ଅଧରପଣା: ୧୨ରୁ ଏବେ ୯ ହାଣ୍ଡି
ପୁରୀ ଅଫିସ, ୧୪।୭: ନବଦିନାତ୍ମକ ଯାତ୍ରା ଶେଷ କରି ଜନ୍ମବେଦିରୁ ବାହୁଡ଼ାଯାତ୍ରାରେ ଫେରିବା ପରେ ତା’ ପରଦିନ ରଥ ଉପରେ ମହାପ୍ରଭୁଙ୍କର ଅତ୍ୟନ୍ତ ମନୋରମ ସୁନାବେଶ ଅନୁଷ୍ଠିତ ହୋଇଥାଏ। ଏହା ପରଦିନ ସିଂହଦ୍ୱାରଠାରେ ତିନିରଥ ଉପରେ ଅନୁଷ୍ଠିତ ହେଉଛି ପବିତ୍ର ଅଧରପଣା…
ସେପ୍ଟେମ୍ବରରେ ମୋଦିଙ୍କ ଆମେରିକା ଗସ୍ତ
ଓ୍ବାଶିଂଟନ୍,୧୪ା୭(ପି.ଟି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତିସଂଘର ସାଧାରଣ ସଭାରେ ଯୋଗଦେବା ଲାଗି ସେପ୍ଟେମ୍ବରରେ ଆମେରିକା ଗସ୍ତରେ ଯିବା ସମ୍ଭାବନା ଅଛି। ମୋଦି ତାଙ୍କ ଗସ୍ତକାଳରେ ହ୍ୟୁଷ୍ଟନ୍ରେ ସେପ୍ଟେମ୍ବର ୨୨ରେ ଭାରତୀୟ-ଆମେରିକୀୟଙ୍କୁ ଉଦ୍ବୋଧନ ଦେବେ। ଏ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ହୋଇ ନ…
ଉଦାହରଣ: ସରକାରୀ ଡାକ୍ତରଖାନାରେ ସ୍ତ୍ରୀଙ୍କ ପ୍ରସବ କରାଇଲେ ମାଲକାନଗିରି ଜିଲାପାଳ
ମାଲକାନଗିରି,୧୪।୭(ଡି.ଏନ୍.ଏ.): ମାଲକାନଗିରି ଜିଲାରେ ଡାକ୍ତରଖାନାରେ ବିଭିନ୍ନ ସମୟରେ ରୋଗୀମାନଙ୍କ ଚିକିତ୍ସାରେ ଅବହେଳା ଓ ଟିକ୍ଟକ୍ ଭିଡିଓକୁ ନେଇ ମାଲକାନଗିରି ଜିଲା ଚର୍ଚ୍ଚା ହୋଇ ଆସୁଥିବାବେଳେ ଏବେ ଡାକ୍ତରଖାନା ଓ ଡାକ୍ତରଙ୍କ ପ୍ରତି ବିଶ୍ୱାସ ଜନ୍ମାଇବା ପାଇଁ ଜିଲାପାଳ ମନୀଷ ଅଗ୍ରଓ୍ବାଲ ପ୍ରୟାସ…
ଗୋଆ ମନ୍ତ୍ରିମଣ୍ଡଳରୁ ଉପମୁଖ୍ୟମନ୍ତ୍ରୀ ବିଦା: କଂଗ୍ରେସ ଛାଡ଼ିଥିବା ୩ ବିଧାୟକ ସାମିଲ
ପଣଜୀ,୧୪ା୭(ପି.ଟି.): ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ଶନିବାର ତାଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। କ୍ୟାବିନେଟରୁ ଉପମୁଖ୍ୟମନ୍ତ୍ରୀ ବିଜୟୀ ସରଦେଶାଇଙ୍କ ସମେତ ୪ ଜଣଙ୍କୁ ବାଦ୍ ଦିଆଯାଇ ସେମାନଙ୍କ ସ୍ଥାନରେ କଂଗ୍ରେସ ଛାଡ଼ିଥିବା ୩ ବିଧାୟକ ଏବଂ ଜଣେ ଭାଜପା ବିଧାୟକଙ୍କୁ ନିଆଯାଇଛି।…
ଦେବାଳିଆ ହେଉଛନ୍ତି ବିଦ୍ୟୁତ୍ ବଣ୍ଟନ କମ୍ପାନୀ: ଖାଉଛନ୍ତି ଶିଳ୍ପ, ଗଣୁଛନ୍ତି ସରକାର
ଭୁବନେଶ୍ୱର, ୧୪।୭(ବ୍ୟୁରୋ): ରାଜ୍ୟରେ ବିଦ୍ୟୁତ୍ ବ୍ୟବସ୍ଥା ସାଂଘାତିକ ଅବସ୍ଥା ଦେଇ ଗତି କରୁଛି। ବିଦ୍ୟୁତ୍ ନିଅଣ୍ଟିଆ ଏବଂ ଋଣ ବୋଝରେ ବିଦ୍ୟୁତ୍ ବଣ୍ଟନ କମ୍ପାନୀ ଉବୁଟୁବୁ ହେଲେଣି । ଅନ୍ୟପକ୍ଷରେ ରାଜ୍ୟରେ ଥିବା ବଡ ବଡ ଶିଳ୍ପସଂସ୍ଥାଗୁଡିକ ବିଦ୍ୟୁତ୍ ଚଳୁ କରି…
ଆସାମ ବନ୍ୟା ସ୍ଥିତି ସଙ୍ଗିନ: ୭ ମୃତ, ୧୫ ଲକ୍ଷ ପ୍ରଭାବିତ
ଗୁଆହାଟୀ,୧୪ା୭: ଆସାମରେ ବନ୍ୟାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ରାଜ୍ୟର ୩୩ ଜିଲା ମଧ୍ୟରୁ ୨୫ଟି କ୍ଷତିଗ୍ରସ୍ତ ହୋଇଛି। ଉଦ୍ଧାର କାର୍ଯ୍ୟରେ ଏନ୍ଡିଆର୍ଏଫ ସମେତ ସେନାକୁ ନିୟୋଜିତ କରାଯାଇଛି। ବ୍ରହ୍ମପୁତ୍ର ଓ ଅନ୍ୟ ୫ଟି…
ବିଦ୍ରୋହୀଙ୍କୁ ମନାଇବାକୁ କସରତ
ବେଙ୍ଗାଲୁରୁ,୧୪ା୭(ପି.ଟି.): କର୍ନାଟକରେ ରାଜନୈତିକ ଅଚଳାବସ୍ଥା ଜାରି ରହିଥିବାବେଳେ ଇସ୍ତଫା ଦେଇଥିବା ବିଦ୍ରୋହୀ ବିଧାୟକମାନଙ୍କୁ ଦଳକୁ ଫେରାଇନେବା ଲାଗି କଂଗ୍ରେସ ପଛଦ୍ୱାର ବୁଝାମଣା ଚଳାଇଥିବା ଜଣାପଡିଛି। ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ବାମୀ ଆସ୍ଥାଭୋଟ ଲୋଡ଼ିବା ଲାଗି ଘୋଷଣା କରିବା ପରେ ଅସନ୍ତୁଷ୍ଟ ବିଧାୟକମାନଙ୍କୁ ଫେରାଇଆଣିବା…
ମଙ୍ଗଳବାର ବିଳମ୍ବିତ ରାତିରେ ଚନ୍ଦ୍ରଗ୍ରହଣ: ଅପରାହ୍ନ ୪ଟା ୩୨ରୁ ପାକତ୍ୟାଗ, ଦେବନୀତି ନିଷେଧ
ଭୁବନେଶ୍ୱର, ୧୪।୭(ବ୍ୟୁରୋ): ଆସନ୍ତା ୧୬ ତାରିଖ ମଙ୍ଗଳବାର ବିଳମ୍ବିତ ରାତିରେ ଆଷାଢ଼ ପୂର୍ଣ୍ଣିମା ବା ଗୁରୁପୂର୍ଣ୍ଣିମାରେ ଆଂଶିକ ଚନ୍ଦ୍ରଗ୍ରହଣ ସଂଗଠିତ ହେବ। ଏହା ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ଆଫ୍ରିକା, ଦକ୍ଷିଣ ଆମେରିକା ଆଦି ମହାଦେଶର ଅନେକ ଅଞ୍ଚଳ ସହ ଭାରତର ସମସ୍ତ…
ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ: ଆସିବେନି ଉଗାଣ୍ଡା, ଜର୍ସି: ଆଶଙ୍କାରେ ପାକିସ୍ତାନ
କଟକ ଅଫିସ,୧୪ା୭- ହଜାର ବର୍ଷର ପୁରୁଣା ସହର ଭାବେ ପରିଚିତ କଟକରେ ଆସନ୍ତା ବୁଧବାରଠାରୁ ଆରମ୍ଭ ହେବ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ କ୍ରୀଡ଼ାର ୨୧ତମ ସଂସ୍କରଣ। ଟେବୁଲ ଟେନିସ (ଟିଟି)ର ଏହି ମହାକୁମ୍ଭକୁ ଆଉ ମାତ୍ର ୩ ଦିନ ବାକି। ଏ…
ରାଜବାଟୀ ଜଗନ୍ନାଥ ମନ୍ଦିର: ସୁନାବେଶ ଦର୍ଶନ କଲେ ଶ୍ରଦ୍ଧାଳୁ
ସୁନ୍ଦରଗଡ, ୧୪।୭ (ଡି.ଏନ୍.ଏ)-ସ୍ଥାନୀୟ ରାଜବାଟୀ ଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉମାନଙ୍କ ସୁନାବେଶ ଶନିବାର ପବିତ୍ର ଦ୍ୱାଦଶୀତିଥିରେ ଆୟୋଜିତ ହୋଇଯାଇଛି । ବାହୁଡା ଯାତ୍ରା ପରେ ଗତ ରାତିରେ ଶ୍ରୀଜୀଉମାନଙ୍କ ମନ୍ଦିର ପ୍ରବେଶ ପରେ ଶନିବାର ମନ୍ଦିରରେ ଜୀଉମାନଙ୍କର ସୁନାବେଶ ଅନୁଷ୍ଠିତ ହୋଇଥିଲା। ଜୀଉମାନଙ୍କୁ…
ରଣପୁର ବାହୁଡା ଯାତ୍ରାରେ ଅପ୍ରୀତିକର ପରିସ୍ଥିତି: ସେବାୟତ-ଦେବୋତ୍ତର ବିଭାଗ ମୁହାଁମୁହିଁ; ଠାକୁରଙ୍କୁ ରଥ ଉପରେ ଛାଡି ପଳାଇ ଆସିଲେ
ରଣପୁର,୧୪ା୭ (ସ୍ବ.ପ୍ର.): ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ରଣପୁର ଘୋଷ ଯାତ୍ରାର ନବଦିନାମତ୍କ ଯାତ୍ରା ଶେଷକରି ଶୁକ୍ରବାର ଜନ୍ମବେଦୀରୁ ରତ୍ନବେଦୀ ଅଭିମୁଖେ ବାହାରିଥିବା ମହାପ୍ରଭୁଙ୍କ ବାହୁଡା ଯାତ୍ରାରେ ସମସ୍ତ କାର୍ଯ୍ୟ ଡେରି ହୋଇ ରାତ୍ର ହୋଇ ଯିବାରୁ ଠାକୁରଙ୍କ ରଥଟଣା ବନ୍ଦ…
ମହାନଦୀ ଜଳ ବିବାଦ: ଓଡ଼ିଶା, ଛତିଶଗଡ଼କୁ ଦସ୍ତାବିଜ୍ ଦାଖଲ ନିର୍ଦ୍ଦେଶ
ନୂଆଦିଲ୍ଲୀ,୧୪ା୭: ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ଏକାଧିକ ପ୍ରକଳ୍ପ ନିର୍ମାଣ କରି ଓଡ଼ିଶାକୁ ଜଳପ୍ରବାହରେ ବାଧା ସୃଷ୍ଟି କରିଥିବାବେଳେ ଏହି ମାମଲା ଜଳ ବିବାଦ ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି। ଅକ୍ଟୋବର ୧୯ ପୂର୍ବରୁ ଏହା ଉପରେ ଦସ୍ତାବିଜ୍ ଦାଖଲ କରିବା ଲାଗି ଟ୍ରିବ୍ୟୁନାଲ…
Archives


