ଗାର୍ଡଙ୍କୁ ମାଡ ମାରି ଏଟିଏମ୍ରୁ ଲୁଟ୍ ଉଦ୍ୟମ
ଗଞ୍ଜାମ,୨୩ା୬(ଡି.ଏନ୍.ଏ.)- ଗଞ୍ଜାମ ସହର ଦୁର୍ଗାଦେବୀ ସାହି ଷ୍ଟେଟ ବ୍ୟାଙ୍କ ଏଟିଏମ୍ରୁ ସୋମବାର ବିଳମ୍ବିତ ରାତିରେ ଲୁଟ୍ ଉଦ୍ୟମ ହୋଇଛି। ଡ୍ୟୁଟିରେ ଥିବା ସିକ୍ୟୁରିଟି ଗାର୍ଡ ଜିତୁ ପଣ୍ଡାଙ୍କୁ ମାଡମାରି ଦୁର୍ବୃତ୍ତ ଲୁଟ୍ ଉଦ୍ୟମ କରିଥିଲେ। ସାହିଲୋକେ ପହଞ୍ଚିଥିବାରୁ ସେମାନେ ଦୌଡି ପଳାଇଥିଲେ।…
ସାନ ରାମଚନ୍ଦ୍ରପୁରରେ ଗୋଷ୍ଠୀ ସଂଘର୍ଷ: ପୋଲିସର ମୃଦୁ ଲାଠିଚାଳନା, ୭୦ରୁ ଉର୍ଦ୍ଧ୍ୱ ଅଟକ
ଗଞ୍ଜାମ,୨୩ା୬(ଡି.ଏନ.ଏ.)-ରମ୍ଭା ଥାନା ଗଞ୍ଜାମ ବ୍ଲକ ସାନ ରାମଚନ୍ଦ୍ରପୁର ଗ୍ରାମରେ ଓଡିଆର୍ପି ଯୋଜନାରେ ମିଳୁଥିବା ଗୃହକୁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ୪ ବର୍ଷରୁ ଉର୍ଦ୍ଧ୍ୱ ହେବ ଛକାପଞ୍ଝା ଲାଗି ରହିଥିଲା। ଗତ ଦୁଇ ଦିନ ତଳେ ଗ୍ରାମର କୋଠ ଟଙ୍କାକୁ ନେଇ ଗଣ୍ଡଗୋଳ…
ଅମାନିଆଙ୍କଠାରୁ ୪୫ ହଜାର ଜରିମାନା ଆଦାୟ
ବ୍ରହ୍ମପୁର ଅଫିସ ,୨୩।୬: ଲକ୍ଡାଉନ ସମୟରେ ଅମାନିଆଙ୍କୁ ପୋଲିସ ଅଟକାଇ ପ୍ରତିଦିନ ଯାଞ୍ଚ କରି ଜରିମାନା ଆଦାୟ କରୁଛି। ଏପରିକି ଜନସାଧାରଣଙ୍କୁ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯିବା ସହ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରାଯାଉଛିଦ୍। ସୋମବାର ସକାଳୁ ମଙ୍ଗଳବାର ସକାଳ ୬ଟା…
ପୁରୁଷୋତ୍ତମପୁରରେ ରଥଯାତ୍ରା ବନ୍ଦ: ଦେବନୀତିରେ ପୂଜା ପାଇଲେ କଳାଠାକୁର
ପୁରୁଷୋତ୍ତମପୁର, ୨୩।୬(ଡି.ଏନ.ଏ): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ସମେତ ଆଖପାଖ ଅଞ୍ଚଳରେ ଥିବା ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ସମ୍ପୁର୍ଣ୍ଣ ରୂପେ ପ୍ରଶାସନ ପକ୍ଷରୁ ବନ୍ଦ କରିଦିଆଯାଇଛି। ମାତ୍ର ବିଧି ପରମ୍ପରା ରକ୍ଷା କରି କେବଳ ସୀମିତ ସେବାୟତ ଜଗନ୍ନାଥ ମନ୍ଦିର ମଧ୍ୟରେ…
ପୁରୁଷୋତ୍ତମପୁରରେ ଖୋଲିବ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ: ସ୍ଥିତି ଅନୁଧ୍ୟାନ କଲେ ଉପ ଜିଲାପାଳ
ପୁରୁଷୋତ୍ତମପୁର, ୨୩।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍ଏସିରେ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ ଖୋଲିବା ଲାଗି ମଙ୍ଗଳବାର ଛତ୍ରପୁର ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସହରର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ ନୂତନ ଭାବେ ନିର୍ମାଣ କରାଯାଇଥିବା ତାରାତାରିଣି…
ଗଞ୍ଜାମରେ ପୁଣି ୩୦ କରୋନା ପଜିଟିଭ ଚିହ୍ନଟ: ରହିଛନ୍ତି ୬ ଯୋଦ୍ଧା
ଛତ୍ରପୁର,୨୩।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ମଙ୍ଗଳବାର ପୁଣି ୩୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୫୫କୁ ବୃଦ୍ଧି ପାଇଛି। ୩୦ ଆକ୍ରାନ୍ତଙ୍କ ମଧ୍ୟରେ ୬ ଜଣ କରୋନା ଯୋଦ୍ଧା, ୯ ଜଣ…
ପୋଖରୀରେ ଗାଧୋଇବାକୁ ବାରଣ: ଚାରିପଟେ ବ୍ୟାରିକେଟ୍, ବନ୍ଦ ହେଉନି ଗାଧୁଆ
ବୁଗୁଡ଼ା,୨୩।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଳକ ଏବଂ ଏନ୍ଏସିରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା କରି ପ୍ରଶାସନ ପକ୍ଷରୁ ପୋଖରୀରେ ଗାଧୋଇବାକୁ ନେଇ ବାରଣ କରାଯାଇଥିଲା। ସାମାଜିକ ଦୂରତ୍ୱ ରକ୍ଷା କରିବା ସହ ପୋଖରୀରେ ସମୂହ ଭାବେ ନ ଗାଧୋଇବା…
୧.୧୩ ଲକ୍ଷ ଜାଲ୍ ନୋଟ, ଗଞ୍ଜେଇ ଜବତ: କନଷ୍ଟେବଳଙ୍କ ସମେତ ୩ ଗିରଫ
ଫୁଲବାଣୀ ଅଫିସ/ଫିରିଙ୍ଗିଆ,୨୨ା୬- କନ୍ଧମାଳ ଜିଲାରେ ଗଞ୍ଜେଇ ଚାଲାଣ ସହ ଜାଲ୍ ନୋଟ କାରବାର ବି ଚାଲିଛି ା ଫିରିଙ୍ଗିଆ ଥାନା ପୋଲିସ ଏଭଳି ଏକ ର଼୍ୟାକେଟକୁ ଧରିଛି। ସିମିଲିସାହିଠାରେ ଚଢ଼ାଉ ବେଳେ ଏକ ଟାଟା ସୁମୋରୁ ୧ ଲକ୍ଷ ୧୩ ହଜାର…
ଗଞ୍ଜାମରେ ଗଡିବନି ରଥ: ଜିଲାପାଳ
ଛତ୍ରପୁର,୨୨ା୬(ଡି.ଏନ୍.ଏ.)- ଗଞ୍ଜାମ ଜିଲାର କୌଣସିଠାରେ ମଙ୍ଗଳବାର ରଥଯାତ୍ରା ନ କରାଇବା ପାଇଁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର ଭିଡିଓ କନଫରେନ୍ସ ଜରିଆରେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାରମାନଙ୍କୁ ଜଣାଇଛନ୍ତି। ଏହା ଯେପରି କଡାକଡି ଭାବେ ପାଳନ ହେବ ସେଥିନିମନ୍ତେ…
ଛତ୍ରପୁରରେ ନିୟମ ମାନିଲେନି ଲୋକେ : ଟ୍ରାଫିକ୍ ଜାମ, ଦୋକାନ ସିଲ୍
ଛତ୍ରପୁର,୨୨।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ହୋଇଥିବା ୬୭ ଘଣ୍ଟିଆ ସମ୍ପୂର୍ଣ୍ଣ ଲକ୍ଡାଉନ୍ ସୋମବାର ସକାଳ ୭ଟାରେ ଖୋଲିଥିଲା। ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଖୋଲିବ ଏବଂ ଦୁଇ ଚକିଆଠାରୁ ଆରମ୍ଭକରି କୌଣସି ଗାଡ଼ି ରାସ୍ତା ଉପରକୁ ଆସିପାରିବନି ବୋଲି ଜିଲାପାଳ…
କେବଳ ଗଞ୍ଜାମରେ କରୋନା ନେଲାଣି ୮ ଜୀବନ
ଛତ୍ରପୁର,୨୨ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ଗୋଟିଏ ପରେ ଗୋଟିଏ ଜୀବନ ନେଉଛି କରୋନା। ଫଳରେ ଜିଲାବାସୀ ଭୟଭୀତ ହୋଇପଡ଼ିଛନ୍ତି। ସୋମବାର ମଧ୍ୟ ଜିଲାରେ ଆଉ ଜଣେ କରୋନା…
ଗଞ୍ଜାମରେ ସମ୍ପୂର୍ଣ୍ଣ ଶଟ୍ଡାଉନ ଗୁଜବ: ଟୁଇଟ୍କରି ସୂଚନା ଦେଲେ ଜିଲାପାଳ
ଛତ୍ରପୁର, ୨୨।୬(ଡି.ଏନ୍.ଏ.): କରୋନା ମହାମାରୀ ଯୋଗୁ ଗଞ୍ଜାମ ଜିଲାରେ ସମ୍ପୂର୍ଣ୍ଣ ଶଟଡାଉନ୍ ହେବ ବୋଲି ସବୁଆଡେ ଚର୍ଚ୍ଚା ଚାଲିଛି। ତେବେ ଏହା ଏକ ଗୁଜବ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର ଟୁଇଟ୍କରି ସୂଚନା ଦେଇଛନ୍ତି। ପୂର୍ବଭଳି ସୋମବାରରୁ ଶୁକ୍ରବାର…
Archives


