ଗଞ୍ଜାମ

ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତ ଅଟକ

କବିସୂର୍ଯ୍ୟନଗର,୧୭ା୮-ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ଏକ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ୬ ବର୍ଷିୟା ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଆସିକା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରୁ ଅଧିକ ଚିକିତ୍ସା ପାଇଁ ଶୁକ୍ରବାର ସନ୍ଧ୍ୟାରେ…

ଶିକ୍ଷୟିତ୍ରୀଙ୍କ ଗହଣା ଲୁଟିନେବା ପରେ ବଳାତ୍କାର ଉଦ୍ୟମ

ଦିଗପହଣ୍ଡି,୧୬ା୮(ଡି.ଏନ.ଏ.)- ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ମହୁଡ଼ା ଅଞ୍ଚଳ ଅପରାଧୀଙ୍କ ଅମରାବତୀ ପାଲଟିଛି। ବୋମା ମାଡ଼, ହତ୍ୟା ଉଦ୍ୟମ, ଲୁଟ, ଛିନ୍‌ତାଇ ଭଳି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଦିନକୁ ଦିନ ବଢ଼ି ଚାଲିଛି। ପୋଲିସ ଅଭିଯୁକ୍ତମାନଙ୍କୁ ଧରିବାରେ ବିଫଳ ହେଉଛି। ଗୁରୁବାର…

ବାହୁଦା ନଦୀରେ ବୁଡ଼ି ଯୁବକ ମୃତ

ପାତ୍ରପୁର,୧୬ା୮(ଡି.ଏନ୍‌.ଏ.): ଖାରିଆଗୁଡ଼ା ଫାଣ୍ଡି ଆମୁଣ୍ଡି ଗ୍ରାମ ନିକଟ ଦେଇ ପ୍ରବାହିତ ବାହୁଦା ନଦୀରେରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକଜଣକ ହେଲେ ଶ୍ୟାମ ବେହେରା (୩୯)। ଶୁକ୍ରବାର ସକାଳୁ ସେ ଗାଧୋଇବା ପାଇଁ ନଦୀକୁ ଯାଇ ଆଉ ଘରକୁ ଫେରି…

ଗ୍ରାନାଇଟ କମ୍ପାନୀ କର୍ମଚାରୀଙ୍କୁ ଆକ୍ରମଣ ଘଟଣା: ୨ ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,୧୬।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ମହୁଡ଼ା ଗ୍ରାମ ନିକଟ ଶେଖାଓ୍ବତ ଗ୍ରାନାଇଟ କମ୍ପାନୀ କର୍ମଚାରୀଙ୍କୁ ଦାଦାବଟି ଲାଗି କରାଯାଇଥିବା ଆକ୍ରମଣ ଘଟଣାରେ ଶୁକ୍ରବାର ଦିଗପହଣ୍ଡି ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରି ବ୍ରହ୍ମପୁର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ମହୁଡା ଛାଞ୍ଚଡା…

ଗଞ୍ଜାମ ଜିଲାପରିଷଦ ବୈଠକ: ଫସଲ କ୍ଷତି ନେଇ ବୀମା କମ୍ପାନୀଙ୍କୁ ନୋଟିସ

ଛତ୍ରପୁର,୧୬।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲାପରିଷଦ ବୈଠକ ଶୁକ୍ରବାର ଛତ୍ରପୁର ସ୍ଥିତ ଜିଲାପରିଷଦ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ସୋନମ ପଲେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଚାଷୀଙ୍କୁ ଫସଲ ବୀମା ସହାୟତା ମିଳୁ ନ ଥିବା ନେଇ ବିଧାୟକ, ଜିଲାପରିଷଦ ସଭ୍ୟମାନେ ଉଦ୍‌ବେଗ…

ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ

ଦିଗପହଣ୍ଡି/ପାଟପୁର,୧୬।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ନିସ୍ତିପୁର ଗ୍ରାମ ନିକଟ ମୁହାଣ ନାଳରୁ ଶୁକ୍ରବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ନିସ୍ତିପୁର ଗ୍ରାମ କିଶୋରନଗରର ବସନ୍ତ ଦାସ। ପ୍ରକାଶ ଯେ, ବସନ୍ତ କିଛି ବର୍ଷ ପୂର୍ବେ ବିବାହ…

ରକ୍ଷାବନ୍ଧନ ପାଳିତ

ଶେରଗଡ଼,୧୫।୮(ଡି.ଏନ.ଏ.)-ଶେରଗଡ଼ ସ୍ଥିତ ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରରେ ଗୁରୁବାର ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ଛାତ୍ରୀଛାତ୍ରମାନେ ରାଖୀ ଗୀତ ବୋଲିବା ପରେ ପରସ୍ପରକୁ ରାଖୀ ବାନ୍ଧି ମିଠା ଖୁଆଇଥିଲେ। ଶିକ୍ଷୟିତ୍ରୀଙ୍କ ମଧ୍ୟରେ ପ୍ରିୟଙ୍କା, ଗାୟତ୍ରୀ, ଝିନି, ସନ୍ଧ୍ୟା ପ୍ରମୁଖ ସହଯୋଗ କରିଥିଲେ।

କଣ୍ଟାପୀଢ଼ା ଯାତ୍ରା, କନ୍ଧୁଣୀ ଦେବୀ ମହୋତ୍ସବ ପ୍ରସ୍ତୁତି ବୈଠକ

ସୋରଡ଼ା,୧୫।୮(ଡି.ଏନ୍‌.ଏ.)-ଗଞ୍ଜାମ ପ୍ରସିଦ୍ଧ ମା’ କନ୍ଧୁଣୀ ଦେବୀଙ୍କ କଣ୍ଟାପୀଢ଼ା ଯାତ୍ରା ଓ କନ୍ଧୁଣୀ ଦେବୀ ମହୋତ୍ସବ ପାଇଁ ବୁଧବାର ବଡ଼କାଳି ମନ୍ଦିର ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଗୁରୁବାର ଅପରାହ୍ନରେ ମନ୍ଦିର ପରିସରରୁ ଶୁଭଖୁଣ୍ଟିକୁ ପୂଜା କରାଯାଇ ଢୋଲ କିର୍ତ୍ତନ ସହ…

ଜେଲ, ମେଡିକାଲ ପରିସରରେ ରକ୍ଷାବନ୍ଧନ

ସୋରଡ଼ା,୧୫।୮(ଡି.ଏନ୍‌.ଏ.)- ସ୍ବାଧୀନତା ଦିବସ, ରକ୍ଷାବନ୍ଧନ ଉପଲକ୍ଷେ ବିବେକାନନ୍ଦ ଯୁବ ପରିଷଦ ପକ୍ଷରୁ ସ୍ଥାନୀୟ ସବ୍‌ ଜେଲ ପରିସରରେ ରକ୍ଷା ବନ୍ଧନ ପାଳିତ ହୋଇଯାଇଛି। ଏଥିରେ ଅନ୍ତେବାସୀଙ୍କୁ ପୁଷ୍ପ ଦେଇ ରକ୍ଷାବନ୍ଧର ମହତ୍ୱ ବିଷୟରେ କୁହାଯାଇଥିଲା। ସେହିପରି ମେଡିକାଲ ପରିସରରେ ରୋଗୀଙ୍କୁ ଫଳ…

ବଳଦେବ ଠାକୁରଙ୍କ ଜନ୍ମଉତ୍ସବ

ବୁଗୁଡ଼ା,୧୫।୮(ଡି.ଏନ୍‌.ଏ.)- ବୁଗୁଡ଼ାରେ ଅବସ୍ଥିତ ବଳଦେବ ସ୍ବାମୀ ମନ୍ଦିରରେ ଗୁରୁବାର ଗୁରୁପୂର୍ଣ୍ଣିମା ଅବସରରେ ବଳଦେବ ଠାକୁରଙ୍କ ଜନ୍ମଉତ୍ସବ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ହୋମ, ଯଜ୍ଞ ସହ ଠାକୁରଙ୍କ ପୂଜା କରାଯାଇଥିଲା। ଏଥିରେ ଅନ୍ତର୍ଯ୍ୟାମୀ ଦାସ ପୂଜା କାର୍ଯ୍ୟ କରିଥିବା ବେଳେ କର୍ତ୍ତା…

ମହିଳାଙ୍କ ସନ୍ଧେହଜନକ ମୃତ୍ୟୁ, ସ୍ବାମୀ ଅଟକ

ବ୍ରହ୍ମପୁର ଅଫିସ,୧୫।୮-ଗୋଶାଣିନୁଆଗାଁ ଥାନା ନୂଆ ଖଜୁରିଆରୁ ପୋଲିସ ଜଣେ ମହିଳାଙ୍କ ମୃତଦେହ ଜବତ କରିଛି। ସେ ହେଲେ ମଞ୍ଜୁଲତା ଦଳାଇ (୨୨)। ଏ ନେଇ ପୋଲିସ ନଂ. ୧୩/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି।…

ବ୍ଲକସ୍ତରୀୟ ସ୍ବାଧୀନତା ଦିବସ

ଶେରଗଡ଼,୧୫।୮(ଡି.ଏନ.ଏ.)-ଶେରଗଡ଼ ବ୍ଲକ ସ୍ତରୀୟ ସ୍ବାଧୀନତା ଦିବସ ସ୍ଥାନୀୟ ମହାତ୍ମା ଗାନ୍ଧୀ ଉଚ୍ଚ ବିଦ୍ୟାଳୟରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷ ସାରସ ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ। ପୂର୍ବରୁ କରାଯାଇଥିବା ବିଭିନ୍ନ କୃତୀ ପ୍ରତିଯୋଗୀଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri