ଗଞ୍ଜାମ

ଯୌତୁକ ଦାବିରେ ବଧୂହତ୍ୟା ଅଭିଯୋଗ, ସ୍ବାମୀ ଅଟକ

ହିଞ୍ଜିଳିକାଟୁ,୨୫।୧(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ହିଞ୍ଜିଳି ଥାନା କୋଳିଦାସପୁର ଗ୍ରାମରେ ଶୁକ୍ରବାର ସନ୍ଧ୍ୟାରେ ଯୌତୁକ ପାଇଁ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମହିଳା ଜଣକ ହେଲେ ହିଞ୍ଜିଳି ଥାନା ଚାନ୍ଦୁଲି ଗ୍ରାମର ଲିଲି ଦାସ (୨୬) ।…

‘ଗଣତନ୍ତ୍ରରେ ଭୋଟର ସବୁଠାରୁ ଶକ୍ତିଶାଳୀ’

ବ୍ରହ୍ମପୁର ଅଫିସ,୨୫।୧: ଉପଖଣ୍ଡ ଜିଲା ପ୍ରଶାସନ ପକ୍ଷରୁ ୧୦ମ ଜାତୀୟ ଭୋଟର ଦିବସ ଶନିବାର ପାଳିତ ହୋଇଯାଇଛି । ଏହି ଅବସରରେ ପୂର୍ବାହ୍ନରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ପଦଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ଟାଉନହଲ ପରିସରରେ ବ୍ରହ୍ମପୁର…

ଚିନ୍ତାକରି ଭୋଟ ଦେଲେ ଗଣତନ୍ତ୍ର ସୁଦୃଢ଼ ହୋଇପାରିବ: ଜିଲାପାଳ

ଛତ୍ରପୁର,୨୫।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲାସ୍ତରୀୟ ଜାତୀୟ ଭୋଟର ଦିବସ ଶନିବାର ପାଳିତ ହୋଇଯାଇଛି। ପୂର୍ବାହ୍ନରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଭୋଟର ସଚେତନତା ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ପରେ ଡିଆର୍‌ଡିଏ ସମ୍ମିଳନୀ ଗୃହରେ ଆୟୋଜିତ ସଭାରେ ଚିନ୍ତାକରି ଭୋଟଦେଲେ ଗଣତନ୍ତ୍ର…

ଗ୍ରୀନ ଇଣ୍ଡିଆ ଚିଟ୍‌ଫଣ୍ଡ ସଂସ୍ଥା ଏମ୍‌ଡି ଗିରଫ

ବ୍ରହ୍ମପୁର ଅଫିସ,୨୫ା୧-ଛତିଶଗଡ଼ ପୋଲିସର ଏକ ୬ ଜଣିଆ ଟିମ ବ୍ରହ୍ମପୁର ପୋଲିସ ସହାୟତାରେ ଶୁକ୍ରବାର ବ୍ରହ୍ମପୁରରେ ଚଢ଼ାଉ କରି ଗ୍ରୀନ ଇଣ୍ଡିଆ ଚିଟ୍‌ଫଣ୍ଡ ସଂସ୍ଥାର ଅନ୍ୟତମ ଏମ୍‌ଡି ଜିତେନ୍ଦ୍ର ମିଶ୍ରଙ୍କୁ ଗିରଫ କରିଛି। ତାଙ୍କୁ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (ସିଜେଏମ୍‌)ଙ୍କ…

ଅଧା ବାଟରେ ରୋଗୀଙ୍କୁ ଛାଡ଼ି ଚାଲିଗଲା ଆମ୍ବୁଲାନ୍ସ

ଛତ୍ରପୁର/ ଗଞ୍ଜାମ,୨୫ା୧(ଡି.ଏନ.ଏ.)-ଟଙ୍କା ନ ଦେବାରୁ ୧୦୮ ଆମ୍ବୁଲାନ୍ସ ରୋଗୀଙ୍କୁ ଅଧାବାଟରେ ଓହ୍ଲାଇ ଦେଇ ଚାଲିଗଲା। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲାରେ। ଜିଲାପାଳଙ୍କ ନିର୍ଦ୍ଦେଶ ପରେ ସମ୍ପୃକ୍ତ ଆଉଟ୍‌ସୋର୍ସିଂ ସଂସ୍ଥା କାର୍ଯ୍ୟରେ ଅବହେଳା କରିଥିବା ୧୦୮ ଆମ୍ବୁଲାନ୍ସର ୩ କର୍ମଚାରୀଙ୍କୁ…

ବାଇକ୍‌ ମୁହଁ।ମୁହିଁ ପରେ ବସ୍‌ରେ ପିଟିହେଲା, ୨ ମୃତ

ଦିଗପହଣ୍ଡି(ଡି.ଏନ.ଏ.)/ପାଟପୁର,୨୫ା୧- ଦିଗପହଣ୍ଡି-ରାୟଗଡ଼ା ୩୨୬ ନଂ. ରାଜ୍ୟ ରାଜପଥର କଂସାମାରି-ଧର୍ମପୁର ମଧ୍ୟବର୍ତ୍ତୀ ଶ୍ମଶାନ ସମ୍ମୁଖ ମୁଖ୍ୟ ରାସ୍ତାରେ ଶୁକ୍ରବାର ସକାଳ ପ୍ରାୟ ସାଢେ ୮ଟାରେ ଏକ ଦୁର୍ଘଟଣା ଘଟିଛି। ଦୁଇ ବାଇକ ମୁହଁାମୁହିଁ ଧକ୍କା ହେବାପରେ ଆରୋହୀମାନେ ସେହି ରାସ୍ତାଦେଇ ଆସୁଥିବା ଏକ…

ପେଟ୍ରୋଲ ଢାଳି ଯୁବକଙ୍କୁ ଜାଳିଦେବାକୁ ଉଦ୍ୟମ

  ଭଞ୍ଜନଗର,୨୫।୧(ଡି.ଏନ୍‌.ଏ.) ଗଞ୍ଜାମ ଜିଲା ବେଲଗୁଣ୍ଠା ଫାଣ୍ଡି ଧୁମୁଛାଇ ଛକରେ ଶୁକ୍ରବାର ଅପରାହ୍ନ ପ୍ରାୟ ୨ଟାରେ ଜଣେ ଯୁବକଙ୍କୁ ୨ଜଣ ପେଟ୍ରୋଲ ପକାଇ ନିଅଁା ଲଗାଇ ଦେଇଥିଲେ। ଯୁବକ ଜଣକ ଗୁରୁତର ଆହତ ହୋଇଛନ୍ତି। ସେହେଲେ ଧୁମୁଛାଇର ସନ୍ତୋଷ ନାୟକ (୩୨)।…

ପଞ୍ଚାୟତ ନୂତନ କୋଠା ଉଦ୍‌ଘାଟନ କଲେ ବିଧାୟକ

ମୋହନା,୨୪।୧(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ବ୍ଲକ ମଧ୍ୟସ୍ଥ ଲୁହାଗୁଡି ପଞ୍ଚାୟତର ନୂତନ କୋଠାକୁ ସ୍ଥାନୀୟ ବିଧାୟକ ଦାଶରଥି ଗମାଙ୍ଗ ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବଂଶୀଧର ଖୋସଲା, ସହକାରୀ ଯନ୍ତ୍ରୀ ଜଗବନ୍ଧୁ ଆଚାର୍ଯ୍ୟ, ସରପଞ୍ଚ ଲକ୍ଷ୍ମୀ ଶବର,…

ବସ୍‌ ଧକ୍କାରେ ଯୁବକଙ୍କ ଜୀବନଗଲା, ୩ ଗୁରୁତର

ଦିଗପହଣ୍ଡି,୨୪।୧(ଡି.ଏନ୍‌.ଏ.): ରାୟଗଡ଼ା ୩୨୬ ନଂ. ରାଜ୍ୟ ରାଜପଥର କଂସାମାରି-ଧର୍ମପୁର ମଧ୍ୟବର୍ତ୍ତୀ ଶ୍ମଶାନ ସମ୍ମୁଖ ମୁଖ୍ୟ ରାସ୍ତାରେ ଦୁଇ ବାଇକ୍‌ ମଧ୍ୟରେ ଶୁକ୍ରବାର ପୂର୍ବାହ୍ନରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ସମୟରେ ପୋଡ଼ାମାରୀ ଗ୍ରାମରୁ ହିଞ୍ଜିଳକାଟୁ ଅଭିମୁଖେ ଦ୍ରୁତଗତିରେ ଆସୁଥିବା ଏକ ଯାତ୍ରୀବାହୀ…

ଭୁବନେଶ୍ୱରରୁ ଶିଶୁପୁତ୍ର ଅପହରଣ ଘଟଣା: ଗୋଳନ୍ଥରାରୁ ମହିଳା ଗିରଫ

ଗୋପାଳପୁର,୨୪ା୧-ଭୁବନେଶ୍ୱର ରେଳ ଷ୍ଟେଶନରୁ ଶିଶୁପୁତ୍ର ଅପହରଣ ମାମଲାରେ ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ପୋଲିସ ଦୁମୁଦୁମି ଗ୍ରାମ ଛକ ନିକଟରେ ଏକ କ୍ଲିନିକ୍‌ରେ ରହୁଥିବା ଜନୈକା ମହିଳାଙ୍କୁ ବୁଧବାର ଗିରଫ କରିଥିଲା। ଖାରବେଳନଗର ଥାନା ପୋଲିସ ଗୁରୁବାର ଗୋଳନ୍ଥରାରେ ପହଞ୍ଚତ୍ ଗିରଫ…

ପ୍ରଫୁଲ ହତ୍ୟା ମାମଲା ସ୍ତ୍ରୀ, ପ୍ରେମିକ ଜେଲ ଗଲେ

ବ୍ରହ୍ମପୁର ଅଫିସ,୨୪ା୧-ସଦର ଥାନା ଅନ୍ତର୍ଗତ ସୁକୁଣ୍ଡାରେ ରହୁଥିବା ପ୍ରଫୁଲ୍ଲ ସାହୁଙ୍କୁ ତାଙ୍କ ସ୍ତ୍ରୀ ମିତା ଓ ପ୍ରେମିକ ସରୋଜ ମହାରଣା ଗତ ମଙ୍ଗଳବାର ରାତିରେ ଯୋଜନାବଦ୍ଧ ଭାବେ ହତ୍ୟା କରି ଅପମୃତ୍ୟୁର ରୂପ ଦେଇଥିଲେ। ଘଟଣାରେ ପୋଲିସ ଉଭୟ ହତ୍ୟାକାରୀଙ୍କୁ ବୁଧବାର…

କୁହିଡ଼ି ପାଇଁ କାର୍‌ ଓଲଟି ୬ ଆହତ

କୋଦଳା,୨୩ା୧(ଡି.ଏନ.ଏ.)-କୋଦଳା ଖଲ୍ଲିକୋଟ ରାସ୍ତା ଖରଖରୀ ପୋଲ ନିକଟରେ ଗୁରୁବାର ଭୋର୍‌ରେ ଏକ କାର କୁହୁଡି ଯୋଗୁ ଓଲଟି ପଡ଼ିବାରୁ ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ପି.ଗୋପାଳ (୨୩)ଙ୍କ ଅବସ୍ଥା ଗୁରୁତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?