ଗଞ୍ଜାମ

ବ୍ୟବସାୟୀଙ୍କୁ ଲୁଟ୍‌ ଘଟଣାରେ ୧୧ ଗିରଫ: ୧୨.୫୯ଲକ୍ଷ ଟଙ୍କା, ଖଣ୍ଡା ଓ ବନ୍ଧୁକ ଜବତ

ଶେରଗଡ଼/ସୋରଡା/ଧରାକୋଟ,୨ା୬(ଡି.ଏନ୍‌.ଏ.)- ଧରାକୋଟ ଥାନା ବାଦଗଡ଼ ଗ୍ରାମ ଛକ ନିକଟରୁ ବୁଧବାର ବିଳମ୍ବିତ ରାତିରେ ୩ ବ୍ୟବସାୟୀଙ୍କ ଠାରୁ ୧୬ ଲକ୍ଷ ୮୦ ହଜାର ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ବଡ଼ଗଡ଼ ଥାନାରେ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ…

ସଙ୍ଗରୋଧ କେନ୍ଦ୍ରରେ ବୃଦ୍ଧାଙ୍କ ମୃତ୍ୟୁ

ଧରାକୋଟ,୨ା୬(ଡି.ଏନ.ଏ.)-ଗଞ୍ଜାମ ଜିଲା ଧରାକୋଟ ବ୍ଲକ ଜଗମୋହନ ପଞ୍ଚାୟତର ପୁଟୁ-ଗୋବର୍ଦ୍ଧନପୁର ପ୍ରାଥମିକ ବିଦ୍ୟାଳୟରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ସକାଳ ୯ ଟାରେ ଏହି ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ଏହି କେନ୍ଦ୍ରକୁ ୨୪ ପ୍ରବାସୀ ଆସି…

କରୋନା ଡ୍ୟୁଟିକୁ ମନା କଲେ ଜେଲ

ଛତ୍ରପୁର,୨ା୬(ଡି.ଏନ.ଏ.)-କରୋନା ସଂକ୍ରମଣକୁ ସମ୍ପୂର୍ଣ୍ଣ ପ୍ରତିହତ କରାଯିବ। ଜୁନ ମାସରେ କଟକଣା ବଳବତ୍ତର ରହିବ। ବିନା ମାସ୍କରେ ବାହାରେ ବୁଲିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ । ସବୁ ଦୋକାନୀ ଗ୍ରାହକଙ୍କର ବିବରଣୀ ଲିପିବଦ୍ଧ କରିବେ। ଦୋକାନରେ ସାମାଜିକ ଦୂରତ୍ୱ ରକ୍ଷା ସହ ବାହାରେ ଗୋଲେଇ…

ଏସ୍‌ଏଚ୍‌ଜି ଦ୍ୱାରା ଅଣ୍ଡା ବଣ୍ଟନ ନିଷ୍ପତ୍ତି ପ୍ରତ୍ୟାହାର: ଅଙ୍ଗନୱାଡି କେନ୍ଦ୍ରକୁ ମିଳିଲା ଦାୟିତ୍ୱ

ବ୍ରହ୍ମପୁର ଅଫିସ,୨ା୬-ଗଞ୍ଜାମ ଜିଲା ଅଙ୍ଗନୱାଡି କେନ୍ଦ୍ରକୁ ସ୍ବୟଂସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ଦ୍ୱାରା ଅଣ୍ଡା ବଣ୍ଟନ ନିଷ୍ପତ୍ତିକୁ ସୋମବାର ଜିଲାପାଳ ପ୍ରତ୍ୟାହାର କରିଛନ୍ତି ା ଏସ୍‌ଏଚ୍‌ଜିଠାରୁ ଅଣ୍ଡା ବଣ୍ଟନ ଦାୟିତ୍ୱ ପ୍ରତ୍ୟହାର କରାଯାଇ ଅଙ୍ଗନୱାଡିକୁ ଦିଆଯିବାକୁ ଜିଲାପାଳ ନିର୍ଦ୍ଦେଶନାମାରେ ଉଲ୍ଳେଖ କରିଥିବା ଜଣାପଡିଛି ା ସୂଚନାଯୋଗ୍ୟ,…

ସାମାନ୍ୟ ବର୍ଷାରେ ଗାଁ ରାସ୍ତା ବେହାଲ: ବର୍ଷାଋତୁ ଆସିବା ପୂର୍ବରୁ ମରାମତି ଲାଗି ଦାବି

ହିିଞ୍ଜିଳିକାଟୁ,୧।୬(ଡି.ଏନ୍‌.ଏ): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ରାଳବ ଗ୍ରାମର ସୁନାରୀ ସାହିରେ ସୋମବାର ମଧ୍ୟାହ୍ନରେ ହୋଇଥିବା ସମାନ୍ୟ ବର୍ଷାରେ ଗାଁ ରାସ୍ତା ବେହାଲ ହୋଇ ଯାଇଛି। ଏହାର ପ୍ରଭାବରେ ଡ୍ରେନପାଣି ନିଷ୍କାସନ ହୋଇ ନ ପାରି ଦୀର୍ଘ ସମୟ ରାସ୍ତା ଉପରେ…

ଛତ୍ରପୁରରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ଛତ୍ରପୁର,୧।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁରର ବୁଦ୍ଧିଜୀବୀ ଓ ସାମାଜିକ କର୍ମୀଙ୍କ ପକ୍ଷରୁ ସୋମବାର ଅପରାହ୍ନରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସାମାଜିକ କର୍ମୀ ଭାଗୀରଥି ବେହେରାଙ୍କ ନେତୃତ୍ୱରେ ପୂର୍ବତନ ନଗରପାଳ ରାମଚନ୍ଦ୍ର ବେହେରା, ପୋର୍ଟ ଡକ୍‌ ୱାର୍କର୍ସ ୟୁନିୟନର ସଭାପତି ଜି…

ନୂତନ ଛତ୍ରପୁର ଏନ୍‌ଏସି ନିର୍ବାହୀ ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ

ଛତ୍ରପୁର,୧।୬(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଛତ୍ରପୁର ନୂତନ ଏନ୍‌ଏସିର ନିର୍ବାହୀ ଅଧିକାରୀ ଭାବେ ଏନ୍‌ ଗଣେଶ ବାବୁ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ସେ ବ୍ରହ୍ମପୁର ମହାନଗର ନିଗମରେ ଓଏସ୍‌ଡି ଭାବେ କାର୍ଯ୍ୟକରୁଥିଲେ । ଛତ୍ରପୁର ଏନ୍‌ଏସିର ବିଭିନ୍ନ…

ଡକାୟତି ଯୋଜନା ପଣ୍ଡ: ୧୪ କୋର୍ଟ ଚାଲାଣ

ଗଞ୍ଜାମ,୧ା୬(ଡି.ଏନ.ଏ.)-ଗଞ୍ଜାମ ଜିଲା ରମ୍ଭା ଥାନା ଗଡ଼ହୁମ୍ମା ପାହାଡ଼ି ଅଞ୍ଚଳରେ ଡକାୟତି ଯୋଜନା କରୁଥିବା ବେଳେ ଏକ ଡକାୟତି ଦଳକୁ ପୋଲିସ କାବୁ କରି କୋର୍ଟ ଚାଲାଣ କରିଛି। ସୂଚନାନୁଯାୟୀ, ରବିବାର ଅପରାହ୍ନରେ ଡକାୟତି ଯୋଜନା କରୁଥିବା ଏକ ଦଳ ଉପରେ ଚଢ଼ାଉ…

ସରକାରୀ କାର୍ଯ୍ୟାଳୟରେ ଲାଗିଲା ୟୁଭିସି ମେଶିନ

ବ୍ରହ୍ମପୁର ଅଫିସ,୧ା୬-ଇଲୋକ୍ଟ୍ରୋନିକ୍‌ ଉପକରଣ ତଥା ସାନିଟାଇଜର ଦ୍ୱାରା ବିଶୋଧିତ କରାଯାଇ ପାରୁ ନ ଥିବା ସାମଗ୍ରୀକୁ ବିଶୋଧିତ କରିବା ନେଇ ବ୍ରହ୍ମପୁର ସରକାରୀ ଆଇଟିଆଇ ପକ୍ଷରୁ ନିର୍ମିତ ୟୁଭିସି(ଅଲଟ୍ରା ଭାଇଲେଟ୍‌ ଚାମ୍ବର) ସାନିଟାଇଜର ମେଶିନ ସୋମବାର ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ…

କଂସାମାରି ଗ୍ରାମରୁ ବିରଳ ପ୍ରଜାତିର ବଜ୍ରକାପ୍ତା ଉଦ୍ଧାର

ପାଟପୁର,୧ା୬(ଡି.ଏନ.ଏ.)-ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମର ନନ୍ଦ ଗୌଡ଼ଙ୍କ କୂଅରୁ ସୋମବାର ଏକ ବିରଳ ପ୍ରଜାତିର ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ଗ୍ରାମର ଯୁବକ ଗୋଷ୍ଠୀ ବଜ୍ରକାପ୍ତାକୁ ଦେଖି ପୋଡାମାରି ବନବିଭାଗ ଅଧିକାରୀଙ୍କୁ ଖବର ଦେଇଥିଲେ। ବନବିଭାଗ ଅଧିକାରୀ କାଳୀଚରଣ ବେହେରାଙ୍କ ନିର୍ଦ୍ଦେଶକ୍ରମେ ଫରେଷ୍ଟର…

କଥାବାର୍ତ୍ତା ହେଲା କାଳ: ବଜ୍ରପାତରେ ଚାଲିଗଲା ୨ ଜୀବନ, ଜଣେ ଗୁରୁତର

ବୁଗୁଡ଼ା,୧ା୬(ଡି.ଏନ.ଏ.)-ବୁଗୁଡ଼ା ଥାନା ଡେଙ୍ଗାବାଡ଼ ଗ୍ରାମରେ ସୋମବାର ଅପରାହ୍ନରେ ବଜ୍ରପାତ ଘଟି ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ଡେଙ୍ଗାବାଡ଼ି ଗ୍ରାମର ସନ୍ତୋଷ ଗୌଡ଼ (୩୦) ଓ ଅନ୍ୟ ଜଣେ ତାକରଡ଼ା ଗ୍ରାମର ନୀଳାଞ୍ଚଳ ଆଲଟିଆ(୨୮)।…

ବାଳସୁଧାର ଗୃହରୁ ଅନ୍ତେବାସୀ ଚମ୍ପଟ ଘଟଣା: ଦୁଇ ସପ୍ତାହ ପରେ ମଧ୍ୟ ୩ ଜଣଙ୍କ ମିଳୁନି ପତ୍ତା

ବ୍ରହ୍ମପୁର ଅଫିସିି,୧।୬: ପର୍ଯ୍ୟବେକ୍ଷଣ ଆବାସ ଓ ବାଳସୁଧାର ଗୃହରୁ ୭ ଅନ୍ତେବାସୀ ଚମ୍ପଟ ମାରିଥିବା ଘଟଣାର ଦୁଇ ସପ୍ତାହ ପରେ ମଧ୍ୟ ୩ ଜଣଙ୍କର ପତ୍ତା ମିଳିପାରିନାହିଁ। ଫଳରେ ଏବେ ଉଭୟ ପୋଲିସ ଓ ବାଳସୁଧାରଗୃହର ଅଧୀକ୍ଷକ ପାଇଁ ଚିନ୍ତାର କାରଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri