ସିବିଏସ୍ଇ ଦଶମ, ଦ୍ୱାଦଶ ପରୀକ୍ଷା ଫି’ ପ୍ରସଙ୍ଗ: କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୪ା୮(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦଶମ ଓ ଦ୍ୱାଦଶ ପରୀକ୍ଷା ଫି’ ବୃଦ୍ଧିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ପରୀକ୍ଷା ଫି’ ବୃଦ୍ଧି ଯୋଗୁ ଅଭିଭାବକ ମହଲରେ…
ଜୟପୁରରେ ୧୪୪ ଧାରା ଜାରି: ଇଣ୍ଟରନେଟ୍ ସେବା ବନ୍ଦ
ଜୟପୁର, ୧୪।୮: ରାଜସ୍ଥାନ ଜୟପୁରରେ ୨ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ୯ ପୋଲିସ କର୍ମଚାରୀଙ୍କ ସମେତି ୨୪ରୁ ଅଧିକ ଆହତ ହୋଇଛନ୍ତି। ଶାନ୍ତି ଶୃଙ୍ଖଳା ପାଇଁ ଏଠାରେ ୧୪୪ ଧାରା ଜାରି ହୋଇଛି। ଏହା ସହିତ ୧୦ଟି ଥାନା…
ସ୍ତ୍ରୀଙ୍କୁ ହତ୍ୟା ମାମଲା: ଅଭିଯୁକ୍ତ ସ୍ବାମୀଙ୍କୁ ୭ବର୍ଷ ଜେଲ୍
କଟକ ଅଫିସ୍, ୧୪।୮: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ମାମଲାରେ କଟକ ଅତିରିକ୍ତ ଜିଲା ଦୌରାଜଜ୍-୩ ବନ୍ଦନା କର ମଙ୍ଗଳବାର ଅଭିଯୁକ୍ତ ସ୍ବାମୀଙ୍କୁ ୭ବର୍ଷ କାରାଦଣ୍ଡ ଓ ୧୦ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦାୟ ଅଧିକ ୬ମାସ ଜେଲ୍ଦଣ୍ଡ…
ସିିଲ୍କ ଇଣ୍ଡିଆ ଏକ୍ସପୋ-୨୦୧୯ : ଗୋଟିଏ ଛାତତଳେ ୧୭ ରାଜ୍ୟର ହସ୍ତତନ୍ତ
ଭୁବନେଶ୍ୱର,୧୪ା୮(ବ୍ୟୁରୋ): ଚନ୍ଦେରୀ, ମାହେଶ୍ୱରୀ, ବାନ୍ଧେଣୀ, ଜାମ୍ଦାନୀ, ଟସର୍, ଚିକନ୍କରି, ଭାଗଲପୁରୀ ସିଲ୍କ ଓ ମୁଙ୍ଗା ସିଲ୍କ। ଭାରତୀୟ ହସ୍ତତନ୍ତର ଏଭଳି ବିଭିନ୍ନତାକୁ ନେଇ ଭୁବନେଶ୍ୱରରେ ଆୟୋଜିତ ହୋଇଛି ସିିଲ୍କ ଇଣ୍ଡିଆ ଏକ୍ସପୋ ୨୦୧୯। ‘ହସ୍ତଶିଳ୍ପୀ’ ପକ୍ଷରୁ ଗତ ୯ ତାରିଖରୁ ହୋଟେଲ…
ଭିସୁଟ୍ ଅଧ୍ୟାପକ ଆନ୍ଦୋଳନର ଅନ୍ତ
ସମ୍ବଲପୁର,୧୪।୮(ବ୍ୟୁରୋ): ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍) ଅଧ୍ୟାପକଙ୍କ ଆନ୍ଦୋଳନର ମଙ୍ଗଳବାର ଅନ୍ତ ଘଟିଛି। କୁଳସଚିବ ମଙ୍ଗଳବାର ଚିଠି ନଂ-୫୪୨, ତା ୧୩।୮।୧୯ ଅନୁଯାୟୀ ଆନ୍ଦୋଳନରତ ଅଧ୍ୟାପକ ସଂଗଠନକୁ ବେଆଇନ ଘୋଷଣା କରିଛନ୍ତି। ଭିସୁଟ୍ ପରିସରରେ ଆନ୍ଦୋଳନ କଲେ…
ନାବାଳିକା ଗାଧୋଇବା ବେଳେ ଭିଡିଓ ରେକର୍ଡିଂ କରି ଯୁବକ ଗିରଫ
ବାରିପଦା ଅଫିସ,୧୪।୮: ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କ ଗାଧୁଆ ସମୟର ଦୃଶ୍ୟ ମୋବାଇଲରେ ରେକର୍ଡିଂ କରି ଜଣେ ଯୁବକ ଗିରଫ ହୋଇଛନ୍ତି। ପୋଲିସ ତାଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ବାଙ୍ଗିରିପୋଷି…
ଭାସୁଛି ୫କେଜିର ପଥର
ନିମାପଡ଼ା,୧୪ା୮(ଡି.ଏନ୍.ଏ.): ନିମାପଡ଼ା ବ୍ଲକ ଅନ୍ତର୍ଗତ ଡମ୍ପାଳୋ ଗ୍ରାମପଞ୍ଚାୟତର ଆଶାପୂରଣ ଗ୍ରାମରେ ଏକ ଆଶ୍ଚର୍ଯ୍ୟଜନିତ ଘଟଣା ଦେଖିବାକୁ ମିଳିଛି। ଗ୍ରାମର ଆରାଧ୍ୟ ଦେବତା ପ୍ରଭୁ ଆଖଣ୍ଡେଳଶ୍ୱର ମହାଦେବଙ୍କ ମନ୍ଦିର ବେଢ଼ାରେ ଥିବା ଏକ କୂଅରେ ପ୍ରାୟ ୫କେଜିର ଓଜନର ଏକ ସିମେଣ୍ଟ ପଥର…
‘ଦି ରଥ’କୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୪ା୮(ବ୍ୟୁରୋ): ବିଜୁ ପଟ୍ଟନାୟକ ପାର୍କରେ ସ୍ଥାପନ କରାଯାଇଥିବା ଇସ୍ପାତ ନିର୍ମିତ ସ୍ଥାପତ୍ୟକଳାକୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଏବଂ ଟାଟା ଷ୍ଟିଲ୍ର ମିଳିତ ପ୍ରୟାସରେ ନିର୍ମିତ ଏହି ସ୍ଥାପତ୍ୟ ‘ଦି ରଥ’କୁ…
ଶଙ୍କରାଚାର୍ଯ୍ୟଙ୍କ ଆଶୀର୍ବାଦ ନେଲେ ଲାବଣ୍ୟା
ପୁରୀ ଅଫିସ, ୧୪ା୮: ଟିନ୍ ଡିଭା ଇଣ୍ଡିଆ ଇଣ୍ଟରନ୍ୟାଶନାଲ-୨୦୧୯ର ବିଜେତା ଓଡ଼ିଆ ଝିଅ ଲାବଣ୍ୟା ଦାଶ ମଙ୍ଗଳବାର ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ଆଶୀର୍ବାଦ ନେଇଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ…
ପୂର୍ବତନ ପୋଲିସ ଏସ୍ଆଇଙ୍କୁ ୩ବର୍ଷ ଜେଲ
ଭୁବନେଶ୍ୱର, ୧୪ା୮(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନାର ପୂର୍ବତନ ଏସ୍ଆଇ ରାମଚନ୍ଦ୍ର ସେଠୀଙ୍କୁ ମଙ୍ଗଳବାର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦଣ୍ଡିତ କରିଛନ୍ତି। ସେ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଉକ୍ତ ମାମଲାର ବିଚାର କରି ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ଅମ୍ବୁଜ ମୋହନ ଦାସ…
ଏଥର ଗ୍ରୀନ୍ ରାଖୀପୂର୍ଣ୍ଣିମା
ଭୁବନେଶ୍ୱର,୧୪ା୮(ବ୍ୟୁରୋ): ପ୍ରଦୂଷଣମୁକ୍ତ ଗ୍ରୀନ୍ ଦୀପାବଳି ଓ ଗ୍ରୀନ୍ ହୋଲି ପରେ ଏଥର ଗ୍ରୀନ୍ ରକ୍ଷାବନ୍ଧନ। ପରିବେଶ ସୁରକ୍ଷା ପ୍ରତି ଧୀରେ ଧୀରେ ସଚେତନ ହେଉଥିବା ଲୋକେ ରାଖୀ ପୂର୍ଣ୍ଣିମାକୁ ନିଆରାଭାବେ ପାଳନ କରିବାକୁ ପ୍ରସ୍ତୁତ ହୋଇଛନ୍ତି। ପ୍ଲାଷ୍ଟିକ୍, ଜରି ଓ ଅନ୍ୟାନ୍ୟ…
ସାଧାରଣତନ୍ତ୍ର ଦିବସରେ ପୁରସ୍କୃତ କରିବେ ରାଷ୍ଟ୍ରପତି : ତଦନ୍ତରେ ଉତ୍କର୍ଷ ପାଇଁ ପୁରସ୍କୃତ ହେବେ ୨ ଆଇପିଏସ୍ ଅଫିସର
ଭୁବନେଶ୍ୱର,୧୪ା୮(ବ୍ୟୁରୋ): ତଦନ୍ତରେ ଉତ୍କର୍ଷ ପାଇଁ ରାଜ୍ୟରେ କାର୍ଯ୍ୟ କରୁଥିବା ଦୁଇ ଆଇପିଏସ୍ ଅଫିସର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ପୁରସ୍କୃତ ହେବେ। ସେମାନେ ହେଲେ କୋରାପୁଟ ଏସ୍ପି କନ୍ଓ୍ବର ବିଶାଲ ସିଂ ଓ କ୍ରାଇମ୍ବ୍ରାଞ୍ଚ ଏସ୍ପି ମାଡକର ସନ୍ଦୀପ ସମ୍ପତ। ବେଷ୍ଟ ଆଓ୍ବାର୍ଡ…
Archives


