ପୁରୀ

ବୁଧବାର ବନକଲାଗି, ୪ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ ଅଫିସ,୨୨ା୧୦: ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ପ୍ରାୟ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ୪ ଘଣ୍ଟା ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ ବୋଲି ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା…

ବୀରଗୋବିନ୍ଦପୁର ଛକରେ ଦୁର୍ଘଟଣା: ଓଲଟିଲା ବସ୍‌; ଜଣେ ମୃତ, ୨୦ ଆହତ

ସାକ୍ଷୀଗୋପାଳ,୨୨।୧୦(ଡି.ଏନ୍‌.ଏ.): ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ସାକ୍ଷୀଗୋପାଳ ନିକଟବର୍ତ୍ତୀ ବୀରଗୋବିନ୍ଦପୁର ଛକରେ ମଙ୍ଗଳବାର ପୂର୍ବାହ୍ନରେ ବସ୍‌କୁ ବାଇକ ଧକ୍କା ଦେଇଛି। ଏଥିରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଯାତ୍ରୀ ଆହତ ହୋଇଛନ୍ତି। ମୃତ ବାଇକ ଚାଳକ ହେଲେ ଖଣ୍ଡଗିରି ଥାନା…

ହସ୍ପିଟାଲ ବେଡ୍‌ରେ ଲୁହ ଗଡ଼ାଉଛନ୍ତି ନାରୁ ମହାରଣା

ପୁରୀ ଅଫିସ,୨୨ା୧୦: ଓଡ଼ିଶାର ଜଣେ ଆଗଧାଡ଼ିର ଚିତ୍ରଶିଳ୍ପୀ ହେଉଛନ୍ତି ପୁରୀର ନାରାୟଣ (ନାରୁ) ମହାରଣା। ତାଙ୍କ ପ୍ରତିଭା କେବଳ ଓଡ଼ିଶା ଭିତରେ ସୀମିତ ନାହିଁ, ରାଜ୍ୟ ବାହାରେ ବି ସେ ସାଉଣ୍ଟିଛନ୍ତି ଅନେକ ସୁନାମ। ଏଥିପାଇଁ ମର୍ଯ୍ୟାଦାଜନକ ପଦ୍ମଶ୍ରୀ ପୁରସ୍କାର ଲାଗି…

ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଜମି ଅଧିଗ୍ରହଣ ଆରମ୍ଭ: ପ୍ରତ୍ୟକ୍ଷ ଜମି କିଣିଲେ ସରକାର

ପୁରୀ ଅଫିସ,୨୨ା୧୦: ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଜମି ଅଧିଗ୍ରହଣ ଆରମ୍ଭ ହୋଇଛି । ସୋମବାର ବାସେଳିସାହି ଓ ମଣିକର୍ଣ୍ଣିକା ସାହିର ୫ ପରିବାରଠୁ ପ୍ରତ୍ୟକ୍ଷ ଜମି କିଣିଛନ୍ତି ସରକାର। ଏହି ବିସ୍ଥାପିତ ୫ ପରିବାରକୁ ମୋଟ ୮କୋଟି ୪୪ଲକ୍ଷ ଟଙ୍କାର ଚେକ୍‌…

ସମୁଦ୍ରରେ ବୁଡ଼ିଯାଉଥିବା ଦୁଇ ପର୍ଯ୍ୟଟକ ଉଦ୍ଧାର

ପୁରୀ ଅଫିସ,୨୦।୧୦: ସମୁଦ୍ରରେ ବୁଡ଼ିଯାଉଥିବା ବେଳେ ଦୁଇ ପର୍ଯ୍ୟଟକ ରବିବାର ଉଦ୍ଧାର ହୋଇଛନ୍ତି। ସେମାନେ ହେଲେ ପଶ୍ଚିମବଙ୍ଗର ସନ୍ଧ୍ୟା କୁଣ୍ଡୁ ଓ ଟାଟା ନଗର ସେକ୍ଟର ୨ର ରୀନା ସିହ୍ନା। ସମୁଦ୍ର ସ୍ନାନ ସମୟରେ ହଠାତ୍‌ ଏକ ବଡ଼ଧରଣର ଲହଡ଼ି ଆସିବାରୁ…

ମ୍ୟୁନିସିପାଲିଟି ମାର୍କେଟ କମ୍ଲେକ୍ସ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ପୁରୀ ଅଫିସ,୨୦ା୧୦: କିଛି ଦିନର ବ୍ୟବଧାନ ପରେ ପୁରୀରେ ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ରବିବାର ସକାଳେ ମାର୍କେଟ ଛକସ୍ଥିତ ମ୍ୟୁନିସିପାଲିଟି ମାର୍କେଟ କମ୍ଲେକ୍ସକୁ ଉଚ୍ଛେଦ କରାଯାଉଛି। ଏହି ମାର୍କେଟ କମ୍ଲେକ୍ସ ଅସୁରକ୍ଷିତ ହୋଇପଡ଼ିଥିବା ନେଇ ପୌରସଂସ୍ଥା ପକ୍ଷରୁ ବ୍ୟବସାୟୀମାନଙ୍କୁ…

ଶ୍ରୀମନ୍ଦିରରେ ହେଲା ଦିବା ପହୁଡ଼: ଦିନରେ ୨ ଘଣ୍ଟା ୧୦ ମିନିଟ୍‌ ଶୋଇଲେ ଠାକୁର

ପୁରୀ ଅଫିସ, ୨୦ା୧୦: ଶ୍ରୀମନ୍ଦିରରେ ଶନିବାର ନିର୍ଘଣ୍ଟ ସମୟରେ ନୀତି ଅନୁଷ୍ଠିତ ହୋଇ ଠାକୁରଙ୍କ ଦିବା ପହୁଡ଼ ସମ୍ପନ୍ନ ହୋଇଛି। ଅପରାହ୍ନ ୩ଟା ୩୫ରେ ପହୁଡ଼ ହୋଇ ୫ଟା ୪୫ରେ ଦ୍ୱାର ଫିଟା ଯାଇଥିଲା। ଫଳରେ ମହାପ୍ରଭୁ ଦିନରେ ୨ ଘଣ୍ଟା…

ସୁପ୍ରିମ୍‌କୋର୍ଟ ବିଚାରପତିଙ୍କୁ ଶ୍ରୀମନ୍ଦିରରେ ଦୁର୍ବ୍ୟବହାର

ପୁରୀ ଅଫିସ, ୨୦ା୧୦: ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ପାଇଁ ସେବାୟତ, କର୍ମଚାରୀ, ଜେଟିପି(ଜଗନ୍ନାଥ ଟେମ୍ପୁଲ ପୋଲିସ)ଙ୍କୁ ବାରମ୍ବାର ଶୃଙ୍ଖଳାର ଜ୍ଞାନ ପଢ଼ାଉଛି ପ୍ରଶାସନ। ଏମିତିକି କଠୋର ଆଭିମୁଖ୍ୟ ବି ଆପଣାଉଛି। ତଥାପି ଅନେକେ ସେମାନଙ୍କ ଆଚରଣ ଓ…

ଭିଜିଲାନ୍ସର ରେକର୍ଡପତ୍ର ଯାଞ୍ଚ: ସ୍ବୀକାର କଲେ ଅଧ୍ୟକ୍ଷ

ପୁରୀ ଅଫିସ,୧୯ା୧୦: ପୁରୀ ଗୋପବନ୍ଧୁ ଆୟୁର୍ବେଦ କଲେଜ ସମ୍ମିଳନୀ କକ୍ଷ ଭଡା ବାବଦ ଆଦୟ ଅର୍ଥରେ ବ୍ୟାପକ ଅନିୟମିତତା ହୋଇଛି। ଗତ ସେପ୍ଟେମ୍ବର ୧୧ରେ ଏନେଇ ଧରିତ୍ରୀରେ ଏକ ଖବର ପ୍ରକାଶ ପାଇଥିଲା। ଶୁକ୍ରବାର ପୁରୀ ଦୁର୍ନୀତି ନିବାରଣ ସଂସ୍ଥା କଲେଜରେ…

ବିପଦପୂର୍ଣ୍ଣ ହେଉଛି ସମୁଦ୍ର ସ୍ନାନ

ପୁରୀ ଅଫିସ, ୧୮ା୧୦: ଆସୁଛି ପର୍ଯ୍ୟଟନ ଋତୁ। ଏଥିପାଇଁ ପୁରୀକୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବ। ସାଧାରଣତଃ ଶ୍ରୀମନ୍ଦିର ଦର୍ଶନ ପରେ ସ୍ବର୍ଣ୍ଣାଭ ବେଳାଭୂମିରେ ବୁଲିବା ଓ ସମୁଦ୍ରରେ ସ୍ନାନ କରିବାକୁ ପର୍ଯ୍ୟଟକ ପସନ୍ଦ କରିଥାନ୍ତି। ତେବେ ପୁରୀ ସମୁଦ୍ର ପର୍ଯ୍ୟଟକଙ୍କ…

ଏନ୍‌କାଉଣ୍ଟର : ଦୁର୍ଦ୍ଦାନ୍ତ ଅପରାଧୀ ଭାଗୁ ଆହତ

ପୁରୀ ଅଫିସ,୧୮।୧୦: ପୁରୀ- ଭୁବନେଶ୍ବର ଜାତୀୟ ରାଜପଥ ପିପିଲି ବାଇପାସ୍‌ ରାସ୍ତା ତରାକାଜ ଓଭରବ୍ରିଜ ପାର୍ଶ୍ୱରେ ଗୁରୁବାର ବିଳମ୍ବିତ ରାତିରେ ଏନ୍‌କାଉଣ୍ଟର ହୋଇଛି। ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ବାଲିଘାଟର ଭାଗିରଥି ପ୍ରଧାନ ଓରଫ ଭାଗୁ ଗୁରୁତର ହୋଇଛନ୍ତି। ଗୁଳି ତାଙ୍କ…

ମହିଳାଙ୍କୁ ଯୌନ ଶୋଷଣ, ବ୍ଲାକମେଲିଂ ଅଭିଯୋଗ: କନଷ୍ଟେବଳ କୋର୍ଟଚାଲାଣ

ସାକ୍ଷୀଗୋପାଳ, ୧୭।୧୦(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀ ଥାନା ଅଞ୍ଚଳର ଜନୈକା ବିବାହିତା ମହିଳାଙ୍କୁ ଯୌନ ଶୋଷଣ ଓ ବ୍ଲାକମେଲିଂ ଅଭିଯୋଗରେ ଜଣେ ପୋଲିସ କନେଷ୍ଟବଳଙ୍କୁ ବୁଧବାର ଗିରଫ କରାଯାଇଥିଲା। ସେ ହେଲେ ଗଙ୍ଗାଧର ରାଉତ। ଗଙ୍ଗାଧର ନିମାପଡ଼ା ଥାନାରେ ସହକାରୀ ଡ୍ରାଇଭର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri