୧୦ହଜାର ପ୍ରବାସୀଙ୍କ ପାଇଁ ୧୭୮ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର
ଚଣ୍ଡିଖୋଲ, ୧୦।୫ (ଡି.ଏନ୍.ଏ.)-ରାଜ୍ୟ ବାହାରୁ ଓଡ଼ିଆ ଶ୍ରମିକମାନେ ଫେରୁଥିବା ବେଳେ ସେମାନଙ୍କ ପାଇଁ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ବଡ଼ଚଣା ନିର୍ବାଚନ ମଣ୍ଡଳି ଅଧୀନ ୪୩ ପଞ୍ଚାୟତକୁ ପ୍ରାୟ ୧୦ହଜାର ପ୍ରବାସୀ ଫେରିବାକୁ ଥିବା ବେଳେ...
ରସୁଲପୁରର ୧୪୩ ନମୁନା ନେଗେଟିଭ
ରସୁଲପୁର, ୧୦।୫ (ଡି.ଏନ୍.ଏ.)-ରସୁଲପୁର ବ୍ଲକ ଅଞ୍ଚଳରେ ଥିବା ୩୦ଟି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ବିଭିନ୍ନ ରାଜ୍ୟରୁ ଫେରିଥିବା ଶ୍ରମିକମାନଙ୍କୁ ରଖାଯାଇଛି। ଗତ ଏପ୍ରିଲ ୨୯ ଓ ୩୦ ତାରିଖରେ ଉକ୍ତ କେନ୍ଦ୍ରଗୁଡ଼ିକରେ ରହୁଥିବା ୧୫୫ଜଣ କୋଲକାତା ଫେରନ୍ତାଙ୍କର ସ୍ବାବ ନମୁନା ସଂଗ୍ରହ...
ମେ’ ୨୪ ପର୍ଯ୍ୟନ୍ତ ବଢ଼ିଲା ଅକରପଦା କଣ୍ଟେନମେଣ୍ଟ ଜୋନ ଅବଧି
ଯାଜପୁର ଅଫିସ,୧୦।୫- କୋଭିଡ-୧୯ ଭୂତାଣୁ ସଂକ୍ରମଣକୁ ରୋକିବାକୁ ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ ତାଙ୍କ ପତ୍ର ସଂଖ୍ୟା ୬୯୦/୯।୫।୨୦୨୦ରେ ଦଶରଥପୁର ବ୍ଲକ ଅକରପଦା କଣ୍ଟେନମେଣ୍ଟ ଜୋନକୁ ଆସନ୍ତା ୨୪ ତାରିଖ ରାତି ୮ଟା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏଥିରେ...
ବରୀ ବ୍ଲକ: ୧୭୯ ଜଣଙ୍କ ସ୍ବାବ୍ ସଂଗ୍ରହ
ରତ୍ନଗିରି,୮।୫(ଡି.ଏନ.ଏ.)-ବରୀ ବ୍ଲକରୁ ୪ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ତତ୍ପର ହୋଇପଡ଼ିଛି ଯାଜପୁର ଜିଲା ପ୍ରଶାସନ। ଶୁକ୍ରବାର ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୨ଟି ଟିମ ବରୀ ଗ୍ରସ୍ତରେ ଆସି ଉଦୟନାଥପୁର ପଞ୍ଚାୟତ ଓ ବ୍ଲକର ବିଭିନ୍ନ...
କଣ୍ଟେନମେଣ୍ଟ ଜୋନ୍ରେ ୩ ପଞ୍ଚାୟତର ୯ଗାଁ
ରସୁଲପୁର, ୬।୫(ଡି.ଏନ୍.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ଅଧୀନ ନଠୁଆବର ପଞ୍ଚାୟତର ଜଣେ ୫୮ବର୍ଷୀୟ ବ୍ୟକ୍ତି କରୋନା ପଜିଟିଭ୍ (କ୍ରମିକ ନଂ.୧୭୬)ଙ୍କ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ତାଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ୩୬ଜଣଙ୍କୁ...
ଆସିଲାନି ଆମ୍ବୁଲାନ୍ସ, ଟ୍ରଲିରେ ବୁହାହେଲେ ପ୍ରସୂତି
ରତ୍ନଗିରି,୬।୫(ଡି.ଏନ୍.ଏ.): ଯାଜପୁର ଜିଲା ବରୀ ବ୍ଲକ ଅଧୀନ ବାଇଁଶିରିଆ ପଞ୍ଚାୟତରୁ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବୁଧବାର ଆଉ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଆମ୍ବୁଲାନ୍ସ ନ ଆସିବାରୁ ଜଣେ ପ୍ରସୂତିଙ୍କୁ ଟ୍ରଲିରେ ବୁହାଯାଇଥିବା ଦେଖିବାକୁ...
ରସୁଲପୁର ବ୍ଲକରେ ୩ୟ କରୋନା ଆକ୍ରାନ୍ତ ଚିହ୍ନଟ
ରସୁଲପୁର,୬।୫(ଡି.ଏନ୍.ଏ.): ଯାଜପୁର ଜିଲାର ରସୁଲପୁର ବ୍ଲକରେ ୩ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ବ୍ୟକ୍ତି ଜଣକ ରାହାମ୍ବା ପଞ୍ଚାୟତ ସଦାନନ୍ଦପୁର ଗ୍ରାମର ବୋଲି ସୂଚନା ମିଳିଛି। ଉକ୍ତ ବ୍ୟକ୍ତିଜଣକ କଲିକତା ଫେରନ୍ତା ବୋଲି ଜଣାପଡିଛି। ଏପ୍ରିଲ ୨୯ରେ ନମୁନା...
ଯାଜପୁରରେ ୫୪ରେ ପହଞ୍ଚିଲା କରୋନା ପଜିଟିଭ୍ଙ୍କ ସଂଖ୍ୟା: ନୂଆ ଆକ୍ରାନ୍ତ ୬୫ ବର୍ଷୀୟ ବୃଦ୍ଧ,କୋଲକାତାରୁ ଫେରିଥିଲେ
ଭୁବନେଶ୍ୱର(ବ୍ୟୁରୋ),୬।୫: ଯାଜପୁରରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ ୬୫ ବର୍ଷୀୟ ବୃଦ୍ଧ। ସେ କୋଲକାତାରୁ ଫେରି କ୍ୱାରାଣ୍ଟାଇନ୍ରେ ରହିଥିଲେ। ବୁଧବାର ସେ ପଜିଟିଭ୍ ଜଣାପଡ଼ିବା ପରେ ତାଙ୍କର ଟ୍ରାଭେଲ୍ ହିଷ୍ଟ୍ରି ଏବଂ କଣ୍ଟ୍ରାକ୍ଟ ଟ୍ରେସିଂ ଆରମ୍ଭ ହୋଇଥିବା ରାଜ୍ୟ ସୂଚନା...
ଚିନ୍ତା ବଢ଼ାଇଲାଣି ଯାଜପୁର: ପୁଣି ଜଣେ ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୯କୁ ବୃଦ୍ଧି
ଭୁବନେଶ୍ୱର,୬।୫(ବ୍ୟୁରୋ): ଯାଜପୁର ଜିଲାରେ ପୁଣି ଜଣେ କରୋନା ପଜିଟିଭ୍ ବୁଧବାର ଅପରାହ୍ନରେ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୪ରେ ପହଞ୍ଚିଛି। ସେହିଭଳି ରାଜ୍ୟରେ ମୋଟ ପଜିଟିଭ୍ ସଂଖ୍ୟା ୧୭୯କୁ ବୃଦ୍ଧି ପାଇଛି। ଏନେଇ ସ୍ବାସ୍ଥ୍ୟ ଓ...
CORONAVIRUS UPDATE: ଓଡ଼ିଶାରେ ଆକ୍ରାନ୍ତ ସଂଖ୍ୟା ହେଲା ୧୭୬
ଭୁବନେଶ୍ୱର,୫।୫:(ବ୍ୟୁରୋ)- ମଙ୍ଗଳବାର ରାତିରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୬ରେ ପହଞ୍ଚିଛି। ପଜିଟିଭ୍ ଚିହ୍ନଟ ହୋଇଥିବା ୫୮ ବର୍ଷୀୟ ବ୍ୟକ୍ତି ଯାଜପୁର ଜିଲାର ଏବଂ ସେ କୋଲକାତା ଫେରନ୍ତା...
ସାମ୍ନାକୁ ଆସିଲା ବରୀର ଆଉ ୩ ଆକ୍ରାନ୍ତଙ୍କ ଗ୍ରସ୍ତ ବିବରଣୀ
ରତ୍ନଗିରି, ୫।୫(ଡି.ଏନ୍.ଏ): ଯାଜପୁର ବରୀ ବ୍ଲକ ଅଧିନସ୍ଥ କଳାମାଟିଆ ପଞ୍ଚାୟତରେ କରୋନା ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ଗ୍ରସ୍ତ ବିବରଣୀ ଗତ ୩ ତାରିଖରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଜାରି କରାଯାଇଥିଲା। ତେବେ ସୋମବାର ଆଉ ୩ଜଣ...
ଫେରନ୍ତା ପ୍ରବାସୀଙ୍କ ପାଇଁ ବରୀରେ ପ୍ରସ୍ତୁତି
ବରୀ, ୪।୫ (ସ୍ବ.ପ୍ର.): ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ବରୀ ବ୍ଲକ ପ୍ରଶାସନ ପକ୍ଷରୁ ସମସ୍ତ ସୁବିଧା କରାଯାଇଛି। ୨୯ ପଞ୍ଚାୟତକୁ ନେଇ ଗଠିତ ବରୀ ବ୍ଲକ ପକ୍ଷରୁ ସୋମବାର ସୁଦ୍ଧା ୧୮୮୦ଲୋକଙ୍କ ନିମନ୍ତେ ଭିତ୍ତିଭୂମି ପ୍ରସ୍ତୁତ...
Archives


