Home Middle

ପ୍ରଧାନମନ୍ତ୍ରୀ ଭାବେ ଇନ୍ଦିରା ଗାନ୍ଧୀଙ୍କୁ ପଛରେ ପକାଇଲେ ମୋଦି, ଜାଣନ୍ତୁ କେତେ ଆଗରେ ନେହେରୁ…

ନୂଆଦିଲ୍ଲୀ,୨୫ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆଉ ଏକ ନୂଆ ରେକର୍ଡ କରିବାକୁ ଯାଉଛନ୍ତି। ମୋଦି ସବୁଠାରୁ ଅଧିକ ସମୟ ପାଇଁ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିବା ଦ୍ୱିତୀୟ ନେତା ହେବାକୁ ଯାଉଛନ୍ତି। ସେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ୪ ହଜାର ୭୮…

ମଣିପୁରରେ ଆଉ ୬ ମାସ ବୃଦ୍ଧି ହେଲା ରାଷ୍ଟ୍ରପତି ଶାସନ

ଇମ୍ଫାଲ,୨୫ା୭: ମଣିପୁରରେ ଆଉ ୬ ମାସ ପାଇଁ ବୃଦ୍ଧି ହୋଇଛି ରାଷ୍ଟ୍ରପତି ଶାସନ। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା ଆଗତ ପ୍ରସ୍ତାବ ଉପରେ ସଂସଦର ମୋହର ବାଜିଛି। ଫେବୃଆରୀ ୧୩ରୁ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ…

୧୨ ଘଣ୍ଟାରେ ଲଘୁଚାପ ନେବ ଅବପାତ ରୂପ, ଓଡ଼ିଶାର ବର୍ଷା ନେଇ ସତର୍କ ସୂଚନା

ନୂଆଦିଲ୍ଲୀ,୨୫ା୭: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଏହି ଲଘୁଚାପ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରି…

‘ଯୌନ ସମ୍ପର୍କ କ୍ଷେତ୍ରରେ ସହମତି ପାଇଁ ବୟସ ୧୬ ହେଉ’

ନୂଆଦିଲ୍ଲୀ,୨୫ା୭(ପି.ଟି.): ଯୌନ ସମ୍ପର୍କ କ୍ଷେତ୍ରରେ ସହମତି ପାଇଁ ବୈଧାନିକ ବୟସସୀମା ୧୮ ବର୍ଷରୁ ୧୬ ବର୍ଷକୁ ହ୍ରାସ କରାଯାଉ ବୋଲି ଆମିକସ୍‌ କ୍ୟୁରି ତଥା ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି। ‘ନିପୁନ୍‌ ସାକ୍ସେନା ବନାମ କେନ୍ଦ୍ର ସରକାର’…

ଅମରେଶ ଜେନାଙ୍କ ନାଁରେ ସଙ୍ଗୀନ ଅଭିଯୋଗ: ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ, ଆତ୍ମାହୁତି ଦେବି କହି…

ଭୁବନେଶ୍ୱର,୨୪।୭: ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି ଜଣେ ଯୁବତୀ। ସୂଚନାନୁଯାୟୀ, ଅମରେଶ ଯୁବତୀଙ୍କ ସହ ୨୦୨୩ରୁ ସମ୍ପର୍କ ରଖିଥିବା ବେଳେ…

IASସ୍ତରରେ ପୁଣି ବଡ଼ ଅଦଳବଦଳ: ୧୩ IASଙ୍କୁ ନୂଆ ଦାୟିତ୍ୱ ଦେଲେ ରାଜ୍ୟ ସରକାର, ଜାଣନ୍ତୁ… 

ଭୁବନେଶ୍ୱର,୨୪।୭: IAS ସ୍ତରରେ ପୁଣି ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଗୁରୁବାର ୧୩ଜଣ IAS ଅଫିସରଙ୍କୁ ସରକାର ନୂଆ ଦାୟିତ୍ୱ ପ୍ରଦାନ କରିଛନ୍ତି। ରାଜେଶ ପ୍ରଭାକର ପାଟିଲଙ୍କୁ ସମବାୟ ସଚିବ ଭାବେ ନିଯୁକ୍ତି ମିଳିଥିବା ବେଳେ ବିଜୟ କେତନ…

ପ୍ରତି ଘଣ୍ଟାରେ ସଡ଼କ ଦୁର୍ଘଟଣାରେ ଯାଉଛି ୬ରୁ ଅଧିକ ଜୀବନ: ଚାଞ୍ଚଲ୍ୟକର ତଥ୍ୟ ଉପସ୍ଥାପନ କଲେ ନୀତିନ ଗଡ଼କରୀ

ନୂଆଦିଲ୍ଲୀ,୨୪।୭:କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ରାଜ୍ୟ ସଭାରେ ଏକ ଚାଞ୍ଚଲ୍ୟକର ତଥ୍ୟ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି,୨୦୨୫ ବର୍ଷର ପ୍ରଥମ ୬ ମାସ (ଜାନୁଆରୀରୁ ଜୁନ) ମଧ୍ୟରେ, ସାରା ଦେଶରେ ଜାତୀୟ ରାଜପଥରେ ୨୬,୭୭୦ ଜଣଙ୍କର…

ଛୋଟ ଦୋକାନୀମାନେ UPI ଛାଡ଼ି ନଗଦ ପସନ୍ଦ କରୁଛନ୍ତି: ଭାରତର କ୍ୟାସଲେସ ଅର୍ଥନୀତି ସ୍ବପ୍ନ ସାମ୍ନାରେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୨୪।୭: ଭାରତର ନଗଦହୀନ(କ୍ୟାସଲେସ) ଅର୍ଥନୀତି ଆଡ଼କୁ ଯାତ୍ରା ଏକ ବାସ୍ତବତାର ସମ୍ମୁଖୀନ ହେଉଛି। ଛୋଟ ଦୋକାନୀମାନେ UPI ପେମେଣ୍ଟ ଛାଡ଼ି ନଗଦ ପସନ୍ଦ କରୁଛନ୍ତି। ଆର୍ଥିକ ବିଶେଷଜ୍ଞ ଏହି ପରିବର୍ତ୍ତନର କାରଣ ଭାବେ ବୃଦ୍ଧି ପାଉଥିବା ନିୟମ ପାଳନ ଖର୍ଚ୍ଚ, ଟିକସ…

Asia Cup 2025: ଭାରତ, ପାକିସ୍ତାନ ଗୋଟିଏ ଗ୍ରୁପରେ ଖେଳିବା ସମ୍ଭାବନା, ପାକିସ୍ତାନ ଜିଦ ଆଗରେ ମୁଣ୍ଡ ନୁଆଁଇଲା BCCI

ନୂଆଦିଲ୍ଲୀ,୨୪।୭: ଏସିଆ କପ୍ ୨୦୨୫ ପାଇଁ ଭାରତ ଓ ପାକିସ୍ତାନ ଏକ ଗ୍ରୁପରେ ସ୍ଥାନ ପାଇବାର ସମ୍ଭାବନା ରହିଛି। ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଏହି ବହୁ ପ୍ରତୀକ୍ଷିତ ଟି-୨୦ ଟୁର୍ଣ୍ଣାମେଣ୍ଟ ଅନିଶ୍ଚିତତାରେ ଥିବା ବେଳେ, ଏବେ ଏହାର ଆୟୋଜନ…

ଭାରତ-ବ୍ରିଟେନ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି: ବାର୍ଷିକ ୩୪ ବିଲିୟନ ଡଲାରର ବ୍ୟବସାୟ ବୃଦ୍ଧି ଆଶା

ଲଣ୍ଡନ,୨୪।୭: ଭାରତ ଏବଂ ବ୍ରିଟେନ ଗୁରୁବାର ଏକ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ସ୍ୱାକ୍ଷର କରିଛନ୍ତି, ଯାହା ଦ୍ୱିପାକ୍ଷିକ ବାଣିଜ୍ୟକୁ ବାର୍ଷିକ ୩୪ ବିଲିୟନ ଡଲାର ବୃଦ୍ଧି କରିବ ବୋଲି ଆଶା କରାଯାଉଛି। ୨୦୨୦ରେ ବ୍ରିଟେନ ଇଉରୋପୀୟ ସଂଘ ଛାଡ଼ିବା…

ଭାରତର ପଡୋଶୀ ଦେଶରେ ଭୟଙ୍କର ଯୁଦ୍ଧ: ଗଡୁଛି ଗୋଟିଏ ପରେ ଗୋଟିଏ ମୁଣ୍ଡ

ନୂଆଦିଲ୍ଲୀ,୨୪।୭: ଥାଇଲାଣ୍ଡ ସମ୍ପ୍ରତି କାମ୍ବୋଡିଆର ବିବାଦୀୟ ସାମରିକ ଘାଟି ଉପରେ F-16 ଲଢ଼ୁଆ ବିମାନ ବ୍ୟବହାର କରି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଥାଇ ଅଞ୍ଚଳରେ ପ୍ରବଳ ଗୁଳିମାଡ଼ ଏବଂ ରକେଟ ଆକ୍ରମଣ ହେଉଥିବା ସମୟରେ ଏହି ପଦକ୍ଷେପ ନିଆଯାଇଥିଲା। ଥାଇ…

ଋଷଭ ପନ୍ତଙ୍କ ପାଦ ଆଙ୍ଗୁଠିରେ ଫ୍ରାକଚର, ଇଂଲଣ୍ଡ ସିରିଜରୁ ବାଦ ପଡ଼ିବା ସମ୍ଭାବନା

ମାଞ୍ଚେଷ୍ଟର,୨୪।୭: ଭାରତୀୟ କ୍ରିକେଟ ଦଳର ଷ୍ଟାର ୱିକେଟକିପର-ବ୍ୟାଟର ଋଷଭ ପନ୍ତ ଡାହାଣ ପାଦ ଆଙ୍ଗୁଠିରେ ଫ୍ରାକଚର ଯୋଗୁଁ ଇଂଲଣ୍ଡ ବିପକ୍ଷ ଚାଲିଥିବା ଟେଷ୍ଟ ସିରିଜର ବାକି ମ୍ୟାଚରୁ ବାଦ ପଡ଼ିବାର ସମ୍ଭାବନା ରହିଛି। ମାଞ୍ଚେଷ୍ଟରରେ ଚାଲିଥିବା ଚତୁର୍ଥ ଟେଷ୍ଟର ପ୍ରଥମ ଦିନରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri