ଆଜିଠୁ ଯୁକ୍ତ୨ ପରୀକ୍ଷା: ପ୍ରଶ୍ନ ପତ୍ରରେ ଦାଗ ଲାଗିଲେ ଏମ୍ପି
ଭୁବନେଶ୍ୱର, ୧୬ା୨(ଅସମାପିକା ସାହୁ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ଶୁକ୍ରବାରଠାରୁ ଆରମ୍ଭ ହେବ। ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା ପାଇଁ ପରିଷଦ ପକ୍ଷରୁ ସ୍ବତନ୍ତ୍ର ଗାଇଡ୍ଲାଇନ୍ ଜାରି କରାଯାଇଛି। ଛାତ୍ରୀଛାତ୍ର ପରୀକ୍ଷା…
ରାହୁଲଙ୍କ ଯାତ୍ରାକୁ ୟୁପିରେ ରହିବାକୁ ମିଳିଲାନି ଅନୁମତି, ଏବେ କ୍ଷେତରେ ଟେଣ୍ଟ ଲଗାଇ କାଟିବେ ରାତି
ଲକ୍ଷ୍ନୌ,୧୫।୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ଶନିବାର ଉତ୍ତରପ୍ରଦେଶ ଭଦୋହିକୁ ଆସୁଛି। ତାଙ୍କ କନଭେକୁ ପୂର୍ବ ନିର୍ଦ୍ଧାରିତ ବିଶ୍ରାମ ସ୍ଥାନରେ ରହିବାକୁ ପ୍ରଶାସନଠାରୁ ଅନୁମତି ପାଇନାହିଁ। ବର୍ତ୍ତମାନ ସେ ମୁନ୍ସି ଲାଟପୁରରେ ଅବସ୍ଥିତ ଏକ କ୍ଷେତରେ ରହିବେ।…
କର୍କଟ ରୋଗ ଚିକିତ୍ସା କ୍ଷେତ୍ରରେ ନୂଆ ଯୁଗ ଆରମ୍ଭ: ୭୫୦ ଶର୍ଯ୍ୟା ବିଶିଷ୍ଟ ବାଗ୍ଚି ଶ୍ରୀ ଶଙ୍କରା କର୍କଟ କେନ୍ଦ୍ରର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର,୧୫।୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ୭୫୦ ଶଯ୍ୟା ବିଶିଷ୍ଟ ବାଗ୍ଚି ଶ୍ରୀ ଶଙ୍କରା କର୍କଟ କେନ୍ଦ୍ର ଏବଂ ଗବେଷଣା ପ୍ରତିଷ୍ଠାନର ଲୋକାର୍ପଣ କରିଛନ୍ତି। ୪୧୦ କୋଟି ଟଙ୍କା ବ୍ୟୟରେ ଏହି ହସ୍ପିଟାଲ ନିର୍ମିତ କରାଯାଇଛି। ଭୁବନେଶ୍ୱରରେ ପ୍ରତିଷ୍ଠିତ ଏହି କର୍କଟ…
ଅଙ୍ଗଦାନ କରୁଥିବା ବ୍ୟକ୍ତିଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନର ସହ କରାଯିବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର,୧୫।୨: ଅଙ୍ଗଦାନ କରି ଅନ୍ୟର ଜୀବନ ବଞ୍ଚାଉଥିବା ବ୍ୟକ୍ତିଙ୍କ ତ୍ୟାଗ ଓ ସାହସର ସ୍ୱୀକୃତି ସ୍ୱରୂପ ସେମାନଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନର ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି। ଏହା ଦ୍ୱାରା ଅଙ୍ଗଦାନ କ୍ଷେତ୍ରରେ ବ୍ୟାପକ…
୧୬ ଫେବୃୟାରୀରେ କାହିଁକି ଭାରତ ବନ୍ଦ
ନୂଆଦିଲ୍ଲୀ,୧୫।୨: ୨୦୨୦ ସେପ୍ଟେମ୍ବର ୨୭ରେ କେନ୍ଦ୍ର ସରକାର ୩ଟି କୃଷି ଆଇନ ପ୍ରଣୟନ କରିଥିଲେ। ସେଗୁଡ଼ିକ ହେଲା କୃଷକଙ୍କ ଉତ୍ପାଦ ବ୍ୟାପାର ଓ ବାଣିଜ୍ୟ (ପ୍ରୋତ୍ସାହନ ଓ ସରଳୀକରଣ) ଆଇନ, କୃଷକ (ସଶକ୍ତୀକରଣ ଓ ପ୍ରୋତ୍ସାହନ) ମୂଲ୍ୟ ଆଶ୍ୱାସନା ଓ କୃଷି…
ରେଳମନ୍ତ୍ରୀଙ୍କ ଘୋଷଣା: ଶ୍ରୀକ୍ଷେତ୍ରରୁ ଅଯୋଧ୍ୟାକୁ ଗଡ଼ିବ ସ୍ବତନ୍ତ୍ର ଟ୍ରେନ
ଭୁବନେଶ୍ୱର,୧୫।୨: ଶ୍ରୀକ୍ଷେତ୍ରରୁ ଅଯୋଧ୍ୟାକୁ ସ୍ବତନ୍ତ୍ର ଟ୍ରେନ ଗଡ଼ିବ। ଜୁଲାଇ- ଅଗଷ୍ଟରେ ଏହି ଟ୍ରେନ ଶୁଭାରମ୍ଭ ହେବ। ଏନେଇ ଗୁରୁବାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଏହାଛଡା ବହୁ ପ୍ରତୀକ୍ଷିତ ପୁରୀ-କୋଣାର୍କ ମଧ୍ୟରେ ଶୀଘ୍ର ଟ୍ରେନ ଚଳାଚଳ କରିବ। ପୁରୀର…
ଶରଦଙ୍କଠାରୁ ଏନସିପି ଛଡାଇନେଲେ ଅଜିତ
ମୁମ୍ବାଇ,୧୫।୨: ମହାରାଷ୍ଟ୍ରର ଏନସିପି ବିଧାୟକଙ୍କ ଅଯୋଗ୍ୟତା ମାମଲାରେ ନିଷ୍ପତ୍ତି ଆସିଯାଇଛି। ବାଚସ୍ପତି ରାହୁଲ ନର୍ଭକର କହିଛନ୍ତି ଯେ, ଅଜିତଙ୍କ ଦଳକୁ ୪୧ ଜଣ ବିଧାୟକଙ୍କ ସମର୍ଥନ ରହିଛି। ଅଜିତ ପାୱାରଙ୍କୁ ଶରଦ ପାୱାରଙ୍କ ଅପେକ୍ଷା ଅଧିକ ବିଧାୟକଙ୍କ ସମର୍ଥନ ରହିଛି, ତେଣୁ…
୧୩ ଜିଲାରେ ୨୦ ବସ୍ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୫ା୨(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ‘ଆମ ବସ୍ଷ୍ଟାଣ୍ଡ’ ଯୋଜନାରେ ୧୩ ଜିଲାରେ ୨୦ଟି ନବନିର୍ମିତ ବସ୍ଷ୍ଟାଣ୍ଡ ଉଦ୍ଘାଟନ କରିଛନ୍ତି। ଅନୁଗୋଳ, ବାଲେଶ୍ୱର, ବୌଦ୍ଧ, ଢେଙ୍କାନାଳ, ଗଜପତି, କେନ୍ଦ୍ରାପଡ଼ା, କେନ୍ଦୁଝର, କୋରାପୁଟ, ନୟାଗଡ଼, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର ଓ ସୁବର୍ଣ୍ଣପୁର…
ମାନ୍ଦାବସ୍ଥାରେ ପ୍ରବେଶ କଲା ବ୍ରିଟେନ୍ ଅର୍ଥନୀତି, ନିର୍ବାଚନ ପୂର୍ବରୁ ସୁନକଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ
ନୂଆଦିଲ୍ଲୀ,୧୫।୨: ୨୦୨୩ ର ଦ୍ୱିତୀୟାର୍ଦ୍ଧରେ ବ୍ରିଟେନର ଅର୍ଥନୀତି ମାନ୍ଦାବସ୍ଥା ଆଡକୁ ଠେଲି ହୋଇଯାଇଛି। ଦେଶର ଅର୍ଥନୀତିକୁ ସୁଦୃଢ଼ କରିବାକୁ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ପାଇଁ ୨୦୨୪ ନିର୍ବାଚନ ପୂର୍ବରୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବ୍ରିଟେନର…
ଅହଂକାର ଯୋଗୁ କଂଗ୍ରେସ ଆଜି ବିଲୁପ୍ତ ହେବାକୁ ଯାଉଛି: ଗୁଲାମନବୀ…
ଶ୍ରୀନଗର,୧୫।୨ : କଂଗ୍ରେସ ମଧ୍ୟରେ ସାମ୍ପ୍ରତିକ ରାଜନୈତିକ ଘଟଣାକ୍ରମ ମଧ୍ୟରେ ଦଳର ପୂର୍ବତନ ନେତା ତଥା ଡେମୋକ୍ରାଟିକ ପ୍ରଗତିଶୀଳ ଆଜାଦ ପାର୍ଟି (ଡିପିଏପି) ସଭାପତି ଗୁଲାମ ନବୀ ଆଜାଦ କହିଛନ୍ତି କିଛି ଲୋକଙ୍କ ଦୁର୍ବଳତା ଏବଂ ଅହଂକାର ଯୋଗୁଁ କଂଗ୍ରେସ ଭଳି…
ଏବେ ନୋଟ ନୁହେଁ ଭୋଟର ଶକ୍ତି ହେବ ଦୃଢ଼: କଂଗ୍ରେସ…
ନୂଆଦିଲ୍ଲୀ,୧୫।୨ : କଂଗ୍ରେସ ଗୁରୁବାର ସୁପ୍ରିମକୋର୍ଟଙ୍କ ନିର୍ବାଚନୀ ବଣ୍ଡ ସ୍କିମର ନିଷ୍ପତ୍ତିକୁ ସ୍ବାଗତ କରିବା ସହ ଏହା ନୋଟ ବଦଳରେ ଭୋଟର ଦେବାର ଶକ୍ତି ସୁଦୃଢ଼ କରିବ ବୋଲି କହିଛି। କଂଗ୍ରେସର ମହାସଚିବ ଜୟରାମ ରମେଶ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି…
ଲ୍ୟାଣ୍ଡ୍ମାଇନ୍ ବିସ୍ଫୋରଣ: ଅନେକ ଯବାନ ଆହତ
ବୌଦ୍ଧ,୧୫ା୨: ବୌଦ୍ଧ ଜିଲା ନଳୀକୁମ୍ପା ଜଙ୍ଗଲରେ ଗୁରୁବାର ମାଓବାଦୀମାନେ ଲ୍ୟାଣ୍ଡ୍ମାଇନ୍ ବିଛାଇଥିଲେ। ଏସ୍ଓଜି ଯବାନମାନେ ସର୍ଚ୍ଚ ଅପରେଶନରେ ଯାଇଥିବା ବେଳେ ଲ୍ୟାଣ୍ଡ୍ମାଇନ୍ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ଏକାଧିକ ଏସ୍ଓଜି ଯବାନ ଆହତ ହୋଇଥିବା ସୂଚନା ମିଳିଛି। ମାଓବାଦୀମାନେ ଯବାନଙ୍କ ଗାଡ଼ି…
Archives


