ତାରାତାରିଣୀ ପୀଠରେ ମାଙ୍କଡ଼ଙ୍କୁ ଖାଦ୍ୟ ଦେଉଛି ପ୍ରଶାସନ, ଟୁଇଟ୍ କରି ଜଣାଇଲେ ଜିଲାପାଳ
ଛତ୍ରପୁର,୧ା୫(ଡି.ଏନ୍.ଏ.)- ଲକ୍ଡାଉନ ଯୋଗୁ ଗଞ୍ଜାମ ଜିଲାର ଆରାଧ୍ୟ ଦୈବୀପୀଠ ମା’ ତାରାତାରିଣୀ ମନ୍ଦିର ମାସେରୁ ଉର୍ଦ୍ଧ୍ୱ ହେଲା ବନ୍ଦ ରହିଛି। ଏପରିକି ମାସେ ଧରି ଚାଲିଥିବା ଚୈତ୍ର ଯାତ୍ରା କେବଳ ପୂଜାବିଧିରେ ଶେଷ ହୋଇଛି। ଭକ୍ତଙ୍କ ପ୍ରବେଶ ସମ୍ପୂର୍ଣ୍ଣ ନିଷେଧ କରାଯିବା…
କୋଭିଡ୍ ଫଣ୍ଡକୁ ଋଷିକୁଲ୍ୟା ବଣିକ ସଂଘ ଦେଲା ଏକଲକ୍ଷ
ସୋରଡା,୧ା୫(ଡି.ଏନ୍.ଏ.)- ସୋରଡାର ଋଷିକୁଲ୍ୟା ବଣିକ ସଂଘ ତରଫରୁ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ (କୋଭିଡ୍)କୁ ଏକ ଲକ୍ଷ ଟଙ୍କା ସ୍ଥାନୀୟ ଥାନା ଅଧିକାରୀଙ୍କ ଜରିଆରେ ପ୍ରଦାନ କରାଯାଇଛି। ଥାନାଧିକାରୀ ଏହାକୁ ଗ୍ରହଣକରି ଗଞ୍ଜାମ ଏସ୍ପିଙ୍କ ପାଖକୁ ପଠାଇଛନ୍ତି। ସଂଘର ସନ୍ତୋଷ କୁମାର…
ଗୋପାଳପୁର ବନ୍ଦରରେ ସାମାଜିକ ଦୂରତ୍ୱ ସହ ଶ୍ରମିକ ଦିବସ ପାଳିତ
ଛତ୍ରପୁର,୧ା୫(ଡି.ଏନ୍.ଏ.)- ଗୋପାଳପୁର ବନ୍ଦର ଶ୍ରମିକ ସଙ୍ଗଠନ ତରଫରୁ ବନ୍ଦରରେ ଶୁକ୍ରବାର ପ୍ରଶାନ୍ତ କୁମାର କରଙ୍କ ନେତୃତ୍ୱରେ ସାମାଜିକ ଦୂରତ୍ୱ ସହ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଲକ୍ଡାଉନ ପରିପ୍ରେକ୍ଷୀରେ ଶ୍ରମିକ ଦିବସ ନିରାଡମ୍ବରରେ ପାଳିତ ହୋଇଥିଲା। ବକ୍ତାମାନେ ଏହି ଦିବସ ପାଳନର…
ପ୍ରବାସୀ ଓଡ଼ିଆଙ୍କୁ ନେଇ ପୁଣି ବାହାରିଲା ବସ୍: ସୁରଟରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ
ଭଞ୍ଜନଗର,୧ା୫ (ଡି.ଏନ.ଏ)-ଗୁଜୁରାଟର ସୁରଟ ଜିଲା ପ୍ରଶାସନ ଅନୁମତିକ୍ରମେ ସେଠାରୁ ଓଡ଼ିଆମାନେ ବସ୍ ଯୋଗେ ଗଞ୍ଜାମ ଜିଲାକୁ ନିଜ ଖର୍ଚ୍ଚରେ ଫେରୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨୨୮ ଜଣଙ୍କୁ ନେଇ ଆସିଥିବା ୪ଟି ବସ୍ ସୋମବାର ବିଳମ୍ବିତ ରାତିରେ ଗଞ୍ଜାମରେ ପହଞ୍ଚିବାର ଅଛି। ଅନ୍ୟପକ୍ଷରେ…
ରାଶନ ଦୋକାନରୁ ବିପୁଳ ପରିମାଣରେ ଗୁଟ୍ଖା ଜବତ
ଚିକିଟି,୩୦ା୪(ଡି.ଏନ.ଏ.)- କେ.ନୂଆଗାଁ ପୋଲିସ ଚିକିଟି ବଜାରସ୍ଥିତ ଏକ ରାଶନ ଦୋକାନରେ ଗୁରୁବାର ସକାଳେ ଚଢାଉ କରି ବିପୁଳ ପରିମାଣରେ ଗୁଟ୍ଖା ଜବତ କରିଛି। ଏନେଇ ତଦନ୍ତ ଚାଲିଥିବା ଏବଂ କାହାରିକୁ ଗିରଫ କରାଯାଇ ନ ଥିବା ଥାନା ଅଧିକାରୀ ମାଧବନନ୍ଦ ନାୟକ…
କୋଭିଡ୍ ଫଣ୍ଡକୁ ଶିକ୍ଷକ ଦେଲେ ୫.୫୮ ଲକ୍ଷ
ପୋଲସରା,୩୦ା୪(ଡି.ଏନ.ଏ.)- ପୋଲସରା ବିଇଓ ଅଫିସର ସମସ୍ତ କର୍ମଚାରୀ ଓ ବ୍ଲକ ପ୍ରାଥମିକ ଶିକ୍ଷକ ମହାସଂଘର ଶିକ୍ଷକ ଗୋଟିଏ ଦିନର ଦରମା ୫ ଲକ୍ଷ ୫୮ ହଜାର ୮୭୦ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (କୋଭିଡ୍)କୁ ପ୍ରଦାନ କରିଛନ୍ତି। ବ୍ଲକ ପ୍ରାଥମିକ ଶିକ୍ଷକ…
ରାଶନ ବୋଝେଇ ପିକ୍ଅପ ଓଲଟିଲା
ପାଟପୁର,୩୦ା୪- ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ. ରାଜପଥ ପୋଡାମାରୀ ନିକଟସ୍ଥ କଂସାମାରୀ ଗ୍ରାମ ପାଖରେ ଗୁରୁବାର ଅପରାହ୍ନରେ ଏକ ରାଶନ ବୋଝେଇ ପିକ୍ଅପ (ନଂ.ଓଆର୍୦୭ୟୁ-୭୨୬୭) ଭ୍ୟାନ୍ର ଓଲଟି ଚାଳକ ଆହତ ହୋଇଛନ୍ତି। ସେ ହେଲେ ଆର୍.ଉଦୟଗିରିର ବଳରାମ ପୂଜାରୀ। ବ୍ରହ୍ମପୁରରୁ ରାଶନ ସାମଗ୍ରୀ…
ସୁରାଟରୁ ୧୨ ବସ୍ ଓଡ଼ିଶା ଅଭିମୁଖେ
ଭଞ୍ଜନଗର/ସୋରଡା,୩୦।୪(ଡି.ଏନ.ଏ)- ଲକ୍ଡାଉନ ସତ୍ତ୍ୱେ ସୁରାଟ ପ୍ରଶାସନର ଅନୁମତି ନେଇ ପ୍ରବାସୀ ଓଡ଼ିଆ ଘରକୁ ଫେରୁଛନ୍ତି। ସୁରାଟର ପାଣ୍ଡେଶ୍ୱର, ବୀରଭୂମି, ବେସ୍ତନର ସିଦ୍ଧାର୍ଥନଗରରୁ ୧୨ଟି ବସ୍ ଗୁରୁବାର ରାତିରେ ପ୍ରବାସୀ ଓଡ଼ିଆମାନଙ୍କୁ ନେଇ ଓଡ଼ିଶା ଅଭିମୁଖେ ବାହାରିବ। ଏନେଇ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତି…
ସ୍କ୍ରିନିଂ ପରେ ୧୫ ସୁରଟ ଫେରନ୍ତାଙ୍କୁ ପଠାଗଲା ଏମ୍କେସିଜି: ଧରାକୋଟ କ୍ୱାରାଣ୍ଟାଇନ ସେଣ୍ଟରରେ ୧୧୪ ପ୍ରବାସୀ ଓଡ଼ିଆ
ଧରାକୋଟ,୩୦ା୪(ଡି.ଏନ.ଏ.)- ସୁରଟରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସିଥିବା ୪ ବସ୍ କଡା ସୁରକ୍ଷା ମଧ୍ୟରେ ବୁଧବାର ମଧ୍ୟରାତ୍ରରେ ଆସିକାରେ ପହଞ୍ଚତ୍ଥିଲା। ସେଥିରୁ ୨ଟି ବସ୍କୁ ଧରାକୋଟ ଆଦର୍ଶ ବିଦ୍ୟାଳୟସ୍ଥିତ କ୍ୱାରାଣ୍ଟାଇନ ସେଣ୍ଟରକୁ ଅଣାଯାଇଥିଲା। ଆସିକା ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ, ତହସିଲଦାର ସଦାନନ୍ଦ…
ଘରଘର ବୁଲି ଛାତ୍ରୀଛାତ୍ର୍ରଙ୍କୁ ପାଠ୍ୟପୁସ୍ତକ ବାଣ୍ଟିଲେ ଶିକ୍ଷକ
ବୁଗୁଡ଼ା,୩୦ା୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ଛାତ୍ରୀଛାତ୍ରଙ୍କ ଘରକୁ ଘର ବୁଲି ପାଠ୍ୟପୁସ୍ତକ ବଣ୍ଟନ କରିଛନ୍ତି। ବୁଗୁଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ମୋଟ୍ ୧୪୦୦୦ରୁ ଅଧିକ ଛାତ୍ରୀଛାତ୍ରଙ୍କ ଲାଗି ୭୬୦୦୦…
ଚିତ୍ରରେ ଗଞ୍ଜାମ ଜିଲାପାଳଙ୍କ କରୋନା ବାର୍ତ୍ତା: ଘରୁ ବାହାରିବା ବେଳେ ମାସ୍କ ସହ ବ୍ୟବହାର କରନ୍ତୁ ଛତା, ସାମାଜିକ ଦୂରତ୍ୱ ରହିବ
ଛତ୍ରପୁର, ୩୦।୪(ଡି.ଏନ୍.ଏ.)- କରୋନାର ମୁକାବିଲା ନିମନ୍ତେ ମାସ୍କର ବ୍ୟବହାର ଏବଂ ସାମାଜିକ ଦୂରତା ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାକୁ ନେଇ ସରକାରୀସ୍ତରରେ ଲୋକମାନଙ୍କୁ ସଚେତନ କରାଯାଉଛି। ଏହି କ୍ରମରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଗୁରୁବାର ଚିତ୍ର ଆଙ୍କି ଭିନ୍ନ…
ପୁଣି ସୁରଟ୍ରୁ ୨ ବସ୍ରେ ଗଞ୍ଜାମ ଫେରୁଛନ୍ତି ପ୍ରବାସୀ
ଛତ୍ରପୁର, ୩୦।୪( ଡି.ଏନ୍.ଏ.)- ପରିବାର ପ୍ରତିପୋଷଣ ପାଇଁ ରାଜ୍ୟ ବାହାରେ ରହିଥିବା ପ୍ରବାସୀ ଓଡିଆ ଏବେ ଘର ବାହୁଡା ହେଉଛନ୍ତି । ଏହି କ୍ରମରେ ଗୁରୁବାର ଗୁଜରାଟର ସୁରଟରୁ ଆଉ ୨ ବସରେ ପ୍ରବାସୀ ଓଡିଆ ଗଞ୍ଜାମ ଜ଼ିଲା ଅଭିମୁଖେ ବାହାରିଛନ୍ତି।…
Archives


