ଗଞ୍ଜାମ

ବୁଗୁଡ଼ା ବ୍ଲକ: ୩ ସନ୍ଦିଗ୍ଧଙ୍କୁ ପରୀକ୍ଷା ପାଇଁ ପଠାଗଲା ବ୍ରହ୍ମପୁର

ବୁଗୁଡ଼ା,୨୮ା୪(ଡି.ଏନ.ଏ.)-ବୁଗୁଡ଼ା ବ୍ଲକର ୩ ସନ୍ଦିଗ୍ଧଙ୍କୁ ପରୀକ୍ଷା ପାଇଁ ସୋମବାର ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଥିବା ବିଡିଓ ତଥା ନୋଡାଲ ଅଧିକାରୀ ତନ୍ମୟ ପାତ୍ର କହିିଛନ୍ତି। ଭୁବନେଶ୍ୱର ବମିଖାଲ ଅଞ୍ଚଳରୁ ଫେରିଥିବା ମୋଟାବାଡ଼ି ପଞ୍ଚାୟତ ଅଞ୍ଚଳର ଜନୈକ ବ୍ୟକ୍ତି ସଂଗରୋଧ କେନ୍ଦ୍ରରେ ଥିବା…

ଆଇଟିଆଇ ପ୍ରସ୍ତୁତ କଲା କୋଭିଡ୍‌-୧୯ ସୁରକ୍ଷା କବଚ

ବ୍ରହ୍ମପୁର ଅଫିସ,୨୮ା୪-କୋଭିଡ୍‌-୧୯(କରୋନା)ଭାଇରସ ସଂକ୍ରମଣକୁ ରୋକିବା ତଥା ସଂକ୍ରମିତ ବ୍ୟକ୍ତିଙ୍କ ଚିକିତ୍ସା ସମୟରେ ଡାକ୍ତର ଓ ରୋଗୀଙ୍କ ମଧ୍ୟରେ ଦୂରତା ରକ୍ଷା କରିବା ନେଇ ବ୍ରହ୍ମପୁର ସରକାରୀ ଆଇଟିଆଇ ପ୍ରସ୍ତୁତ କରିଛି ସ୍ବତନ୍ତ୍ର ସୁରକ୍ଷା କବଚ ା ବର୍ତ୍ତମାନ କୋଭିଡ୍‌-୧୯ର ସଂକ୍ରମିତଙ୍କ ସଂଖ୍ୟା…

ପୁଣି ଚେନ୍ନାଇରୁ ବୋଟରେ ଫେରିଲେ ୩୯ ଦାଦନ ଶ୍ରମିକ

ଚିକିଟି,୨୭ା୪(ଡି.ଏନ.ଏ.)- ଲକ୍‌ଡାଉନ କଟକଣା ପରେ ଚେନ୍ନାଇରେ ଫସିଥିବା ଗଞ୍ଜାମ ଜିଲାର ବହୁ ଦାଦନ ଶ୍ରମିକ ବିପଦପୂର୍ଣ୍ଣ ଭାବେ ଜଳପଥ ଦେଇ ଘରକୁ ଫେରୁଛନ୍ତି। ୩୮ଜଣ ଶନିବାର ଆସି ପହଞ୍ଚତ୍ଥିବାବେଳେ ସୋମବାର ପୁଣି ୩୯ ଦାଦନ ବୋଟ୍‌ ଯୋଗେ ଚେନ୍ନାଇରୁ ସମୁଦ୍ର ପଥ…

୧୨ ହଜାର ଲିଟର ମହୁଲି ପୋଚ ନଷ୍ଟ

ପାତ୍ରପୁର,୨୭ା୪(ଡି.ଏନ୍‌.ଏ.)- ଜରଡ଼ା ଥାନା ପାତ୍ରପୁର ବ୍ଲକ ତୁମ୍ବା ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମରେ ସୋମବାର ଦୁଇ ମଦ ରନ୍ଧା ସ୍ଥାନରେ ଚଢ଼ାଉ କରି ୧୨ ହଜାର ଲିଟର ମହୁଲି ପୋଚ ନଷ୍ଟ କରିଛି ଜରଡ଼ା ପୋଲିସ ା କୌଣସି ସୁତ୍ରରୁ ଖବର ପାଇ…

ସରକାରୀ ମଦଭାଟି ସିଲ୍‌ କଲା ପ୍ରଶାସନ: ସିଲ୍‌ ପରେ ପଛପଟ ଖୋଲି ଚାଲିଥିଲା ମଦ ପ୍ରସ୍ତୁତ, ୩ ଅଟକ

ଦିଗପହଣ୍ଡି,୨୭ା୪(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ଗ୍ରାମ ନିକଟରେ ଥିବା ସରକାରୀ ବାହାର ଦେଶୀମଦ ଭାଟିରେ ସୋମବାର ଦିଗପହଣ୍ଡି ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ ତଥା ତହସିଲଦାର ଅଦ୍ୱୈତ କୁମାର ସ୍ବାଇଁ ପୋଲିସ ଟିମ୍‌ ସହ ଚଢାଉ କରି ଏହାକୁ ସମ୍ପୂର୍ଣ୍ଣ ସିଲ୍‌ କରିଛନ୍ତି। ଲକ୍‌ଡାଉନ…

୧୨ ଚାରା ଉପତ୍ାଦନ କେନ୍ଦ୍ର ପରିଦର୍ଶନ କଲେ ବନଖଣ୍ଡ ଅଧିକାରୀ

ବୁଗୁଡ଼ା,୨୭ା୪(ଡି.ଏନ.ଏ.)- ବର୍ତ୍ତମାନ କରୋନା ମହାମାରିରୁ ରକ୍ଷା ପାଇବା ପାଇଁ ଗଞ୍ଜାମ ଜିଲାରେ ଲକ୍‌ଡାଉନ ଓ ସଟଡାଉନ ନିୟମ ଲାଗୁ ହୋଇଥିବା ବେଳେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟ ନାରାୟଣ ବେହୁରା ଅଚାନକ ବୁଗୁଡ଼ା ବନାଞ୍ଚଳ ପରିଦର୍ଶନ କରିଥିଲେ। ବନାଞ୍ଚଳ ଅନ୍ତର୍ଗତ…

ଡଙ୍କଲପାଡୁ ବସ୍‌ ଟ୍ରାଜେଡି: ଏସ୍‌ସିବିରେ ନାବାଳିକାଙ୍କ ମୃତ୍ୟୁ, ୧୨ରେ ପହଚିଂଲା  ମୃତ୍ୟୁସଂଖ୍ୟା

ଗୋପାଳପୁର,୨୭ା୪- ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଡଙ୍କଲପାଡୁ ରାସ୍ତାରେ ଫେବୃଆରୀ ୯ ତାରିଖରେ ନିର୍ବନ୍ଧ ପାଇଁ ଯାଉଥିବା ବସ୍‌ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୧୧ଜଣଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ଗୁରୁତର ଆହତ ହୋଇ କଟକ ବଡ ମେଡିକାଲରେ…

ବ୍ୟାଙ୍କ ଖାତା ଅପ୍‌ଡେଟ ପାଇଁ ଖରାରେ ଲମ୍ବା ଧାଡ଼ି, ରହୁନି ସାମାଜିକ ଦୂରତ୍ୱ

ଗଞ୍ଜାମ, ୨୭।୪(ଡି.ଏନ୍‌.ଏ.): କରୋନା ଭୂତାଣୁ ସାରା ବିଶ୍ୱରେ କାୟା ବିସ୍ତାର କରିଚାଲିଛି। କମିବାର ନା ଧରୁନି । ବାଧ୍ୟ ହୋଇ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ ଅବଧି ବଢ଼ାଯାଇଛି। ଭୟରେ ଲୋକେ ଘରୁ ବାହାରକୁ ବାହାରି ପାରୁନାହାନ୍ତି । ଏପରି ଅବସ୍ଥାରେ ଲୋକେ…

୩ ଦିନରେ ଅନ୍ୟ ରାଜ୍ୟରୁ ଗଞ୍ଜାମ ଫେରିବାକୁ ପଞ୍ଜୀକରଣ କଲେଣି ୮୦୮୧ ଜଣ

ଛତ୍ରପୁର,୨୭ା୪(ଡି.ଏନ୍‌.ଏ.): ତିନିଦିନ ମଧ୍ୟରେ ଅନ୍ୟ ରାଜ୍ୟରୁ ଗଞ୍ଜାମ ଜିଲାକୁ ଫେରିବାକୁ ୮୦୮୧ ଜଣ ଅନ୍‌ଲାଇନ୍‌ରେ ପଞ୍ଜୀକରଣ କରିଛନ୍ତି। ଏ ସମ୍ପର୍କରେ ଛତ୍ରପୁରସ୍ଥିତ ଡିଆରଡିଏ କାର୍ଯ୍ୟାଳୟରେ ଥିବା କୋଭିଡ୍‌ ସେଲ୍‌ରୁ ସୂଚନା ମିଳିଛି। ବାହାର ରାଜ୍ୟରୁ ଫେରିବାକୁ ଥିବା ଲୋକେ ପଞ୍ଜୀକରଣ କରିବାକୁ…

ସମୁଦ୍ରପଥ ଦେଇ ଗଞ୍ଜାମ ଫେରୁଛନ୍ତି ଆଉ ୩୫ ମତ୍ସ୍ୟଜୀବୀ, ସଜାଗ ରହିଛି ଆର୍ଯ୍ୟପଲି ମେରାଇନ ପୋଲିସ

ଛତ୍ରପୁର, ୨୭।୪(ଡି.ଏନ୍‌.ଏ.): ସମୁଦ୍ର ପଥଦେଇ ଆଜ ୩୫ ମତ୍ସ୍ୟଜୀବୀ ଚେନ୍ନାଇରୁ ଗଞ୍ଜାମ ଫେରୁଛନ୍ତି। ସୋମବାର ସନ୍ଧ୍ୟା ସୁଦ୍ଧା ସେମାନଙ୍କ ଡଙ୍ଗା ଗଞ୍ଜାମ ସମୁଦ୍ର କୂଳରେ ଲାଗିବ ବୋଲି ଜଣାଯାଇଛି। ଉକ୍ତ ମତ୍ସ୍ୟଜୀବୀମାନେ ଗଞ୍ଜାମ ଜ଼ିଲାର ପତିସୋନପୁର, ରାମେୟାପାଟଣା, ମାରକଣ୍ଡି, ଗୋପାଳପୁର, ଗୋଳାବନ୍ଧ,…

କ୍ୟାନ୍‌ସର ପୀଡ଼ିତ ହୋମଗାର୍ଡଙ୍କ ଚିକିତ୍ସା ପାଇଁ ବିଶାଖାପାଟଣା ପଠାଇଲା ପ୍ରଶାସନ

ଛତ୍ରପୁର,୨୭ା୪(ଡି.ଏନ୍‌.ଏ.) : କ୍ୟାନସର ପୀଡ଼ିତ ତଥା ଗଞ୍ଜାମ ଜିଲା ବିଏନ୍‌ପୁର ଥାନାର ହୋମଗାର୍ଡ ବିଷ୍ଣୁ ପ୍ରସାଦ ବେହେରାଙ୍କ ଚିକିତ୍ସା ଲାଗି ସୋମବାର ଜିଲା ପ୍ରଶାସନ ପକ୍ଷରୁ ବିଶାଖାପାଟଣା ଯିବାର ବ୍ୟବସ୍ଥା କରାଯାଇଛି। ଏନେଇ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ୨୭…

ପୋଲିସ ପକ୍ଷରୁ ମାସ୍କ ବଣ୍ଟନ

ପୁରୁଷୋତ୍ତମପୁର,୨୭ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ପକ୍ଷରୁ ଆଇଆଇସି ଜଗନ୍ନାଥ ମଲ୍ଲିକଙ୍କ ତତ୍ତ୍ବାବଧାନରେ ପୋଲିସ କର୍ମଚାରୀମାନେ ଲୋକଙ୍କୁ ସଚେତନ କରାଇବା ସହ ମାସ୍କ ବଣ୍ଟନ କରିଛନ୍ତି। ଏସ୍‌ଆଇ ସୁନିଲ କୁମାର ପ୍ରଧାନ, ଏସ୍‌ଆଇ ଚମ୍ପାବତୀ ମାରାଣ୍ଡି, ଏଏସ୍‌ଆଇ ରବୀନ୍ଦ୍ର ନାଥ ପାଣିଗ୍ରାହୀ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri