Home Middle

ଟି୨୦ ସିରିଜ ଜିତିଲା ଭାରତ

ପୁଣେ,୧୦।୧(ପି.ଟି.)- ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜରେ ଘରୋଇ ଭାରତ ୨-୦ରେ ବିଜୟୀ ହୋଇଛି। ସ୍ଥାନୀୟ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଗ୍ରାଉଣ୍ଡରେ ଶୁକ୍ରବାର ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତ ବୃହତ୍‌ ୭୮ ରନରେ ଶ୍ରୀଲଙ୍କାକୁ ପରାସ୍ତ କରି ସିରିଜ…

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ୨ ଯବାନ ଶହୀଦ

ପୁଞ୍ଚ,୧୦।୧: ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖା ନିକଟରେ ଶୁକ୍ରବାର ପାକିସ୍ତାନ ବହୁ ପରିମାଣରେ ଗୁଳିଗୋଳା ବର୍ଷଣ କରିଥିଲା। ପୁଞ୍ଚ ଜିଲାର ଗୁଲପୁର ସେକ୍ଟରରେ ହୋଇଥିବା ମୋର୍ଟାର ମାଡରେ ୨ଯବାନ ଶହୀଦ ହୋଇଥିବା ସୂଚନାମିଳିଛି। ଏମାନେ ସେନାରେ ପୋର୍ଟର ଭାବେ କାର୍ଯ୍ୟରତ ଥିଲେ। ଏଥିରେ…

ସାମ୍ନାକୁ ଆସିଲା ଦୁର୍ଘଟଣାଗ୍ରସ୍ତ ୟୁକ୍ରେନ୍‌ ବିମାନର ଭିଡିଓ

କିଏଭ୍‌,୧୦।୧: ଇରାନର ରାଜଧାନୀ ତେହେରାନ ବିମାନ ବନ୍ଦର ନିକଟରେ ବୁଧବାର ୟୁକ୍ରେନର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏବେ ଏହି ଦୁର୍ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି। ଯାହାକୁ ଦେଖିବା ପରେ ବିମାନ ଦୁର୍ଘଟଣା ସମ୍ପର୍କରେ ସୂଚନା ମିଳିପାରିବ ବୋଲି…

ପରଲୋକରେ ପାରଳା ମହାରାଜା

ଭୁବନେଶ୍ୱର/ପାରଳାଖେମୁଣ୍ଡି,୧୦।୧(ବ୍ୟୁରୋ/ସ୍ବ.ପ୍ର.): ପାରଳାଖେମୁଣ୍ଡି ରାଜା ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ଶୁକ୍ରବାର ସକାଳେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୬ବର୍ଷ ହୋଇଥିଲା।  ୨୦୧୬ରୁ ପାରଳା ମହାରାଜାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିଲା। ତେଣୁ ତାଙ୍କୁ ପ୍ରଥମେ ଚେନ୍ନାଇସ୍ଥିତ  ଆପୋଲୋ…

ଟ୍ରମ୍ପ୍‌ଙ୍କ ପକ୍ଷଚ୍ଛେଦନ ପାଇଁ ଆମେରିକା କଂଗ୍ରେସର ଉଦ୍ୟମ

ଓ୍ବାଶିଂଟନ,୧୦।୧: ଆମେରିକା ଓ ଇରାନ ପ୍ରତ୍ୟକ୍ଷ ଯୁଦ୍ଧରୁ ଛଘୁଞ୍ଚା ଦେଇଛନ୍ତି। ଅନ୍ୟପକ୍ଷରେ ଟ୍ରମ୍ପ୍‌ ନିଜ ଦେଶରେ ବିରୋଧର ସମ୍ମୁଖୀନ ହୋଇଛନ୍ତି। ତାଙ୍କ ଯୁଦ୍ଧ କ୍ଷମତାକୁ ନେଇ ବିତର୍କ ଜୋର ଧରିଛି। ଆମେରିକା ଯୁଦ୍ଧକ୍ଷମତା ଆଇନ ଅନୁଯାୟୀ ଯୁଦ୍ଧ ଘୋଷଣାକୁ କଂଗ୍ରେସ ବୈଧାନିକ…

ନିର୍ବାଚନ ବେଳେ ପ୍ଲାଷ୍ଟିକ୍‌ ବ୍ୟବହାର ବିରୋଧରେ ପିଟିଶନ: କେନ୍ଦ୍ର, ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ

ନୂଆଦିଲ୍ଲୀ,୧୦ା୧(ପି.ଟି.): ନିର୍ବାଚନ ବେଳେ ପ୍ଲାଷ୍ଟିକ୍‌ ବ୍ୟାନର, ହୋର୍ଡିଂ ଇତ୍ୟାଦିର ବ୍ୟବହାରକୁ ବିରୋଧ କରି ଦାଏର ଏକ ପିଟିଶନ ଉପରେ ସୁପ୍ରିମକୋର୍ଟ ଗୁରୁବାର କେନ୍ଦ୍ର ସରକାର ଓ ନିର୍ବାଚନ କମିଶନ (ଇସି)ଙ୍କୁ ନୋଟିସ ଜାରି କରିଛନ୍ତି। ଜଷ୍ଟିସ୍‌ ଏଲ୍‌. ନାଗେଶ୍ୱର ରାଓ ଏବଂ…

ପୃଥିବୀ ଆଉ ସହ୍ୟ କରି ପାରିବନି ଯୁଦ୍ଧ; ଆମେରିକା-ଇରାନ ଶାନ୍ତି ଜାରି ରଖନ୍ତୁ: ଜାତିସଂଘ

ଓ୍ବାଶିଂଟନ,୯।୧: ଆମେରିକା ଇରାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏହାକୁ ନେଇ ଅନ୍ତର୍ଜାତୀୟସ୍ତରରେ ସଙ୍କଟ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଗୁରୁବାର ଜାତିସଂଘ ପକ୍ଷରୁ ଦୁଇଦେଶ ମଧ୍ୟରେ ଶାନ୍ତିପୂର୍ଣ୍ଣ ବାତାବରଣ ଉପରେ ଗୁରୁତ୍ୱାରୋପ କରାଯାଇଛି। ଦୁଇଦେଶ ଶାନ୍ତି ଜାରି ରଖନ୍ତୁ…

ଧରାପଡ଼ିଲେ ୩ ସନ୍ଦିଗ୍ଧ ଆଇଏସ୍‌ ଆତଙ୍କବାଦୀ: ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଲୀ,୯।୧: ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ପୋଲିସ୍‌ ଟିମ୍‌ ୩ ଜଣ ସନ୍ଦିଗ୍ଧ ଆଇଏସ୍‌ ଆତଙ୍କବାଦୀଙ୍କୁ ଗିରଫ କରିଛି। ସ୍ଥାନୀୟ ବଜିରାବାଦ୍‌ ଅଞ୍ଚଳରୁ ସନ୍ଦିଗ୍ଧଙ୍କୁ ଗିରଫ କରାଯିବା ସହିତ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି। ଦିଲ୍ଲୀ ପୋଲିସ ଟିମ୍‌ ସନ୍ଦିଗ୍ଧଙ୍କୁ ପଚରାଉଚରା ଜାରି…

ବାଂଲାଦେଶ ସୀମାରେ ରୋହିଙ୍ଗ୍ୟାଙ୍କୁ ଆତଙ୍କବାଦୀ ତାଲିମ୍‌ ଦେଉଛି ଆଇଏସ୍‌ଆଇ: ଏକ କୋଟିରୁ ଅଧିକ ପାଣ୍ଠି ଯୋଗାଡ଼

ନୂଆଦିଲ୍ଲୀ,୯।୧: ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଷଡ଼ଯନ୍ତ୍ର ରଚିଛି। ଏନେଇ ପାକିସ୍ତାନ ବାଂଲାଦେଶ ସୀମାରେ ରୋହିଙ୍ଗ୍ୟାଙ୍କୁ ଆତଙ୍କବାଦୀ ତାଲିମ୍‌ ଦେଉଛି। ଏସମ୍ପର୍କରେ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ସମ୍ପ୍ରତି ଏଠାରେ…

ସଙ୍କଟ ସ୍ଥିତି ଦେଇ ଗତି କରୁଛି ଦେଶ; ସିଏଏ ନୁହେଁ ଶାନ୍ତି ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ,୯।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନେଇ ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରାଯାଇଛି। ଏହାର ବିଚାର କରି ଗୁରୁବାର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଦେ କହିଛନ୍ତି ଯେ, ଦେଶ ସମ୍ପ୍ରତି ସଙ୍କଟ ସ୍ଥିତି ଦେଇ ଗତି କରୁଛି। ଏପରିସ୍ଥଳେ ସିଏଏ ପାଇଁ…

ନିର୍ଭୟା ମାମଲା: ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିଶନ ଦାଖଲ କଲେ ବିନୟ

ନୂଆଦିଲ୍ଲୀ,୯।୧: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କ ଡେଥ୍‌ ଓ୍ବାରେଣ୍ଟ ମଙ୍ଗଳବାର ଜାରି କରାଯିବା ପରେ ଗୁରୁବାର ଏମାନଙ୍କ ମଧ୍ୟରୁ ଦୋଷୀ ବିନୟ କୁମାର ଶର୍ମା ସୁପ୍ରିମକୋର୍ଟରେ ଏକ କ୍ୟୁରେଟିଭ ପିଟିଶନ ଦାଖଲ କରିଛନ୍ତି। ସୂଚନାଯୋଗ୍ୟ, ମଙ୍ଗଳବାର ପଟିଆଲା…

ଇରାକ ଉପରେ ପୁଣି ଆକ୍ରମଣ: ବାଗଦାଦର ଗ୍ରୀନ୍‌ ଜୋନ୍‌ରେ ରକେଟ୍‌ ମାଡ

ବାଗଦାଦ,୯।୧: ଆମେରିକା ଓ ଇରାକ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ଥମିବାର ନାଁ ନେଉନି। ଗୁରୁବାର ସକାଳେ ଇରାକ ବାଗଦାଦର ଗ୍ରୀନ୍‌ ଜୋନ୍‌ରେ ୨ଟି ରକେଟ୍‌ ମାଡ କରାଯାଇଥିବା ଖବର ମିଳିଛି। ଏହା ଇରାକରେ ଥିବା ଆମେରିକା ଦୂତାବାସର ମାତ୍ର ଶହେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri