ଚିଦାମ୍ବରମଙ୍କ ଘରେ ସିବିଆଇ, ଇଡି ଟିମ୍
ନୂଆଦିଲ୍ଲୀ,୨୧ା୮: ଆଇଏନ୍ଏକ୍ସ ମିଡିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍ଙ୍କୁ ବଡ଼ ଝଟକା ଲାଗିଛି। ତାଙ୍କର ଆଗୁଆ ଜାମିନ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଗିରଫରୁ ବର୍ତ୍ତିବା ପାଇଁ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।…
ଫନୀ ସହାୟତା: ଓଡ଼ିଶାକୁ ମିଳିଲା ୩୩୩୮ କୋଟି
ଭୁବନେଶ୍ୱର,୨୦।୮(ବ୍ୟୁରୋ): ଓଡ଼ିଶାକୁ ‘ଫନୀ’ ସହାୟତା ଦେଲେ କେନ୍ଦ୍ର ସରକାର। ଓଡ଼ିଶାକୁ ମିଳିଲା ୩୩୩୮.୨୨ କୋଟି ସହାୟତା। ଫନୀ ପରବର୍ତ୍ତୀ ଥଇଥାନ ପାଇଁ ମଙ୍ଗଳବାର ଏହି ସହାୟତା ରାଶି ଘୋଷଣା କରାଯାଇଛି। ପୂର୍ବରୁ ଓଡ଼ିଶାକୁ ଫନୀ ପାଇଁ ଅଗ୍ରୀମ ୩୪୦ କୋଟି ମିଳିଥିଲା।…
ପାକିସ୍ତାନକୁ ଘାରିଛି ଯୁଦ୍ଧ ନିଶା: କୃଷ୍ଣାଘାଟି ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ; ଜଣେ ଭାରତୀୟ ଯବାନ ଶହୀଦ୍
ଶ୍ରୀନଗର,୨୦।୮: ପାକିସ୍ତାନକୁ ଏବେ ଯୁଦ୍ଧ ନିଶା ଘାରିଛି। ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରି ଦୁଇଦେଶ ମଧ୍ୟରେ ଉତ୍ତେଜନା ସୃଷ୍ଟି କରୁଛି। ମଙ୍ଗଳବାର ପୂର୍ବାହ୍ନ ୧୧ଟା ସମୟରେ ଜମ୍ମୁ-କଶ୍ମୀର ପୁଞ୍ଚ୍ ଜିଲାର କୃଷ୍ଣାଘାଟି ସେକ୍ଟରରେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ…
ଅସହିଷ୍ଣୁତା ଏବଂ ଭିଡ଼ହିଂସା ସମାଜ ଓ ରାଜନୀତି ପାଇଁ ଘାତକ ସାଜିଛି: ମନମୋହନ ସିଂ
ନୂଆଦିଲ୍ଲୀ,୨୦।୮: ଦେଶରେ ସମ୍ପ୍ରତି ଅସହିଷ୍ଣୁତା, ସାମ୍ପ୍ରଦାୟିକ ଭେଦଭାବ ଏବଂ ଭିଡ଼ହିଂସା ଭଳି ଘଟଣା ବଢ଼ିଚାଲିଛି। ଏହା ସମାଜ ଓ ରାଜନୀତି ଉଭୟ ପାଇଁ ଘାତକ ସାଜିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୫ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ…
ବାଡ଼ ଖାଉଛି କ୍ଷେତ: ହାଫିଜ୍ ସଇଦ୍ଙ୍କୁ ପାଣ୍ଠି ଯୋଗାଣ ମାମଲାରେ ୩ ଏନ୍ଆଇଏ ଅଧିକାରୀଙ୍କ ବିରୋଧରେ କୋଟି କୋଟି ଟଙ୍କାର ଲାଞ୍ଚ ଅଭିଯୋଗ
ନୂଆଦିଲ୍ଲୀ,୨୦।୮: ଦେଶର ଆଇନ ବ୍ୟବସ୍ଥା ନେଇ ସାଧାରଣରେ ପ୍ରଶ୍ନ ଉଠିବାରେ ଲାଗିଛି। ବାଡ଼ କ୍ଷେତକୁ ଜଗିବା ବଦଳରେ ଖାଇ ଚାଲିିଛି। ଏବେ ଆତଙ୍କବାଦୀ ହାଫିଜ୍ ସଇଦ୍ଙ୍କୁ ପାଣ୍ଠି ଯୋଗାଣ ମାମଲାରେ ୩ ଏନ୍ଆଇଏ ଅଧିକାରୀ କୋଟି କୋଟି ଟଙ୍କାର ଲାଞ୍ଚ ମାଗିଥିବା…
ସୋସିଆଲ୍ ମିଡ଼ିଆରେ ଆଧାର ସଂଯୋଗ ମାମଲା: କେନ୍ଦ୍ର ସରକାରଙ୍କ ସହିତ ଗୁଗଲ, ଟୁଇଟର ଏବଂ ୟୁଟ୍ୟୁବ୍କୁ ନୋଟିସ୍ ଜାରି କଲେ ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ, ୨୦।୮: ସୋସିଆଲ୍ ମିଡ଼ିଆ ଆକାଉଣ୍ଟ୍ ସହିତ ଆଧାର କାର୍ଡ ସଂଯୋଗ ମାମଲାରେ ସୁପ୍ରିମ୍କୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କ ସହିତ ଗୁଗଲ, ଟୁଇଟର ଏବଂ ୟୁଟ୍ୟୁବ୍କୁ ନୋଟିସ୍ ଜାରି କରିଛନ୍ତି। ଏନେଇ ଫେସ୍ବୁକ୍ ପକ୍ଷରୁ ଏକ ଆବେଦନ ସୁପ୍ରିମ୍କୋର୍ଟରେ ଦାଖଲ କରାଯାଇଥିଲା।…
ଅଯୋଧ୍ୟା ମାମଲା: ବିବାଦୀୟ ସ୍ଥଳରେ ପୂର୍ବରୁ ଥିଲା ରାମମନ୍ଦିର
ନୂଆଦିଲ୍ଲୀ,୨୦।୮: ଅଯୋଧ୍ୟା ମାମଲାର ଶୁଣାଣି ମଙ୍ଗଳବାର ସୁପ୍ରିମ୍କୋର୍ଟରେ ପୁଣି ଆରମ୍ଭ ହୋଇଛି। ରାମଲଲାଙ୍କ ପକ୍ଷରୁ ଆଇନଜୀବୀ ସି.ଏସ୍. ବୈଦନାଥନ୍ କହିଥିଲେ ଯେ, ବିବାଦୀୟ ସ୍ଥଳରେ ପୂର୍ବରୁ ରାମମନ୍ଦିର ଥିଲା। ୧୯୯୨ ଡିସେମ୍ବର ୬ରେ ବିବାଦୀୟ ନିର୍ମାଣର ଭଙ୍ଗା ସମୟରେ ଏଠାରୁ ମିଳିଥିବା…
ନିୟନ୍ତ୍ରଣ ରେଖାରେ ପାକିସ୍ତାନୀ ଡ୍ରୋନ୍: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଶ୍ରୀନଗର,୨୦।୮: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଏବେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଆର.ଏସ୍.ପୁରା ସେକ୍ଟରରେ କିଛି ସମୟ ପାଇଁ ଭାରତୀୟ ସୀମା ଭିତରକୁ ପ୍ରବେଶ କରିଥିବା ଏକ ପାକିସ୍ତାନୀ ଡ୍ରୋନ୍କୁ ନେଇ ନିୟନ୍ତ୍ରଣ ରେଖାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି…
ଚନ୍ଦ୍ରର କକ୍ଷପଥରେ ସଫଳତାର ସହ ପ୍ରବେଶ କଲା ଚନ୍ଦ୍ରୟାନ-୨
ଶ୍ରୀହରିକୋଟା,୨୦।୮: ଚନ୍ଦ୍ରୟାନ-୨ ମଙ୍ଗଳବାର ଭାରତୀୟ ସମୟ ପୂର୍ବାହ୍ନ ୯ଟା ୨ରେ ଚନ୍ଦ୍ରର କକ୍ଷପଥରେ ସଫଳତାର ସହିତ ପ୍ରବେଶ କରିଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଏନେଇ ସୂଚନା ପ୍ରଦାନ କରାଯାଇଛି। ଚନ୍ଦ୍ରୟାନ-୨ରେ ଥିବା ମୋଟରକୁ ଫାୟାରିଂ କରିବା ପରେ…
ନକଲି ପାସପୋର୍ଟରେ ପ୍ରବେଶ କରିଛନ୍ତି ଜଣେ ଆଇଏସ୍ଆଇ ଏଜେଣ୍ଟଙ୍କ ସହିତ ୪ ଆତଙ୍କବାଦୀ: ଦେଶବ୍ୟାପି ହାଇ ଆର୍ଲଟ
ନୂଆଦିଲ୍ଲୀ,୨୦।୮: ଦେଶରେ ଆଇଏସ୍ଆଇ ଏଜେଣ୍ଟ ସହିତ ୪ ଆତଙ୍କବାଦୀ ନକଲି ପାସପୋର୍ଟରେ ପ୍ରବେଶ କରିଥିବା ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଦେଶବ୍ୟାପି ହାଇ ଆର୍ଲଟ ଜାରି କରାଯାଇଛି। ରାଜସ୍ଥାନ ଏବଂ ଗୁଜରାଟ ସୀମାବର୍ତ୍ତୀ…
ବୀର ଭୂମିରେ ରାଜୀବଙ୍କୁ ଶ୍ରଦ୍ଧାଞ୍ଜଳି
ନୂଆଦିଲ୍ଲୀ,୨୦।୮: ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ରାଜୀବ ଗାନ୍ଧୀଙ୍କ ୭୫ ତମ ଜନ୍ମ ବାର୍ଷିକୀ ଅବସରରେ ମଙ୍ଗଳବାର ବୀରଭୂମିଠାରେ କଂଗ୍ରେସର ମଧ୍ୟକାଳୀନ ଅଧ୍ୟକ୍ଷ ତଥା ରାଜୀବଙ୍କ ସ୍ତ୍ରୀ ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ରାହୁଲ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ…
୯୬ ବର୍ଷ ତଳେ ଆରମ୍ଭ ହୋଇଥିବା ରେଡ଼ିଓ ପ୍ରସାରଣରେ ମୋଦି ଆଣିଛନ୍ତି ନୂଆ କ୍ରାନ୍ତି
ନୂଆଦିଲ୍ଲୀ, ୨୦।୮: ପ୍ରତିବର୍ଷ ଅଗଷ୍ଟ ୨୦ରେ ଭାରତରେ ଜାତୀୟ ଦିବସ ପାଳିତ ହୋଇଥାଏ। ୯୬ ବର୍ଷ ତଳେ ୧୯୨୩ରେ ଦେଶରେ ପ୍ରଥମ ରେଡ଼ିଓ ପ୍ରସାରଣ ଆରମ୍ଭ ହୋଇଥିଲା। ଏହାକୁ ଇଣ୍ଡିଆନ୍ ବ୍ରୋଡ୍କାଷ୍ଟ କମ୍ପାନୀ ଦ୍ୱାରା କରାଯାଇଥିଲା। ୧୯୩୦ରେ ଏହି କମ୍ପାନୀର ଅଥିକ…
Archives


