କରୋନା ଯୋଦ୍ଧାଙ୍କୁ ଅଣଦେଖା: ଏମ୍କେସିଜି ମେଡିକାଲ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନର୍ସଙ୍କ ଧାରଣା
ବ୍ରହ୍ମପୁର ଅଫିସ, ୧୧।୫ : କରୋନା ମୁକାବିଲାରେ ନର୍ସଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କୋଭିଡ଼ -୧୯ ହସ୍ପିଟାଲରେ ନର୍ସମାନେ ଦିନରାତି ଲୋକଙ୍କୁ ସେବା ଯୋଗାଇ ଆସୁଛନ୍ତି। ମାତ୍ର କାର୍ଯ୍ୟରତ ଆଗଧାଡିର ଏହି କରୋନା ଯୋଦ୍ଧାଙ୍କୁ ଏବେ ଅଣଦେଖା କରାଯାଉଛି। କୌଣସି ଆନୁସଙ୍ଗିକ…
ଶଟ୍ଡାଉନ୍ କରିଥିବା ସରପଞ୍ଚଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା
ଛତ୍ରପୁର,୧୧ା୫(ଡି.ଏନ୍.ଏ.): କରୋନା ମୁକାବିଲା ପାଇଁ ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ମାଣିତରା ପଞ୍ଚାୟତର ସରପଞ୍ଚ ଶାନ୍ତିଲତା ନାୟକଙ୍କ ସମୟୋଚିତ ପଦକ୍ଷେପକୁ ଟୁଇଟ୍ କରି ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଣିତରା ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀ ଓଡ଼ିଆ ରହୁଛନ୍ତି। ଏହି…
କ୍ୱାରାଣ୍ଟାଇନ ଅବଧି ସରିବା ପରେ ସ୍ବାସ୍ଥ୍ୟକର୍ମୀ ଭାବେ ଲୋକଙ୍କ ସେବା କରିବେ; ଏଥିପାଇଁ ନିଆଯାଉଛି କୋଭିଡ୍-୧୯ କ୍ଲାସ୍: ଜିଲାପାଳ
ଛତ୍ରପୁର, ୧୧।୫(ଡି.ଏନ୍.ଏ. ): ରାଜ୍ୟ ତଥା ରାଜ୍ୟ ବାହାରୁ ଲୋକେ ଗଞ୍ଜାମ ଜ଼ିଲାକୁ ଫେରି କ୍ୱାରାଣ୍ଟାଇନ ସେଣ୍ଟରରେ ରହୁଛନ୍ତି। ସେଠାରେ ପ୍ରବାସୀଙ୍କ କ୍ୱାରାଣ୍ଟାଇନ ଅବଧି ସରିବା ପରେ ସେମାନେ ଜଣେ ଜଣେ କୋଭିଡ କମ୍ୟୁନିଟି ସ୍ବାସ୍ଥ୍ୟକର୍ମୀ ହୋଇ ଲୋକଙ୍କ ସେବା କରିପାରିବେ…
ଗଞ୍ଜାମରେ ବିସ୍ଫୋରକ ସ୍ଥିତି: ସଙ୍ଗରୋଧ କେନ୍ଦ୍ରରେ ମୃତ୍ୟୁ ଘଟଣାର ତଦନ୍ତ, ମୃତକଙ୍କ ପରିବାରକୁ ୨୦ ଲକ୍ଷ କ୍ଷତିପୂରଣ ଦାବି
ବ୍ରହ୍ମପୁର ଅଫିସ,୧୧।୫: ଗଞ୍ଜାମ ଜିଲାରେ ସୁରଟ ଫେରନ୍ତା ପ୍ରବାସୀ ଓଡ଼ିଆଙ୍କ ପାଇଁ କରୋନା ସଂକ୍ରମଣ ଏବେ ବିସ୍ଫୋରକ ସ୍ଥିତି ସୃଷ୍ଟି କରିଛି। ଦିନକୁ ଦିନ ଜିଲାର ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି । ଗତ ୯ ଦିନରେ ଅର୍ଥାତ ୧୧ତାରିଖ ମଧ୍ୟାନ୍ନ…
ବାଦପଲ୍ଲୀ ସେବାଶ୍ରମ କ୍ୱାରାଣ୍ଟାଇନ୍ ସେଣ୍ଟରରେ ୪୬ ସୁରଟ ଫେରନ୍ତା: ସମସ୍ତେ ସୁସ୍ଥ, ଆସନ୍ତା ୨୫ରେ ଘରକୁ ଫେରିବେ
ଗଞ୍ଜାମ,୧୧ା୫(ଡି.ଏନ୍.ଏ.) : ଗଞ୍ଜାମ ଜିଲାରେ କରୋନା ପଜିଟିଭ୍ଙ୍କ ସଂଖ୍ୟା ଦିନକୁ ଦିନ ଦ୍ରୁତଗତିରେ ବଢ଼ିଚାଲିଛି। ବିଶେଷକରି ସୁରଟରୁ ପ୍ରବାସୀ ଓଡ଼ିଆମାନେ ଫେରିବା ପରେ ଏହି ସମସ୍ୟା ଦେଖାଦେଇଛି। ଏହି ଜିଲା ବାଦପଲ୍ଲୀ ସେବାଶ୍ରମ କ୍ୱାରାଣ୍ଟାଇନ୍ ସେଣ୍ଟରରେ ଗତ ୪ ତାରିଖରେ ୪୬…
ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ: ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ବ୍ରହ୍ମପୁର ଆମ୍ବ ମାର୍କେଟ
ବ୍ରହ୍ମପୁର ଅଫିସ,୧୧ା୫: ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ ଅଭିଯୋଗରେ ବ୍ରହ୍ମପୁର ମହାନଗର ନିଗମ ସୋମବାରଠାରୁ ଆମ୍ବ ମାର୍କେଟ୍କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଛି। ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସାମାଜିକ ଦୂରତା ରକ୍ଷା…
ପଲାସାରୁ ଚାଲିଚାଲି ପୁରୁଷୋତ୍ତମପୁରରେ ପହଞ୍ଚିଲେ ଅନୁଗୋଳ, ବୌଦ୍ଧର ୧୬ ଶ୍ରମିକ
ପୁରୁଷୋତ୍ତମପୁର,୧୧ା୫(ଡି.ଏନ୍.ଏ.): କରୋନା ପ୍ରକୋପରୁ ସମସ୍ତେ ହାହାକାର ହୋଇ ପଡ଼ିଥିବା ବେଳେ ଶ୍ରମିକମାନେ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେବାରେ ଲାଗିଛନ୍ତି। ନିଜ ଭିଟାମାଟିକୁ ଫେରିବା ଲାଗି ଆକୁଳ ନିବେଦନ କରୁଥିଲେ ମଧ୍ୟ ଗୁହାରି ଶୁଣିବାକୁ କେହିନାହିଁ। ଅନୁଗୋଳ ଜିଲା ବୁଆଁକୁଟୁ…
ଗଞ୍ଜାମ ଜିଲାରେ ଆଉ ୧୨ କରୋନା ପଜିଟିଭ୍ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୧୩୭ରେ ପହଞ୍ଚିଲା
ଗଞ୍ଜାମ,୧୧ା୫(ଡି.ଏନ୍.ଏ.): ସୋମବାର ଗଞ୍ଜାମରୁ ପୁଣି ୧୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ୧୩୭ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସରକାରୀ ତଥ୍ୟ ଅନୁସାରେ, ଏବେ ରାଜ୍ୟରେ ଅନ୍ୟ…
ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କଲେ ଆଇସିଏମ୍ଆର୍, ଡବ୍ଲ୍ୟୁଏଚ୍ଓ ପ୍ରତିନିଧି ଦଳ
ଗୋପାଳପୁର,୧୧ା୫(ଡି.ଏନ୍.ଏ.)- ଗଞ୍ଜାମ ଜିଲାରେ ଦ୍ରୁତ ଗତିରେ କରୋନା ପଜିଟିଭଙ୍କ ସଂଖ୍ୟା ବଢିବାରେ ଲାଗିଛି। ରବିବାର ଡବ୍ଲ୍ୟୁଏଚ୍ଓ, ଆଇସିଏମ୍ଆର ପ୍ରତିନିଧି ଦଳ ରବିବାର ଦୁଇଟି ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରିଛନ୍ତି। ମଧ୍ୟାହ୍ନରେ ଆଇସିଏମ୍ଆର ବୈଜ୍ଞାନିକ ଡାକ୍ତର ଜୟପ୍ରକାଶ କ୍ଷତ୍ରୀ ଓ ଡବ୍ଲୁଏଚ୍ଓ ଷ୍ଟେଟ୍…
କୁମ୍ପି ଭାଙ୍ଗି କୋଭିଡ୍ ଫଣ୍ଡକୁ ଅର୍ଥଦାନ କଲେ ଛାତ୍ର
କବିସୂର୍ଯ୍ୟନର,୧୦ା୫(ଡି.ଏନ୍.ଏ.)- ବର୍ଷକର ପକେଟ ମନିକୁ ସପ୍ତମ ଶ୍ରେଣୀ ଛାତ୍ର ସାର୍ଥକ କୁମାର କବିସୂର୍ଯ୍ୟନଗର ତହସିଲଦାର ପ୍ରକାଶ କୁମାର ମିଶ୍ରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ (କୋଭିଡ୍)କୁ ଦାନ କରିଛନ୍ତି। ବାପା ମା’ ଦେଇଥିବା ପକେଟ ମନିକୁ ଖର୍ଚ୍ଚ ନ କରି ସେ…
ଅନ୍ତେବାସୀଙ୍କୁ ଗାଳିଦେଇ ଶିକ୍ଷକ ନିଲମ୍ବିତ
ଦିଗପହଣ୍ଡି,୧୦ା୫(ଡି.ଏନ.ଏ.)- ସଙ୍ଗରୋଧ ଗୃହରେ ଅନ୍ତେବାସୀଙ୍କୁ ଗାଳିଗୁଲଜ କରିବା ଜଣେ ଶିକ୍ଷକଙ୍କୁ ମହଙ୍ଗା ପଡିଛି। ଏନେଇ ଭିଡିଓ ଭାଇରାଲ ପରେ ସମ୍ପୃକ୍ତ ଶିକ୍ଷକଙ୍କୁ ବିଇଓ ନିଲମ୍ବନ କରିଛନ୍ତି। ସେ ହେଲେ ଜକର ନୋଡାଲ ୟୁପି ସ୍କୁଲର ସହକାରୀ ଶିକ୍ଷକ ବିଶ୍ୱଜିତ୍ ପ୍ରଧାନ। ଦିଗପହଣ୍ଡି…
କୋଭିଡ୍ ଫଣ୍ଡକୁ ଅଙ୍ଗନୱାଡ଼ି କର୍ମୀଙ୍କ ସହାୟତା
ବୁଗୁଡ଼ା,୧୦ା୫(ଡି.ଏନ.ଏ.)- ବୁଗୁଡ଼ା ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧୀନରେ କାର୍ଯ୍ୟ କରୁଥିବା ସ୍ଥାନୀୟ ଏନ୍ଏସିର ସେକ୍ଟର ତରଫରୁ ଅଙ୍ଗନୱାଡ଼ି କର୍ମୀ, ସହାୟିକା ଏବଂ ଆତ୍ମ ସହାୟିକା ଗୋଷ୍ଠୀର ସଦସ୍ୟାଙ୍କ ସମେତ ଅଞ୍ଚଳ ପରିଦର୍ଶିକା ଜି. ରଶ୍ମି ସେମାନଙ୍କର ଗୋଟିଏ ଦିନର ଦରମା…
Archives


