ ଡିସ୍କଭରି ଚ୍ୟାନେଲରେ ପ୍ରଦର୍ଶିତ ହୋଇଛି। ଉଭୟେ ଜଙ୍ଗଲ ମଧ୍ୟରେ ବୁଲିବା ଓ ନଦୀରେ ଭ୍ରମଣ…
ବାବା ଭୈରବାନନ୍ଦ ସ୍ବୟଂଶାସିତ ମହାବିଦ୍ୟାଳୟର ୪୪ତମ ପ୍ରତିଷ୍ଠା ଦିବସ ପାଳିତ ‘ଗୁରୁ, ଶିଷ୍ୟଙ୍କ ସମ୍ମିଳିତ ଉଦ୍ୟମରେ ଅନୁଷ୍ଠାନର ବିକାଶ ହୋଇଥାଏ’
ଚଣ୍ଡିଖୋଲ,୧୩ା୮(ଡି.ଏନ୍.ଏ.)- ଚଣ୍ଡିଖୋଲସ୍ଥିତ ବାବା ଭୈରବାନନ୍ଦ ସ୍ବଂୟଶାସିତ ମହାବିଦ୍ୟାଳୟର ୪୪ତମ ପ୍ରତିଷ୍ଟା ଦିବସ ସୋମବାର ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ପରିଚାଳନା କମିଟି ସଭାପତି ତଥା ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ…
ବ୍ୟବଚ୍ଛେଦ ପୂର୍ବରୁ ପୁଣି ମୃତଦେହରେ କ୍ଷତ ନେଇ ବିବାଦ:ମେଡିକାଲ ପରିସରରେ ଚାପା ଉତ୍ତେଜନା
ଅନୁଗୋଳ ଅଫିସ, ୧୩।୮ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଶବ ସଂରକ୍ଷଣ ଗୃହରେ ଥିବା ଏକ ମୃତଦେହରେ କ୍ଷତ ନେଇ ସୋମବାର ମେଡିକାଲ ପରିସରରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ମୃତଦେହ ସଂରକ୍ଷଣରେ କର୍ତ୍ତୃପକ୍ଷଙ୍କ ଏପରି ଅବହେଳା ନେଇ ପରିବାର ଲୋକେ…
ଆଇନଗତ ଆଳରେ ଘୁଞ୍ଚି ଚାଲିଛି ନିର୍ବାଚନ
ଯାଜପୁର ଅଫିସ,୧୩ା୮: ପୌର ନିର୍ବାଚନର ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଲାଗି ରହିଥିବା ଆଇନଗତ ବିବାଦକୁ ଆଳ କରି ନିର୍ବାଚନର ଦିନ ଗଡ଼ି ଗଡ଼ି ଚାଲିଛି। ହେଲେ ବାସ୍ତବରେ ଗତ ସାଧାରଣ ନିର୍ବାଚନରେ ସହରୀ ଓ ଶିକ୍ଷିତ ଭୋଟରଙ୍କ ମତ ପରିବର୍ତ୍ତନ ଶାସକ…
ପଞ୍ଚାୟତସ୍ତରରେ ଚାଲିଛି କାଳିଆ ଫର୍ମ ଯାଞ୍ଚ:୨୫ ହଜାରରୁ ୨ ହଜାର ଅଯୋଗ୍ୟ
ଅନୁଗୋଳ ଅଫିସ, ୧୩।୮ କାଳିଆ ଯୋଜନାରେ ଥିବା ଅଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ ପ୍ରକ୍ରିୟା ଶନିବାରଠାରୁ ଅନୁଗୋଳ ଜିଲାରେ ଆରମ୍ଭ ହୋଇଛି। ପଞ୍ଚାୟତସ୍ତରରୁ ଏହି ଯାଞ୍ଚ କରାଯାଉଥିବା ବେଳେ ଏବେ ବିଭିନ୍ନ ବ୍ଲକରୁ ରିପୋର୍ଟମାନ ଆସିବାରେ ଲାଗିଛି। ୩ ଦିନ ମଧ୍ୟରେ ଯାଞ୍ଚ…
Archives


