ଗଞ୍ଜାମ

ହତ୍ୟାର ଡେମୋ ଦେଖାଇଲେ ମୁଖ୍ୟ ଅଭିଯୁକ୍ତ

ବ୍ରହ୍ମପୁର ଅଫିସ,୫ା୩: ବ୍ରହ୍ମପୁର ହିଲ୍‌ପାଟଣା ଅଞ୍ଚଳର କ୍ଷୀର ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଶଙ୍କର ମୁନଙ୍କୁ ଗୋଷାଣୀନୂଆଗଁା ଥାନା ପୋଲିସ ଗତ ୩ ତାରିଖରୁ ୪ଦିନିଆ ରିମାଣ୍ଡରେ ଆଣି ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିଛି। ରବିବାର ଅଭିଯୁକ୍ତଙ୍କୁ…

ପୈତୃକ ଗ୍ରାମରେ ବିଜୁବାବୁଙ୍କ ନାଁରେ ମ୍ୟୁଜିୟମ୍‌ ଦାବି

ଭଞ୍ଜନଗର,୫।୩(ଡି.ଏନ.ଏ): ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ମାର୍ଚ୍ଚ ୫ରେ ସାରା ରାଜ୍ୟବ୍ୟାପୀ ପାଳନ ହେଉଥିବା ବେଳେ ତାଙ୍କ ପୈତୃକ ଗ୍ରାମ ଗଞ୍ଜାମ ଜିଲା ଭଞ୍ଜନଗର ସହରଠାରୁ ମାତ୍ର ୩ କିମି ଦୂର ଘୁମୁସର ନୂଆଁଗାସ୍ଥିତ ବାସଭବନରେ ମଧ୍ୟ ଜୟନ୍ତୀ…

ଗଞ୍ଜାମରୁ ଆରମ୍ଭ ବିଜୁଙ୍କ ରାଜନୀତି

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଗଞ୍ଜାମରୁ ଆରମ୍ଭ କରିଥିଲେ ଭୋଟ ରାଜନୀତି। ଜିଲାରୁ ଲଗାତର ଦୁଇଥର କଂଗ୍ରେସ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସ୍ବାଧୀନତା ପରବର୍ତ୍ତୀ ୧୯୫୧-୫୨ ସାଧାରଣ ନିର୍ବାଚନରେ ତତ୍କାଳୀନ ଜଗନ୍ନାଥପ୍ରସାଦ ନିର୍ବାଚନମଣ୍ଡଳୀରୁ ଏବଂ ୧୯୫୭ ନିର୍ବାଚନରେ ସୋରଡ଼ା ନିର୍ବାଚନମଣ୍ଡଳୀରୁ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ହିଞ୍ଜିଳିକାଟୁ ପୌର କାଉନସିଲର

ହିଞ୍ଜିଳିକାଟୁ,୪ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌର ପରିଷଦର ବିଜେଡି ସଭ୍ୟାସଭ୍ୟ ଶନିବାର ସନ୍ଧ୍ୟାରେ ଭୁବନେଶ୍ୱର ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭିକେ ପାଣ୍ଡିଆନଙ୍କୁ ମଧ୍ୟ ସାକ୍ଷାତ କରିଥିଲେ। ପୌରପରିଷଦ…

ସୁପ୍ରଭା ହତ୍ୟା ମାମଲା: ଏତଲାକାରୀ ସ୍ବାମୀ ହିଁ ଅଭିଯୁକ୍ତ

ଛତ୍ରପୁର,୪ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ବିପୁଳିଙ୍ଗି ଗାଁ ରାଧେଶ୍ୟାମ ଚୌଧୁରୀଙ୍କ ସ୍ତ୍ରୀ ସୁପ୍ରଭା ଚୌଧୁରୀଙ୍କୁ ନିର୍ମମ ଭାବେ ତାଙ୍କ ଘରେ ଫେବୃୟାରୀ ୧୬ ତାରିଖ ରାତିରେ ହତ୍ୟା କରାଯାଇଥିଲା। ସୁପ୍ରଭାଙ୍କୁ ହତ୍ୟା କରାଯାଇଥିବା ଏବଂ ଘରୁ ସୁନା ଅଳଙ୍କାର…

ଥାନା ପରେ ଏସ୍‌ପି ଅଫିସ ଘେରିଲା ଭାଜପା

ଛତ୍ରପୁର,୪।୩(ଡି.ଏନ୍‌.ଏ.): ଭାଜପା ଯୁବ ମୋର୍ଚ୍ଚା କର୍ମକର୍ତ୍ତାଙ୍କୁ ପୋଲିସର ମାଡ଼ ପ୍ରତିବାଦରେ ଭାଜପା କର୍ମକର୍ତ୍ତା ଶନିବାର ଗଞ୍ଜାମ ଏସ୍‌ପି ଅଫିସ ଘେରାଉ କରିଥିଲେ। ବିଧାନସଭା ଘେରାଉ ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ଭାଜପା ନିନ୍ଦା କରିଛି। ଏଥିସହ ପୋଲିସ ଅଧିକାରୀଙ୍କ ନାଁରେ…

ଆଜିଠୁ ନାମାଙ୍କନ ଦାଖଲ

ବ୍ରହ୍ମପୁର ଅଫିସ,୪ା୩: ଚଳିତ ବର୍ଷ ପାଇଁ ଗଞ୍ଜାମ ଓକିଲ ସଂଘର ନିର୍ବାଚନ ପାଇଁ ଆସନ୍ତା ୨୫ ତାରିଖ ଦିନ ଧାର୍ଯ୍ୟ ହୋଇଛି। ଏନେଇ ୪ ରୁ ୬ ତାରିଖ ଯାଏଁ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିପାରିବେ। ସେହିପରି ୧୦ତାରିଖ ପ୍ରାର୍ଥୀପତ୍ର…

ଢେଙ୍କାନାଳରୁ ଅଭିଯୁକ୍ତଙ୍କୁ ଆଣି ରିମାଣ୍ଡରେ ନେଲା ପୋଲିସ

ବ୍ରହ୍ମପୁର ଅଫିସ,୪ା୩ ବହୁ ଚର୍ଚ୍ଚିତ କ୍ଷୀର ବ୍ୟବସାୟୀ ଲମ୍ବୋଦର ମୁନୀଙ୍କ ହତ୍ୟା ଘଟଣାରେ ଢେଙ୍କାନାଳ ଜେଲରେ ଥିବା ମୁଖ୍ୟ ଅଭିଯୁକ୍ତ ଶଙ୍କର ସାହୁଙ୍କୁ ବ୍ରହ୍ମପୁର ଏସ୍‌ଡ଼ିଜେଏମ୍‌ଙ୍କ ନିର୍ଦ୍ଦେଶରେ କୋର୍ଟରେ ହାଜର କରାଯାଇଛି। ଶଙ୍କରକୁ ଶୁକ୍ରବାରଠାରୁ ୧୩ତାରିଖ ପର୍ଯ୍ୟନ୍ତ ସ୍ପେୟାରରେ ବ୍ରହ୍ମପୁର ଅଣାଯାଇ…

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ

ବ୍ରହ୍ମପୁର ଅଫିସ,୪ା୩: ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍‌କେସିଜି) ମେଡିକାଲରେ ଚିକିତ୍ସା ଅବହେଳାରୁ ପୁଣି ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ରୋଗୀଙ୍କୁ ଆଇସିୟୁ ନ ମିଳିବାରୁ ରୋଗୀ ଜଣଙ୍କ ଗୁରୁତର ହୋଇ ଶେଷରେ ପ୍ରାଣ ହରାଇଥିବା ପରିବାର ଲୋକେ ଅଭିଯୋଗ…

୧୫ରେ ଡ୍ରାଇଭର ମହାସଂଘର ଧର୍ମଘଟ

ଭଞ୍ଜନଗର,୪।୩(ଡି.ଏନ.ଏ): ଓଡ଼ିଶା ଡ଼୍ରାଇଭର ମହାସଂଘ ଆସନ୍ତା ୧୫ ତାରିଖରେ ୯ ଦଫା ଦାବି ନେଇ ରାଜ୍ୟବ୍ୟାପୀ ଧର୍ମଘଟ କରିବା ସହ ଅଖଚକ ବନ୍ଦ କରିବାକୁ ଚେତାବନୀ ଦେଇଛି । ଏନେଇ ଭଞ୍ଜନଗର ଶାଖା ପକ୍ଷରୁ ଶୁକ୍ରବାର ସହରରେ ଏକ ଶୋଭାଯାତ୍ରା କରାଯିବା…

ସୁନା ଅଳଙ୍କାର ଠକେଇ ମାମଲାରେ ୨ ଗିରଫ

ଆସିକା,୩ା୩ (ଡି.ଏନ.ଏ.): ଆସିକା ବିନାୟକ ବଜାରଠାରେ ଥିବା ଏକ ଦୋକାନର ମାଲିକଙ୍କଠାରୁ ବିକ୍ରି କରିବା ଲାଗି କହି ୨ ଅଭିଯୁକ୍ତ ଅଳଙ୍କାର ନେଇ ଫେରାର ହୋଇଥିଲେ। ପୋଲିସ ଶୁକ୍ରବାର ଉଭୟଙ୍କୁ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ରାଜୁ ରେଡ୍ଡୀ ଓରଫ…

ରଙ୍ଗେଇଲୁଣ୍ଡାରୁ ଉଡ଼ିବ ବିମାନ

ବ୍ରହ୍ମପୁର/ଗୋପାଳପୁର,୩ା୩(ଡି.ଏନ୍‌.ଏ.): ଖୁବ୍‌ଶୀଘ୍ର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ରୁ ବିମାନ ଉଡ଼ାଣ ଆରମ୍ଭ ହେବ। ଏନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ବୈଷୟିକ ଶିକ୍ଷା ବିକାଶ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ସୂଚନା ଦେଇଛନ୍ତି। ‘ଉଡାନ୍‌’ ଯୋଜନାର ଅନ୍ତର୍ଭୁକ୍ତ ହୋଇଥିବା ରଙ୍ଗେଇଲୁଣ୍ଡା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri