Home Middle

କରୋନା ମହାମାରୀ ବେଲଗାମ: ମୃତ୍ୟୁ ସଂଖ୍ୟା ୩୬୧ ଛୁଇଁଲା;୨୪ ଘଣ୍ଟାରେ ୨୦୧୩ ଜଣ ସଂକ୍ରମିତ

ବେଜିଂ,୩।୨: ଚାଇନାର ବୁହାନରେ କରୋନା ମହାମାରୀ ବେଲଗାମ ହେବାରେ ଲାଗିଛି। ମୃତ୍ୟୁ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି। ଇତିମଧ୍ୟରେ କରୋନା ଭୁତାଣୁ ସଂକ୍ରମଣରେ ୩୬୧ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଏହି ଭୁତାଣୁ ଯୋଗୁ ୨୦୧୩…

ଖୁସି ନୁହନ୍ତି ମଧ୍ୟବିତ୍ତ

ନୂଆଦିଲ୍ଲୀ,୩ା୨(ଆଇଏଏନ୍‌ଏସ୍‌): ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶନିବାର ପାର୍ଲାମେଣ୍ଟରେ ଉପସ୍ଥାପନ କରିଥିବା ୨୦୨୦-୨୧ ଆର୍ଥିକ ବର୍ଷର ବଜେଟକୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଆସିବାରେ ଲାଗିଛି। ୩୦ ଲକ୍ଷ ୪୨ ହଜାର ୨୩୦ କୋଟି ଟଙ୍କାର ଏହି ବଜେଟରେ କେନ୍ଦ୍ର ସରକାର ବିଭିନ୍ନ…

ଭୟଙ୍କର ହେଉଛି ‘କରୋନା’: ଓଡ଼ିଶାର ୪ ନମୁନା ନେଗେଟିଭ୍‌

ଭୁବନେଶ୍ୱର,୩ା୨(ବ୍ୟୁରୋ): ଚାଇନାର ଉହାନ ସହରରୁ ବ୍ୟାପିଥିବା କରୋନାକୁ ନେଇ ଏବେ ବିଶ୍ୱରେ ଭୟ ଓ ଆତଙ୍କ ବଢ଼ିବାରେ ଲାଗିଛି। ଏହି ମାରାତ୍ମକ ଭୂତାଣୁ ଭାରତକୁ ଡେଇଁଥିବାବେଳେ କେରଳରେ ଆଉ ଗୋଟିଏ ନମୁନା ପଜିଟିଭ୍‌ ବାହାରିଛି। ଏହା ଜଣାପଡିବା ପରେ ଦେଶବ୍ୟାପୀ ହଇଚଇ…

ପୁଣି ଚିଲିକାରେ ବୁଡିଗଲା ଡଙ୍ଗା: ୫ ଗୁରୁତର

ବାଲୁଗାଁ,୨।୨(ଡି.ଏନ.ଏ.): ପୁଣି ଚିଲିକାରେ ଡଙ୍ଗା ବୁଡିଛି। ରବିବାର ୨୫ ଜଣ ଯାତ୍ରୀ କାଳିଜାଇ ଦର୍ଶନ ସାରି ଡଙ୍ଗାରେ ଫେରୁଥିବାବେଳେ ଚିଲିକା ମଝିରେ ଡଙ୍ଗାଟି ବୁଡିଯାଇଥିଲା। ଫଳରେ ସେଥିରେ ଥିବା ଯାତ୍ରୀଙ୍କୁ ଅନ୍ୟ ମତ୍ସ୍ୟଜୀବୀ ଡ଼ଙ୍ଗାରେ ଉଦ୍ଧାର କରିଥିଲେ। ସେମାନଙ୍କ ମଧ୍ୟରୁ ୫…

ଲାଲ୍‌ଚୌକରେ ସିଆର୍‌ପିଏଫ୍‌ ଯବାନଙ୍କ ଉପରେ ଆତଙ୍କବାଦୀଙ୍କ ଗ୍ରେନେଡ୍‌ ମାଡ଼

ଶ୍ରୀନଗର,୨।୨: ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀରରେ ପୁଣିଥରେ ଗ୍ରେନେଡ୍‌ ମାଡ଼ କରିଛନ୍ତି। ରବିବାର ଶ୍ରୀନଗର ଲାଲ୍‌ଚୌକଠାରେ ମୁତୟନ ଥିବା ସିଆର୍‌ପିଏଫ୍‌ ସି-୧୭୧ ବାଟାଲିୟନ୍‌ ଯବାନଙ୍କ ଉପରେ ଗ୍ରେନେଡ୍‌ ମାଡ଼ କରାଯାଇଛି। ଏଥିରେ ୨ ଜଣ ସିଆର୍‌ପିଏଫ୍‌ ଯବାନ ଆହତ ହୋଇଥିବାବେଳେ ଅନ୍ୟ ୨ ଜଣ…

କଂଗ୍ରେସ ଜାରି କଲା ଘୋଷଣା ପତ୍ର: ବେକାର ଯୁବବର୍ଗଙ୍କୁ ମାସିକ ୫୦୦୦ରୁ ୭୫୦୦ ଟଙ୍କା ଭତ୍ତା

ନୂଆଦିଲ୍ଲୀ,୨।୨: ଆଗକୁ ଦିଲ୍ଲୀ ବିଧାନସଭା ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ପକ୍ଷରୁ ଏହାର ଘୋଷଣା ପତ୍ର ଜାରି କରାଯାଇଛି। ସମସ୍ତଙ୍କୁ ୩୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍‌ ଯୋଗାଇବା ପାଇଁ କଂଗ୍ରେସ ଏହାର ଘୋଷଣା ପତ୍ରରେ ସୂଚନା ଦେଇଛି। ସେହିପରି…

ରବି ସିଂଙ୍କ ବିୟୋଗରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ଶେଷକୃତ୍ୟ

ଭୁବନେଶ୍ୱର,୨।୨(ବ୍ୟୁରୋ): ବିପ୍ଲବୀ କବି ରବି ସିଂଙ୍କ ପରଲୋକକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରକାଶ କରିଛନ୍ତି। ଟୁଇଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ବିପ୍ଲବୀ କବି ରବି ସିଂଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଆ ସାହିତ୍ୟ ଜଗତକୁ ସମୃଦ୍ଧ କରିଥିବା…

ଦାବିନ୍ଦରଙ୍କ ଆତଙ୍କବାଦୀ ଲିଙ୍କ୍‌: ଜମ୍ମୁ-କଶ୍ମୀରରେ ଏନ୍‌ଆଇଏ ଚଢ଼ାଉ

ଶ୍ରୀନଗର,୨।୨: ଡିଏସ୍‌ପି ଦାବିନ୍ଦର ସିଂଙ୍କ ଆତଙ୍କବାଦୀ ଲିଙ୍କ୍‌ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ଏନ୍‌ଆଇଏ ପକ୍ଷରୁ ଜମ୍ମୁ-କଶ୍ମୀରର କେତେକ ସ୍ଥାନରେ ରବିବାର ଚଢ଼ାଉ କରାଯାଇଛି। କିଛି କାର୍ଯ୍ୟାଳୟ ଏବଂ ଘରୋଇ ଅଞ୍ଚଳରେ ଏନ୍‌ଆଇଏ ପକ୍ଷରୁ ଚଢ଼ାଉ କରାଯାଇଥିବା କୁହାଯାଉଛି। ସୂଚନାଯୋଗ୍ୟ,…

ପରଲୋକରେ ବିପ୍ଳବୀ କବି ରବି ସିଂ

କଟକ ଅଫିସ,୨।୨: ବିପ୍ଳବୀ କବି ରବି ସିଂଙ୍କ ପରଲୋକ ଘଟିଛି। କଟକସ୍ଥିତ ଖପୁରିଆ ବାସଭବନରେ ରବିବାର ଭୋର ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା। ଦୀର୍ଘଦିନ ଧରି ସେ ବାର୍ଦ୍ଧକ୍ୟଜନିତ ରୋଗରେ…

ଭାରତ-ବାଂଲାଦେଶ ମିଳିତ ସମରାଭ୍ୟାସ: ସମ୍ପ୍ରିତି-୯

ଶିଲଂ,୨।୨: ଭାରତ-ବାଂଲାଦେଶ ମଧ୍ୟରେ ମିଳିତ ସମରାଭ୍ୟାସ ସମ୍ପ୍ରିତି-୯ ସୋମବାରଠାରୁ ଆରମ୍ଭ ହେବ। ମେଘାଳୟର ଶିଲଂସ୍ଥିତ ଉମରୋଇ କ୍ୟାଣ୍ଟନମେଣ୍ଟ୍‌ରେ ଏହି ମିଳିତ ସମରାଭ୍ୟାସ ଅନୁଷ୍ଠିତ ହେବ। ଆତଙ୍କବାଦୀଙ୍କ ବିରୋଧ କିଭଳି ଉନ୍ନତ ଧରଣର ସର୍ଚ୍ଚ ଅପରେଶନ୍‌ କରାଯିବ ସେ ସମ୍ପର୍କରେ ଏହି ମିଳିତ…

ବୁହାନ ଏୟାରଲିଫ୍ଟ: ଦିଲ୍ଲୀରେ ପହଞ୍ଚିଲେ ପୁଣି ୩୨୩ ଭାରତୀୟ

ନୂଆଦିଲ୍ଲୀ,୨।୨: କରୋନା ଭୁତାଣୁ ଚାଇନାର ବୁହାନରେ ମହାମାରୀ ସୃଷ୍ଟି କରିଛି। ବୁହାନରେ ଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା କାର୍ଯ୍ୟ ଜାରି ରହିଛି। ଶନିବାର ପ୍ରଥମ ଥର ଏୟାରଲିଫ୍ଟରେ ୩୨୪ ଭାରତୀୟ ବୁହାନରୁ ଭାରତ ଫେରିଥିଲେ। ରବିବାର ପୂର୍ବାହ୍ନ ୯ଟା ୧୦ରେ…

କରୋନା ମୃତ୍ୟୁ ସଂଖ୍ୟା ୩୦୦ ଟପିଲା: ୨୪ ଘଣ୍ଟାରେ ୪୫ ଜଣ ମୃତ

ନୂଆଦିଲ୍ଲୀ,୨।୨: ଚାଇନାର ବୁହାନରେ କରୋନା ମହାମାରୀ ରୂପ ନେଇଛି। ଇତିମଧ୍ୟରେ କରୋନା ଭୁତାଣୁ ସଂକ୍ରମଣରେ ୩୦୪ ଜଣଙ୍କ ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୪୫ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ଚାଇନା ଗଣମାଧ୍ୟମ ପକ୍ଷରୁ ସୂଚନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri