ଗଞ୍ଜାମ

ଭାସିଗଲା ବୋଡ଼ାନଦୀ କଲଭର୍ଟ

ଭଞ୍ଜନଗର,୧୩।୯(ଡି.ଏନ.ଏ): ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ୩ ଦିନ ହେଲା ବର୍ଷା ହେଉଛି। ସୋମବାର ଦିନତମାମ ଲଗାଣ ବର୍ଷା ହୋଇଛି। ଫଳରେ ବୋଡ଼ାନଦୀ ବନ୍ୟାଜଳରେ ବେଲଗୁଣ୍ଠା ନିକଟ ଚଢ଼େୟାପଲ୍ଲୀଠାରେ ହୋଇଥିବା ଅସ୍ଥାୟୀ କଲଭର୍ଟ ଭାସିଯାଇଛି। ଏଥିଯୋଗୁ ବେଲଗୁଣ୍ଠା-ବୁଗୁଡ଼ା, ବେଲଗୁଣ୍ଠା-ଆସିକା…

ଭୁଶୁଡ଼ିଲା ଆନ୍ଧ୍ର ମହିଳା ସମାଜମ୍‌ କୋଠା

ବ୍ରହ୍ମପୁର ଅଫିସ୍‌,୧୩ା୯: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ବ୍ରହ୍ମପୁର ସହରର ଗିରି ମାର୍କେଟରେ ଥିବା ବହୁ ପୁରାତନ ଆନ୍ଧ୍ର ମହିଳା ସମାଜମ୍‌ କୋଠା ଭୁଶୁଡି ପଡ଼ିଛି। ଏହି ଘଟଣାରେ କେହି ମୃତାହତ ହୋଇ ନ ଥିବା ଜଣାପଡିଛି। କିନ୍ତୁ କୋଠାରେ ରହିଥିବା…

ଲଗାଣ ବର୍ଷାରେ ଭୁଶୁଡ଼ିଲା ୧୦୦ ବର୍ଷ ପୁରୁଣା କୋଠା

ବ୍ରହ୍ମପୁର ଅଫିସ,୧୨।୯: ରାଜ୍ୟରେ ତିନିଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ବ୍ରହ୍ମପୁରର ୧୦୦ ବର୍ଷର ପୁରୁଣା ତେଲୁଗୁ ସମାଜମ କୋଠା ରବିବାର ବିଳମ୍ବିତ ରାତ୍ରିରେ ଭୁଶୁଡ଼ି ପଡିଛି। ତେବେ ଏଥିରେ କାହାର କିଛି କ୍ଷତି ହୋଇ ନାହିଁ। ଖବରପାଇ…

ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ: ବଢ଼ୁଛି ଋଷିକୁଲ୍ୟା

ପୁରୁଷୋତ୍ତମପୁର,୧୩।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ତିନିଦିନ ହେଲା ଲଗାଣ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ଚାଷ ଜମିଗୁଡ଼ିକ ଜଳମଗ୍ନ ହୋଇଛି। ତିନିଦିନ ମଧ୍ୟରେ ସୋମବାର ସକାଳ ୧୧ଟା ୩୦ ସୁଧା ସମୁଦାୟ…

ନକଲି ଡାକ୍ତର ଗିରଫ

ଗଞ୍ଜାମ,୧୨।୯: ଗଞ୍ଜାମର ଏକ ମେଡିକାଲ ଷ୍ଟୋରକୁ ସିଲ୍‌ କରିବା ସହ ନକଲି ଡାକ୍ତର ଗିରଫ ହୋଇଛନ୍ତି । କୁମୁଦାପଦାର ବାହାଦୁର ନାୟକ ନାମକ ଜଣେ ବ୍ୟକ୍ତି ସୁରଟର ସୂତାକଳରେ ଶ୍ରମିକ ଭାବେ କାମ କରୁଥିଲେ। ଗତବର୍ଷ ଲକଡାଉନ ହେବାରୁ ସେ ଗାଁକୁ…

ଦିଗପହଣ୍ଡିରେ ଭାଜପାର ସାଙ୍ଗଠନିକ ନିର୍ବାଚନ

ଦିଗପହଣ୍ଡି,୧୨।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡିରେ ଭାଜପାର ସାଙ୍ଗଠନିକ ନିର୍ବାଚନୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଶ୍ରୀ ଚନ୍ଦ୍ରଚୂଡ଼େଶ୍ୱର ଶୈବପୀଠ ପରିସରରେ ଆୟୋଜିତ ବୈଠକରେ ଭାଜପା ଦିଗପହଣ୍ଡି ନଗର କମିଟିର ବହୁସଂଖ୍ୟକ କାର୍ଯ୍ୟକର୍ତ୍ତା ଓ କର୍ମୀ ଉପସ୍ଥିତ ଥିଲେ। ଭାଜପା ଗଞ୍ଜାମ ଜିଲା…

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ଗଞ୍ଜାମ ପୁଇଁତୋଳାର ଭୂପେଶ

ଗଞ୍ଜାମ,୧୨ା୯(ଡି.ଏନ.ଏ.): ଗଞ୍ଜାମ ଜିଲା ପୁଇଁତୋଳା ଗ୍ରାମର ଭୂପେଶ କୁମାର ପଲାଇ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ୨୦୦ ବୈଷୟିକ ପ୍ରମାଣପତ୍ର ପାଇ ୨୦୨୧ ପାଇଁ ଇଣ୍ଡିଆ ବୁକ୍‌ ଅଫ ରେକର୍ଡସରେ ସ୍ଥାନ ପାଇଛନ୍ତି। ସାଇବର ଅପରାଧକୁ ରୋକିବା ପାଇଁ ସେ ଏକ…

ଏକାଠି ମଦ ପିଇ ନିଶାରେ ଯିଏ ଯାହାକୁ ପାରିଲେ ପିଟିଲେ; ଆଉ ତା’ ପରେ

ଦିଗପହଣ୍ଡି,୧୧।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୩୨୬ ନଂ ଜାତୀୟ ରାଜପଥ ମାଁ ଚାମୁଣ୍ଡା ମନ୍ଦିର ନିକଟ ମୁଖ୍ୟରାସ୍ତା ରେ ଗ୍ରାମର ୨ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ନିଶାସକ୍ତ ଅବସ୍ଥାରେ ଦିଗପହଣ୍ଡି ଏବଂ ଡେଙ୍ଗାଓସ୍ତା – ଖଜୁରୀପଦା ଗ୍ରାମର…

ପାରିବାରିକ କଳହର କରୁଣ ପରିଣତି: ନିଃସନ୍ତାନ ଦମ୍ପତି ନେଲେ ଏଭଳି ଚରମ ନିଷ୍ପତ୍ତି

ଦିଗପହଣ୍ଡି,୧୧।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ପୋଡ଼ାମାରି ଗ୍ରାମ ଭଞ୍ଜ ସାହିର ଏକ ଦମ୍ପତି ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ସନ୍ତୋଷ ଗୌଡ ଏବଂ ତାଙ୍କ ସ୍ତ୍ରୀ ନୟନି ଗୌଡ। ଖବରପାଇ ପାଟପୁର ପୋଲିସ…

ଜାମିନରେ ଆସି ଲୁଟ କରି ଧରାପଡ଼ିଲେ

ବ୍ରହ୍ମପୁର ଅଫିସ,୧୦।୯: ଜଣେ ବ୍ୟବସାୟୀଙ୍କଠୁ ଟଙ୍କା ଲୁଟ ଅଭିଯୋଗରେ ବୈଦ୍ୟନାଥପୁର ଥାନା ପୋଲିସ ଜଣଙ୍କୁ କାବୁ କରିଛି। ସେ ହେଲେ ଲାଞ୍ଜିପଲ୍ଲୀର ମନୋଜ ପାଣିଗ୍ରାହୀ। ତାଙ୍କ ନିକଟରୁ ୩ଟି ମୋବାଇଲ ଫୋନ୍‌ ଓ ଗୋଟିଏ ସାଇକେଲ ଜବତ ହୋଇଛି। ମନୋଜ କିଛିଦିନ…

ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କା ଦେଇ ଓଲଟିଲା ପାର୍ଶଲ ବୋଝେଇ ଟ୍ରକ

ଗଞ୍ଜାମ,୧୦ା୯(ଡି.ଏନ୍‌.ଏ.): ୧୬ ନଂ. ଜାତୀୟ ରାଜପଥ ଶନିମନ୍ଦିର ଛକ ଠାରେ ଏକ ପାର୍ଶଲ ବୋଝଇ ଟ୍ରକ୍‌ ରୋଡ୍‌ ପାର୍ଶ୍ୱରେ ଥିବା ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡ଼ିଥିବା ଜଣାପଡ଼ିଛି l ଏହି ଦୁର୍ଘଟଣା ଫଳରେ ବିଦ୍ୟୁତ ସରବରାହ ବନ୍ଦ କରି…

ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁଦିବସ

ଦିଗପହଣ୍ଡି,୫ା୯(ଡି.ଏନ୍‌.ଏ.): ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ପ୍ରତିବର୍ଷ ଭଳି ଚଳିତବର୍ଷ କୋଭିଡ୍‌ କଟକଣା ମଧ୍ୟରେ ଗୁରୁଦିବସ ପାଳନ କରାଯାଇଥିଲା। ଦିଗପହଣ୍ଡି ସରସ୍ବତୀ ବିଦ୍ୟାମନ୍ଦିର ପରିସରରେ ପ୍ରଧାନ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ମିଶ୍ର ଓ ଭଗବତୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri