ବାର୍ହା ଆକ୍ରମଣରେ ୨ ଗୁରୁତର
ମହାକାଳପଡ଼ା,୨୪।୨(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଖରିନାସୀ ହରିଆବାଙ୍କ ଗାଁରେ ବାର୍ହା ଆକ୍ରମଣରେ ଦୁଇ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଚିକିତ୍ସା ପାଇଁ କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି। ଧାନଖଳାରେ କାମ କରୁଥିବା ବେଳେ ଜଙ୍ଗଲୀ ବାର୍ହା ତାଙ୍କୁ ଆକ୍ରମଣ କରିଥିଲା। ଗୁରୁତର…
ଜଳିଗଲା ୨୦୦ରୁ ଊର୍ଦ୍ଧ୍ୱ କାଜୁଗଛ
ମହାକାଳପଡ଼ା,୨୪।୨(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାହାକୁଦ କାଜୁ ଜଙ୍ଗଲରେ ରବିବାର ବିଳମ୍ବିତ ରାତିରେ ନିଆଁ ଲାଗି ୨୦୦ରୁ ଊର୍ଦ୍ଧ୍ୱ କାଜୁ ଗଛ ଜଳିଯାଇଛି। ଖବର ପାଇ ମହାକାଳପଡ଼ା ଅଗ୍ନିଶମ ବିଭାଗର ୨ଟି ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଅଗ୍ନିକାଣ୍ଡର…
ଶର୍ଟସର୍କିଟରୁ ଜଳିଗଲା କୁକୁଡ଼ା ଫାର୍ମ, ୫ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ
ମହାକାଳପଡ଼ା,୨୪।୨(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅଧୀନ ବଉଳକଣି ପଞ୍ଚାୟତର ଛପାଲି-ବଡ଼ତୋଟା ଗ୍ରାମର ଏକ କୁକୁଡ଼ା ଫାର୍ମରେ ସୋମବାର ସକାଳେ ଶର୍ଟସର୍କିଟି ଯୋଗୁ ନିଆଁ ଲାଗି ୫ ଲକ୍ଷ ଟଙ୍କାର ସମ୍ପତ୍ତି ଜଳିଯାଇଛି। ଏହି ଅଗ୍ନିକାଣ୍ଡରେ ୪ ହଜାର ୮୦୦ କୁକୁଡ଼ା…
ବିଲିକଣା ଘରପୋଡ଼ି ଘଟଣାରେ ଜଣେ ଗିରଫ
ଆଳି, ୨୪।୨ (ଡି.ଏନ୍.ଏ.): ଆଳି ଥାନା ଅଧୀନ ବିଲିକଣା ଗ୍ରାମରେ ଘଟିଥିବା ଘରପୋଡି ଘଟଣାରେ ପୋଲିସ ରବିବାର ଜଣକୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ବିଲିକଣା ଗ୍ରାମର ସସ୍ମିତା ମଲ୍ଲିକ। ବିଲିକଣା ଗ୍ରାମର ସାରତୀ ମଲିକ ଓ ତାଙ୍କ…
ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ବିକ୍ଷୋଭ
କେନ୍ଦ୍ରାପଡା ଅଫିସ, ୨୪।୨: ସରକାରୀ ଚାକିରି ଓ ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ ଏକ ମୌଳିକ ଅଧିକାର ନୁହେଁ। ଏହା ରାଜ୍ୟ ସରକାରଙ୍କ ଇଚ୍ଛାଧୀନ ବିଷୟ। ତେଣୁ ତଫସିଲଭୁକ୍ତ ଜାତି (ଏସ୍ସି) ଓ ତଫସିଲଭୁକ୍ତ ଜନଜାତି (ଏସ୍ଟି) ବର୍ଗର ଲୋକଙ୍କୁ ଚାକିରି ଦେବାପାଇଁ…
ଗୋସେଇଁବନ୍ଧ ରେଳ ଲାଇନ୍ ଧସିବା ଘଟଣା:କ୍ଷତିଗ୍ରସ୍ତଙ୍କୁ ସ୍ବତନ୍ତ୍ର କ୍ଷତିପୂରଣ ଦାବି
କେନ୍ଦ୍ରାପଡା ଅଫିସ, ୨୪।୨: କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ କେନାଲ୍ ବ୍ରିଜର ଗୋସେଇଁବନ୍ଧ ଗ୍ରାମ ନିକଟରେ ନିର୍ମାଣାଧୀନ ହରିଦାସପୁର-ପାରାଦୀପ ରେଳପଥ ଧସିବା ପ୍ରଭାବରେ କ୍ଷତିଗ୍ରସ୍ତ ୫ ପରିବାରଙ୍କୁ ରାଜ୍ୟସରକାର ସ୍ବତନ୍ତ୍ର କ୍ଷତିପୂରଣ ପ୍ରଦାନ କରିବାକୁ ବରିଷ୍ଠ ଭାଜପା ନେତା ବିଜୟ ମହାପାତ୍ର ଶନିବାର…
ଜାଗର ପାଇଁ ଚନ୍ଦ୍ରମୌଳୀ ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ
ରାଜନଗର, ୨୧।୨(ଡି.ଏନ୍.ଏ) : ମହାଶିବରାତ୍ରି ଅବସରରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଚନ୍ଦନନଗରର ୫ଶହ ବର୍ଷ ତଳର ପୂରାତନ ଶୈବପୀଠ ଶ୍ରୀ ଶ୍ରୀ ଚନ୍ଦ୍ରମୌଳୀ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି। ଶୁକ୍ରବାର ଭୋର ୪ଟାରୁ ଭିଡ଼ ଲାଗିରହିଛି।…
ପାରିବାରିକ କଳହ: ଦେହରେ ନିଆଁ ଲଗାଇଲେ ମହିଳା, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ମହାକାଳପଡ଼ା, ୨୦।୨(ଡି.ଏନ୍.ଏ.): ପାରିବାରିକ କଳହକୁ କେନ୍ଦ୍ରକରି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ବରକନ୍ଧା ପଞ୍ଚାୟତ ଛେଡାକଣି ଗ୍ରାମର ଜନୈକା ମହିଳା ଗୁରୁବାର ସକାଳେ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେ ହେଲେ ଗ୍ରାମର ବିପିନ ସାହୁଙ୍କ…
ମାଟ୍ରିକ ପରୀକ୍ଷା ଆରମ୍ଭ: ରାଜନଗରରେ ୨,୪୭୯ ପରୀକ୍ଷାର୍ଥୀ ଦେଉଛନ୍ତି ପରୀକ୍ଷା
ରାଜନଗର, ୧୯।୨(ଡି.ଏନ୍.ଏ.): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ବୁଧବାର ସକାଳ ୧୦ଟାରୁ ଆରମ୍ଭ ହୋଇଛି। କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ୧୪ଟି ସେଣ୍ଟରରେ ୨,୪୭୯ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ଏଥିମଧ୍ୟରୁ ୬ଟି ସେଣ୍ଟରରେ ସିସିଟିଭି ଲଗାଯାଇଛି।…
ରାଜନଗର ବ୍ଲକରେ ୧୪ଟି ପରୀକ୍ଷା କେନ୍ଦ୍ର: ୬ଟି ସେଣ୍ଟରରେ ସିସିଟିଭି
ରାଜନଗର,୧୭।୨: କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକରେ ମାଟ୍ରିକ ପରୀକ୍ଷା ପାଇଁ ୧୪ଟି ସେଣ୍ଟର କରାଯାଇଛି। ରାଜନଗର, ନାଉକଣା, ହାତିନା, ଗୋଜ ଗୋପାଳପୁର, ଚାନ୍ଦିବାଉଁଶମୂଳ, ଦିଘି, ଡାଙ୍ଗପାଳ, କେରଡାଗଡ, ମଦନପୁର, ବଡପଲ୍ଲୀ, ବନ୍ଦୀପଡା, ମଧ୍ୟପଡା ଓ ବାଘମାରୀ ସ୍କୁଲରେ ପରୀକ୍ଷା କେନ୍ଦ୍ର କରାଯାଇଛି।…
ଦେହରେ କିରୋସିନ ଢାଳି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ
ମହାକାଳପଡ଼ା,୧୬।୨(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ବରକନ୍ଧା ପଞ୍ଚାୟତ ଛେଡାକଣି ଗ୍ରାମରେ ରବିବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ବିପିନ ସାହୁଙ୍କ ସ୍ତ୍ରୀ ଊର୍ମିଳା ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ…
୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଲା ହାଇଓ୍ବା: ଡ୍ରାଇଭର ମୃତ
ମହାକାଳପଡ଼ା,୧୫।୨(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ମେରାଇନ୍ ଥାନା ଅଧୀନ ସ୍ଥାନୀୟ ତରପଦା ଗ୍ରାମରେ ଏକ ବାଲି ବୋଝେଇ ହାଇଓ୍ବା ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲା। ଏଥିରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତ ଡ୍ରାଇଭର ହେଲେ…
Archives


