ରାକେଶ ଭଦୌରିଆ ହେବେ ବାୟୁସେନା ମୁଖ୍ୟ
ନୂଆଦିଲ୍ଲୀ,୨୦-୯(ପି.ଟି.): ଏୟାର ମାର୍ଶାଲ ରାକେଶ କୁମାର ସିଂ ଭଦୌରିଆ ଭାରତୀୟ ବାୟୁସେନା (ଆଇଏଏଫ୍)ର ପରବର୍ତ୍ତୀ ମୁଖ୍ୟ ହେବାକୁ ଯାଉଛନ୍ତି। ହାଲୁକା ଲଢ଼ୁଆ ବିମାନ ତେଜସ୍ର ପରୀକ୍ଷାମୂଳକ ଉଡାଣ ସହ ସମ୍ପୃକ୍ତ ଥିବା ରାକେଶଙ୍କର ୨୬ଟି ଲଢ଼ୁଆ ବିମାନ ଓ ପରିବହନ ବିମାନ…
କେନ୍ଦ୍ରମନ୍ତ୍ରୀ ସୁପ୍ରିୟୋ ହଟହଟା
କୋଲକାତା,୨୦-୯(ପି.ଟି.):ଏବିଭିପି ପକ୍ଷରୁ ଆୟୋଜିତ ଏକ ସେମିନାରରେ ଉଦ୍ବୋଧନ ଦେବାକୁ ଯାଇଥିବା କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କୁ ଯାଦବପୁର ବିଶ୍ୱବିଦ୍ୟାଳୟରେ ହଟହଟା ହେବାକୁ ପଡ଼ିଛି। ଗୋଟିଏ ଛାତ୍ରଗୋଷ୍ଠୀ ତାଙ୍କୁ କଳାପତାକା ଦେଖାଇ ଠେଲାପେଲା କରିଥିଲେ। ଘଟଣାସ୍ଥଳରେ ବିଶ୍ୱବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ଜଗଦୀପ ଧନ୍ଖର…
ସୁପର ୩୦ ପ୍ରତିଷ୍ଠାତା ଆମେରିକାରେ ପୁରସ୍କୃତ
ଓ୍ବାଶିଂଟନ,୨୦-୯(ପି.ଟି.):ସୁପର ୩୦ର ପ୍ରତିଷ୍ଠାତା ଆନନ୍ଦ କୁମାରଙ୍କୁ ଆମେରିକାରେ ପୁରସ୍କୃତ କରାଯାଇଛି। ପ୍ରତିବର୍ଷ ୩୦ ଜଣ ଗରିବ ଛାତ୍ରୀଛାତ୍ରଙ୍କୁ ମାଗଣାରେ ପ୍ରଶିକ୍ଷଣ ଦେଇ ସେମାନଙ୍କୁ ଆଇଆଇଟି ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ କରୁଥିବା ଏହି ଖ୍ୟାତନାମା ଗଣିତଜ୍ଞଙ୍କୁ ଆମେରିକାର ଫାଉଣ୍ଡେଶନ୍ ଫର୍ ଏକ୍ସେଲେନ୍ସ…
ଆଫଗାନିସ୍ତାନରେ ରାଷ୍ଟ୍ରପତି ନିର୍ବାଚନକୁ ୯ ଦିନ:ତାଲିବାନ ଆକ୍ରମଣରେ ୨୦ ନିହତ
କାବୁଲ,୨୦-୯(ଆଇଏଏନ୍ଏସ୍):ଯୁଦ୍ଧ ପ୍ରଭାବିତ ଆଫଗାନିସ୍ତାନରେ ତାଲିବାନର ଆଉ ଏକ ଆକ୍ରମଣ। ଏଥର ଜାବୁଲ ପ୍ରଦେଶର କଲାତ୍ ସହରସ୍ଥିତ ଏକ ହସ୍ପିଟାଲକୁ ଟାର୍ଗେଟ କରିଛି ଏହି ଆତଙ୍କବାଦୀ ସଙ୍ଗଠନ। ଗୁରୁବାର ସକାଳ ୬ଟାରେ ବିସ୍ଫୋରକ ବୋଝେଇ ଏକ ଟ୍ରକ୍ ଉକ୍ତ ହସ୍ପିଟାଲକୁ ଧକ୍କା ଦେଇଥିଲା।…
ନେତାନ୍ୟାହୁଙ୍କୁ ନିର୍ବାଚନୀ ଝଟକା
ଜେରୁଜେଲମ୍,୨୦-୯:ପଞ୍ଚମଥର ପାଇଁ କ୍ଷମତାସୀନ ହେବାକୁ ଅଣ୍ଟାଭିଡ଼ିଥିବା ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେନ୍ୟାମିନ୍ ନେତାନ୍ୟାହୁଙ୍କୁ ଗୁରୁବାର ନିର୍ବାଚନୀ ଝଟ୍କା ଲାଗିଛି। ନିର୍ବାଚନରେ ନେତାନ୍ୟାହୁଙ୍କ ନେତ୍ୱତ୍ୱାଧୀନ ଦକ୍ଷିଣପନ୍ଥୀ ଶାସକ ଦଳ ଲିକୁଡ୍ ପାର୍ଟିକୁ ୩୧ ଆସନ ମିଳିଛି। ଅନ୍ୟପକ୍ଷରେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ବେନ୍ନି ଗାଂଜଙ୍କ ଦଳ…
ପାକିସ୍ତାନ ବିଛାଇଛି କୁହୁକ ଜାଲ
ନୂଆଦିଲ୍ଲୀ,୨୦-୯(ଆଇଏଏନ୍ଏସ୍):ପାକିସ୍ତାନର ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ (ଆଇଏସ୍ଆଇ) ପକ୍ଷରୁ ଚାଲିଥିବା ଏକ ‘କଲ୍ ସେଣ୍ଟର’ର ପର୍ଦ୍ଦାଫାଶ କରିବାରେ ଭାରତୀୟ ଗୋଇନ୍ଦା ସଂସ୍ଥାଗୁଡ଼ିକୁ ବଡ଼ ସଫଳତା ମିଳିଛି। ଏହି କଲ୍ ସେଣ୍ଟରରୁ ଆଇଏସ୍ଆଇ ହନିଟ୍ରାପ୍ ବିଛାଇ ଭାରତୀୟ ଯବାନଙ୍କୁ ଫସାଉଥିଲା ବୋଲି ଜଣାପଡ଼ିଛି। ରାଜଧାନୀ ଇସ୍ଲାମାବାଦଠାରୁ…
ଜାତୀୟ ଜଳମାର୍ଗ ବିଲ୍:ବିରୋଧ କରିଥିଲେ ଅଧିକାଂଶ ରାଜ୍ୟ
ନୂଆଦିଲ୍ଲୀ,୨୦-୯(ପି.ଟି.):କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ଜାତୀୟ ଜଳମାର୍ଗ ବିଲ୍କୁ ବିଭିନ୍ନ ରାଜ୍ୟ ବିରୋଧ କରିଥିଲେ। ଏପରିକି ଭାଜପା ଶାସିତ ରାଜ୍ୟଗୁଡ଼ିକ ମଧ୍ୟ ଏହା ସପକ୍ଷରେ ନ ଥିଲେ। ୨୦୧୫ରେ କେନ୍ଦ୍ର ସରକାରଙ୍କ ଏହି ପ୍ରସ୍ତାବିତ ବିଲ୍କୁ ମଧ୍ୟପ୍ରଦେଶର ତତ୍କାଳୀନ ଶିବରାଜ ସିଂ…
ପଶ୍ଚିମ ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରସଙ୍ଗ: ୩ ଦିନ ସରକାରୀ କଳ ବନ୍ଦ କରିବାକୁ ନିଷ୍ପତ୍ତି
ସମ୍ବଲପୁର,୨୦-୯ (ବ୍ୟୁରୋ):ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ସମ୍ବଲପୁର ଜିଲା ଓକିଲ ସଂଘ ପକ୍ଷରୁ ଗୁରୁବାର ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲା କ୍ରିୟାନୁଷ୍ଠାନ କମିଟି ସଭାପତି ପ୍ରଦୀପ ବହିଦାର ବୈଠକରେ ଅଧ୍ୟକ୍ଷତା କରିଥିଲେ। ସ୍ଥାୟୀ…
ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହ ୬୬୨ ବର୍ଗ କଲେଜ ସଂଘର ଆଲୋଚନା: ୭ମ ବେତନ କମିଶନ ଦରମା ଦାବି
ଭୁବନେଶ୍ୱର,୨୦-୯(ବ୍ୟୁରୋ):ସରକାରୀ କର୍ମଚାରୀଙ୍କଠାରୁ ଆରମ୍ଭକରି ବିଭିନ୍ନ ସରକାରୀ ଉଦ୍ୟୋଗ, ପୌରସଂସ୍ଥାର କର୍ମଚାରୀମାନେ ସପ୍ତମ ବେତନ କମିଶନଙ୍କ ସୁପାରିସ ହାରରେ ଦରମା ପାଉଛନ୍ତି। ମାତ୍ର ବ୍ଲକଗ୍ରାଣ୍ଟ ପାଉଥିବା ୬୬୨ ବର୍ଗ କଲେଜ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ଏଥିରୁ ବଞ୍ଚିତ କରାଯାଇଛି। ତୁରନ୍ତ ସପ୍ତମ ବେତନ…
ଅନୁପ୍ରବେଶକାରୀଙ୍କୁ ସହଯୋଗ ଦେଇଛନ୍ତି ରାଜନେତା: ହଇରାଣ ହୋଇପାରନ୍ତି ମୂଳବାସିନ୍ଦା
ଭୁବନେଶ୍ୱର,୨୦-୯(ବ୍ୟୁରୋ):ଭାରତରେ ରହୁଥିବା ବେଆଇନ ପ୍ରବାସୀଙ୍କୁ ଚିହ୍ନଟ କରି ବିଦା କରାଯିବ। ଏଥିଲାଗି ଜାତୀୟ ନାଗରିକ ପଞ୍ଜିକା(ଏନ୍ଆର୍ସି) ସାରା ଦେଶରେ ଲାଗୁ କରାଯିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବୁଧବାର ସୂଚନା ଦେଇଛନ୍ତି। ପୂର୍ବରୁ କେନ୍ଦ୍ର ସରକାର ଏହି ନିୟମ ଆସାମରେ…
ପିଟିପିଟି ଯୁବକଙ୍କୁ ହତ୍ୟା
ଭଦ୍ରକ ଅଫିସ୍, ୨୦-୯: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଉତରାଗଡ଼ିଆ ପାଟଣାରେ ଜଣେ ଯୁବକଙ୍କୁ ଲୁହା ରଡ୍ରେ ପିଟି ହତ୍ୟା କରାଯାଇଛି। ମୃତକ ହେଲେ ଉକ୍ତ ଗ୍ରାମର ବିଜୟ ବେହେରା(୪୦)। ରାସ୍ତା ଉପରେ ବାଲି ରଖିବାକୁ କେନ୍ଦ୍ରକରି ଗୁରୁବାର ରାତିରେ ଗଁାର…
୨୦୨୦ ମାର୍ଚ୍ଚ ସୁଦ୍ଧା ସବୁ ପୌରାଞ୍ଚଳକୁ ବିଶୁଦ୍ଧ ପାନୀୟ ଜଳ
ଭୁବନେଶ୍ୱର, ୨୦-୯(ବ୍ୟୁରୋ):୨୦୨୦ ମାର୍ଚ୍ଚ ସୁଦ୍ଧା ରାଜ୍ୟର ୧୧୪ ପୌରାଞ୍ଚଳର ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟ ଜଳ ପାଇପ ଯୋଗେ ଯୋଗାଇ ଦିଆଯିବ। ଲୋକସେବା ଭବନରେ ଆୟୋଜିତ ଏକ ସମୀକ୍ଷା ବୈଠକ ପରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ…
Archives


