ଗଞ୍ଜାମ

କ୍ୱାରାଣ୍ଟାଇନ କେନ୍ଦ୍ର ପମ୍ପ ଅଚଳ: ପାଣି ପାଇଁ ଧାରଣା

ଭଞ୍ଜନଗର,୨୯।୪(ଡି.ଏନ୍‌.ଏ.)- ଭଞ୍ଜନଗର ଏନ୍‌ଏସି ପକ୍ଷରୁ ଟାଉନ ହଲ୍‌ରେ ହୋଇଥିବା କ୍ୱାରାଣ୍ଟାଇନ କେନ୍ଦ୍ର ପାଣିପମ୍ପ ସୋମବାର ରାତିରେ ଅଚଳ ହୋଇପଡ଼ିଥିଲା। ମଙ୍ଗଳବାର ସକାଳେ ଲୋକେ ପାଣି ପାଇପାରିନଥିଲେ। କେନ୍ଦ୍ରରେ ଥିବା ଖ୍ରୀଷ୍ଟିୟାନ ସାହିର ଜଣେ ବ୍ୟକ୍ତି ଏନେଇ କେନ୍ଦ୍ର ସମ୍ମୁଖରେ କିଛି ସମୟ…

ଚାଲିଚାଲି ଚେନ୍ନାଇରୁ ଫେରିଲେ ୧୦ ଶ୍ରମିକ

ଶେରଗଡ,୨୯ା୪(ଡି.ଏନ୍‌.ଏ.)- ଚେନ୍ନାଇରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ଗଞ୍ଜାମ ଜିଲା ଶେରଗଡ ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମର ୧୦ ଜଣ ଲକ୍‌ଡାଉନ ପରେ ସେଠାରେ ଫସି ରହିଥିଲେ। କାମଧନ୍ଦା ବନ୍ଦ ପରେ ଖାଇବାକୁ ବହୁ ଅସୁବିଧା ହେବାରୁ ଶେଷରେ…

କୋଭିଡ୍‌ ଫଣ୍ଡକୁ ଶିକ୍ଷକ ଦେଲେ ୪.୮୩ ଲକ୍ଷ

ଶେରଗଡ଼,୨୮ା୪(ଡି.ଏନ୍‌.ଏ.)- ଶେରଗଡ଼ ବ୍ଲକର ଶିକ୍ଷକମାନେ ଦିନକର ଦରମା ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍‌ ଫଣ୍ଡକୁ ପ୍ରଦାନ କରିଛନ୍ତି। ବ୍ଲକ ଶିକ୍ଷକ ସଂଘ ପକ୍ଷରୁ ୪ଲକ୍ଷ ୮୩ହଜାର ୪୪୧ଟଙ୍କା ସୋମବାର ଶେରଗଡ଼ସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ପ୍ରଦାନ କରାଯାଇଛି।…

ଶହେ ଲିଟର ଦେଶୀମଦ ଜବତ, ୨ ଗିରଫ

ଧରାକୋଟ,୨୮ା୪(ଡି.ଏନ.ଏ.)- ଧରାକୋଟ ଥାନା ଚମ୍ପାପଲ୍ଲି ଗ୍ରାମରେ ବ୍ୟାପକ ଚୋରାମଦ ପ୍ରସ୍ତୁତି ଚାଲିଥିବାବେଳେ ବାରମ୍ବାର ପୋଲିସ ଓ ଅବକାରୀ ବିଭାଗର ଚଢ଼ାଉ ଜାରି ରହିଛି। ମାତ୍ର ମଦ ପ୍ରସ୍ତୁତକାରୀ ଭୃକ୍ଷେପ କରୁ ନ ଥିବା ଜଣାପଡିଛି। ମଙ୍ଗଳବାର ଭୋରରୁ ଆସିକା ଏସଡିପିଓ ସୂର୍ଯ୍ୟମଣି…

ପୂଜା ସାମଗ୍ରୀ ଦୋକାନ ଜଳିଗଲା

ଭଞ୍ଜନଗର,୨୮।୪(ଡି.ଏନ.ଏ.)- ଭଞ୍ଜନଗର ହନୁମାନ ମନ୍ଦିରକୁ ଲାଗିଥିବା ମହାବୀର ପୂଜା ସାମଗ୍ରୀ ଦୋକାନଟି ସୋମବାର ରାତିରେ ଜଳିଯାଇଛି। ନିଅଁା କେଉଁଭଳି ଲାଗିଲା ଜଣାପଡ଼ିନାହିଁ। ଭଞ୍ଜନଗର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚତ୍ ନିଆଁକୁ ଆୟତ କରିଥିଲେ। ଲକ୍‌ଡ଼ାଉନ ଯୋଗୁ ଦୋକାନଟି ବନ୍ଦ ଥିଲା। ସଟ୍‌ସର୍କିଟ…

ଯୋଗାଣ ସହାୟିକାଙ୍କୁ ଆକ୍ରମଣ

ପାଟପୁର,୨୭ା୪- ଜଣେ ମହିଳା ସରକାରୀ କର୍ମଚାରୀଙ୍କୁ ସୋମବାର କାର୍ଯ୍ୟ କ୍ଷେତ୍ରରେ ଆକ୍ରମଣ ହୋଇଥିବା ପାଟପୁର ଥାନାରେ ଏତଲା ହୋଇଛି। ନଂ.୯୩/୨୦ରେ ମାମଲା ରୁଜୁକରି ପୋଲିସ ତଦନ୍ତ ଚଳାଇଛି। ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ରାଧାଦେଇପୁର ପଞ୍ଚାୟତର ଯୋଗାଣ ସହାୟିକା ପ୍ରମିତା କୁମାରୀ ଶତପଥି…

ଗ୍ରାହକ ସାଜି ଅବକାରୀ ବିଭାଗର ଚଢ଼ାଉ

ପାଟପୁର,୨୮ା୪- ଦିଗପହଣ୍ଡି ଅବକାରୀ ବିଭାଗ, ସାନଖେମୁଣ୍ଡି ତହସିଲଦାର, ପାଟପୁର ପୋଲିସ ସୋମବାର ରାତି ପ୍ରାୟ ୧୦ଟାରେ ପାଟପୁର ଥାନା ପଳାସପୁର ଛକରେ ଥିବା ଏକ ପାନ ଦୋକାନରେ ଚଢ଼ାଉ କରି ଜଣଙ୍କୁ ଗିରଫ କରିବା ସହ ୨୨ ଲିଟର ବିଦେଶୀ ମଦ…

ସୁରଟ ଫେରନ୍ତାଙ୍କ ମଧ୍ୟରେ ଶେରଗଡର ୫୭, ଆସିକାର ୧୧ଜଣ

ଆସିକା/ଶେରଗଡ,୨୮ା୪(ଡି.ଏନ୍‌.ଏ.)- ଲକ୍‌ଡାଉନ ପରେ ସୁରଟରେ ଫସିଥିବା ଓଡ଼ିଆଙ୍କ ମଧ୍ୟରୁ ୪ଟି ବସ୍‌ ଯୋଗେ ଗଞ୍ଜାମ ଜିଲାର ୨୨୮ଜଣ ସୋମବାର ପ୍ରଥମ ଦଫାରେ ଫେରୁଛନ୍ତି। ସେମାନଙ୍କ ମଧ୍ୟରେ ଆସିକା ବ୍ଲକର ବିଭିନ୍ନ ପଞ୍ଚାୟତର ୧୧ଜଣ ରହିଥିବାବେଳେ ଶେରଗଡର ୫୭ଜଣ ରହିଛନ୍ତି। ଏନେଇ ଆସିକା…

ଖାଦାନରେ ପଥର ଖସି ୩ ଶ୍ରମିକ ମୃତ

ପୁରୁଷୋତ୍ତମପୁର,୨୮ା୪(ଡି.ଏନ.ଏ.)-ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଭାଟକୁମରଡ଼ା କଲେଜ ନିକଟ ଖାଦାନରେ ମଙ୍ଗଳବାର ଅପରାହ୍ନରେ କାମ କରୁଥିବା ବେଳେ ପଥର ଖସି ୩ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି। ମୃତକମାନେ ହେଲେ ଚମାଖଣ୍ଡି ଥାନା ଅନ୍ତର୍ଗତ…

ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କଲେ ମନ୍ତ୍ରୀ

ଭଞ୍ଜନଗର,୨୮।୪(ଡି.ଏନ୍‌.ଏ.)- ଭଞ୍ଜନଗର ଏନ୍‌ଏସି ସଫେଇ କର୍ମଚାରୀଙ୍କୁ ମଙ୍ଗଳବାର ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ସେ କହିଥିଲେ କରୋନା ଭୂତାଣୁକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ସବୁ…

୪ଟି ବସ୍‌ ଯୋଗେ ସୁରତରୁ ଗଞ୍ଜାମ ଫେରୁଛନ୍ତି ୨୨୮ ଶ୍ରମିକ: ନିଜ ପଞ୍ଚାୟତ ଆଇସୋଲଶନ ସେଣ୍ଟରରେ ରହିବେ ୧୪ ଦିନ

ଛତ୍ରପୁର, ୨୮।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ୨୨୮ ଶ୍ରମିକ ନିଜ ଖର୍ଚ୍ଚରେ ୪ଟି ବସ୍‌ ଯୋଗେ ସୁରତରୁ ଗଞ୍ଜାମ ଫେରୁଥିବା ନେଇ ଗଞ୍ଜାମ ଜ଼ିଲା ପ୍ରଶାସନକୁ ଖବର ମିଳିଛି। ସୋମବାର ସୁରତରୁ ବାହାରିଥିବା ଉକ୍ତ ବସ୍‌ଗୁଡିକ ବୁଧବାର ସକାଳେ ଗଞ୍ଜାମ ଜ଼ିଲାରେ ପହଞ୍ଚିବ…

ପୁଣି ଚେନ୍ନାଇରୁ ବୋଟ୍‌ରେ ଗଞ୍ଜାମ ଫେରିଲେ ୩୩ ମତ୍ସ୍ୟଜୀବୀ: ୪ ଜଣ ଜ୍ୱରରେ ପୀଡିତ, ସମସ୍ତଙ୍କୁ ରଖାଗଲା କ୍ୱାରାଣ୍ଟାଇନରେ

ଛତ୍ରପୁର, ୨୮।୪(ଡି.ଏନ୍‌.ଏ.): ଲକ୍‌ଡାଉନ କଟକଣା ଯୋଗୁ ଚେନ୍ନାଇରେ ଫସିଥିବା ଗଞ୍ଜାମ ଜିଲାର ବହୁ ମତ୍ସ୍ୟଜୀବୀ ବିପଦପୂର୍ଣ୍ଣଭାବେ ଜଳପଥ ଦେଇ ଘରକୁ ଫେରୁଛନ୍ତି। ୩୩ ମତ୍ସ୍ୟଜୀବୀ ସମୁଦ୍ର ପଥରେ ଏକ ବୋଟ ଯୋଗେ ଚେନ୍ନାଇରୁ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ନିକଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri