ଗଞ୍ଜାମରେ ଆଉ ଜଣେ କରୋନା ଆକ୍ରାନ୍ତ ମୃତ: ୫ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
ଛତ୍ରପୁର,୧୨।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଆଉ ଜଣେ ୫୫ ବର୍ଷୀୟ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏ ସମ୍ପର୍କରେ ଶୁକ୍ରବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିକିତ୍ସାଧୀନ ଅବସ୍ଥାରେ କୋଭିଡ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି। ଶ୍ୱାସ…
ଆହତ କୃଷ୍ଣସାର ଉଦ୍ଧାର, ବନବିଭାଗକୁ ହସ୍ତାନ୍ତର
ଜଗନ୍ନାଥପ୍ରସାଦ,୧୧ା୬(ଡି.ଏନ୍.ଏ.)- ଜଗନ୍ନାଥପ୍ରସାଦ ଭାବସର ଗ୍ରାମ ମୁଖ୍ୟରାସ୍ତା ଉପରେ ଗୁରବାର ସକାଳ ପ୍ରାୟ ୯ଟାରେ କୌଣସି ଏକ ଗାଡି ଧକ୍କାରେ ଆହତ ହୋଇ ଏକ କୃଷ୍ଣସାର ମୃଗ ପଡିଥିଲା। ଗ୍ରାମର କେତେଜଣ ଯୁବକ ଆହତ ମୃଗଟିକୁ ଉଦ୍ଧାର କରିଥିଲେ। ପରେ ପ୍ରାଣୀଧନ ବିଭାଗ…
ସଙ୍ଗରୋଧ କେନ୍ଦ୍ରରେ ଅନ୍ତେବାସୀଙ୍କ ହୋହଲ୍ଲା
ବୁଗୁଡ଼ା,୧୧ା୬(ଡି.ଏନ.ଏ)- ବୁଗୁଡ଼ା ବ୍ଲକ ଗୋଲିଆ ପଞ୍ଚାୟତସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ବୁଧବାର ରାତିରେ ନୂଆକରି ଆସିଥିବା ୧୬ଜଣ ଅନ୍ତେବାସୀ ହୋହଲ୍ଲା କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ସେମାନଙ୍କୁ ଅନ୍ୟଏକ ସଙ୍ଗରୋଧ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ଉକ୍ତ ସଙ୍ଗରୋଧ…
କୋଭିଡ୍ ଆମ୍ବୁଲାନ୍ସ ବିଲ୍ ମିଳୁନି, ଧାରଣାରେ ବସିଲେ ଚାଳକ
ପାତ୍ରପୁର,୧୧ା୬(ଡି.ଏନ୍.ଏ.)- ପାତ୍ରପୁର ବ୍ଲକରେ ଲାଗିଥିବା ୨କରୋନା ଆମ୍ବୁଲାନ୍ସର ୫ ସପ୍ତାହ ହେଲା ବିଲ୍ ହୋଇନାହିଁ। ଏଥିସହ ଚାଳକଙ୍କୁ ମଧ୍ୟ ଖାଇବା ଖର୍ଚ୍ଚ ଦିଆଯାନାହିଁ। ଏହାର ପ୍ରତିବାଦରେ ୨ ଚାଳକ ଜ୍ୟୋତିକୃଷ୍ଣ ବେହେରା ଓ କୃଷ୍ଣ ପଣ୍ଡା ଗୁରୁବାର ବ୍ଲକ କାର୍ଯ୍ୟାଳୟ ଆଗରେ…
ଭଙ୍ଗାଘରେ ଜୀବନ ବିତାଉଛନ୍ତି ନିଃସହାୟ ସୋଲି
ଶେରଗଡ଼,୧୧ା୬(ଡି.ଏନ୍.ଏ.)- ଶେରଗଡ଼ ଗ୍ରାମ କୈବର୍ତ୍ତ ସାହିର ସୋଲି ବେହେରା (୨୪)। ବିବାହର କିଛିବର୍ଷ ପରେ ସ୍ବାମୀ କେଉଁଆଡେ ଚାଲିଯିବାରୁ ସେ ବାପଘରକୁ ଫେରି ଆସିଥିଲେ। ମାତ୍ର ସେତେବେଳକୁ ବାପା ଓ ମା’ଙ୍କ ମୃତ୍ୟୁ ହୋଇ ସାରିଥିଲେ। ଏବେ ୪ବର୍ଷର ସନ୍ତାନଙ୍କୁ ଧରି…
ମହଙ୍ଗା ପଡିଲା ଅନ୍ଲାଇନରେ ଖାଦ୍ୟ ମଗାଇବା: ଭାଇ, ଭଉଣୀଙ୍କ ଆକାଉଣ୍ଟରୁ ୧.୦୩ ଲକ୍ଷ ଗାଏବ
ବ୍ରହ୍ମପୁର ଅଫିସ,୧୧ା୬-ବ୍ରହ୍ମପୁରରେ ପୁଣି ଥରେ ସାଇବର ଅପରାଧୀ ଗ୍ୟାଙ୍ଗ ସକ୍ରିୟ ହୋଇ ଉଠିଛନ୍ତି। ଅନଲାଇନରେ ଖାଦ୍ୟ ଅର୍ଡର କରି ମଗାଇବା ଜଣେ ଛାତ୍ର ପାଇଁ ଏବେ ମହଙ୍ଗା ପଡିଛି। ଏଥିରେ ତାଙ୍କ ଭଉଣୀ ମଧ୍ୟ ଠକାମୀର ଶିକାର ହୋଇଛନ୍ତି। ଠକ ଗ୍ୟାଙ୍ଗ…
ବରଡାବାଲି କ୍ୱାରାଣ୍ଟାଇନ କେନ୍ଦ୍ରରେ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ
ଧରାକୋଟ,୧୧ା୬(ଡି.ଏନ.ଏ.)-ଧରାକୋଟ ବ୍ଲକ ବରଡାବାଲି କ୍ୱାରାଣ୍ଟାଇନ କେନ୍ଦ୍ରରେ ବୁଧବାର ରାତିରେ ଜଣେ ପ୍ରବାସୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ମଚ୍ଛାକୋଟ ପଞ୍ଚାୟତ ଗମ୍ଭାରୀଗୁଡ଼ା ଗ୍ରାମର ଶିବରାମ ପ୍ରଧାନ (୫୫)। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ମଧ୍ୟାହ୍ନରେ ଶିବରାମ ଅସୁସ୍ଥ ହେବା ପରେ ଅପରାହ୍ନରେ…
ଗଞ୍ଜାମ ଜିଲାର ନୂତନ ଡିଆଇପିଆର୍ଓଙ୍କ ଦାୟିତ୍ୱ ଗ୍ରହଣ
ଛତ୍ରପୁର,୧୧ା୬(ଡି.ଏନ୍.ଏ.)- ଗଞ୍ଜାମ ଜିଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଭାବେ ରବି ନାରାୟଣ ବେହେରା ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ୧୯୯୬ରୁ ସେ ଓଡ଼ିଶା ସୂଚନା ସେବାରେ ଯୋଗଦେଇ ପ୍ରଥମେ ଜୟପୁରରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ…
ମାସ୍କ କିଣା ଦୁର୍ନୀତିର ତଦନ୍ତ ଦାବି କଲା କଂଗ୍ରେସ: ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ
ଛତ୍ରପୁର,୧୧ା୬(ଡି.ଏନ୍.ଏ.): ଓଡ଼ିଶାରେ କରୋନା ମହାମାରୀ ବେଳେ ମାସ୍କ କିଣା ନେଇ ଦୁର୍ନୀତି ହୋଇଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି। ଏହାର ତଦନ୍ତ ପାଇଁ କଂଗ୍ରେସ ଦାବି କରିଛି। ପ୍ରଦେଶ କଂଗ୍ରେସ କମିଟିର ଡାକରାରେ ଗୁରୁବାର ଗଞ୍ଜାମ ଜିଲା କଂଗ୍ରେସ କମିଟି ପକ୍ଷରୁ…
ମନ୍ଦିର ଜମି ବିକ୍ରି ବିରୋଧରେ ମେଳି ବାନ୍ଧିଲେ ଚାଷୀ: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର
ଦିଗପହଣ୍ଡି,୧୦ା୬(ଡି.ଏନ୍.ଏ.)- ଦିଗପହଣ୍ଡି ସ୍ଥିତ ରାଧାମୋହନ ଏବଂ ରାଧା ଦାମୋଦରଙ୍କ ମନ୍ଦିର ଜମିକୁ ବେଆଇନ ଭାବେ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ପ୍ରତିବାଦରେ ବୁଧବାର ବହୁ ଭାଗଚାଷୀ ଆଇନଜୀବୀ କୁରେଶୁ ପଣ୍ଡାଙ୍କ ଉପସ୍ଥିତିରେ ଦିଗପହଣ୍ଡି ତହସିଲଦାର ଅଦ୍ୱୈତ କୁମାର ସ୍ବାଇଁଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ…
ରାସ୍ତାପାର୍ଶ୍ୱରୁ ଗଛକଟା, ଭେଣ୍ଡିଂ ଜୋନ୍କୁ ନେଇ ପ୍ରଶାସନ-ଅଞ୍ଚଳବାସୀ ମୁହାଁମୁହିଁ
ଗଞ୍ଜାମ,୧୦ା୬(ଡି.ଏନ୍.ଏ.): ଗଞ୍ଜାମ ସହରରେ ୫ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଜବରଦଖଲ କାର୍ଯ୍ୟ ବୁଧବାର ପୂର୍ବାହ୍ନରେ ସହରାଞ୍ଚଳର ସାନବଜାର ମାଛ ମର୍କେଟଠାରେ ଚାଲିଥିବା ବେଳେ ସହରବାସୀ ଏହାକୁ ବିରୋଧ କରିଥିଲେ। ଗଞ୍ଜାମ ସହରରେ ପ୍ରତିବର୍ଷ ଐତିହାସିକ ଦୋଳଯାତ୍ରା ଆୟୋଜିତ ହେଉଥିବା ବେଳେ…
ମଦ, ଜୁଆ ଆଡ୍ଡା ଉପରେ ଚଢ଼ାଉ: ୭୦ ହଜାର ଜବତ
ଛତ୍ରପୁର,୧୦।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାର ବିଭିନ୍ନ ଥାନା ପକ୍ଷରୁ ପୋଲିସର ଧରପଗଡ଼ ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ଥାନା ପକ୍ଷରୁ ମାସ୍କ ପିନ୍ଦି ନ ଥିବା ଅମାନିଆଙ୍କଠାରୁ ୩୭ ହଜାର ୭୦୦ ଟଙ୍କା ଜରିମାନା ଆଦାୟ ହୋଇଛି ।…
Archives


