ଲେଡି ନକ୍ସଲ କମାଣ୍ଡରରୁ କ୍ୟାବିନେଟ ମନ୍ତ୍ରୀ
ହାଇଦ୍ରାବାଦ,୯।୧୨: ଲେଡି ନକ୍ସଲ କମାଣ୍ଡରୁ ରାଜନୀତି, ପୁଣି ୩ଥର ବିଧାୟକ ଆଉ ଏବେ କ୍ୟାବିନେଟ ମନ୍ତ୍ରୀ। ଯାହା ଏବେ ଚର୍ଚ୍ଚାର ଶିରୋନାମାରେ ରହିଛି। ସିଥାକା! ଯାହାଙ୍କ ପୁରା ନାଁ ହେଉଛି ଡାନ୍ସାରୀ ଅନସୂୟା ସିଥାକା। କିନ୍ତୁ ସିଥାକା ନାଁରେ ଖୁବ୍ ଜଣାଶୁଣା।…
ସୋନିଆଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି
ନୂଆଦିଲ୍ଲୀ,୯।୧୨: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ତାଙ୍କର ୭୭ ତମ ଜନ୍ମଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆ ଏକ୍ସ ମାଧ୍ୟମରେ ମୋଦି ତାଙ୍କର ସୁସ୍ଥ ଓ ଦୀର୍ଘ ଜୀବନ କାମନା କରିଛନ୍ତି। ଦୀର୍ଘ ଦିନ…
ରୁହନ୍ତୁ ସାବଧାନ, ବଜାରରେ ମିଳୁଛି ନକଲି ଚାଇନିଜ ରସୁଣ
ନୂଆଦିଲ୍ଲୀ/ଓ୍ବାଶିଂଟନ,୯।୧୨: ନକଲି ଚାଉଳ ଏବଂ ନକଲି ଅଣ୍ଡା ଭାରତୀୟ ବଜାରରେ ବିକ୍ରି ହେଉଥିବା ନେଇ ଦାବି ହୋଇସାରିଛି। ବର୍ତ୍ତମାନ ଯଦି କୁହାଯାଏ ଯେ ଆପଣଙ୍କ ରୋଷେଇ ଘରେ ରଖାଯାଇଥିବା ସୁନ୍ଦର ଧଳା ରସୁଣ ବାସ୍ତବ ନୁହେଁ କିନ୍ତୁ ନକଲି। ଜଣେ ଆମେରିକୀୟ…
ବିକଶିତ ଭାରତ ସଂକଳ୍ପ ଯାତ୍ରା: ସାମିଲ ହେଲେଣି କୋଟିଏରୁ ଅଧିକ
ନୂଆଦିଲ୍ଲୀ, ୯ା୧୨(ପିଆଇବି): ନଭେମ୍ବର ୧୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାଡ଼ଖଣ୍ଡର ଖୁଣ୍ଟିରେ ଶୁଭାରମ୍ଭ କରିଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ସାରା ଦେଶରେ ନାଗରିକମାନଙ୍କ ସହ ସମ୍ପକର୍ର୍ ବୃଦ୍ଧି ଉଦ୍ଦେଶ୍ୟରେ ଏକ ପରିବର୍ତ୍ତନକାରୀ ଅଭିଯାନ ରୂପେ ଉଭା ହୋଇଛି। ଉଦ୍ଘାଟନର ମାସକ…
ବିଚାର ପୂର୍ବରୁ ଦୀର୍ଘଦିନ ଜେଲରେ ରଖାଯାଇପାରିବ ନାହିଁ
ନୂଆଦିଲ୍ଲୀ,୯ା୧୨: ବିଚାର ପୂର୍ବରୁ ଅଭିଯୁକ୍ତଙ୍କୁ ଦୀର୍ଘଦିନ ଜେଲରେ ରଖାଯାଇପାରିବ ନାହିଁ ବୋଲି ଦିଲ୍ଲୀ ଅବକାରୀ ନୀତି ସ୍ମାମ୍ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି। ଏହି ମାମଲା ସହ ସମ୍ପୃକ୍ତ ବିଶ୍ୱର ଅନ୍ୟତମ ବୃହତ୍ ମଦ କମ୍ପାନୀ ପେର୍ନୋଡ୍ ରିକାର୍ଡ ଇଣ୍ଡିଆର ବରିଷ୍ଠ…
ଅସ୍ତ୍ରବିରତିକୁ ନେଇ ବିଶ୍ୱ ବିଭାଜିତ
ଜେରୁଜେଲମ୍ ,୯ା୧୨: ଦକ୍ଷିଣ ଇସ୍ରାଏଲ୍ ଉପରେ ହମାସ୍ ଅକ୍ଟୋବର ୭ରେ ଆକ୍ରମଣ କରିଥିଲା। ଏହି ଆକ୍ରମଣକୁ ୨ ମାସ ପୂରିଥିବାବେଳେ ଜୋର୍ଡାନ ନଦୀ ଏବଂ ଭୂମଧ୍ୟସାଗର ମଧ୍ୟବର୍ତ୍ତୀ ଭୂଖଣ୍ଡରେ ଧ୍ୱଂସ ଓ ମୃତ୍ୟୁର ବିଭୀଷିକା ଲାଗି ରହିଛି। ହମାସ ଆତଙ୍କବାଦୀମାନେ ଦକ୍ଷିଣ…
ମର୍ଣ୍ଣିଂ କନସଲ୍ଟ ରେଟିଂରେ ମୋଦି ବିଶ୍ୱର ସବୁଠାରୁ ପପୁଲାର ନେତା ଲିଷ୍ଟର ଟପ୍ରେ
ନୂଆଦିଲ୍ଲୀ,୯।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମର୍ନିଂ କନସଲ୍ଟର ଗ୍ଲୋବାଲ ଲିଡର ଆପ୍ରୁଭାଲ ରେଟିଂ ଟ୍ରାକର ଉପରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ୭୬ପ୍ରତିଶତ ଅନୁମୋଦନ ସହିତ ବିଶ୍ୱର ୨୨ଲୋକପ୍ରିୟ ନେତାଙ୍କ ତାଲିକାରେସେ ଶୀର୍ଷରେ ଅଛନ୍ତି। ଏହି ତାଲିକାରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ,…
ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଭୟଙ୍କର ଅଗ୍ନୀକାଣ୍ଡ, ୧୪ ମୃତ, ୧୮ ଗୁରୁତର
ବାଗଦାଦ,୯।୧୨: ଇରାକର ଉତ୍ତର ସହର ଏରବିଲର ଏକ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଅଗ୍ନିକାଣ୍ଡରେ ଅତି କମରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୮ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ଶୁକ୍ରବାର (8 ଡିସେମ୍ବର) ସାରେ ଘଟିଛି। ସୋରାନର ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟର…
କଟକରେ ପୁଣି ବିଡବ୍ଲ୍ୟୁଏଫ୍ ଟୁର୍ ସୁପର-୧୦୦
କଟକ,୯ା୧୨(ସୁପ୍ରିୟା ପ୍ରିୟଦର୍ଶିନୀ): ରାଜ୍ୟ ବ୍ୟାଡ୍ମିଣ୍ଟନ ପ୍ରେମୀମାନଙ୍କୁ ପୁଣି ଥରେ ଅନେକ ତାରକା ଖେଳାଳିଙ୍କୁ ଦେଖିବାର ସୁଯୋଗ ମିଳିବ। କାରଣ କଟକରେ ପୁଣି ଥରେ ଆୟୋଜନ ହେବାକୁ ଯାଉଛି ଏସିଆ ମହାଦେଶର ଅନ୍ୟତମ ମର୍ଯ୍ୟାଦାଜନକ ଟୁର୍ନାମେଣ୍ଟ ବିଡବ୍ଲ୍ୟୁଏଫ ଟୁର୍ ସୁପର-୧୦୦। ଆସନ୍ତା ୧୨…
ନୂଆବର୍ଷରୁ ଶ୍ରୀମନ୍ଦିରରେ ପାନ, ଗୁଟ୍ଖା ବନ୍ଦ
ପୁରୀ, ୯ା୧୨(ଅଜିତ ମହାନ୍ତି): ଶ୍ରୀମନ୍ଦିର ପରିସରରେ ପାନ, ଗୁଟ୍ଖା ସେବନ ବନ୍ଦ ଏବଂ ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ଉପରେ ଶ୍ରୀମନ୍ଦିର ପ୍ରଶାସନ ଗୁରୁତ୍ୱ ଦେଉଛି। ନୂଆବର୍ଷଠାରୁ ଭକ୍ତମାନେ ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ କରି ଆସିବାକୁ ଥିବାରୁ ଏ ନେଇ ପୂର୍ବରୁ ସେବାୟତ…
କେରଳ ସିପିଆଇ ନେତା କାନମ ରାଜେନ୍ଦ୍ରଙ୍କ ପରଲୋକ
ଥିରୁଭାନନ୍ତପୁରମ,୮।୧୨: କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ(ସିପିଆଇ) କେରଳ ରାଜ୍ୟ ସମ୍ପାଦକ କାନମ ରାଜେନ୍ଦ୍ର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କୋଚିର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଶୁକ୍ରବାର ତାଙ୍କର ପରଲୋକ ଘଟିଛି। ୭୩ବର୍ଷିୟ କାନମ କିଛି ଦିନ ପୂର୍ବରୁ ସ୍ବାସ୍ଥ୍ୟଗତ…
ଅଡୁଆରେ ବାଇଡେନଙ୍କ ପୁଅ
ଓ୍ବାଶିଂଟନ,୮ା୧୨: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ପୁଅ ହଣ୍ଟର ବାଇଡେନ୍ କାଲିଫର୍ନିଆରେ ୯ଟି ଟିକସ ଠକେଇ ମାମଲାରେ ଗୁରୁବାର ଅଭିଯୁକ୍ତ ହୋଇଛନ୍ତି। ହଣ୍ଟରଙ୍କ ବ୍ୟବସାୟ କାରବାରର ତଦନ୍ତ କରୁଥିବା ସ୍ବତନ୍ତ୍ର କାଉନସେଲ୍ ତାଙ୍କୁ ଅଭିଯକ୍ତ କରିଛନ୍ତି। ୨୦୧୮ରେ ସଂଘୀୟ ଅସ୍ତ୍ରଶସ୍ତ୍ର ଆଇନ…
Archives


