ରକ୍ତ ଦେବୁ ପଛେ ଭିଟା ମାଟି ଛାଡ଼ିବୁ ନାହିଁ: ଗର୍ଜିଲେ ଗ୍ରାମବାସୀ
ପାଟଣା ,୨୫।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ ଜିନ୍ଦଲ ପ୍ରତିରୋଧ ମଞ୍ଚର ସୋମବାର ଏକ ଜରୁରୀ ବୈଠକ ଯମୁନା ପଶି ହାଟ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଗଠନର ସଭାପତି ଘନ ଶ୍ୟାମ ମହାନ୍ତ ଅଧ୍ୟକ୍ଷତା କରିଥିଲେ।…
ରାସ୍ତାରେ ଫସିଲା ସ୍କୁଲ ଭ୍ୟାନ୍
କେନ୍ଦୁଝର,୨୫।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ନୂଆଗାଁ ପଞ୍ଚାୟତ କାଦଗଡ଼ ରେଳବାଇ ପୋଲ ନିକଟ କାଦୁଅ ରାସ୍ତାରେ ସୋମବାର ବନାଯୋଡି ସାଇଆନନ୍ଦ ସ୍କୁଲକୁ ଛାତ୍ରୀଛାତ୍ରଙ୍କୁ ନେବା ଆଣିବା କରୁଥିବା ଏକ ସ୍କୁଲ ଭ୍ୟାନ ଫସି ଯାଇଥିଲା। ଫଳରେ ଘଣ୍ଟା ଘଣ୍ଟା…
ଝିଆରୀଙ୍କୁ ବଞ୍ଚାଇବାକୁ ଯାଇ ବଡବାପାଙ୍କ ଜୀବନ ଗଲା: କକା ଗୁରୁତର
ପାଟଣା,୨୫।୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଚିନାମାଳିପଶି ଗ୍ରାମର ତଣ୍ଡିଆ ସାହିରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଝିଆରୀ ଲୁଗା ଶୁଖାଉଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିବାବେଳେ ତାଙ୍କୁ ବଞ୍ଚାଇବାକୁ ଯାଇ ବଡବାପାଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି।…
ଘାଟିରେ ଖସିଲା ମାଟି ଅତଡ଼ା: ଜାତୀୟ ରାଜପଥରେ…
କେନ୍ଦୁଝର,୨୪।୮(ନରେଶ ପଟ୍ଟନାୟକ): କେନ୍ଦୁଝର ଜିଲା ଜୁଡ଼ିଆଘାଟି ଓ କାଞ୍ଜିପାଣି ଘାଟିରେ ଖସିଲା ମାଟି ଅତଡ଼ା। ଏନେଇ ୪୯ ନମୱର ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା ଯୋଗୁ ଘାଟିରୁ ପଥର ଓ ମାଟି ଖସି ରାସ୍ତା ବନ୍ଦ…
ସୀତା ନଦୀ ପୋଲ ଉପରେ ପାଣି, ଢେଙ୍କିକୋଟ-ଭୀମକୁଣ୍ଡକୁ ଯୋଗାଯୋଗ ବିଚ୍ଛିନ୍ନ
ପାଟଣା,୨୩ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଜନଜୀବନ ବେହାଲ ହୋଇଛି। ପାଟଣା ବ୍ଲକ ନୂଆପଡ଼ା ସୀତା ନଦୀର ପୋଲ ଉପରେ ଲଗାଣ ବର୍ଷା ଫଳରେ ୩ ଫୁଟ ଉଚ୍ଚର ବର୍ଷା ଜଳ…
ହାତୀ ଦେଖିବାକୁ ଯାଇ ଦନ୍ତା ହାବୁଡ଼ରେ ପଡ଼ିଗଲେ; କାଦୁଅ ବିଲରେ କଚାଡ଼ି ବାହାର କଲା ଅନ୍ତବୁଜୁଳା; ଯୁବକ…
ପାଟଣା,୨୨।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଭୀମ ପୁର ଗ୍ରାମ ବିଲ ମଝିରେ ଏକ ଦନ୍ତା ଶୁକ୍ରବାର ରାତିରେ ଜଣେ ୨୨ବର୍ଷୀୟ ଯୁବକ କଚାଡି ମାରିବା ସହ ତାଙ୍କ ଅନ୍ତବୁଜୁଳା ବାହାର କରିଦେଇଛି। ମୃତକ ଜଣକ…
ଶିକ୍ଷକ ସଂଘ ସମ୍ପାଦକ କମଳାକାନ୍ତ ଉପ ସଭାନେତ୍ରୀ ତିଳୋତମାଙ୍କୁ ସମ୍ବର୍ଦ୍ଧିତ …
ପାଟଣା,୨୨।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘପାଟଣା ତରଫରୁ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଆୟୋଜିତ ସମ୍ବର୍ଦ୍ଧନା ସଭା ଶିକ୍ଷାବିତ୍ ପାର୍ଥ ସାରଥି…
୧୨ ଦିନରେ ରାଜସ୍ବ ଅମଲା ସଂଘର ଆନ୍ଦୋଳନ, ସରକାରୀ କାର୍ଯ୍ୟ ଠପ
କେନ୍ଦୁଝର, ୨୨।୦୮,(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜସ୍ବ ଅମଲାମାନଙ୍କ ଦଶ ଦଫା ଦାବିରେ ସାମୁହିକ ଛୁଟି ଆଜି ୧୨ ଦିନରେ ପହଞ୍ଚିଛି। ହେଲେ ଅଦ୍ୟାବଧି ଏହା ସମାଧାନ ହୋଇ ପାରୁ ନ ଥିବାରୁ ବିଭିନ୍ନ ବିଭାଗରେ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଏହାର ଅସୁବିଧା…
ରାସ୍ତା ପାଇଁ ୩ ସାହିର ଲୋକେ ହନ୍ତସନ୍ତ
ପାଟଣା,୨୨ା୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇପୋସି ଆଦର୍ଶ ସ୍କୁଲ ଛକରୁ ପାଟନାଳି ପର୍ଯ୍ୟନ୍ତ ଦୀର୍ଘ ୪ କିଲୋମିଟର ମାଟି ରାସ୍ତା ଖାଲ, ଖମା, ପାଣି କାଦୁଅରେ ଭର୍ତ୍ତି ହୋଇଛି। ଫଳରେ ନୀତିଦିନ ଉକ୍ତ ରାସ୍ତାରେ ଦୁର୍ଘଟଣା ଘଟୁଥିବା…
ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା; ଶ୍ରେଣୀ କକ୍ଷରେ ରାତି କାଟିଲେ ଦ୍ଵିତୀୟ ଶ୍ରେଣୀ ଛାତ୍ରୀ
କେନ୍ଦୁଝର,୨୨।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଅଞ୍ଜର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଜଣେ ଦ୍ଵିତୀୟ ଶ୍ରେଣୀ ଛାତ୍ରୀ, ଜ୍ୟୋତ୍ସ୍ନା ଦେହୁରୀ, ସ୍କୁଲ ଛୁଟି ପରେ ଭୁଲବଶତଃ ଶ୍ରେଣୀ କକ୍ଷରେ ଅଟକ ରହିଥିଲେ।…
ପାଟଣାରେ ହେବ ବୃହତ ଇସ୍ପାତ କାରଖାନା, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ…
ପାଟଣା,୨୨ା୮(ବୀରକିଶୋର ଦାଶ): ଦକ୍ଷିଣକୋରିଆର ଜଣାଶୁଣା କମ୍ପାନୀ ପୋସ୍କୋ ଏବଂ ଭାରତର ଜେଏସ୍ଡବ୍ଲ୍ୟୁର ମିଳିତ ସହଯୋଗରେ କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳରେ ରାଜ୍ୟର ଦ୍ବିତୀୟ ବୃହତ ଇସ୍ପାତ କାରଖାନା ପ୍ରତିଷ୍ଠା ହେବାକୁ ଯାଉଛି। କେନ୍ଦୁଝର ଜିଲାବାସୀ୍ଙ୍କ ଦୀର୍ଘଦିନର ଦାବି ମୁଖ୍ୟମନ୍ତ୍ରୀ ମୋହନ…
ବିଭିନ୍ନ ଦାବି ନେଇ ଗର୍ଜିଲେ ଅଙ୍ଗନଓ୍ବାଡ଼ି ଦିଦି, ଦାବି ପୂରଣ ନ ହେଲେ…
କେନ୍ଦୁଝର,୨୧ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଗାଁରୁ ସହର ସବୁଠି ସରକାରଙ୍କ ସମସ୍ତ ଜନହିତକର ଯୋଜନାକୁ ସଫଳ ରୂପାୟନ କରିଥାଆନ୍ତି ଅଙ୍ଗନଓ୍ବାଡ଼ିକର୍ମୀମାନେ। କିନ୍ତୁ ସରକାର ସବୁବେଳେ ଏହିମାନଙ୍କୁ ହତାଦର କରୁଥିବା ଅଭିଯୋଗ କରିଛନ୍ତି ଅଙ୍ଗନଓ୍ବାଡ଼ି କର୍ମୀ। ଏନେଇ ଗୁରୁବାର ଜିଲାର ୩ ହଜାରରୁ ଊର୍ଦ୍ଧ୍ୱ…
Archives


