ଓଡ଼ିଶାବାସୀଙ୍କୁ ମତଦାନ ପାଇଁ ଅପିଲ କଲେ ମୋଦି
ନୂଆଦିଲ୍ଲୀ,୧୩ା୫: ସୋମବାର ଦେଶରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଥିବା ବେଳେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ‘ଏକ୍ସ’ରେ ଓଡ଼ିଶାବାସୀଙ୍କୁ ମତଦାନ କରିବାକୁ ଅପିଲ କରିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି,…
ଦେଶରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଆରମ୍ଭ
ନୂଆଦିଲ୍ଲୀ,୧୩ା୫: ସୋମବାର ସକାଳୁ ଦେଶରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ୯୬ଟି ସଂସଦୀୟ କ୍ଷେତ୍ର ପାଇଁ ଆଜି ମତଦାନ ଆରମ୍ଭ ହୋଇଛି। ୧୦ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ମତଦାନ ଚାଲିଛି। ଆନ୍ଧ୍ର ଓ ତେଲଙ୍ଗାନାର ସମସ୍ତ…
ଆଜି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ, ଜାଣନ୍ତୁ କେଉଁଠି ମତଦାନ…
ଭୁବନେଶ୍ୱର,୧୩।୫(ଅସମାପିକା ସାହୁ): ଓଡ଼ିଶାରେ ପ୍ରଥମ ତଥା ଦେଶରେ ଚତୁର୍ଥ ପର୍ଯ୍ୟାୟ ଭୋଟ ସୋମବାର ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ରାଜ୍ୟର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଏବଂ ଏହା ଅନ୍ତର୍ଗତ ୨୮ ବିଧାନସଭା କ୍ଷେତ୍ରରେ ମତଦାନ ହେବ।…
ଇତିହାସ ରଚିଲେ ମୋଦି
ପାଟନା,୧୨।୫: ବିହାରର ରାଜଧାନୀ ପାଟନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ରୋଡ ଶୋ ଆରମ୍ଭ ହୋଇଛି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ରବିବାର ସନ୍ଧ୍ୟା ପ୍ରାୟ ୬ଟା ୩୦ରେ ପାଟନା ବିମାନବନ୍ଦରରେ ପହଞ୍ଚି ସେଠାରୁ ପାଟଣାର ଭଟ୍ଟାଚାର୍ଯ୍ୟ ରୋଡରେ ପହଞ୍ଚିଥିଲେ। ତାଙ୍କ ରୋଡ ଶୋ…
ମୋଦି କହିଲେ ରାଜକୁମାରଙ୍କୁ ତାଙ୍କ ବୟସଠାରୁ ବି ମିଳିବ କମ ଆସନ, ଜବାବ ରଖିଲେ ଶଶି ଥରୁର
ନୂଆଦିଲ୍ଲୀ,୧୨।୫: ଲୋକ ସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟସ ସମ୍ପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଆରମ୍ଭ କରିଥିବା ବିତର୍କକୁ ନେଇ ରାଜନୈତିକ ବାତାବରଣ ସରଗରମ ହୋଇଛି। ଏବେ ରାହୁଲ ଗାନ୍ଧୀଙ୍କ ବୟସ ବିଷୟରେ ମଧ୍ୟ…
ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ବୋମାରେ ଉଡାଇ ଦେବାକୁ ମିଳିଲା ଧମକ
ନୂଆଦିଲ୍ଲୀ,୧୨।୫: ରାଜଧାନୀ ଦିଲ୍ଲୀରେ ବୋମା ଧମକ ଦେବାର ଧାରା ବନ୍ଦ ହେଉନାହିଁ। କିଛି ଦିନ ପୂର୍ବରୁ ଦିଲ୍ଲୀର ଅନେକ ବଡ ବିଦ୍ୟାଳୟକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଥିଲା। ଏବେ ରବିବାର ଦିଲ୍ଲୀର ଦୁଇଟି ଡାକ୍ତରଖାନା ପରେ ବର୍ତ୍ତମାନ ଇନ୍ଦିରା ଗାନ୍ଧୀ…
ବିଜେଡିରୁ ନିଲମ୍ବିତ ହେଲେ ପ୍ରଫୁଲ ମାଝି
ଭୁବନେଶ୍ୱର,୧୨ା୫: ବିଜେଡିରୁ ନିଲମ୍ବିତ ହୋଇଛନ୍ତି ତଳସରାର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝି। ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ରବିବାର ଦଳରୁ ନିଲମ୍ବନ କରିଛନ୍ତି। ଦଳ ବିରୋଧୀ କାର୍ଯ୍ୟ କରିଥିବାରୁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ଜଣାପଡ଼ିଛି।
ମୋଦି ବାରାଣସୀରେ ଦାଖଲ କରିବେ ପ୍ରାର୍ଥିପତ୍ର
ନୂଆଦିଲ୍ଲୀ,୧୨।୫: ଲୋକ ସଭା ନିର୍ବାଚନ ପାଇଁ ପ୍ରଚାର ଚରମ ସୀମାରେ ରହିଛି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ୧୪ମେ’ରେ ଉତ୍ତରପ୍ରଦେଶର ବାରାଣାସୀ ଲୋକ ସଭା ଆସନରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ। ଇତି ମଧ୍ୟରେ ଅନେକ ଏନଡିଏ ନେତା…
୧୫ରେ ବଲାଙ୍ଗୀର ଆସିବେ ରାହୁଲ
ବଲାଙ୍ଗୀର,୧୨ା୫: ସାଧାରଣ ନିର୍ବାଚନ ପାଇଁ ପ୍ରଚାର କରିବାକୁ ଓଡ଼ିଶା ଗସ୍ତରେ ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଆସନ୍ତା ୧୫ ତାରିଖରେ ବଲାଙ୍ଗୀର ଗସ୍ତରେ ଆସିବେ ରାହୁଲ । ବାଇକ୍ ରାଲି ସହ ଜନସଭାରେ ରାହୁଲ ଯୋଗଦେବେ। ଏନେଇ କଂଗ୍ରେସ ବିଧାୟକ…
ପୁଣି ୨୦ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି
ଭୁବନେଶ୍ୱର,୧୨।୫: ପୁଣି ଆସନ୍ତା ୨୦ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି। ଏହି ଗସ୍ତ ସମୟରେ ସେ ପୁରୀରେ ରୋଡ୍ ଶୋ କରିବେ। ଏହାସହିତ କଟକ ଓ ଅନୁଗୁଳରେ ଜନସଭାକୁ ସମ୍ବୋଧିତ କରିବେ। ଏନେଇ ରାଜ୍ୟ ଭାଜପା ଉପସଭାପତି ଗୋଲକ ମହାପାତ୍ର…
ପଶ୍ଚିମବଙ୍ଗରେ ମୋଦି ଦେଲେ ଏହି ୫ ଗ୍ୟାରେଣ୍ଟି…
କୋଲକାତା,୧୨ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ପଶ୍ଚିମବଙ୍ଗର ବାରାକପୁରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ୫ଟି ଗ୍ୟାରେଣ୍ଟି ଦେଇଛନ୍ତି। ସେ କହିଛନ୍ତି, ସେମାନେ ସିଏଏ ଆଇନକୁ ରଦ୍ଦ କରିବା କଥା କହୁଛନ୍ତି, କିନ୍ତୁ ଆଜି ମୁଁ…
ଅରବିନ୍ଦ କେଜ୍ରିୱାଲଙ୍କ ୧୦ ନିର୍ବାଚନ ଗ୍ୟାରେଣ୍ଟି: ମାଗଣା ବିଜୁଳି, ଚାଇନାଠୁ ଫେରାଇବେ ଜମି
ନୂଆଦିଲ୍ଲୀ,୧୨ା୫: ଆମ୍ ଆଦମୀ ପାର୍ଟି (ଏଏପି) ପାଇଁ ନିର୍ବାଚନୀ ପ୍ରତିଶ୍ରୁତି ଘୋଷଣା କରିଛନ୍ତି ଅରବିନ୍ଦ କେଜ୍ରିୱାଲ। ଯଦି ଏହି ଲୋକ ସଭା ନିର୍ବାଚନରେ ବିରୋଧୀ INDIA ବ୍ଲକ୍ କୁ ଭୋଟ୍ ଦିଅନ୍ତି ତେବେ ତାଙ୍କର ‘୧୦ ଗ୍ୟାରେଣ୍ଟି ‘ ପୂରଣ କରିବେ।…
Archives


