ନଗରୋଟା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ
ଶ୍ରୀନଗର,୩୧।୧: ଜମ୍ମୁ-କଶ୍ମୀରରେ ଶୁକ୍ରବାର ସକାଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ଏନ୍କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସକାଳେ ଜମ୍ମୁ-ଶ୍ରୀନଗର ହାଇଓ୍ବେ ନଗରୋଟାରେ…
ସିଏଏ ବିରୋଧୀ ଶୋଭାଯାତ୍ରାବେଳେ ରାମଭକ୍ତଙ୍କ ଉନ୍ମତ୍ତକାଣ୍ଡ: ବନ୍ଧୁକ ବୁଲାଇଲେ, ଗୁଳି ଚଳାଇଲେ
ନୂଆଦିଲ୍ଲୀ,୩୧-୧(ପି.ଟି.):କେନ୍ଦ୍ରର ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧୀ ବିକ୍ଷୋଭ ବେଳେ ଦିନକୁ ଦିନ ହିଂସା ବଢ଼ିବାରେ ଲାଗିଛି। ଏହିକ୍ରମରେ ଗୁରୁବାର ଦିଲ୍ଲୀର ଜାମିଆ ନଗରରେ ଏକ ଅଭାବନୀୟ ଘଟଣା ଘଟିଛି। ବିକ୍ଷୋଭକାରୀମାନେ ଶୋଭାଯାତ୍ରା ପାଇଁ ବାହାରୁଥିବାବେଳେ ଜଣେ କିଶୋର ‘ଏଇ ନିଅ…
ଜାମିଆ ଗୁଳିକାଣ୍ଡ ଭଳି କାର୍ଯ୍ୟକୁ ସହ୍ୟ କରାଯିବନି : ଶାହ
ନୂଆଦିଲ୍ଲୀ,୩୦।୧: ଜାମିଆ ଗୁଳିକାଣ୍ଡ ଭଳି ଘଟଣାକୁ କେବେ ବି ସହ୍ୟ କରାଯିବନି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ କହିଛନ୍ତି। ଏସମ୍ପର୍କରେ ଶାହ ଟୁଇଟ୍ କରି ଜଣାଇଛନ୍ତି। ଗୁଳିକାଣ୍ଡ ଘଟଣା ସମ୍ପର୍କରେ ଦିଲ୍ଲୀ ପୋଲିସ…
ବଜେଟ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ: ସମସ୍ତଙ୍କ ମତାମତ ଜରୁରୀ କହିଲେ ମୋଦି
ନୂଆଦିଲ୍ଲୀ,୩୦।୧: ଜାନୁୟାରୀ ୩୧ଠାରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହାପୂର୍ବରୁ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏକ ସର୍ବଦଳୀୟ ବୈଠକ ଶେଷ ହୋଇଛି। ଦେଶର ଆର୍ଥିକ ସ୍ଥିତି ନେଇ ସମସ୍ତଙ୍କ ମତାମତ ଜରୁରୀ ବୋଲି ମୋଦି କହିଛନ୍ତି।…
ଏବର୍ଷ ଲାଗୁ ହେବନାହିଁ +୨ କଟକଣା: ମନ୍ତ୍ରୀ
ଭୁବନେଶ୍ୱର,୩୦।୧(ବ୍ୟୁରୋ): ଏବର୍ଷ ଲାଗୁ ହେବନି +୨ କଟକଣା। ଆସନ୍ତା ବର୍ଷରୁ ଏହା ଲାଗୁ ହେବ ବୋଲି ଗୁରୁବାର ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ କହିଛନ୍ତି। ସେ କହିଛନ୍ତି, ଚଳିତବର୍ଷ +୨ ପାସଫେଲ କଟକଣା ଲାଗୁ ହେବ ନାହିଁ। ପ୍ରଥମ ବର୍ଷରେ ୩୩% ମାର୍କ…
ଫାଶୀ ପାଇଁ ବାକି ଗୋଟିଏ ଦିନ: ୩ ଦୋଷୀଙ୍କ ପାଖରେ ଏବେ ବି ରହିଛି ଲାଇଫ୍ ଲାଇନ୍
ନୂଆଦିଲ୍ଲୀ,୩୦।୧: ନିର୍ଭୟା ମାମଲାରେ ୪ ଦୋଷୀଙ୍କୁ ଫାଶୀ ଦିଆଯିବା ପାଇଁ ଆଉ ବାକି ରହିଛି ଗୋଟିଏ ଦିନ। ଫେବୃୟାରୀ ୧ରେ ଫାଶୀଦଣ୍ଡ ଲାଗିଁ ମୃତ୍ୟୁ ଓ୍ବାରେଣ୍ଟ୍ ଜାରି ହୋଇଛି। ୧୯୮୮ ଦିଲ୍ଲୀ ଜେଲ୍ ମାନୁଆଲ୍ ଅନୁସାରେ ଗୋଟିଏ ଆପରାଧୀକ ମାମଲାରେ ଫାଶୀ…
ମହାତ୍ମାଙ୍କୁ ହତ୍ୟା କରିଥିଲେ ଜଣେ କଠୋର ପନ୍ଥୀ: ରାଷ୍ଟ୍ରପତି
ନୂଆଦିଲ୍ଲୀ, ୩୦।୧: ଅନ୍ୟକୁ ଭଲ ପାଇବାର ବାର୍ତ୍ତା ଦେଉଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଜଣେ କଠୋର ପନ୍ଥୀ ହତ୍ୟା କରିଥିଲେ। ତେବେ ମହାତ୍ମାଙ୍କ ଦ୍ୱାରା ପ୍ରଦର୍ଶିତ ମାର୍ଗ ଅନୁସରଣ କଲେ ଦେଶର ହିତ ସାଧନ ହୋଇପାରିବ। ମହାତ୍ମାଙ୍କ ପୁଣ୍ୟତିଥି ଅବସରରେ…
ଭବିଷ୍ୟନିଧି ପାଣ୍ଠି ଠକେଇ: ୯ ଲକ୍ଷ କର୍ମଚାରୀଙ୍କ ନାମରେ ସରକାରଙ୍କୁ ୩୦୦ କୋଟି ଠକିଛନ୍ତି ୮୦ ହଜାର କମ୍ପାନୀ
ନୂଆଦିଲ୍ଲୀ,୩୦।୧: ଦେଶରେ ଲୋକଙ୍କ ମଧ୍ୟରେ ନିଯୁକ୍ତି ସୁଯୋଗ ବଢ଼ାଇବା ପାଇଁ ତଥା ବେକାର ସମସ୍ୟା ଦୂର ଲାଗି ସରକାର ସଂଗଠିତ କ୍ଷେତ୍ର ସହ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଏନେଇ ସରକାର ପ୍ରଧାନମନ୍ତ୍ରୀ ରୋଜଗାର ପ୍ରୋତ୍ସାହନ ଯୋଜନା ଆରମ୍ଭ କରିଛନ୍ତି। ତେବେ…
ଜାମିଆ ବିଶ୍ୱବିଦ୍ୟାଳୟ ପରିସରରେ ଫୁଟିଲା ଗୁଳି
ନୂଆଦିଲ୍ଲୀ,୩୦।୧: କିଛିଦିନ ହେବ ଆଶନ୍ତ ଥିବା ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟ ପରିସର ପୁଣିଥରେ ଅଶାନ୍ତ ହୋଇ ପଡିଛି। ଗୁରୁବାର ଏଠାରେ ଜଣେ ଯୁବକ ଗୁଳି କରୁଥିବା ଦେଖିବାକୁ ମିଳିଛି। ଜାମିଆ ବିଶ୍ୱବିଦ୍ୟାଳୟ ପରିସରରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ…
ଆତ୍ମ ସମର୍ପଣ କଲେ ଏନ୍ଡିଏଫ୍ବିର ୧,୬୧୫ କ୍ୟାଡର
ଗୁଆହାଟି,୩୦।୧: ଆସାମ ଗୁଆହାଟିର ଏକ ସମାରୋହରେ ନ୍ୟାଶନାଲ ଡେମୋକ୍ରେଟିକ ଫ୍ରଣ୍ଟ ଅଫ୍ ବୋଡୋଲାଣ୍ଡ(ଏନ୍ଡିଏଫ୍ବି)ର ବିଭିନ୍ନ ଗ୍ରୁପର ପ୍ରାୟ ୧,୬୧୫ କ୍ୟାଡର ନିଜ ନିଜ ମାରଣାସ୍ତ୍ର ସହ ଗୁରୁବାର ଆତ୍ମସମର୍ପଣ କରିଥିବା ସୂଚନା କିଳିଛି। ସୂଚନାଯୋଗ୍ୟ, ଭାରତ ସରକାର ଜାନୁୟାରୀ ୨୭ରେ ଏନ୍ଡିଏଫ୍ବି…
ନିର୍ଭୟା ମାମଲା: ଫାଶୀ ତାରିଖ ଘୁଞ୍ଚାଇବାକୁ ଆବେଦନ କଲେ ଦୋଷୀଙ୍କ ପକ୍ଷରୁ ଲଢୁଥିବା ଓକିଲ
ନୂଆଦିଲ୍ଲୀ,୩୦।୧: ବେଳକୁ ବେଳ ନିର୍ଭୟା ଗଣବଳାତ୍କାର ମାମଲା ଭିନ୍ନ ମୋଡ ନେଉଛି ବୋଲି ଆଲୋଚନା ହେଲାଣି। ଫେବୃୟାରୀ ୧ରେ ଏହି ମାମଲାର ୪ ଦୋଷୀଙ୍କୁ ଫାଶୀ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଏବେ ଏହାକୁ ନେଇ ଅନିଶ୍ଚିତତା ଦେଖାଯାଇଛି। ଗୁରୁବାର…
କରୋନା ଭୂତାଣୁ ସଂକ୍ରମଣରେ ତ୍ରିପୁରାର ଜଣଙ୍କର ମୃତ୍ୟୁ
ସେପାହିଜାଲା,୩୦।୧: ତ୍ରିପୁରା ମଧୁପୁର ଥାନା ଅନ୍ତର୍ଗତ ପୁରାଥଲ ରାଜନଗର ଗାଁର ଜଣେ ଯୁବକଙ୍କର କରୋନା ଭୂତାଣୁ ସଂକ୍ରମଣରେ ମୃତ୍ୟୁ ହୋଇଥିବା ତାଙ୍କ ପରିବାର ଲୋକେ କହିଛନ୍ତି। ମନିର ହୋସେନ ନାମକ ଜଣେ ୨୩ ବର୍ଷୀୟ ଯୁବକ ମାଲେସିୟାରେ କାମ କରୁଥିବା ବେଳେ…
Archives


