ଗଞ୍ଜାମ

ଉତ୍ତର ଘୁମୁସର ବନଖଣ୍ଡ ଜଳୁଛି

ଭଞ୍ଜନଗର,୩ା୩(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଦୁର୍ଗାପ୍ରସାଦ ଏବଂ ମୁଜାଗଡ ସେକ୍ସନର ଏକାଧିକ ଜଙ୍ଗଲରେ ଗୁରୁବାର ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଦୁର୍ଗାପ୍ରସାଦ ଅଞ୍ଚଳ ଜଙ୍ଗଲରେ ମଧ୍ୟ ନିଆଁ ଲାଗିଛି। ସମ୍ପୃକ୍ତ ସେକ୍ସନର କିଛି କର୍ମଚାରୀ ଲୋକଙ୍କ ସହ…

ବାଇକ୍‌ -କାର୍‌ ଧକ୍କା, ବାଇକ୍‌ ଆରୋହୀ ମୃତ

ଗୋପାଳପୁର,୨ା୩(ଡି.ଏନ.ଏ.): ଗୋପାଳପୁର ଥାନା ଅଧୀନ ଆମ୍ବପୁଆ ହାଉସିଂ ବୋର୍ଡ ନିକଟରେ ବୁଧବାର ରାତିରେ ବାଇକ୍‌ ପଛକୁ ଏକ କାର୍‌ ଧକ୍କା ଦେବା ଫଳରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ବିକ୍ରମପୁର ଗ୍ରାମର ପି.ଗୋପାଲ ରେଡ୍ଡୀ(୨୩)। ପି. ଗୋପାଲ…

ବାଇକ୍‌ରେ ପ୍ରେମିକଙ୍କ ସହ ଯାଉଥିଲେ: ବାଟରେ ଘଟିଲା ଦୁର୍ଘଟଣା

ବ୍ରହ୍ମପୁର ଅଫିସ,୨।୩: ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଜଣେ ଯୁବତୀଙ୍କ ଏମ୍‌କେସିଜି ମେଡିକାଲରେ ମୃତ୍ୟୁ ଘଟିଛି। ମୃତକ ହେଲେ ପାଟପୁର ଥାନା ଅଞ୍ଚଳର ପୁଷ୍ପିତା ମହାରଣା(୨୦)। ପୁଷ୍ପିତା ତାଙ୍କ ପ୍ରେମିକଙ୍କ ସହ ବାଇକ୍‌ରେ ଯାଉଥିବା ବେଳେ ଏକ ଗାଡ଼ି…

ବିଜୁବାବୁଙ୍କ ପ୍ରିୟ ବିମାନ ‘ଡାକୋଟା’ର କଳାକୃତି ନିର୍ମାଣ କଲେ ଛତ୍ରପୁର ଆଇଟିଆଇ ଛାତ୍ରୀଛାତ୍ର

ଛତ୍ରପୁର,୨ା୩(ଡି.ଏନ୍‌.ଏ.): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ତାଙ୍କ ପ୍ରିୟ ବିମାନ ଡାକୋଟାକୁ ବିଭିନ୍ନ ଅଦରକାରୀ ଲୁହା ସାମଗ୍ରୀରେ ନିର୍ମାଣ କରିଛନ୍ତି ଗଞ୍ଜାମ ଜିଲା ଛତ୍ରପୁର ଆଇଟିଆଇର ଛାତ୍ରୀଛାତ୍ର। ଦୀର୍ଘ କିଛି ଦିନ ହେଲା ଏହି ଦୁଇଟି କଳାକୃତିରେ ଲାଗି ପଡ଼ିଛନ୍ତି…

କୋଦଳା କଲେଜରେ ପରୀକ୍ଷା ଦେଲେ ୧୭୪ କଳା, ୨୬ ବାଣିଜ୍ୟ ଛାତ୍ରୀଛାତ୍ର

କୋଦଳା,୨ା୩(ଡି.ଏନ୍‌.ଏ.): ଗୁରୁବାରଠାରୁ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହୋଇଛି। ଗତକାଲି ବିଜ୍ଞାନର ଥିଓରି ପରୀକ୍ଷା ଆରମ୍ଭ ହୋଇଥିଲା । ଗଞ୍ଜାମ କୋଦଳା ଲକ୍ଷ୍ମୀନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜିଠୁ କଳା ଓ ବାଣିଜ୍ୟ ଛାତ୍ରୀଛାତ୍ର ପରୀକ୍ଷା ଦେଇଛନ୍ତି।…

ଆସନ୍ତା ୯ରେ ପଡ଼ିଥାନ୍ତା ହାତଗଣ୍ଠି, ଫେରିବା ବାଟରେ ଅପେକ୍ଷା କରିଥିଲା ଯମ

ଗଞ୍ଜାମ,୨ା୩(ଡି.ଏନ୍‌.ଏ.): ଆଉ ମାତ୍ର ଦିନ କେଇଟା ପରେ ପଡ଼ିଥାନ୍ତା ହାତଗଣ୍ଠି। ଆସନ୍ତା ୯ରେ ବିବାହ ପାଇଁ ନିମନ୍ତ୍ରଣ ବଣ୍ଟା ସରିଥିଲା। ବନ୍ଧୁ ବାନ୍ଧବଙ୍କୁ ଡକା ମଧ୍ୟ ସରିଛି। ବ୍ରହ୍ମପୁରରୁ ମାଉସୀ ଘରକୁ ନିମନ୍ତ୍ରଣ ଦେଇ ଲୁଗାପଟା କିଣାକିଣି କରି ଘରକୁ ଫେରିବା…

ଋଷିକୁଲ୍ୟା ମୁହାଣ ସମୁଦ୍ର ବେଳାଭୂମି: ୭ ଦିନରେ ୬, ୨୩, ୬୩୨ କଇଁଛଙ୍କ ଅଣ୍ଡାଦାନ

ଗଞ୍ଜାମ,୨।୩(ଡି.ଏନ.ଏ.): ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଣ ସମୁଦ୍ର ବେଳାଭୂମିରେ ବିରଳ ପ୍ରଜାତିର ଅଲିଭ ରିଡ୍‌ଲେ ସାମୁଦ୍ରିକ କଇଁଛମାନଙ୍କ ସାମୂହିକ ଅଣ୍ଡାଦାନ ଜାରି ରହିଛି। ସାତ ଦିନ ମଧ୍ୟରେ ସର୍ବକାଳୀନ ରେକର୍ଡ ସୃଷ୍ଟି ହୋଇଛି। ଗତ ଗୁରୁବାରଠାରୁ ବେଳାଭୂମିରେ ଆରମ୍ଭ ହୋଇଥିବା ଗଣ…

ଆସନ୍ତା ୧୪ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ମାଗଣାରେ ଦର୍ଶନ କରିବେ ଭକ୍ତ

ଛତ୍ରପୁର,୨।୩ (ଡି.ଏନ୍‌.ଏ.): ଆସନ୍ତା ୧୪ ତାରିଖଠାରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଅନୁଷ୍ଠିତ ହେବ । ଏହି ପର୍ବ ୪ ପାଳି ଅର୍ଥାତ୍‌ ମାର୍ଚ୍ଚ ମାସ ୧୪, ୨୧ ଓ ୨୮ ତାରିଖ ଏବଂ ଏପ୍ରିଲ…

ମଙ୍ଗଳସୂତ୍ର ଝାମ୍ପି ୪ ଗିରଫ

ହିଞ୍ଜିଳିକାଟୁ,୧ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ମକରଝୋଳ ଛକଠାରେ ଗତ ଫେବୃୟାରୀ ୨୫ରେ ବାଇକ୍‌ରେ ଯାଉଥିବା ଜଣେ ମହିଳାଙ୍କ ବେକରୁ ସୁନା ମଙ୍ଗଳସୂତ୍ର ଲୁଟ୍‌ ଘଟଣାରେ ବୁଧବାର ୪ ଜଣଙ୍କୁ ହିଞ୍ଜିଳି ପୋଲିସ ଗିରଫ କରିଛି। ଗିରଫ ଳୁଟେରାମାନେ ହେଲେ ଆସିକା…

ମା’ ଛେଉଣ୍ଡ ୩ପିଲା ଭିକ୍ଷା ବୃତ୍ତିକରି ଆଣୁଥିଲେ ଟଙ୍କା, ମଦ ପିଉଥିଲେ ବାପା

କୋଦଳା,୧।୩(ଡି.ଏନ୍‌.ଏ.): ମା’ ଛେଉଣ୍ଡ ୩ ପିଲାଙ୍କୁ ଭିକ୍ଷା ବୃଦ୍ଧିରେ ଲଗାଇ ସେହି ଟଙ୍କାରେ ମଦ ପିଉଛନ୍ତି ବାପା। କିଛି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା କୋଦଳା ଥାନା କୋଦଳା ଏନ୍‌ଏସି ଅଞ୍ଚଳରେ। ପ୍ରଶାସନ ହସ୍ତକ୍ଷେପ କରି ୩…

ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ପ୍ରସ୍ତୁତି ବୈଠକ: ମା’ଙ୍କ ଦର୍ଶନ ଲାଗି ଦେବାକୁ ପଡ଼ିବନି ଫି

ଛତ୍ରପୁର,୧।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଅଧିଷ୍ଠାତ୍ରୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ମେଳା ନେଇ ଜିଲାପାଳ ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ୪ଟି ପାଳି ପାଳିତ ହେବ। ମାର୍ଚ୍ଚ ୧୪ ପ୍ରଥମ ପାଳି, ମାର୍ଚ୍ଚ ୨୧ ଦ୍ୱିତୀୟ ପାଳି,…

ଷ୍ଟାଣ୍ଡପୋଷ୍ଟରେ ଜଳ ଯୋଗାଣ ବନ୍ଦ

ବ୍ରହ୍ମପୁର ଅଫିସ,୧।୩:  ବ୍ରହ୍ମପୁର ସହରରେ ଜଳ ସଙ୍କଟର ସ୍ଥାୟୀ ସମାଧାନ ଓ ୨୪ ଘଣ୍ଟିଆ ବିଶୁଦ୍ଧ ପିଇବା ପାଣି ଯୋଗାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାନିବିଲି ବୃହତ୍‌ ପ୍ରକଳ୍ପ ନିମନ୍ତେ ନୂତନ ପଦକ୍ଷେପ ନିଆଯାଇଛି। କିନ୍ତୁ ଉକ୍ତ ପ୍ରକଳ୍ପରୁ ସମ୍ପୂର୍ଣ୍ଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri