ଆମ ଜିଲା ଖବର

ପ୍ରସ୍ତାବିତ ଓଭରବ୍ରିଜ ପାଇଁ ଉଚ୍ଛେଦକୁ ବିରୋଧ

ବାରିପଦା ଅଫିସ,୩୧ା୧- ମୟୂରଭଞ୍ଜ ଜିଲା ବାରିପଦା ସହରର ପାଳବଣି ଗୋଲେଇଠାରୁ କୃଷ୍ଣଚନ୍ଦ୍ର ଗୋଲେଇ ମଧ୍ୟରେ ରେଳ ଓ ପୂର୍ତ୍ତ ବିଭାଗ ପକ୍ଷରୁ ମିଳିତ ଭାବେ ଓଭରବ୍ରିଜ ନିର୍ମାଣ କରାଯିବ। ଏଥିପାଇଁ ମାଟି ପରୀକ୍ଷା ସରିଥିବା ବେଳେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ...

ଧର୍ମଘଟ ଯୋଗୁ ବ୍ୟାଙ୍କ ସେବା ବାଧାପ୍ରାପ୍ତ

ବାରିପଦା ଅଫିସ,୩୦ା୧- ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ(ୟୁଏଫବିୟୁ) ତରଫରୁ ୨ ଦିନିଆ ବ୍ୟାଙ୍କ ଧର୍ମଘଟ ଆରମ୍ଭ ହୋଇଛି। ଶୁକ୍ରବାର ୟୁନିୟନର କର୍ମକର୍ତ୍ତାମାନେ ବାରିପଦାର ବ୍ୟାଙ୍କ ଅଫ ଇଣ୍ଡିଆ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଓ ଅନ୍ୟ ସମସ୍ତ ରାଷ୍ଟ୍ରାୟତ୍ତ...

ରାଜ୍ୟକୁ ମଦମୁକ୍ତ ଦାବିରେ ବିକ୍ଷୋଭ: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ବାଲେଶ୍ୱର ଅଫିସ, ୩୧।୧-ବାଲେଶ୍ୱର ଉତ୍କଳ ମହିଳା ସମିତି ପକ୍ଷରୁ ରାଜ୍ୟକୁ ମଦ ମୁକ୍ତ କରିବା ପାଇଁ ଶୁକ୍ରବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ଅତିରିକ୍ତ ଜିଲାପାଳ ସମ୍ବିତ କୁମାର ନାୟକଙ୍କ ମାଧ୍ୟମରେ ପ୍ରଦାନ କରିଛନ୍ତି। ଉତ୍କଳ ମହିଳା ସମିତିର ଜିଲା...

ସିଏଏକୁ ସମର୍ଥନ କରି ଭାଜପାର ଶୋଭାଯାତ୍ରା

ରାୟଗଡ଼ା ଅଫିସ,୩୧।୧: ନାଗରିକ ସଂଶୋଧନ ଆଇନ (ସିଏଏ)କୁ ସମର୍ଥନ କରି ରାୟଗଡ଼ା ଜିଲା ଭାଜପା ପକ୍ଷରୁ ଶୁକ୍ରବାର ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ଏକ ଶୋଭାଯାତ୍ରା ବାହାରି ଗଜପତି ଛକରେ ପହଞ୍ଚିଥିଲାା ପରେ ସେଠାରେ ଥିବା...

ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ ପକ୍ଷରୁ ଧର୍ମଘଟ

ରାୟଗଡ଼ା ଅଫିସ,୩୧।୧: ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ ପକ୍ଷରୁ ଜାନୁୟାରୀ ୩୧ ଶୁକ୍ରବାର ଓ ଫେବୃୟାରୀ ୧ ଶନିବାର ସମସ୍ତ ବ୍ୟାଙ୍କ ବନ୍ଦ ଡାକରା ଦିଆଯାଇଛି। ସପ୍ତାହକୁ ୫ ଦିନ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ପ୍ରଚଳନ, ଦରମାର ପୁନଃ ନିର୍ଦ୍ଧାରଣ,...

କଳାହାଣ୍ଡି ଜିଲାର ୩୨ ବିଦ୍ୟାଳୟକୁ ମିଳିବ ‘ଗାରିମା ରୌପ୍ୟ’ ପୁରସ୍କାର

ଭବାନୀପାଟଣା, ୩୧।୧ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲାର ୩୨ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ‘ଗାରିମା ରୌପ୍ୟ’ ପୁରସ୍କାର ମିଳିବ। ଏ ନେଇ ଛାତ୍ରୀଛାତ୍ର, ଅଭିଭାବକ ଏବଂ ଶିକ୍ଷକଙ୍କ ମହଲରେ ଖୁସି ଦେଖିବାକୁ ମିଳିଛି। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା...

ଶନିବାର ମାଘବୁଡ଼: ଶ୍ରଦ୍ଧାଳୁଙ୍କ ଆଗମନକୁ ନେଇ ଚଳଚଞ୍ଚଳ କୋଣାର୍କ, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

କୋଣାର୍କ,୩୧।୧(ଡି.ଏନ୍‌.ଏ.): ପୁରୀ ଜିଲା କୋଣାର୍କ ପ୍ରସିଦ୍ଧ ମାଘବୁଡ଼ ଲାଗି ପ୍ରଶାସନିକ କ୍ଷେତ୍ରରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶନିବାର ପ୍ରାତଃରେ ଚନ୍ଦ୍ରଭାଗା ପବିତ୍ର ପୁଷ୍କରିଣୀରେ ଶ୍ରଦ୍ଧାଳୁମାନେ ବୁଡ଼ ପକାଇବେ। ଏହାପୂର୍ବରୁ ଶୁକ୍ରବାର କୋଣାର୍କକୁ ଶ୍ରଦ୍ଧାଳୁମାନଙ୍କ ଆଗମନ ଲାଗି ରହିଛି। ତେବେ...

୫ରେ ପଶ୍ଚିମ ଓଡ଼ିଶା ବନ୍ଦ: ସାମିଲ ହେବନି କଳାହାଣ୍ଡି ଓକିଲ ସଂଘ

ଭବାନୀପାଟଣା, ୩୧।୧ (ଡି.ଏନ୍‌.ଏ.): ଫେବୃୟାରୀ ୫ ତାରିଖରେ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ପାଇଁ ଓକିଲ ସଂଘ ନିଷ୍ପତ୍ତି ନେଇଥିବା ବେଳେ ଏହି ବନ୍ଦରେ କଳାହାଣ୍ଡି ବାର୍‌ ଆସୋସିଏଶନ୍‌ ସାମିଲ ହେବ ନାହିଁ ବୋଲି ଜଣାପଡ଼ିଛି। ଶୁକ୍ରବାର ପଶ୍ଚିମ ଓଡ଼ିଶାରେ...

କନ୍ଧମାଳରେ କରୋନା ଭୟ, ଚାଇନାରେ ରହି ଏମ୍‌ବିବିଏସ୍‌ କରୁଥିବା ଛାତ୍ର ଆକ୍ରାନ୍ତ ସନ୍ଦେହ

ଫୁଲବାଣୀ ଅଫିସ, ୩୧।୧: ଦିନକୁ ଦିନ କାୟା ମେଲାଇବାରେ ଲାଗିଛି ପ୍ରାଣଘାତୀ କରୋନା ଭୂତାଣୁ ସଂକ୍ରମଣ। କେରଳରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ଶୁକ୍ରବାର କନ୍ଧମାଳ ଜିଲା ଫୁଲବାଣୀରେ ଜଣେ ଡାକ୍ତରୀ ଛାତ୍ର କରୋନାରେ ଆକ୍ରାନ୍ତ ଥିବା...

ଚହକା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ରାଜ୍ୟସ୍ତରରେ ପୁରସ୍କୃତ

ଭବାନୀପାଟଣା,୩୧।୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଚହକା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ରାଜ୍ୟସ୍ତରରେ ପୁରସ୍କୃତ ହୋଇଛି। ଜାନୁୟାରୀ ୧୬ ରୁ ୩୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ରାଜ୍ୟ ଜଳ ସମ୍ପଦ ବିଭାଗ ପକ୍ଷରୁ...

ଝାରସୁଗୁଡ଼ାରୁ ବାରାଣସୀକୁ ଉଡ଼ିଲା ପ୍ରଥମ ବିମାନ

ଝାରସୁଗୁଡ଼ା ଅଫିସ/ଲଖନପୁର,୩୧।୧(ଡି.ଏନ୍‌.ଏ): ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଶୁକ୍ରବାର ଏଲାୟନ୍ସ ଏୟାର୍‌ ଏଟିଆର୍‌ ୭୨ ବିମାନ ଭାୟା ଭୁବନେଶ୍ବର ଦେଇ ବାରାଣସୀକୁ ପ୍ରଥମ କରି ଉଡ଼ାଣ କରିଛି । ଏହି ବିମାନ ଝାରସୁଗୁଡ଼ା ଭିଏସ୍‌ଏସ୍‌ ବିମାନ ବନ୍ଦରରୁ...

ରାଷ୍ଟ୍ରାୟତ୍ତ ବ୍ୟାଙ୍କ କର୍ମଚାରୀଙ୍କ ବନ୍ଦ ଡାକରା: କୋରାପୁଟରେ ସମସ୍ତ ବ୍ୟାଙ୍କ ବନ୍ଦ

ଜୟପୁର,୩୧।୧(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁରଠାରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଳିତ କର୍ମଚାରୀ ଏବଂ ଅଧିକାରୀ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଶୁକ୍ରବାର କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯାଇଛି । ଏହି ଅବସରରେ ଅନ୍ୟାନ୍ୟ ଘରୋଇ ବ୍ୟାଙ୍କକୁ ଆନ୍ଦୋଳନକାରୀ ବନ୍ଦ କରିଛନ୍ତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri