ଡିସେମ୍ବର ୨୬ରୁ ଜାନୁୟାରୀ ୪ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଲାଗି ଭିତରକନିକା ବନ୍ଦ
ରାଜନଗର,୨୪।୧୨(ଡି.ଏନ୍.ଏ.): ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଚଳିତ ମାସ ଡିସେମ୍ବର ୨୬ରୁ ଜାନୁୟାରୀ ୪ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିବ। ଏ ନେଇ ଡିଏଫ୍ଓ ବିକାଶ ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଏହି ଦିନଗୁଡିକରେ ବଉଳା କୁମ୍ଭୀର…
ଅଗ୍ନିକାଣ୍ଡରେ ୮ ବଖରା ଘର ଜଳିଗଲା
ରାଜନଗର, ୨୪।୧୨(ଡି.ଏନ.ଏ.): କେନ୍ଦ୍ରାପଡା ଜିଲା ରାଜନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକ ସଂସାରଫଳ ଗ୍ରାମପଞ୍ଚାୟତର ଗୁଣ୍ଠି ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର କାଶୀନାଥ ସିଂହଙ୍କ ୮ ବଖରା ଘର ପୋଡିଯାଇଛି। ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାବପତ୍ର…
ଡାକ୍ତର ନିଯୁକ୍ତି ନ ହେଲେ ଅନଶନ ଚେତାବନୀ
ରାଜକନିକା, ୨୪।୧୨ (ଡି.ଏନ୍.ଏ.) ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ହେବ ସ୍ଥାୟୀ ଡାକ୍ତର ନାହାନ୍ତି। ଫାର୍ମାସିଷ୍ଟ ଓ ଆୟୁଷ ଡାକ୍ତର ରୋଗୀ ସେବା କରୁଥିବା ବେଳେ ଜ୍ୱର, ଥଣ୍ଡା, ଝାଡ଼ାବାନ୍ତିକୁ ଛାଡ଼ିଲେ ଅନ୍ୟ ରୋଗୀମାନଙ୍କୁ ଆଳି, କେନ୍ଦ୍ରାପଡ଼ା ଓ କଟକକୁ ପଠାଇ…
ମୌଳିକ ସୁବିଧାରୁ ବଞ୍ଚିତ ବଗପାଟିଆବାସୀ
କେନ୍ଦ୍ରାପଡ଼ା ଅଫିସ୍, ୨୪।୧୨ ସମୁଦ୍ର କୂଳରେ ଥିବା ରାଜନଗର ବ୍ଲକ ସାତଭାୟା ଅଞ୍ଚଳବାସୀଙ୍କୁ ୧୦ କିଲୋମିଟର ଦୂର ଗୁପ୍ତି ନିକଟ ବଗପାଟିଆଠାରେ ଥଇଥାନ କରାଯାଇଛି। ସାତଭାୟାର ୫୭୧ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଚିହ୍ନଟ କରାଯିବା ସହ ବଗପାଟିଆରେ ଜମି ଓ…
ସଡ଼କ ଦୁର୍ଘଟଣାରେ ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର
ମାର୍ଶାଘାଇ,୨୩।୧୨(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଚଣ୍ଡିଖୋଲ-ପାରାଦୀପ ୫ ନଂ.(କ) ଜାତୀୟ ରାଜପଥର ବାଲିସୁଆଁ ଛକ ନିକଟରେ ସୋମବାର ଅପରାହ୍ନରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ହୋଇ ଡାକ୍ତରଖାନାରେ…
ଗହୀରମଥାରୁ ୨ ଟ୍ରଲର ଜବତ, ୨୨ ମତ୍ସ୍ୟଜୀବୀ କୋର୍ଟ ଚାଲାଣ
ରାଜନଗର,୨୨।୧୨(ଡି.ଏନ୍.ଏ.) : କେନ୍ଦ୍ରାପଡ଼ା ଜିଲା ରାଜନଗର ଗହୀରମଥା ସାମୁଦ୍ରିକ ନିଷିଦ୍ଧାଞ୍ଚଳରେ ରବିବାର ବେଆଇନ ଭାବରେ ମାଛ ଧରୁଥିବା ଦୁଇଟି ଟ୍ରଲରକୁ ରାଜନଗର ବନବିଭାଗ ଜବତ କରିଛି। ଏଥିରେ ଥିବା ୨୨ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି। ୧୯୭୨ ବନ୍ୟପ୍ରାଣୀ ଆଇନ ଧାରା…
ସିଏଏ, ଏନ୍ଆର୍ସିକୁ ବିରୋଧ: ଜିଲାପାଳଙ୍କ ବୁଝାଶୁଝା ପରେ ହଟିଲା ଆନ୍ଦୋଳନ
କେନ୍ଦ୍ରାପଡ଼ା ଅଫିସ,୨୧।୧୨: କେନ୍ଦ୍ରାପଡ଼ା ଜିଲାର ମୁସଲମାନ ଓ ଦଳିତ ମହାସଂଘ ପକ୍ଷରୁ ସିଏଏ ଓ ଏନ୍ଆର୍ସିକୁ ଶନିବାର ସକାଳେ ବିରୋଧ କରାଯାଇ ସହରର ନୂଆ ଇଦ୍ଗାହ ପଡିଆଠାରୁ ଲୋକେ ନୀରବ ଶୋଭାଯାତ୍ରାରେ ବାହାରିଥିଲେ। ମାତ୍ର ସହର ମଧ୍ୟରେ ଶୋଭାଯାତ୍ରା ପାଇଁ ଅନୁମତି…
କେନ୍ଦ୍ରାପଡ଼ାରେ ସିଏଏ, ଏନ୍ଆର୍ସିକୁ ବିରୋଧ: ଶୋଭାଯାତ୍ରା ପାଇଁ ଅନୁମତି ନ ଦେବାରୁ ଉତ୍ତେଜନା
କେନ୍ଦ୍ରାପଡ଼ା ଅଫିସ,୨୧।୧୨: କେନ୍ଦ୍ରାପଡ଼ା ଜିଲାର ମୁସଲମାନ ଓ ଦଳିତ ମହାସଂଘ ପକ୍ଷରୁ ସିଏଏ ଓ ଏନ୍ଆର୍ସିକୁ ଶନିବାର ବିରୋଧ କରାଯାଇଛି। ସକାଳେ ସହରର ନୂଆ ଇଦ୍ଗାହ ପଡିଆଠାରୁ ୫ ହଜାରରୁ ଊର୍ଦ୍ଧ୍ୱ ଲୋକେ ନୀରବ ଶୋଭାଯାତ୍ରାରେ ବାହାରିଥିଲେ। ମାତ୍ର ସହର ମଧ୍ୟରେ…
ପେଟ୍ରୋଲ ପମ୍ପରୁ ଲୁଟ୍: କର୍ମଚାରୀଙ୍କୁ ମାଡ଼ ମାରି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
ମାର୍ଶାଘାଇ,୨୦।୧୨(ଡି.ଏନ୍.ଏ.): କେନ୍ଦ୍ରାପଡା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ୫ନଂ. ଜାତୀୟ ରାଜପଥ ମାର୍ଶାଘାଇ କ୍ରସିଂ ଛକ ଓ ହଜାରୀ ଛକ ମଧ୍ୟରେ ଥିବା ପେଟ୍ରୋଲ ପମ୍ପରୁ ଲୁଟ୍ ହୋଇଥିବା ନେଇ ଶୁକ୍ରବାର ଥାନାରେ ଅଭିଯୋଗ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ ଏକ…
ବନବିଭାଗର ଚଢ଼ାଉ ପ୍ରତିବାଦରେ ଡିଏଫ୍ଓ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ କର୍ମୀଙ୍କ ଧାରଣା
ରାଜନଗର,୧୯।୧୨(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ କଂଗ୍ରେସ କାର୍ଯ୍ୟାଳୟରେ ବୁଧବାର ରାଜନଗର ବନବିଭାଗ ପକ୍ଷରୁ ବାର୍ହା ମାଂସ ଜବତ କରିବା ଲାଗି ଚଢ଼ାଉ କରାଯାଇଥିଲା। ହେଲେ ଚଢ଼ାଉ ସମୟରେ ବାର୍ହା ମାଂସ ନ ପାଇ ବନ ବିଭାଗ ଫେରି ଆସିଥିଲେ। ଏହାକୁ…
ପିଣ୍ଡି ଉପରେ ବସିଥିବା ବେଳେ କୂଅରେ ଖସିପଡ଼ିଲେ, ଯୁବକ ମୃତ
ଡେରାବିଶ,୧୭।୧୨(ସ୍ବ.ପ୍ର.): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଲକ ବସୁପୁର ପଞ୍ଚାୟତ ଆରିପଦା ଗ୍ରାମରେ ସୋମବାର ରାତିରେ କୂଅରେ ପଡ଼ିଯିବା ଯୋଗୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନିଖିଳ ପରିଜା(୪୪)। ପୋଲିସ ସୂଚନାନୁଯାୟୀ, ଘର ପାଖରେ ଥିବା ଏକ…
ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଡେରାବିଶ,୧୭।୧୨(ସ୍ବ.ପ୍ର.): କେନ୍ଦ୍ରାପଡ଼ା ସଦର ଥାନା ଅଧୀନ ଡେରାବିଶ ବ୍ଲକ ବସୁପୁର ପଞ୍ଚାୟତ ଜହ୍ନିମୂଳ ଗ୍ରାମରେ ଥିବା ଏକ ଗଛରୁ ଝୁଲୁଥିବା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ମଙ୍ଗଳବାର ପୋଲିସ ଉଦ୍ଧାର କରିଛି। ସେ ହେଲେ ଉକ୍ତ ଗ୍ରାମର ଈଶ୍ୱର ଦାସଙ୍କ ସ୍ତ୍ରୀ…
Archives


