ଆମ ଜିଲା ଖବର

ଲକ୍ ଡାଉନ ପାଇଁ ସମସ୍ୟାରେ ବିଲ୍ଟ କର୍ମଚାରୀ, ସହାୟତା ଦେଲା ପୌରସଂସ୍ଥା

ଜୟପୁର,୫।୪(ଡି.ଏନ୍.ଏ.): ଜୟପୁର ସହରରେ ବସବାସ କରୁଥିବା ବିଲ୍ଟ ପେପର ମିଲ କର୍ମଚାରୀଙ୍କୁ ପ୍ରତ୍ୟେକ ୧୦ କେଜି ଚାଉଳ ଦେଇଛି ସ୍ଥାନୀୟ ପୌରସଂସ୍ଥା। ଗତ ଏକ ବର୍ଷ ହେବ ଜୟପୁର ନିକଟସ୍ଥ ବିଲ୍ଟ ପେପର ମିଲରେ ଉତ୍ପାଦନ ବନ୍ଦ ରହିଛି। ଦୀର୍ଘ...

ଜୟପୁରରେ ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର କରୋନା ହସ୍ପିଟାଲ

ଜୟପୁର,୫।୪(ଡି.ଏନ୍.ଏ.): କୋରାପୁଟ ଜିଲା ଜୟପୁରଠାରେ କୋଭିଡ-୧୯ ସ୍ୱତନ୍ତ୍ର ଚିକିତ୍ସାଳୟ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଗତ ଶୁକ୍ରବାର ଜିଲାପାଳଙ୍କ ଘୋଷଣା ପରେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଆରମ୍ଭ ହୋଇଛି। ଏକ ସପ୍ତାହରୁ ୧୦ ଦିନ ମଧ୍ୟରେ ଚିକିତ୍ସାଳୟର ନିର୍ମାଣ କାମ...

କଲରାପତରିଆ ବାଘର ମୃତ୍ୟୁ

ବୌଦ୍ଧ,୫।୪ (ସ୍ବ.ପ୍ର.): ବୌଦ୍ଧ ଜିଲା ମହାନଦୀ କୁସଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳର ସଂରକ୍ଷିତ ଜଙ୍ଗଲ ଲେଦେରାକେନ୍ଦୁ ତଥା ନୂଆପଡ଼ା ବିଟରେ ଏକ କଲରାପତରିଆ ବାଘର ମୃତ୍ୟୁ ଘଟିଛି। ବାଘଟି ଜଙ୍ଗଲରେ ମରି ପଡିଥିବା ଦେଖି ସ୍ଥାନୀୟ ଲୋକ ବନ ବିଭାଗକୁ ଖବର...

ଯୁବକଙ୍କ ମୃତ୍ୟୁ : କରୋନା ସନ୍ଦେହରେ ଗାଁ ଲୋକେ ଆତଙ୍କିତ

ପଡିଆବାହାଲ, ୫।୪(ଡି.ଏନ.ଏ.) ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ୍ କବରାପାଲି ପଞ୍ଚାୟତର ତୁରିପଡାରେ ରବିବାର ସକାଳେ ଜଣେ ବହିରାଗତ ଯୁବକଙ୍କ ହଠାତ୍ ମୃତ୍ୟୁ ଘଟିଛି। ସଦର ଥାନା ପୋଲିସ ମୃତଦେହ ଜବତ କରି ବୁର୍ଲା ଭିମସାରକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ...

ଝାରସୁଗୁଡା : ହୋମ କ୍ୱାରେଣ୍ଟାଇନରେ ଅଛନ୍ତି ୧୮୪୦ଜଣ

ଝାରସୁଗୁଡା ଅଫିସ,୫ା୪- କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ଝାରସୁଗୁଡା ଜିଲା ପ୍ରଶାସନ ବିଭିନ୍ନ ପଦକ୍ଷେପ ମାନ ନେଉଛି । ଜିଲା ପ୍ରଶାସନ ସହିତ ଜିଲା ସ୍ୱାସ୍ଥ୍ୟ ବିଭାଗ ଏଥିପାଇଁ ସଜାଗ ରହିଛି ବୋଲି ଜିଲାପାଳ ସରୋଜ କୁମାର ସାମଲ...

ଗାଁକୁ ସାନିଟାଇଜ କଲେ ଯୁବଗୋଷ୍ଠୀ

ଆରଡ଼ି,୫।୪(ଡି. ଏନ.ଏ.): କରୋନା ମୁକାବିଲା ଲାଗି ଯୁବଗୋଷ୍ଠୀ ଆଗେଇ ଆସିଛନ୍ତି। ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଓଳଗ ପଞ୍ଚାୟତ ଅଧୀନ ଷାଠିବାଙ୍କୁଡା ଗ୍ରାମର କେତେକ ଯୁବକ ରବିବାର ନିଜ ଗାଁକୁ ସାନିଟାଇଜ କରିଛନ୍ତି। ସେମାନେ ନିଜ ଖର୍ଚ୍ଚରେ ସାନିଟାଇଜ କିଣି...

ଜଗତସିଂହପୁର ଜିଲାର ସମସ୍ତ ନମୁନା ନେଗେଟିଭ୍

ଜଗତ୍ସିଂହପୁର ଅଫିସ, ୫।୪: କରୋନା ଭୂତାଣୁ (କୋଭିଡ୍-୧୯ ) ସଂକ୍ରମଣକୁ ନେଇ ଜିଲାବାସୀଙ୍କ ମଧ୍ୟରେ ଦେଖା ଦେଇଥିବା ଭୟ ଆପାତତଃ ଦୂର ହୋଇଛି। କାରଣ ଖବର ଲେଖାହେବା ଭିତରେଜଗତସିଂହପୁର ଜିଲାରୁ ଯାଇଥିବା ସମସ୍ତ 38ଟି ଯାକ ନମୁନା ରିପୋର୍ଟ ନେଗେଟିଭ୍...

କେନ୍ଦୁଝରରେ ଔଷଧ ଅଭାବ

କେନ୍ଦୁଝର,୫।୪ (ସ୍ବ.ପ୍ର.) : କରୋନା ପାଇଁ ଲକ ଡାଉନ ଘୋଷଣା ଯୋଗୁଁ କେନ୍ଦୁଝରରେ ଔଷଧର ଅଭାବ ଦେଖା ଦେଇଛି। ଗାଡ଼ି ଚଳାଚଳ ବନ୍ଦ ରହିଥିବା ଯୋଗୁ ଔଷଧ ଆସି ପାରୁ ନାହିଁ ଫଳରେ ଦୋକାନୀ ଓ ରୋଗୀମାନେ ସମସ୍ୟାରେ ରହିଛନ୍ତି...

ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୫।୪(ବ୍ୟୁରୋ): ରାଜ୍ୟରେ ଆଉ ଦୁଇଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଭୁବନେଶ୍ୱର କପିଳ ପ୍ରସାଦ ହାଉସିଂ ବୋର୍ଡ଼ କଲୋନୀ ଫେଜ-୨ର ୭୦ ବର୍ଷୀୟ ବୃଦ୍ଧ ଅଟନ୍ତି। ସେ ଗତ ୨୨ରେ ଅଷ୍ଟ୍ରେଲିଆରୁ ଫେରିଥିଲେ। ସେଠାରୁ...

ବିଦ୍ୟୁତ ଆଘାତରେ ବାଳକ ଗୁରୁତର, ମାନବିକତା ଦେଖାଇଲେ ଥାନାଧିକାରୀ

ନରାଜ,୫/୪(ଡି. ଏନ.ଏ) – କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ବ୍ରାହ୍ମଣୀଗାଁ ଗ୍ରାମରେ ବିଦ୍ୟୁତ ଆଘାତରେ ଜଣେ ୭ବର୍ଷର ବାଳକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ସହି ଗ୍ରାମର ଆଦିତ୍ୟ ଦାସ। ଖବରରୁ ପ୍ରକାଶ, ରବିବାର ଆଦିତ୍ୟ ଘରେ...

ପାଟଣା ବ୍ଲକରେ ୯୪୦ ଆଇସୋଲେଶନ ବେଡ଼

ପାଟଣା,୫।୪(ସ୍ୱ.ପ୍ର.): ଓଡ଼ିଶାରେ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପ୍ରଶାସନ ତରଫରୁ ଏହାର ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି।କେନ୍ଦୁଝର ଜିଲା ପାଟଣା ବ୍ଲକର ୨୦ଟି ପଞ୍ଚାୟତ ଅଧୀନ ୨୦ଟି ବିଦ୍ୟାଳୟରେ ମୋଟ ୮୪୦ଟି ଆଇସୋଲେଶନ...

ମଦ ବିକ୍ରିବେଳେ ଚଢ଼ାଉ

ବଇଣ୍ଡା, ୫ା୪(ଡି.ଏନ.ଏ.)- ଅନୁଗୋଳ ଜିଲା ଠାକୁରଗଡ ଥାନା ପୋଲିସ ଶନିବାର ରାତିରେ ସାନହୁଲା ଗ୍ରାମରେ ଚଢ଼ାଉ କରି ମଦ ବିକ୍ରି ଅଭିଯୋଗରେ କରୁଣାକର ପ୍ରଧାନଙ୍କୁ ଗିରଫ କରିଛି । ତାଙ୍କଠାରୁ ଦେଶୀ ମଦ ଜବତ କରାଯାଇ ନଂ. ୩୯/୨୦ରେ ମାମଲା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri