ପାଟଣାରେ ଅଦିନିଆ ବର୍ଷା ସାଙ୍ଗକୁ କୁଆପଥର ମାଡ଼: ଜନଜୀବନ ପ୍ରଭାବିତ
ପାଟଣା,୩୦।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ଗୁରୁବାର ପୂର୍ବାହ୍ନରେ ଅଦିନିଆ ବର୍ଷା ସାଙ୍ଗକୁ ପ୍ରବଳ କୁଆପଥର ମାଡ଼ ହେବା ଫଳରେ ଜନଜୀବନ ପ୍ରଭାବିତ ହୋଇଛି। କୁଆପଥର ବର୍ଷା ଯୋଗୁ ଆମ୍ବ ଗଛରୁ ବଉଳସବୁ ଝଡ଼ିପଡ଼ିବା ସହ ଅନ୍ୟାନ୍ୟ ଫସଲ ମଧ୍ୟ…
ପରିବା ବୋଝେଇ ପିକ୍ଅପ୍କୁ ପିଟିଲା ଟ୍ରକ: ଦୁଇ ମୃତ, ଜଣେ ଗୁରୁତର
କେନ୍ଦୁଝର,୩୦।୧(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ନେକଡାଘର ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ପରିବା ବୋଝେଇ ପିକ୍ଅପ୍ ଗାଡି ଖରାପ ଥିବାରୁ ଛିଡ଼ା ହୋଇ ସଜାଡୁ ଥିବା ସମୟରେ ପଛରୁ ଏକ ଆଇରନ ବୋଝେଇ ଟ୍ରକ ଧକ୍କା ଦେଇଥିଲା। ଫଳରେ…
ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ତତ୍ପର ଆନନ୍ଦପୁର
ଆନନ୍ଦପୁର, ୩୦।୧(ସ୍ବ.ପ୍ର.)- ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ ପାଇଁ ଆନନ୍ଦପୁର ସହର ବେଶ୍ ତତ୍ପର ହୋଇଉଠିଛି। ଆନନ୍ଦପୁରର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ବଳଭଦ୍ର ନାରାୟଣ ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ୍ ଜୁବିଲି ଚଳିତ ମାସ…
ବାଇକ୍କୁ ଧକ୍କା ଦେଲା ପିକ୍ଅପ୍, ୨ ମୃତ: ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ
କେନ୍ଦୁଝର, ୨୯ା୧(ଡି.ଏନ୍.ଏ./ସ୍ବ.ପ୍ର.): କେନ୍ଦୁଝର ଜିଲା ପଣ୍ଡାପଡା ଥାନା ସୁନାଟାଙ୍ଗିରୀ ନିକଟରେ ବୁଧବାର ମଧ୍ୟାହ୍ନରେ ଏକ ସଡକ ଦୁର୍ଘଟଣାରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ଥାନୀୟ ଲୋକେ ରାସ୍ତାରୋକୋ କରିଥିବା ଜଣାପଡିଛି। ମିଳିଥିବା ଖବର ଅନୁସାରେ, ନରଣପୁର-ଡୁବୁରୀ ରାସ୍ତାର ସୁନାଟାଙ୍ଗିରୀ ନିକଟରେ…
ନାବାଳିକା ବଳାତ୍କାରୀଙ୍କୁ ୧୦ ବର୍ଷ ଜେଲ
କେନ୍ଦୁଝର, ୨୯ା୧(ସ୍ବ.ପ୍ର.): ସ୍ଥାନୀୟ ଅତିରିକ୍ତ ଜିଲା ଜଜ କମ ସ୍ପେଶାଲ ଜଜ ଲୋକନାଥ ସାହୁ ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ବୁଧବାର ଦୋଷୀ ଜଗନା ମୁଣ୍ଡାଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ଓ ୧୦ ହଜାର ଟଙ୍କା ଫାଇନ…
ଭାରତବନ୍ଦ ଡାକରା ଆନନ୍ଦପୁରରେ ପ୍ରଭାବଶୂନ୍ୟ
ଆନନ୍ଦପୁର,୨୯।୧(ସ୍ବ.ପ୍ର.): ସିଏଏ, ଏନ୍ଆର୍ସି, ଇଭିଏମ୍ ଓ ଏନ୍ଆର୍ପିକୁ ବିରୋଧକରି ବହୁଜନ କ୍ରାନ୍ତି ମୋର୍ଚ୍ଚା (ବିକେଏମ୍) ପକ୍ଷରୁ ବୁଧବାର ୧୨ ଘଣ୍ଟିଆ ଭାରତବନ୍ଦ ଡାକରା ଦିଆଯାଇଛି। କେନ୍ଦୁଝର ଜିଲା ଆନନ୍ଦପୁର ସହରରେ ବନ୍ଦ ପ୍ରଭାବଶୂନ୍ୟ ଦେଖିବାକୁ ମିଳିଥିଲା। ଅଞ୍ଚଳରେ ଥିବା ସମସ୍ତ ସରକାରୀ…
ଗାଁ ମଝିରେ ଡ୍ରେନ୍ ଖୋଳାକୁ ନେଇ ଅସନ୍ତୋଷ: ପୋଲିସ, ଗ୍ରାମବାସୀ ମୁହାଁମୁହିଁ
ହାଟଡିହୀ,୨୯।୧(ଡି.ଏନ୍.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜମ୍ଭିରା ଗାଁରେ ଡ୍ରେନ୍ ଖୋଳାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ୪ରୁ ୫ଟି ପରିବାରର ଲୋକେ ପୂର୍ବରୁ ଡ୍ରେନ୍ ଖୋଳାଯିବା ପାଇଁ ଅଭିଯୋଗ କରିଥିଲେ। ହାଟଡିହୀ ତହସିଲଦାର ଓ ସୋସୋ ପୋଲିସ ବୁଧବାର ଗ୍ରାମରେ…
ଭାରତବନ୍ଦ ଆନ୍ଦୋଳନକାରୀଙ୍କ ପାକିସ୍ତାନ ଜିନ୍ଦାବାଦ୍ ସ୍ଲୋଗାନ୍
କେନ୍ଦୁଝର,୨୯।୧(ସ୍ବ.ପ୍ର.): ଏନ୍ଆରସି ଓ ସିଏଏ ବିରୋଧରେ ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ କେନ୍ଦୁଝର ଜିଲାରେ ସେଭଳି ପ୍ରଭାବ ଦେଖିବାକୁ ମିଳିନାହିଁ। କେନ୍ଦୁଝର ସହର ଗାନ୍ଧିଛକରେ ମୋର୍ଚ୍ଚାର ସଦସ୍ୟ ଓ ନେତାମାନେ ଏନ୍ଏଚ୍ ନଂ.୪୯କୁ ଅବରୋଧ…
ବାଲିଘାଟ ବିବାଦ ସମାଧାନ ପାଇଁ ପ୍ରଶାସନର ପଦକ୍ଷେପ
ହାଟଡିହୀ,୨୯ା୧(ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ଆମ୍ବୋ-କରଗୋଳା ବୈତରଣୀ ନଦୀ ବାଲି ଘାଟ ବିବାଦ ସମାଧାନ କରିବାରେ ପ୍ରଶାସନ ପଦକ୍ଷେପ ନେଇଛି। ବାଲିଘାଟ ତହସିଲ ତରଫରୁ ୫ ବର୍ଷ ଲିଜ ସୂତ୍ରରେ ଦିଆଯାଇଛି ା ଗତ ୨୦୧୯ ମାର୍ଚ୍ଚ ମାସରୁ କରଗୋଳା…
କାଗଜକଲମରେ ରାସ୍ତା ନିର୍ମାଣ
ଝୁମ୍ପୁରା, ୨୯।୧ (ଡି.ଏନ.ଏ.)- ଝୁମ୍ପୁରା ବ୍ଲକର ଗ୍ରାମାଞ୍ଚଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମିତ ହେଉଥିବା ରାସ୍ତାକୁ ନେଇ ଅଭିଯୋଗର ଫର୍ଦ୍ଦ ଲମ୍ବି ଚାଲିଛି। ସମୟ ଅବଧି ଭିତରେ ରାସ୍ତା ନିର୍ମାଣ ନ ସରିବା, ନିମ୍ନମାନର କାମ,…
ଖୋଲୁନି ଓ୍ବାଚ୍ ଟାଓ୍ବାର, ପର୍ଯ୍ୟଟକ ନିରାଶ
କେନ୍ଦୁଝର, ୨୯ା୧ (ସ୍ବ.ପ୍ର.)-ପାଖାପାଖି ୧କୋଟି ଟଙ୍କାରେ ପାଟଣା ବ୍ଲକ ଭୀମକୁଣ୍ଡ ପର୍ଯ୍ୟଟନ କେନ୍ଦ୍ରରେ ଏକ ଓ୍ବାଚ୍ ଟାଓ୍ବାର ନିର୍ମାଣ ହୋଇଛି। ତେବେ ଏହାର ଉଦ୍ଘାଟନ ମକରର ଦୁଇଦିନ ପୂର୍ବରୁ କରାଯାଇଥିଲେ ହେଁ ଦୁଇ ତିନିଦିନ ପରେ ଟାଓ୍ବାରରେ ତାଲା ପଡିଲା। ଫଳରେ…
କୃଷି ବିଭାଗ କର୍ମଚାରୀ ବୋଲି ପରିଚୟ ଦେଇ ଶିକ୍ଷକଙ୍କଠାରୁ ୪ ଲକ୍ଷ ଠକେଇ
ହାଟଡିହୀ,୨୮ା୧(ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଗେଡମା ଗ୍ରାମର ଜଣେ ଅବସରପ୍ରାପ୍ତ ଶିକ୍ଷକ ୪ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଛନ୍ତି। ଏନେଇ ନନ୍ଦିପଦା ଥାନାରେ ଏକ ମାମଲା (ନଂ.୭/୨୦୨୦) ଦାୟର ହୋଇଛି। ଅଭିଯୋଗ ଅନୁସାରେ ଜଣେ ବ୍ୟକ୍ତି ଶିକ୍ଷକ ଲକ୍ଷ୍ମୀଧର ସାହୁଙ୍କ…
Archives


