ଗଞ୍ଜାମ

କାମ ନ କରି ଆସିଛି ଟଙ୍କା, ବିଡିଓଙ୍କୁ ଅଭିଯୋଗ

କନିଷି,୫ା୨(ଡି.ଏନ.ଏ.) -ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ କୋଳଥିଗାଁ ପଞ୍ଚାୟତରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ମାଧ୍ୟମରେ ଅର୍ଥ ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ଜଣେ ଜବ୍‌କାର୍ଡଧାରୀ ବିଡିଓଙ୍କୁ ଅଭିଯୋଗ କରିଛନ୍ତି। ଯେ,…

ଶ୍ୱଶୁରଙ୍କ ପ୍ରେରଣାରୁ ହେଉଛି ଅଙ୍ଗଦାନ

ଦିଗପହଣ୍ଡି,୫ା୨(ଡି.ଏନ.ଏ.)-ସଡ଼କ ଦୁର୍ଘଟଣାରେ ଆହତ ଦିଗପହଣ୍ଡି ରାଣୀ ସାହିର ପ୍ରିୟଙ୍କା ରାଣୀ ରାଜୁ (୨୬) ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁବରଣ କରିଛନ୍ତି। ଶ୍ୱଶୁର ଓ ସ୍ବାମୀଙ୍କ ସହମତିରେ ପ୍ରିୟଙ୍କାଙ୍କ ଦୁଇଟି କିଡ୍‌ନୀ ଓ ଚକ୍ଷୁ ଦାନ କରାଯାଇଛି। ମୃତଦେହ ବ୍ୟବଚ୍ଛେଦ ପରେ…

ଅନ୍ୟମାନଙ୍କ ପାଇଁ ସାଜିଲେ ପ୍ରେରଣା: ସଡ଼କ ଦୁର୍ଘଟଣାରେ ମୃତ ପ୍ରିୟଙ୍କାଙ୍କ କିଡ୍‌ନୀ, ଚକ୍ଷୁ ଦାନ କଲେ ପରିବାର

ଦିଗପହଣ୍ଡି,୪।୨(ଡି.ଏନ୍‌.ଏ.): ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଗଞ୍ଜାମ ଜିଲା ଦିଗପହଣ୍ଡି ରାଣୀ ସାହିର ପ୍ରିୟଙ୍କାରାଣୀ ରାଜୁ(୨୬)ଙ୍କ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଥିଲା। ପରେ ପରିବାର ଲୋକଙ୍କ ସହମତି ଭିତ୍ତିରେ ପ୍ରିୟଙ୍କାଙ୍କ ଦୁଇଟି କିଡ୍‌ନୀ ଓ ଚକ୍ଷୁକୁ…

ନିଷ୍ଟ କଲେଜରେ ଛାତ୍ର ଅଶାନ୍ତି : ଧାରଣାରେ ବସିଲେ କର୍ମଚାରୀ

ଗୋପାଳପୁର,୪ା୨-ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ପାଲୁର ହିଲ୍‌୍‌ସ୍ଥିତ ନିଷ୍ଟ କଲେଜରେ ଛାତ୍ର ଅଶାନ୍ତି ଲାଗି ରହିଛି। ଏଥିପାଇଁ ପ୍ରଶାସନିକ ବିବାଦକୁ ଦାୟୀ କରାଯାଇଥିବା ଅଭିଯୋଗ ହୋଇଛି। ଗତ ତିନିଦିନ ହେଲା ଛାତ୍ରୀଛାତ୍ର ଓ କର୍ମଚାରୀଙ୍କ ମଧ୍ୟରେ ଅଶାନ୍ତି ଦେଖାଦେଇଛି। କଲେଜ ରେଜିଷ୍ଟ୍ରାରଙ୍କୁ…

୫୯ ବସ୍ତା ଗଞ୍ଜେଇ ବୋଝେଇ ଗାଡ଼ି ଜବତ : ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତଦନ୍ତ, ମାଷ୍ଟର ମାଇଣ୍ଡ ଫେରାର

ଦିଗପହଣ୍ଡି,୪ା୨(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଏକ ଗଞ୍ଜେଇ ବୋଝେଇ ଗାଡ଼ି ଜବତ କରବା ସହ ଜଣକୁ ଗିରଫ କରିଛି। ଗଜପତି ଜିଲାର ବିଭିନ୍ନ ଅଞ୍ଚଳରୁ ବ୍ରହ୍ମପୁର ଦେଇ ଗଞ୍ଜେଇ ଚାଲାଣ କରାଯାଉଥିବା ଗୋଇନ୍ଦା ସୂଚନାକୁ ଭିତ୍ତିକରି ଦିଗପହଣ୍ଡି ଆଇଆଇସି ବସନ୍ତ…

ବାଲ୍ୟ ବିବାହ ରୋକିଲା ପ୍ରଶାସନ

ପାଟପୁର,୩ା୨-ସାନଖେମୁଣ୍ଡି ବ୍ଲକ ସିଙ୍ଗିପୁର, କଉଡିଆ, କଙ୍କୋରଡା ଅଞ୍ଚଳରେ ହେବାକୁ ଥିବା ବାଲ୍ୟ ବିବାହକୁ ସୋମବାର ପ୍ରଶାସନ ପକ୍ଷରୁ ବନ୍ଦ କରି ଦିଆଯାଇଛି। ଉକ୍ତ ଅଞ୍ଚଳରେ ପରିବାର ଲୋକେ ନାବାଳିକାଙ୍କ ବିବାହ ପାଇଁ ପ୍ରସ୍ତୁତି ଜୋରଦାର ଚଳାଇଥିଲେ। ଖବର ପାଇ ବ୍ରହ୍ମପୁର ଚାଇଲଡ଼…

ବଳିଆରସିଂହପୁରରେ ହାତୀ ଉପଦ୍ରବ, ୫ ଏକର ଜମିର ଫସଲ ନଷ୍ଟ

ଶେରଗଡ,୩ା୨(ଡି.ଏନ.ଏ.)-ଶେରଗଡ଼ ବ୍ଲକ ବଳିଆରସିଂହପୁର ଗ୍ରାମରେ ସୋମବାର ଭୋର୍‌ରେ ହାତୀପଲ ପଶି ପ୍ରାୟ ୫ ଏକର ଜମିର ପରିବା ଫସଲ ନଷ୍ଟ କରିଦେଇଛନ୍ତି। ଅଲାରିଗଡ଼ ଲଣ୍ଡା ପାହାଡରେ ଥିବା ୯ ହାତୀ ବଳିଆରସିଂହପୁର ଦେଇ ଗୋବିନ୍ଦପୁର ଗ୍ରାମ ଅଭିମୁଖେ ଯାଉଥିଲେ। ବଳିଆରସିଂହପୁରରେ ବିଷ୍ଣୂଚରଣ…

ଯୁବକଙ୍କ ଗଳିତ ମୃତଦେହ ଜବତ ଘଟଣା: ଅପମୃତ୍ୟୁ ହେଲା ହତ୍ୟା ମାମଲା

ବ୍ରହ୍ମପୁର ଅଫିସ,୩ା୨-ଗୋସାଣୀନୂଆଗାଁ ଥାନାରେ ରୁଜୁ ହୋଇଥିବା ଏକ ଅପମୃତ୍ୟୁ ମାମଲା ଏବେ ହତ୍ୟା ମାମଲାରେ ରୂପାନ୍ତରିତ ହୋଇଛି। ପୋଲିସ ନଂ.୧/୨୦ରେ ମାମଲା ରୁଜୁକରି ଘଟଣାର ଅନୁସନ୍ଧାନ ଚଳାଇଛି। ହେଲେ ଇତିମଧ୍ୟରେ ୨ ମାସ ବିତିଗଲାଣି। ଗୋଟିଏ ପଟେ ମୃତ ଯୁବକଙ୍କ ପରିଚୟ…

ଛାତ୍ରଙ୍କୁ ମାଡ଼ ଘଟଣା ,ସହକାରୀ ଶିକ୍ଷକ ନିଲମ୍ବିତ

ଦିଗପହଣ୍ଡି,୩ା୨(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ନୋଡାଲ ପ୍ରାଥମିକ ବିଦ୍ୟାଳୟ ସହକାରୀ ଶିକ୍ଷକ ବିରେଣି କୁମାର ସାହୁଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ଦିଗପହଣ୍ଡି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସୂଚନା ମିଳିଛି। ବିଦ୍ୟାଳୟ ପ୍ରଧାନଶିକ୍ଷକ ଅଶୋକ କୁମାର ସ୍ବାଇଁଙ୍କୁ ସହକାରୀ ଶିକ୍ଷକଙ୍କ ନିଲମ୍ବିତ…

୯ରୁ ଭଞ୍ଜ ଟ୍ରଫି ଫୁଟବଲ ଟୁର୍ନାମେଣ୍ଟ: ଭାଗନେବେ ନେପାଳ, ରାଜ୍ୟ ବାହାରର ୨ ଟିମ

ଭଞ୍ଜନଗର,୩।୨(ଡି.ଏନ.ଏ)-ଭଞ୍ଜନଗର ଜେଲ ପଡ଼ିଆରେ ଆସନ୍ତା ୯ ତାରିଖରୁ ୫ମ ଭଞ୍ଜ ଟ୍ରଫି ଫୁଟବଲ ଟୁର୍ନାମେଣ୍ଟ ଆରମ୍ଭ ହେବ। ଏଥିରେ ନେପାଳ, ରାଜ୍ୟ ବାହାରର ୨ ଏବଂ ରାଜ୍ୟର ୫ ଏପରି ମୋଟ ୮ ଟିମ ଭାଗ ନେବେ। ଭଞ୍ଜନଗର ଫୁଟବଲ ଆସୋସିଏଶନ…

ଏଲ୍‌ଆଇସି ଅଂଶଧନ ବିକ୍ରିକୁ ବିରୋଧ

ବ୍ରହ୍ମପୁର ଅଫିସ,୩ା୨-ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି)ରୁ ସରକାରଙ୍କ ଅଂଶଧନରୁ କିଛି ପ୍ରତିଶତ ଷ୍ଟକ୍‌ ବଜାର ମାଧ୍ୟମରେ ତଥା ଆଇପିଓ ରୂପେ ବିକ୍ରି କରାଯିବା ଲୋକ ସଭାରେ ଅର୍ଥମନ୍ତ୍ରୀ ଆଗତ କରିଥିବା ୨୦୨୦-୨୧ ଆର୍ଥିକ ବର୍ଷର ବଜେଟରେ ସୂଚାଇଛନ୍ତି। କେନ୍ଦ୍ର ସରକାରଙ୍କ…

ଚାକିରି ନାଁରେ ଠକେଇ: ମାଷ୍ଟରମାଇଣ୍ଡ, ଦଲାଲ ଗିରଫ

ବ୍ରହ୍ମପୁର ଅଫିସ,୩ା୨-ବେକାର ଯୁବତୀ ଯୁବକଙ୍କୁ ଚାକିରି କରାଇଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଏକ ଠକ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଓ ଜଣେ ଦଲାଲଙ୍କୁ ବୈଦ୍ୟନାଥପୁର ପୋଲିସ ଗିରଫ କରିଛି। ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଯାଜପୁରର ରବୀନ୍ଦ୍ର କୁମାର ବେହେରା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri