ଆମ ଜିଲା ଖବର

ଭୂଲିଗଲେ ସାମାଜିକ ଦୂରତା

ଖଇରା,୨୭।୪(ଡି.ଏନ.ଏ.)- ୩ଦିନର ଶଟଡାଉନ ପରେ ପ୍ରଶାସନର ନିର୍ଦ୍ଦେଶକ୍ରମେ ରବିବାର ୧୦ଟା ପରଠାରୁ ଏଥିରେ ସାମାନ୍ୟ କୋହଳ କରାଯାଇ କିଛି ନିର୍ଦ୍ଦିଷ୍ଟ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି। ରବିବାର ପୂର୍ବାହ୍ନ ୧୦ଟା ବାଜିବା ପୂର୍ବରୁ ଆହୁରି କିଛି ସମୟ ବାକିଥିବା ବେଳେ...

ଶଢ଼ୁଛି ଫସଲ, ବଢ଼ୁଛି କ୍ଷତି

ଛେଣ୍ଡିପଦା,୨୭।୪(ସ୍ବ.ପ୍ର.) କରୋନା କଟକଣା ପାଇଁ କ୍ଷତି ସହୁଛନ୍ତି ପରିବା ଚାଷୀ। ଏକର ଏକର ଜମିରେ ସେମାନେ କରିଥିବା ପରିବା ବିକ୍ରି କଷ୍ଟକର ହୋଇପଡୁଥିବାରୁ ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ। ଲକ୍‌ଡାଉନ୍‌ ଯୋଗୁ ମାର୍କେଟ ସମ୍ପୂର୍ଣ୍ଣ ଖୋଲୁ ନ ଥିବା ବେଳେ...

ଶାଗୁଆନ କାଠ ସହ ୩ ବାଇକ୍‌ ଜବତ, ୧ ଗିରଫ

କପ୍ତିପଦା,୨୭ା୪(ଡି.ଏନ.ଏ)- ମୟୂରଭଞ୍ଜ କପ୍ତିପଦା ବ୍ଲକ୍‌ ଅଧୀନ ଜଡିଦା ବିଦ୍ୟାଳୟ ନିକଟରୁ ବନବିଭାଗ ଶାଗୁଆନ କାଠ ସହ ୩ଟି ବାଇକ ଜବତ୍‌ କରିଛି। ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ହେଲେ ଶିଶିର ବେହେରା। ଏନେଇ ବନ ବିଭାଗ ପକ୍ଷରୁ...

ବାଇକ୍‌ ଲୁଟ ଘଟଣା, ପୁଣି ଜଣେ ଅଭିଯୁକ୍ତ ଗିରଫ

ବଡ଼ବିଲ, ୨୭ା୪(ସ୍ବ.ପ୍ର.)-ବାଇକ୍‌ ଚୋରି ଘଟଣାରେ କେନ୍ଦୁଝର ଜିଲା ବଡ଼ବିଲ ପୋଲିସ ଆଉ ଜଣେ ଅଭିଯୁକ୍ତଙ୍କୁ ରବିବାର ସୟାବାଲି ଅଞ୍ଚଳରୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ସୟାବାଲି ଗ୍ରାମର ଅଜ୍ଜୁ ଖାନ ଓରଫ ଏମଡି ସଦା। ବଡ଼ବିଲ ଥାନା ଅନ୍ତର୍ଗତ...

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଆର୍ଥତ୍କ ସହାୟତା

ଖଇରା,୨୭।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଅଗ୍ନିପୁର ଗ୍ରାମବାସୀ ଓ ମହିଳା ଗୋଷ୍ଠୀଙ୍କ ତରଫରୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଆର୍ଥତ୍କ ସହାୟତା ପ୍ରଦାନ କରାଯାଇଛି ା ଗ୍ରାମବାସୀ ନିଜ ସାମର୍ଥ୍ୟ ଅନୁଯାୟୀ ୬ହଜାର ୮୦ଟଙ୍କା ଆଦାୟ କରିବା ପରେ...

ଅଖିମୁଠି ଅନୁକୂଳ

ବାରିପଦା ଅଫିସ, ୨୭ା୪- ଅକ୍ଷୟତୃତୀୟା ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ସବୁଜ ମୟୂରଭଞ୍ଜ ପକ୍ଷରୁ ଏହାର ସଭାପତି ତଥା ରାଜ୍ୟ କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି ଅଖିମୁଠି ଅନୁକୂଳ କରିଛନ୍ତି। ବାଉଁଶଭିଲାଠାରେ ପାରମ୍ପରିକ ପୂଜାର୍ଚ୍ଚନା ସହ...

ଏମ୍‌କେସିଜିରେ ପୁଣି ଜଣେ କରୋନା ସନ୍ଦିଗ୍ଧ ଭର୍ତ୍ତି

ବ୍ରହ୍ମପୁର ଅଫିସ,୨୬ା୪-ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲରେ ରବିବାର ଜଣେ କରୋନା ସନ୍ଦିିଗ୍ଧ ଭର୍ତ୍ତି ହୋଇଛନ୍ତି। ସେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ରବିବାର ସକାଳେ ସେ ନିଜ ଘର ଚିକିଟକୁ ଫେରିଥିଲେ। ତାଙ୍କର...

ଲକ୍‌ଡାଉନରେ କୋହଳ: ବୃଦ୍ଧାଙ୍କ ବେକରୁ ଝାମ୍ପିନେଲେ ହାର

ବ୍ରହ୍ମପୁର ଅଫିସ,୨୬ା୪-ବ୍ରହ୍ମପୁରରେ ରବିବାର ସକାଳେ ମାସ୍କ ପିନ୍ଧା ଦୁର୍ବୃତ୍ତ ୨ଟି ଥାନା ଇଲାକାରେ ମହିଳାଙ୍କୁ ଟାର୍ଗେଟ କରିଛନ୍ତି। ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଭାବାନଗର ଛକ ନିକଟ ଦେଇ ଯାଉଥିବା ଇ.ଜ୍ୟୋତି ପାତ୍ର ନାମ୍ନୀ ଜଣେ ମହିଳାଙ୍କ ବେକରୁ ଦୁର୍ବୃତ୍ତମାନେ ହାର...

ଚିନ୍ତା ବଢାଇଛି ରାଜ୍ୟ ବାହାରୁ ଆସୁଥିବା ଟ୍ରକ

ବୁଗୁଡ଼ା,୨୬ା୪(ଡି.ଏନ.ଏ.)-ମହାମାରୀ କରୋନା ସଂକ୍ରମଣର ଭୟ ଅଞ୍ଚଳବାସୀଙ୍କୁ ବ୍ୟସ୍ତ କରୁଥିବାବେଳେ ବାହାର ରାଜ୍ୟରୁ ଆସୁଥିବା ଟ୍ରକ ବୁଗୁଡ଼ା ସହରବାସୀଙ୍କ ଚିନ୍ତାର କାରଣ ପାଲଟିଛି। ଏଠାକାର ପରିବା ବଜାର ସହରର ମଧ୍ୟଭାଗରେ ରହିଥିବାବେଳେ ଚାରିପଟେ ଅରବିନ୍ଦନଗର, ବାଲିପିଣ୍ଡି ସାହି, ତେଲିସାହି ଓ ମୁଖ୍ୟ...

ବାଉଁଶ ଗଛରେ ଫୁଲ, ମରୁଡ଼ି ଆଶଙ୍କା

କବିସୂର୍ଯ୍ୟନଗର୨୬ା୪- କବିସୂର୍ଯ୍ୟନଗରରେ ବାଉଁଶ ଗଛରେ ଫୁଲ ଫୁଟିବା ନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି। କରୋନା ମହାମାରୀ ଯୋଗୁ ମାନବଜାତି ହନ୍ତସନ୍ତ ହେଉଥିବାବେଳେ ବାଉଁଶ ପଛରେ ଫୁଲ ଧରିବା ଆଉ ଏକ ବିପତ୍ତିର ପୂର୍ବାଭାସ ବୋଲି ଅଞ୍ଚଳବାସୀ ଅନୁମାନ କରୁଛନ୍ତି। ବାଉଁଶ...

ଚେନ୍ନାଇରେ କାଳବୈଶାଖୀ: ଗଞ୍ଜାମର ୫୦ରୁ ଉର୍ଦ୍ଧ୍ୱ ଶ୍ରମିକଙ୍କ ଘର ଭାଙ୍ଗିଲା

ପାତ୍ରପୁର,୨୬ା୪(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାର ବହୁ ଶ୍ରମିକ ଚେନ୍ନାଇରେ ରହି ଦାଦନ ଖଟୁଛନ୍ତି। ଲକଡାଉନ ପରେ ବହୁ ଶ୍ରମିକ ଚାଲିଚାଲି, ସାଇକେଲ ଓ ଜଳପଥରେ ବିପଦପୂର୍ଣ୍ଣ ଭାବେ ଘରକୁ ଫେରୁଛନ୍ତି। ଶନିବାର ଚେନ୍ନାଇରେ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହୋଇ ବ୍ୟାପକ...

ଗୁଣିଆ ପାଖକୁ ଯାଇ ରୋଗୀ ହଟହଟା

ସଜନାଗଡ଼, ୨୬।୪(ଡି.ଏନ.ଏ.)-କରୋନା ଏବେ ସାରା ବିଶ୍ୱରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଏହାର ମୁକାବିଲା ଲାଗି ଲୋକେ ସଚେତନ ହେବାକୁ ଲାଗିଲେଣି। ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧିନ ବାଉଁଶବଣିଆ ପଞ୍ଚାୟତର ଜୁଣିଆ ଗ୍ରାମକୁ ପଶି ଆସିଥିବା ଏକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri