Home

ମସ୍‌ଜିଦରେ ମହିଳାଙ୍କ ପ୍ରବେଶ କଟକଣାକୁ ଚ୍ୟାଲେଞ୍ଜ: କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬ା୧୦(ପି.ଟି.): ଦେଶର ମସ୍‌ଜିଦଗୁଡ଼ିକରେ ମୁସଲମାନ ମହିଳାଙ୍କ ପ୍ରବେଶ ଉପରେ କଟକଣା ରହିଛି। ଏଭଳି ‘ଅସାମ୍ବିଧାନିକ’ କଟକଣା ଯୋଗୁ ଜୀବନଧାରଣ, ସମାନତା ଓ ଲିଙ୍ଗଗତ ନ୍ୟାୟ ଭଳି ଅଧିକାର କ୍ଷୁଣ୍ଣ ହେଉଥିବା ଦର୍ଶାଇ ଏହାକୁ ଉଠାଇବା ପାଇଁ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା…

୧୩୮ କୋଟିର ଜିଏସ୍‌ଟି ଠକେଇ: ୪ ଗିରଫ

କଟକ ଅଫିସ/ରାଉରକେଲା ଅଫିସ୍‌, ୨୬।୧୦: ନା କିଣା ହୋଇଛି ସାମଗ୍ରୀ, ନା ବିକ୍ରୟ ହୋଇଛି। ମାତ୍ର କାଗଜପତ୍ରରେ ଦର୍ଶାଯାଇଛି ବହୁ କୋଟି ଟଙ୍କାର କାରବାର। ଏହିଭଳି ଜାଲିଆତି ମାଧ୍ୟମରେ ୧୩୮ କୋଟି ଟଙ୍କାର ଜିଏସ୍‌ଟି ଠକେଇ ହୋଇଛି। ଏଥିରେ ସମ୍ପୃକ୍ତ ରହିଛି…

ଜାତୀୟ ଲୋକମେଳା, କୃଷିମେଳା ଉଦ୍‌ଯାପିତ: ଛବିଳେନ୍ଦ୍ର, ବିମ୍ବାଧର, ରଞ୍ଜିତ, ଶ୍ରୀଧରଙ୍କୁ ଶ୍ରୀକ୍ଷେତ୍ର ସମ୍ମାନ

ପୁରୀ ଅଫିସ, ୨୬।୧୦: ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ପକ୍ଷରୁ ମୁକ୍ତାକାଶ ରଙ୍ଗମଞ୍ଚଠାରେ ୫ଦିନ ବ୍ୟାପି ଚାଲିଥିବା ୧୭ତମ ଲୋକମେଳା(ଜାତୀୟ ଆଦିବାସୀ ଲୋକଗୀତ ଓ ନୃତ୍ୟ ମହୋତ୍ସବ ଏବଂ ହସ୍ତଶିଳ୍ପ ଓ କୁଟୀର ପ୍ରଦର୍ଶନୀ) ଏବଂ ୧୦ମ କୃଷିମେଳା(ଜାତୀୟ କୃଷି ପ୍ରଦର୍ଶନୀ) ଶୁକ୍ରବାର…

ଦୀର୍ଘାୟୁ ହେବାପାଇଁ ପିଅନ୍ତୁ ୮କପ୍‌ କଫି

ନିୟମିତ ଦିନକୁ ୮ କପ୍‌ କଫି ପିଇଲେ ଜଣେ ଦୀର୍ଘାୟୁ ହେବ ବୋଲି ଜଣାପଡିଛି। ବ୍ରିଟେନର କଫି ପିଉଥିବା ପ୍ରାୟ ଏକ ମିଲିୟନ୍‌ ବ୍ୟକ୍ତିଙ୍କୁ ନେଇ କରାଯାଇଥିବା ଏକ ଗବେଷଣାରୁ ଏହା ଜଣାପଡିଛି। ହେଲେ ଗର୍ଭାବସ୍ଥାରେ କଫି ପିଇବା କ୍ଷତିକାରକ ବୋଲି…

ଶିକ୍ଷକଙ୍କୁ ଅଡ଼ୁଆରେ ପକାଇଲା ହ୍ବାଟ୍ସଆପ୍‌ ମେସେଜ୍‌

ନାଉଗଁ।,୨୬ା୧୦(ସ୍ବ.ପ୍ର.): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଜଗତ୍‌ସିଂହପୁର ଜିଲାର ସମସ୍ତ ଘରୋଇ ଓ ସରକାରୀ ସ୍କୁଲ ଶୁକ୍ରବାର ବନ୍ଦ ରହିବ ବୋଲି ସରକାରୀ ନିର୍ଦ୍ଦେଶନାମା ଆସିଥିଲା। ସେହି ଅନୁସାରେ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ସମ୍ପର୍କରେ ସମସ୍ତ ସ୍କୁଲକୁ…

ଅଧାରୁ ଅଧିକ ଅଧ୍ୟାପକ ପଦବୀ ଖାଲି: ସ୍ବୟଂଶାସିତ ମାନ୍ୟତା ହରାଇବ ଢେଙ୍କାନାଳ କଲେଜ

ଢେଙ୍କାନାଳ ଅଫିସ, ୨୬।୧୦ – ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ଅଧାରୁ ଅଧିକ ଅଧ୍ୟାପକ ପଦବୀ ଖାଲି ପଡ଼ିଛି। ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯିବା ସତ୍ତ୍ୱେ ରାଜ୍ୟ ସରକାର ସମସ୍ୟାକୁ ଅଣଦେଖା କରି ଚାଲିଛନ୍ତି। ଫଳରେ ସ୍ବୟଂଶାସିତ ମାନ୍ୟତା ହରାଇବାକୁ ବସିଛି ଏହି…

ସାନତିହାଡ଼ା ଗ୍ରାମରେ ଅଭାବନୀୟ ଘଟଣା: ସ୍ତ୍ରୀଙ୍କୁ ହତ୍ୟା ପରେ ଜାଳିଦେଲେ

ଜଗତ୍‌ସିଂହପୁର ଅଫିସ,୨୬ା୧୦: ଜଗତ୍‌ସିଂହପୁର ଥାନା ଅଧୀନ ସାନତିହାଡ଼ା ଗ୍ରାମରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ରଶ୍ମିତା ରାଉତ ନାମ୍ନୀ ମହିଳାଙ୍କୁ ତାଙ୍କ ସ୍ବାମୀ ରୁଦ୍ରପ୍ରସନ୍ନ ହତ୍ୟା କରିବା ପରେ ପେଟ୍ରୋଲ ଢାଳି ଜାଳି ଦେଇଛନ୍ତି। ଏନେଇ ରଶ୍ମିତାଙ୍କ ବାପା…

କ୍ଲିନିକ୍‌, ଡାଇଗ୍ନୋଷ୍ଟିକ ସେଣ୍ଟରରେ ଚଢ଼ାଉ

ନୟାଗଡ଼ ଅଫିସ,୨୬ା୧୦: ନୟାଗଡ଼ ସହରରେ ଥିବା ବିଭିନ୍ନ ଡାଇଗ୍ନୋଷ୍ଟିକ ସେଣ୍ଟରରେ ଅନିୟମିତତା ହେଉଥିବା ଅଭିଯୋଗ ହେବା ପରେ ଶୁକ୍ରବାର ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ତରଫରୁ ସହରରେ ଥିବା ୩ଟି କ୍ଲିନିକ ଓ ଡାଇଗ୍ନୋଷ୍ଟିକ ସେଣ୍ଟର ଉପରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ…

ବଡ ଡୁମ୍ବୁଳାଗାଁରେ ପଶିଲା ଝରଣା ପାଣି : ୨ ଶହ ପରିବାର ଜଳବନ୍ଦୀ

ଦିଗପହଣ୍ଡି,୨୬ା୧୦(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗାଁରେ ସୀତାଦେଈ ପାହାଡର ଝରଣା ପାଣି ପଶିଯିବାରୁ ପ୍ରାୟ ୨ ଶହ ପରିବାର ଜଳବନ୍ଦୀ ଅଛନ୍ତି। ବିଡିଓ ହଳଧର ଶବର, ବ୍ଲକ ସହକାରୀ ଯନ୍ତ୍ରୀ ଇଂ.ଗଙ୍ଗାଧର ଲେଙ୍କା ଶୁକ୍ରବାର ଅପରାହ୍ନରେ ଗାଁରେ ପହଞ୍ଚତ୍ ସବିଶେଷ ତଥ୍ୟ ସଂଗ୍ରହ…

ଦଶପଲ୍ଲା ଏନ୍‌ଏସିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି: ଅଭିଯୋଗ କରିବାରୁ ପରିବାରବର୍ଗଙ୍କୁ ଆକ୍ରମଣ

ନୟାଗଡ଼ ଅଫିସ,୨୬ା୧୦: ନୟାଗଡ଼ ଜିଲା ଦଶପଲ୍ଲା ଏନ୍‌ଏସିର ୧୬ ନମ୍ବର ୱାର୍ଡ଼ ଖଣ୍ଡପଡ଼ା ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ)ରେ ଦୁର୍ନୀତି ହୋଇଥିବା ନେଇ ଉକ୍ତ ଗ୍ରାମର ବିଭୂତି ଭୂଷଣ ବରାଡ଼ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଏଥିରେ ପ୍ରତିକ୍ରିୟାଶୀଳ ହୋଇ…

ନାବାଳିକାଙ୍କ ଆଖି ନଷ୍ଟ ହେବା ଘଟଣା: ଜିଲାପାଳ, ସିଡିଏମ୍‌ଓଙ୍କୁ ଭେଟିଲେ ଗ୍ରାମବାସୀ

ନୟାଗଡ଼ ଅଫିସ,୨୬ା୧୦: ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ନଛିପୁର ଗ୍ରାମର ଚନ୍ଦ୍ରକାନ୍ତ ଗୋଛାୟତଙ୍କ ଝିଅ ରିଙ୍କି ଗୋଛାୟତ (୬)ଙ୍କ ଆଖି ନଷ୍ଟ ହେବା ଘଟଣାରେ ଶୁକ୍ରବାର ଗ୍ରାମବାସୀ ଜିଲାପାଳ ଓ ସିଡିଏମ୍‌ଓଙ୍କୁ ଭେଟିଛନ୍ତି। ଏହାସହ ସେମାନେ ଦୋଷୀ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ…

ପାଣିଘେରରେ ବିଦ୍ୟାଳୟ

ରଣପୁର,୨୬।୧୦(ସ୍ବ.ପ୍ର.): ରଣପୁର ବ୍ଳକ ଓ ଏନ୍‌ଏସି ଅଞ୍ଚଳରେ ୩ଦିନ ଧରି ଲାଗି ରହିଥିବା ବର୍ଷାରେ ବହୁ ଘରର କାନ୍ଥ ଭାଙ୍ଗିପଡିଛି। ଏକର ଏକର ଜମିର ଧାନ ଫସଲ ଉଜୁଡି ଯାଇଛି । ସ୍କୁଲ ଗୃହରେ ପାଣି ପଶିଯାଇଥିବାରୁ ପିଲାମାନେ ଅସୁବିଧାର ସମ୍ମୁଖୀନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri