କେନ୍ଦୁଝର

ପୋଲତଳୁ ନାବାଳକଙ୍କ ମୃତଦେହ ଜବତ: ହତ୍ୟା ସନ୍ଦେହ

ଯୋଡ଼ା,୧୬ା୧(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଥାନା ଅଧୀନ କୋହ୍ଲହୁଣ୍ଡୁଳା ଗ୍ରାମରେ ଥିବା ଏକ ପୋଲତଳୁ ମଙ୍ଗଳବାର ପୋଲିସ ଜଣେ ନାବାଳକଙ୍କ କ୍ଷତବିକ୍ଷତ ମୃତଦେହ ଜବତ କରିଛି। ମୃତ ନାବାଳକ ଜଣକ ହେଲେ ଜାମୁକୁଣ୍ଡିଆ ଗଁାର ଶୁକଦେବ ଲାଗୁରୀ(୧୫)। ସେ ବିଲେଇପଦାସ୍ଥିତ…

କଳା ପଲସରରେ ଆସି ଟଙ୍କା ବ୍ୟାଗ୍‌ ଛଡାଇନେଲେ 

ପାଟଣା,୧୬।୧: କେନ୍ଦୁଝର ଜିଲା ତୁରୁମୁଙ୍ଗା ବଜାରରେ କଳା ପଲସର ଆତଙ୍କ  ଦେଖିବାକୁ ମିଳିଛି। ଦିନ ଦ୍ବିପହରରେ ତୁରୁମୁଙ୍ଗା ବଜାରରୁ ଟଙ୍କା ବ୍ୟାଗ ଲୁଟିନେଇଛନ୍ତି ଦୁର୍ବୃତ୍ତ। ଲୁଟେରାଙ୍କୁ ଧରିବାକୁ ପୋଲିସ ଛାନଭିନ ଜାରି ରଖିଛି । ଖବର ଅନୁଯାୟୀ, ନିହ୍ନୁଆଁ ଗାଁର ତ୍ରିବେଣୀ…

ଖୁବ୍ ଶୀଘ୍ର ଭିତରକନିକା ଜାତୀୟ ଉଦ୍ୟାନକୁ ହେବ ରେଳ ସଂଯୋଗ

ଭୁବନେଶ୍ୱର,୧୫।୧: ଓଡ଼ିଶାର ଜୈବ ବିବିଧତା ହଟସ୍ପଟ୍ ଏବଂ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ, ଭିତରକନିକା ଜାତୀୟ ଉଦ୍ୟାନ ଖୁବ୍ ଶୀଘ୍ର ରେଳ ଦ୍ୱାରା ସଂଯୋଗ ହେବ। ପ୍ରସ୍ତାବିତ ଯାଜପୁର ରୋଡ୍-ଧାମରା ରେଳ ଲାଇନ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳ – ଭଦ୍ରକର…

ମକରରେ ବିସର୍ଜନ ନିଅନ୍ତି ଟୁସୁମଣୀ

କେନ୍ଦୁଝର(ନରେଶ ଚନ୍ଦ୍ର ପଟ୍ଟନାୟକ)/ ଚମ୍ପୁଆ(ମହେଶ୍ୱର ଦାସ),୧୪ା୧ମକର ସଂକ୍ରାନ୍ତିରେ ସମସ୍ତେ ପୂଜାପାଠ କରିବା ସହ ନୂଆ ଲୁଗା ପିନ୍ଧି ପିଠାପଣା ଖାଇ ମେଳା ବୁଲିଥାନ୍ତି। ମାତ୍ର କୁଡୁମୀ ସମ୍ପ୍ରଦାୟର ମହିଳାମାନେ ମକର ପର୍ବରେ ପାରମ୍ପରିକ ଟୁସୁ(ମାଟିରେ ତିଆରି ଦେବୀ ମୂର୍ତ୍ତି)ଙ୍କୁ ପୂଜାର୍ଚ୍ଚନା କରି…

ବିପଦସଙ୍କୁଳ ଗୃହରେ ଶିକ୍ଷାଦାନ: ଛାତରୁ ଖସୁଛି ସିମେଣ୍ଟ ଖଣ୍ଡ 

ଚମ୍ପୁଆ,୧୨ା୧(ମହେଶ୍ୱର ଦାସ): କେନ୍ଦୁଝର ଜିଲା ଚମ୍ପୁଆ ସଦର ମହକୁମାସ୍ଥିତ ବ୍ଲକ୍‌ କଲୋନୀ ପ୍ରାଥମିକ ବିଦ୍ୟାଳୟ ଅବ୍ୟବସ୍ଥା ଘେରରେ ରହିଛି। ଶ୍ରେଣୀଗୃହ ଛାତରୁ ସିମେଣ୍ଟ ଖଣ୍ଡ ଖସୁଥିବାରୁ ବିପଦସଙ୍କୁଳ ଅବସ୍ଥାରେ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ଦେଖାଯାଇଛି। ସରକାର ଶିକ୍ଷାର ଉନ୍ନତି ପାଇଁ ନାନା…

ଇସ୍ତଫା ଦେଲେ ୨୨ ସରପଞ୍ଚ

କେନ୍ଦୁଝର,୧୧ା୧(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର): କେନ୍ଦୁଝର ଜିଲା ତେଲକୋଇ ବ୍ଲକ୍‌ର ୨୨ ପଞ୍ଚାୟତର ସରପଞ୍ଚ ଗୁରୁବାର ସମୂହ ଇସ୍ତଫା ଦେଇଛନ୍ତି। ଶ୍ରୀଜଗନ୍ନାଥ ପରିକ୍ରମା ଅର୍ପଣ ରଥ କାର୍ଯ୍ୟକ୍ରମ ପରିଚାଳନାରେ ବ୍ୟତିକ୍ରମ ଓ ସେମାନଙ୍କୁ ଅଣଦେଖା ଅଭିଯୋଗ କରି ବ୍ଲକ୍‌ ସରପଞ୍ଚ ସଂଘ…

ଘର ଉଚ୍ଛେଦ ବେଳେ ବିଷ ପିଇଦେଲେ ମହିଳା

ହାଟଡିହୀ,୧୧l୧(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ତହସିଲ ଅଧୀନ ଗେଡ଼ମା ପଞ୍ଚାୟତ ଜଳସରପୁର ଗ୍ରାମରେ ଏକ ସରକାରୀ ଜମିରେ ହୋଇଥିବା ଆବାସ ଘର ଉଚ୍ଛେଦ ବେଳେ ଅଭାବନୀୟ ଘଟଣା ଘଟିଛି। ଉଚ୍ଛେଦକୁ ବିରୋଧ କରି ଜଣେ ମହିଳା(ଘର ମାଲିକ) ବିଷ ପିଇ…

ଗ୍ୟାସ୍‌ରୁ ନିଆଁ ଲାଗି ଚାଲିଗଲା ଜୀବନ

ହାଟଡ଼ିହୀ,୧୧l୧(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ରମ୍ପାସ ଗ୍ରାମରେ ଗ୍ୟାସ୍‌ରେ ରୋଷେଇ କରୁଥିବା ବେଳେ ନିଆଁ ଲାଗି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗ୍ରାମର ପୀତାମ୍ବର ମଲିକଙ୍କ ପତ୍ନୀ ପାର୍ବତୀ ମଲିକ। ସେ ଗୁରୁବାର ଗ୍ୟାସରେ ରୋଷେଇ…

ପରିଚୟ ଖୋଜୁଛି ‘କବିତ୍ରା’

କେନ୍ଦୁଝର,୧୧ା୧(ନରେଶ ଚନ୍ଦ୍ର ପଟ୍ଟନାୟକ)କେନ୍ଦୁଝର ମୁଖ୍ୟାଳୟକୁ ଲାଗିଥିବା କବିତ୍ରା ଗ୍ରାମ ଅପହଞ୍ଚ ହୋଇ ରହିଛି। ପ୍ରଶାସନିକ ଓ ରାଜନୈତିକ ଉଦାସୀନତା ଯୋଗୁ ଗ୍ରାମକୁ ରାଜସ୍ବ ମାନ୍ୟତା ମିଳି ନ ଥିବାରୁ ଏଠାରେ ରହୁଥିବା ଲୋକେ ସରକାରୀ ଯୋଜନା ଓ ସୁବିଧାରୁ ବଞ୍ଚତ୍ତ ରହିଛନ୍ତି।…

ଚାଷୀଙ୍କୁ ଭେଳିକି କାନପୁର ପ୍ରକଳ୍ପ

କେନ୍ଦୁଝର,୧୧ା୧(ଦୀପକ ମିଶ୍ର)କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଅଞ୍ଚଳରେ ନିର୍ମାଣାଧୀନ କାନପୁର ଜଳସେଚନ ପ୍ରକଳ୍ପ ଚାଷୀଙ୍କ ପାଇଁ ଭେଳିକି ହୋଇଛି। ମୁଖ୍ୟ ଶାସନ ସଚିବ ଜିଲା ଗସ୍ତ ସମୟରେ ୨୦୨୩ ଜୁନ୍‌ରେ ପ୍ରକଳ୍ପ ନିର୍ମାଣ ଶେଷ ହୋଇ ଡିସେମ୍ବରରେ ଜମିକୁ ପାଣି ମାଡ଼ିବ…

ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ବିଡିଓଙ୍କୁ ଭେଟିଲେ ଗ୍ରାମର ମହିଳା

କେନ୍ଦୁଝର,୧୦ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ଗୋବର୍ଦ୍ଧନ ଗ୍ରାମରେ ସ୍ଥାନୀୟ ଲୋକଙ୍କ ବିଭିନ୍ନ ସମସ୍ୟା ସମାଧାନ କରିବାକୁ ପଞ୍ଚାୟତର ସରପଞ୍ଚଙ୍କ ଜରିଆରେ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ା ଏହି ଗ୍ରାମରେ ପାନୀୟ ଜଳ ସମସ୍ୟା ଲାଗି ରହିଥିବାରୁ ବିଶେଷ ମହିଳାମାନେ…

କାଉଣ୍ଟର ଖୋଲୁ ଖୋଲୁ ଟିକେଟ ଶେଷ

କେନ୍ଦୁଝର,୧୦।୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ କାଉଣ୍ଟର ଖୋଲୁ ଖୋଲୁ ରୋଗୀ ଦେଖା ଟିକେଟ ସରିଯାଉଥିବା ଅଭିଯୋଗ ହୋଇଛି। ଫଳରେ ଦୂର ଦୁରାନ୍ତରୁ ଆସୁଥିବା ଏବଂ ଲାଇନରେ ଠିଆ ହେଉଥିବା ରୋଗୀଙ୍କୁ ଟିକେଟ ମିଳୁ ନ ଥିବାରୁ ନିରାଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri