Home Middle

ଆଜିଠୁ ୪ ଦିନ ବର୍ଷା

ଭୁବନେଶ୍ୱର, ୧-୧(ବ୍ୟୁରୋ):ନୂଆବର୍ଷ ଆରମ୍ଭରେ ଭିଜିବ ଓଡ଼ିଶା। ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ନୂଆବର୍ଷର ପ୍ରଥମ ଦିନରେ ବରଗଡ଼, ନୂଆପଡ଼ା, ଝାରସୁୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ବୌଦ୍ଧ, ସୁବର୍ଣ୍ଣପୁର, ମୟୂରଭଞ୍ଜ ଆଦି…

ଶ୍ରୀଲିଙ୍ଗରାଜ ମନ୍ଦିର ପାର୍ଶ୍ୱରୁ ଉଚ୍ଛେଦ ସରିଲା: ବଦଳୁଛି ମନ୍ଦିର ପାରିପାର୍ଶ୍ୱିକ ପରିବେଶ, ଜୋର୍‌ସୋର୍‌ରେ ଚାଲିଛି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ

ଭୁବନେଶ୍ୱର, ୩୧ା୧୨ (ବ୍ୟୁରୋ)- ଶ୍ରୀଲିଙ୍ଗରାଜ ମନ୍ଦିର ପାର୍ଶ୍ୱରୁ ଉଚ୍ଛେଦ ପ୍ରାୟତଃ ସରି ଆସିଛି। ଏପଟେ ଆରମ୍ଭ ହୋଇଯାଇଛି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ। ପୁରୁଣା ମାର୍କେଟ କମ୍ପ୍ଲେକ୍ସ ସ୍ଥାନ ଓ ଭଜନ ମଣ୍ଡପ ସ୍ଥାନକୁ ଏକାକାର କରାଯିବାପରେ ମନ୍ଦିର ସମ୍ମୁଖ ସୌନ୍ଦର୍ଯ୍ୟକରଣକୁ ଆହୁରି ବ୍ୟାପକ…

ନୂଆବର୍ଷ ପାଳିବେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ନୂଆବର୍ଷ ପାଳିବେନି। ଭିଣୋଇ ସୋନି ମେହେଟ୍ଟାଙ୍କ ପରଲୋକରେ ବ୍ୟକ୍ତିଗତ ଶୋକ ପାଳନ କରୁଥିବାରୁ ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଛନ୍ତି। ନୂଆବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ନବୀନ ନିବାସ ନ ଆସିବାକୁ ଦଳୀୟ କର୍ମୀ ଏବଂ…

ଭାରତୀୟ ସେନା ଯେ କୌଣସି ଯୁଦ୍ଧ ଲଢ଼ିବାକୁ ପ୍ରସ୍ତୁତ: ରାଓ୍ବତ

ନୂଆଦିଲ୍ଲୀ,୩୧।୧୨: ଭାରତୀୟ ସେନା ଯେ କୌଣସି ଯୁଦ୍ଧ ଲଢ଼ିବାକୁ ପ୍ରସ୍ତୁତ ବୋଲି ପୂର୍ବତନ ସେନାମୁଖ୍ୟ ବିପିନ ରାଓ୍ବତ କହିଛନ୍ତି। ମଙ୍ଗଳବାର ସେନା ମୁଖ୍ୟଭାବେ ଅବସର ନେବା ପୂର୍ବରୁ ସେ ଏପରି କହିଛନ୍ତି। ନୂଆ ସେନାମୁଖ୍ୟ ଲ୍ୟୁଟ୍‌ନାଣ୍ଟ୍‌ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେଙ୍କ…

ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଗାଡ଼ି ପୋଡ଼ିଲେ ମାଓବାଦୀ

ରାଞ୍ଚି,୩୧।୧୨: ଝାଡ଼ଖଣ୍ଡରେ ମାଓବାଦୀମାନେ ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଗାଡ଼ି ପୋଡ଼ିଛନ୍ତି। ଲାଟେହାର ଜିଲାର ମହୁଆ ମିଲାନ ରେଲଓ୍ବେ ଷ୍ଟେଶନ ନିକଟରେ ମାଓବାଦୀଙ୍କ ଗରିଲା ବାହିନୀ ୪ଟି ଗାଡ଼ି ନିଆଁ ଲଗାଇ ପୋଡ଼ିଦେଇଥିବା ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ନିଆଁ…

୨୮ତମ ସେନା ମୁଖ୍ୟ ହେଲେ ନରାଓ୍ବଣେ: ନୂଆବର୍ଷରୁ ସିଡିଏସ୍‌ ଭାର ସମ୍ଭାଳିବେ ରାଓ୍ବତ

ନୂଆଦିଲ୍ଲୀ,୩୧।୧୨: ମଙ୍ଗଳବାର ୨୮ତମ ସେନା ମୁଖ୍ୟ ଭାବେ ଲ୍ୟୁଟନାଣ୍ଟ୍‌ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ ଦାୟିତ୍ୱ ଗ୍ରହଣ କରିଛନ୍ତି। ନରାଓ୍ବଣେ ୬୨ ବର୍ଷ ବୟସ ପର୍ଯ୍ୟନ୍ତ ଆସନ୍ତା ୩ ବର୍ଷ ଏହି ପଦବୀରେ କାର୍ଯ୍ୟ କରିବେ। ଏହା ସହିତ ଜେନେରାଲ ବିପିନ୍‌…

ମସଜିଦ୍‌ ନିର୍ମାଣ ପାଇଁ ୫ ସ୍ଥାନ ଚୟନ କଲେ ଯୋଗୀ ସରକାର

ଅଯୋଧ୍ୟା,୩୧।୧୨: ରାମ ମନ୍ଦିର ମାମଲାର ଚୂଡ଼ାନ୍ତ ରାୟରେ ମସଜିଦ୍‌ ନିର୍ମାଣ ପାଇଁ ୫ ଏକର ଜମି ଯୋଗାଇ ଦେବାକୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ୫ଟି ସ୍ଥାନ ଚୟନ କରିଛନ୍ତି। ଏସବୁ ସ୍ଥାନ ପଞ୍ଚକୋଶୀ ପରିକ୍ରମା…

ଦିଲ୍ଲୀରେ ୧୧୯ ବର୍ଷର ରେକର୍ଡ ଭାଙ୍ଗିଲା ଶୀତ

ନୂଆଦିଲ୍ଲୀ,୩୧ା୧୨(ପି.ଟି.): ଦିଲ୍ଲୀରେ ଶୀତ ଦୀର୍ଘ ୧୧୯ ବର୍ଷର ରେକର୍ଡ ଭାଙ୍ଗିଛି। ସୋମବାରକୁ ଡିସେମ୍ବରର ସର୍ବାଧିକ ଥଣ୍ଡାଦିନ ବିବେଚିତ କରାଯାଇଛି। ସୋମବାର ଦିଲ୍ଲୀର ସର୍ବାଧିକ ତାପମାତ୍ରା ଥିଲା ମାତ୍ର ୯.୪ ଡିଗ୍ରୀ ସେଲ୍‌ସିୟସ୍‌। ୧୯୦୧ ପରେ ଏହା ଡିସେମ୍ବରର ସବୁଠୁ ଥଣ୍ଡା ଦିନ…

‘ଜିରୋ ନାଇଟ୍‌’ ପାଇଁ ପ୍ରସ୍ତୁତ ରାଜଧାନୀ: କାଉଣ୍ଟଡାଉନ୍‌ ଆରମ୍ଭ

ଭୁବନେଶ୍ୱର, ୩୧ା୧୨(ବ୍ୟୁରୋ): ଇଂଲିଶ୍‌ କ୍ୟାଲେଣ୍ଡର ଅନୁସାରେ ପୁରୁଣା ବର୍ଷ ଶେଷ ହୋଇ ନୂଆବର୍ଷ ଆରମ୍ଭ ହେବାକୁ ଆଉ ମାତ୍ର କେଇ ଘଣ୍ଟା ବାକି ରହିଛି। ତେଣୁ ନୂଆବର୍ଷକୁ ଧୁମ୍‌ଧାମ୍‌ରେ ପାଳନ କରିବା ପାଇଁ ଏବେଠାରୁ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଗଲାଣି। ବିଶେଷକରି ରାଜଧାନୀ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଜଗନ୍ନାଥ ହେରିଟେଜ କରିଡର ଚିଠା ଆର୍କିଟେକ୍‌ଚରାଲ ପ୍ଲାନ ଲୋକାର୍ପିତ, ଲୋକଙ୍କ ମତାମତ ଅନୁଯାୟୀ ହେବ ଚୂଡାନ୍ତ ପ୍ଲାନ

ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ୱର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ଜୋର୍‌ଦାର କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛନ୍ତି। ଏଥିପାଇଁ ମନ୍ଦିର ଚାରିପାଖରୁ ବିଭିନ୍ନ ଦୋକାନ ଏବଂ ଘରଗୁଡିକୁ ସରକାର ଉଚ୍ଛେଦ କରି ସେମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି। ସୋମବାର ଏନେଇ ଲୋକସେବା ଭବନଠାରେ…

୨ ବର୍ଷରେ ଜଙ୍ଗଲ ବଢ଼ିଛି ୫ ହଜାର ୧୮୮ ବର୍ଗ କିମି

ନୂଆଦିଲ୍ଲୀ,୩୦।୧୨: ଗତ ୨ ବର୍ଷ ମଧ୍ୟରେ ଦେଶର ଜଙ୍ଗଲ ୫ ହଜାର ୧୮୮କିମି ବଢ଼ିଛି। ସୋମବାର ଇଣ୍ଡିଆ ଷ୍ଟେଟ୍‌ ଅଫ୍‌ ଫରେଷ୍ଟ୍‌ ରିପୋର୍ଟ-୨୦୧୯ ପ୍ରକାଶିତ କରି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡ୍‌କର ଏହା ସୂଚନା ଦେଇଛନ୍ତି। ସେଥିମଧ୍ୟରେ ୩ ହଜାର ୯୭୬ର ଜଙ୍ଗଲ…

ବିପିନ୍‌ ରାଓ୍ବତ ପ୍ରଥମ ସିଡିଏସ୍‌

ନୂଆଦିଲ୍ଲୀ,୩୦।୧୨: ଦେଶର ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ୍‌ ଷ୍ଟାଫ୍‌(ସିଡିଏସ୍‌) ଭାବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସେନା ମୁଖ୍ୟ ଜେନେରାଲ ବିପିନ୍‌ ରାଓ୍ବତଙ୍କ ନାମ ଘୋଷଣା କରାଯାଇଛି। ରାଓ୍ବତ ଡିସେମ୍ବର ୩୧ରେ ଅବସର ନେବେ। କ୍ୟାବିନେଟ୍‌ କମିଟି ପକ୍ଷରୁ ତାଙ୍କ ସିଡିଏସ୍‌ ପଦବୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri