Home Middle

ଜେଏନ୍‌ୟୁ ହିଂସା ପାଇଁ ନିଜକୁ ଦାୟୀ କଲା ହିନ୍ଦୁ ରକ୍ଷା ଦଳ: ପୋଲିସ ପକ୍ଷରୁ ତଦନ୍ତ ଜାରି

ନୂଆଦିଲ୍ଲୀ,୭।୧: ଜେଏନ୍‌ୟୁ ହିଂସାକୁ ନେଇ ଦେଶବ୍ୟାପି ଚର୍ଚ୍ଚା ଜାରି ରହିଥିବାବେଳେ ହିନ୍ଦୁ ରକ୍ଷା ଦଳ ପକ୍ଷରୁ ସୋସିଆଲ୍‌ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହୋଇଛି। ଜେଏନ୍‌ୟୁ ହିଂସା ପାଇଁ ହିନ୍ଦୁ ରକ୍ଷା ଦଳ ନିଜକୁ ଦାୟୀ କରିଥିବା ଏହି ଭିଡ଼ିଓରେ କୁହାଯାଇଛି।…

ରାଜ୍ୟ ସରକାରଙ୍କୁ କେନ୍ଦ୍ରର ଚେତାବନୀ: ଟ୍ରାଫିକ୍‌ ଆଇନ ବିରୋଧରେ ଗଲେ ଜାରି ହେବ ରାଷ୍ଟ୍ରପତି ଶାସନ

ନୂଆଦିଲ୍ଲୀ, ୭।୧: ନୂଆ ଟ୍ରାଫିକ୍‌ ନିୟମ ନେଇ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଯେଉଁ ରାଜ୍ୟ ଟ୍ରାଫିକ୍‌ ଆଇନ ବିରୋଧ ଯିବେ ସେଠାରେ ରାଷ୍ଟ୍ରପତି ଶାସନ ଜାରି ହେବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି। ରାଜ୍ୟ ସରକାର ଟ୍ରାଫିକ…

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର,୭।୧: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ପୁଲଓ୍ବାମା ଜିଲାର ଅଓ୍ବନ୍ତିପୋରାରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘେରାବନ୍ଦୀ ସହିତ ସର୍ଚ୍ଚ ଅପରେଶନ୍‌ ଆରମ୍ଭ ହୋଇଥିଲା। ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ ସତର୍କ ସୂଚନା ଦିଆଯାଇଥିଲା।…

ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଖାଦ୍ୟରେ ଜହର ମିଶାଇବା ଲାଗି ଆଇଏସ୍‌ଆଇର ଘୃଣ୍ୟ ଷଡ଼ଯନ୍ତ୍ର

ଶ୍ରୀନଗର,୭।୧: ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ପକ୍ଷରୁ ଘୃଣ୍ୟ ଷଡ଼ଯନ୍ତ୍ର ରଚାଯାଇଛି। ଜମ୍ମୁ-କଶ୍ମୀରରେ ମୁତୟନ ଥିବା ସୁରକ୍ଷାକର୍ମୀଙ୍କ ଖାଦ୍ୟରେ ଜହର ମିଶାଇବା ପାଇଁ ଆଇଏସ୍‌ଆଇ ପକ୍ଷରୁ ବ୍ଲୁପ୍ରିଣ୍ଟ୍‌ ପ୍ରସ୍ତୁତ କରାଯାଇଛି। ଏନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି…

ଜେଏନ୍‌ୟୁ ଆକ୍ରମଣ: ଦେଶବ୍ୟାପୀ ନିନ୍ଦା

ନୂଆଦିଲ୍ଲୀ,୭ା୧(ପି.ଟି./ଆଇଏଏନ୍‌ଏସ୍‌): ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ପରିସରରେ ରବିବାର ରାତିରେ ଛାତ୍ରୀଛାତ୍ର ଓ ଶିକ୍ଷକଙ୍କ ଉପରେ ହୋଇଥିବା ଆକ୍ରମଣକୁ ଦେଶବ୍ୟାପୀ ନିନ୍ଦା କରାଯାଇଛି। ଦିଲ୍ଲୀ ସମେତ ଓଡ଼ିଶା, ମହାରାଷ୍ଟ୍ର, କର୍ନାଟକ, ପଶ୍ଚିମବଙ୍ଗ, ବିହାର ସବୁଠାରେ ବିଭିନ୍ନ ଛାତ୍ର ସଂଗଠନ ଏବଂ…

ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଜର୍ସି, ମାସ୍କଟ ଉନ୍ମୋଚିତ ‘ଭାରତ ହେବ କ୍ରୀଡ଼ାର ମହାଶକ୍ତି’

ଭୁବନେଶ୍ୱର, ୭।୧(କ୍ରୀଡ଼ା ପ୍ରତିନିଧି)- ଭାରତକୁ ଏକ କ୍ରୀଡ଼ା ମହାଶକ୍ତିରେ ପରିଣତ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ସର୍ବପ୍ରଥମ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଆରମ୍ଭ ହେବାକୁ ଯାଉଛି। ଏହାର ପ୍ରଥମ ସଂସ୍କରଣ ଭୁବନେଶ୍ୱରରେ…

ଫେବୃୟାରୀ ୮ରେ ଦିଲ୍ଲୀ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ,୬।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସୋମବାର ତାରିଖ ଘୋଷଣା ହୋଇଛି। ଫେବୃୟାରୀ ୮ରେ ଭୋଟିଂ କରାଯିବ ବୋଲି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ସୂଚନା ଦେଇଛନ୍ତିି। ଗୋଟିଏ ପର୍ଯ୍ୟାୟରେ ଏହି ନିର୍ବାଚନ ଅନୁଷ୍ଠିତ ହେଉଥିବାବେଳେ ଏହାର ଫଳାଫଳ ଫେବୃୟାରୀ…

ମୋଦି ସରକାରଙ୍କ ଇସାରାରେ ହୋଇଛି ଜେଏନ୍‌ୟୁ ହିଂସା: ସୋନିଆ

ନୂଆଦିଲ୍ଲୀ,୬।୧: ଜେଏନ୍‌ୟୁ ହିଂସା ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ବିଶ୍ୱବିଦ୍ୟାଳୟରେ ହୋଇଥିବା ହିଂସା କାଣ୍ଡ ମୋଦି ସରକାରଙ୍କ ଇସାରାରେ ହିଁ ହୋଇଛି। କେବେ ମଧ୍ୟ ମୋଦି ସରକାର…

ଜେଏନ୍‌ୟୁ ହିଂସାର ତଦନ୍ତ ଭାର ନେଲା କ୍ରାଇମ୍‌ ବ୍ରାଞ୍ଚ୍‌: ୩ ଦଳରେ ବିଭକ୍ତ ହେଲା ଟିମ୍‌

ନୂଆଦିଲ୍ଲୀ,୬।୧: ଜେଏନ୍‌ୟୁ ହିଂସାକାଣ୍ଡର ତଦନ୍ତ ଭାର କ୍ରାଇମ୍‌ ବ୍ରାଞ୍ଚ୍‌ ହାତକୁ ଯାଇଛି। ମାମଲା ହସ୍ତାନ୍ତର ପରେ କ୍ରାଇମ୍‌ ବ୍ରାଞ୍ଚ୍‌ ତଦନ୍ତ ପାଇଁ ଯୋଜନା ପ୍ରସ୍ତୁତି କରିଛି। ଇତିମଧ୍ୟରେ ତଦନ୍ତ କରୁଥିବା ଦଳକୁ ୩ ଭାଗରେ ବିଭକ୍ତ କରାଯାଇଛି। ପ୍ରତି ଦଳକୁ ଭିନ୍ନ…

ଶାହଙ୍କୁ କଡ଼ା ସମାଲୋଚନା କଲେ ସୁରଜଓ୍ବାଲା

ନୂଆଦିଲ୍ଲୀ,୬।୧: ଜେଏନ୍‌ୟୁରେ ହୋଇଥିବା ହିଂସା ନେଇ କଂଗ୍ରେସ ପ୍ରବକ୍ତା ରଣଦୀପ୍‌ ସୁରଜଓ୍ବାଲା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଏହି ଘଟଣା ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ନୀରବ ସମର୍ଥନ ବିନା ସମ୍ଭବ ହୋଇନାହିଁ। ପୋଲିସ ନୀରବ ଦ୍ରଷ୍ଟା ସାଜିବା…

ଆଇନକୁ ବେଖାତିର: ହିଂସାକାଣ୍ଡ ପରେ ପୋଲିସ ସମ୍ମୁଖରେ ବାହାରିଗଲେ ଦୁର୍ବୁତ୍ତ; ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୬।୧: ଜେଏନ୍‌ୟୁ ହିଂସାକୁ ନେଇ ଦେଶବ୍ୟାପି ଚର୍ଚ୍ଚା ଜାରି ରହିଛି। ଏବେ ଏହାର ଫଟୋ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଦୁର୍ବୁତ୍ତମାନେ ହିଂସାକାଣ୍ଡ ଭିଆଇବା ପରେ ଆରାମରେ ପୋଲିସ ଆଗରେ ବିଶ୍ୱବିଦ୍ୟାଳୟ ଗେଟ୍‌ ବାହାରକୁ ବାହାରୁଥିତ୍ବାର ଦୃଶ୍ୟ…

ରାତି ଅନ୍ଧାରରେ ଗୁଣ୍ଡାଗିରି: ଶାସକ-ବିରୋଧୀ କଲେ ନିନ୍ଦା

ନୂଆଦିଲ୍ଲୀ,୬।୧: ଜେଏନ୍‌ୟୁରେ ରବିବାର ରାତି ଅନ୍ଧାରରେ ହୋଇଥିବା ଗୁଣ୍ଡାଗିରିକୁ ଶାସକ-ବିରୋଧୀ ନିନ୍ଦା କରିଛନ୍ତି। ଏହାକୁ ନେଇ ଆରୋପ ପ୍ରତ୍ୟାରୋପ ରାଜନୀତି ଆରମ୍ଭ ହୋଇଛି। କେନ୍ଦ୍ରୀୟ ମନ୍ତ୍ରୀ ଗିରିରାଜ ସିଂ ଏହା ବାମପନ୍ଥୀ ଛାତ୍ରଙ୍କ କାଣ୍ଡ ବୋଲି କହିଛନ୍ତି। ଏହା ଯୋଗୁ ବିଶ୍ୱବିଦ୍ୟାଳୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri