କଳ୍ପନାଙ୍କ କୀର୍ତ୍ତିକୁ ମିଳିନି ନ୍ୟାୟ
ଢେଙ୍କାନାଳ ଅଫିସ, ୨୨।୭: ଏଭରେଷ୍ଟ ବିଜୟିନୀ କଳ୍ପନା ଦାଶଙ୍କ ଯଶକୀର୍ତ୍ତିକୁ ଉଚିତ ନ୍ୟାୟ ମିଳିନାହିଁ। ଏପରି ଜଣେ ନିଆରା ପ୍ରତିଭାକୁ ରାଜ୍ୟ କିମ୍ବା କେନ୍ଦ୍ର ସରକାର ଉପଯୁକ୍ତ ସମ୍ମାନ ଦେଇନାହାନ୍ତି। ଏହାକୁ ନେଇ କ୍ଷୋଭ ବ୍ୟକ୍ତ କରିଛି ଢେଙ୍କାନାଳ ସୁରପ୍ରତାପ ସ୍ମୃତିପୀଠ ଅନୁଷ୍ଠାନ।…
ଏସ୍ବିଆଇ ସମନ୍ବୟ ମେଳା:୪୧ ଏସ୍ଏଚ୍ଜିକୁ ଦିଆଯିବ ବିନା ସୁଧରେ ଋଣ
ଭୁବନ,୨୧।୭(ଡି.ଏନ.ଏ.)-ଢେଙ୍କାନାଳ ଜିଲା ଭୁବନ ବ୍ଲକ ସଭାଗୃହରେ ରବିବାର ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍ବିଆଇ) ପକ୍ଷରୁ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି)କୁ ନେଇ ସମନ୍ବୟ ମେଳା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ବିଡିଓ ରାମଚନ୍ଦ୍ର ସୋରେନ୍, ସମ୍ମାନିତ ଅତିଥି ପ୍ରଗତି ସହାୟକ…
ବ୍ୟସ୍ତବହୁଳ ସଡ଼କରେ ଝାଡ଼ଖଣ୍ଡୀ ହାତୀପଲ ଆତଙ୍କ: ରାସ୍ତାପାର୍ଶ୍ୱ ବୁଦା ସଫା କରିବାକୁ ଦାବି
ଭାପୁର, ୨୧।୭(ଡି.ଏନ.ଏ.) – ଢେଙ୍କାନାଳ ସଦର ଏବଂ ଓଡ଼ାପଡ଼ା ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ବ୍ୟସ୍ତବହୁଳ ରାସ୍ତାରେ ହାତୀଙ୍କ ବିଚରଣ ପଥଚାରୀଙ୍କ ଜୀବନକୁ ବିପଦରେ ପକାଉଛି। ରାସ୍ତା ପାର୍ଶ୍ୱରେ ସୃଷ୍ଟି ହୋଇଥିବା ଘଞ୍ଚ ବୁଦା ଆଢୁଆଳରେ ରହୁଥିବା ହାତୀ…
ବଜାଜ୍ ପ୍ଲାଟିନା ଏଚ୍ ଗିଅରର ବଜାର ପ୍ରବେଶ
କାମାକ୍ଷାନଗର, ୨୧।୭(ଡି.ଏନ୍.ଏ.) – ଢେଙ୍କାନାଳ ଜିଲା କାମାକ୍ଷାନଗର ଶ୍ରୀକୃଷ୍ଣ ଅଟୋ ପକ୍ଷରୁ ଶୁକ୍ରବାର ବଜାଜ ଅଟୋ କମ୍ପାନୀର ନୂତନ ମଡେଲ ବାଇକ୍ ‘ବଜାଜ ପ୍ଲାଟିନା ଏଚ୍ ଗିଅର’ ବଜାର ପ୍ରବେଶ ହୋଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସେଲ୍ସ ମ୍ୟାନେଜର ରତନ…
ବଜାଜ୍ ପ୍ଲାଟିନା ଏଚ୍ ଗିଅରର ବଜାର ପ୍ରବେଶ
କାମାକ୍ଷାନଗର, ୨୦।୭(ଡି.ଏନ୍.ଏ.) – ଢେଙ୍କାନାଳ ଜିଲା କାମାକ୍ଷାନଗର ଶ୍ରୀକୃଷ୍ଣ ଅଟୋ ପକ୍ଷରୁ ଶୁକ୍ରବାର ବଜାଜ ଅଟୋ କମ୍ପାନୀର ନୂତନ ମଡେଲ ବାଇକ୍ ‘ବଜାଜ ପ୍ଲାଟିନା ଏଚ୍ ଗିଅର’ ବଜାର ପ୍ରବେଶ ହୋଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସେଲ୍ସ ମ୍ୟାନେଜର ରତନ…
୨୦ରୁ ଊର୍ଦ୍ଧ୍ୱ ଗୋରୁ ଉଦ୍ଧାର, ୭ ଅଟକ
କାମାକ୍ଷାନଗର, ୨୦।୭(ଡି.ଏନ.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଅଞ୍ଚଳରୁ ତିଗିରିଆକୁ ଚାଲାଣ କରାଯାଉଥିବାବେଳେ ୨ଟି ଗୋରୁ ବୋଝେଇ ଗାଡ଼ିକୁ ଧରିଛନ୍ତି କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଥାନା କଣ୍ଟାପାଳ ଗ୍ରାମବାସୀ। ଏଥିରେ ସମ୍ପୃକ୍ତ ୭ ବେପାରୀଙ୍କୁ ପୋଲିସ ଜିମା ଦିଆଯାଇଛି। ଉଦ୍ଧାର…
ରେଙ୍ଗାଳି କେନାଲରେ ଘାଇ : ୨୦ ଏକରରୁ ଊର୍ଦ୍ଧ୍ୱ ଜମି ବାଲିଚର
ଭୁବନ, ୨୦।୭(ଡି.ଏନ.ଏ.) – ମାତ୍ରାଧିକ ପାଣି ଛଡ଼ାଯିବା କାରଣରୁ ରେଙ୍ଗାଳି ବାମ ଶାଖା କେନାଲର ୨ଟି ସ୍ଥାନରେ ବନ୍ଧ ଭାଙ୍ଗି ଘାଇ ସୃଷ୍ଟି ହୋଇଛି। ଏଥିରେ ବ୍ୟାପକ ଧାନ ଚାଷ ନଷ୍ଟ ହୋଇଥିବାବେଳେ ୨୦ ଏକରରୁ ଊର୍ଦ୍ଧ୍ୱ ଜମି ବାଲିଚର ହୋଇଯାଇଛି।…
ଟାଙ୍କି ଥାଇ ପାଣି ଚିନ୍ତା: କାମରେ ଆସୁନି ୫୦ଲକ୍ଷ ଟଙ୍କାର ପ୍ରକଳ୍ପ
ଭୁବନ, ୨୦।୭(ଡି.ଏନ.ଏ.) – ଗ୍ରାମାଞ୍ଚଳବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ବେଶ୍ ତତ୍ପରତା ଦେଖାଉଛନ୍ତି ସରକାର। ଏଥିପାଇଁ ଆରମ୍ଭ ହୋଇଛି ‘ବସୁଧା’। ଏହି ଯୋଜନା ଆନୁକୂଲ୍ୟରେ ଡିପ୍ ବୋରଓ୍ବେଲ ମାଧ୍ୟମରେ ଓଭରହେଡ୍ ପାଣିଟାଙ୍କି କରି ଯୋଗାଣ କରାଯାଉଛି ଶୁଦ୍ଧ ଜଳ।…
ଗ୍ରାମ୍ୟ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରଶିକ୍ଷଣ କମିଟି ବୈଠକ: ‘କର୍ମଠ ହୁଅ, ବିପର୍ଯ୍ୟୟ ମୁକାବିଲା କର’
ଢେଙ୍କାନାଳ ଅଫିସ, ୨୦ା୭ – ଗ୍ରାମ୍ୟ ବିପର୍ଯ୍ୟୟ ପରିଚାଳନା କମିଟି ସଦସ୍ୟମାନେ ଉତ୍ସାହୀ, ଦକ୍ଷ, କର୍ମଠ ହେଲେ ପ୍ରାକୃତିକ ବିପତ୍ତିର ସଫଳ ମୁକାବିଲା କରାଯାଇପାରିବ। ସମସ୍ତେ ସଚେତନ ହୋଇ ସହଯୋଗିତା ଭିତ୍ତିରେ କାର୍ଯ୍ୟକଲେ ଧନଜୀବନର ସୁରକ୍ଷା କରାଯାଇପାରିବ ବୋଲି କହିଛନ୍ତି ଢେଙ୍କାନାଳ…
ହାତୀ ଆକ୍ରମଣରେ ମହିଳା ମୃତ
ଢେଙ୍କାନାଳ ଅଫିସ,୧୯ା୭-ଢେଙ୍କାନାଳ ଜିଲା ସଦର ଥାନା ଝାରଗାଡିଆ ଫାଣ୍ଡି କାଉଁରିଆପାଳ ଗ୍ରାମରେ ଶୁକ୍ରବାର ସକାଳେ ହାତୀ ଆକ୍ରମଣରେ ଉର୍ମିଳା ନାଏକ(୪୦)ଙ୍କ ମୃତ୍ୟୁ ଘଟିଛି। ସେ ଶୌଚ ପାଇଁ ଜଙ୍ଗଲକୁ ଯାଇଥିବାବେଳେ ହାତୀ ହାବୁଡରେ ପଡିଯାଇଥିଲେ। ହାତୀ ତାଙ୍କୁ ଦଳି ଦେଇଥିଲା। ଘଟଣାସ୍ଥଳରେ…
ତାତିଲେ ମରୁଡ଼ି ବୀମା ଟଙ୍କାରୁ ବଞ୍ଚିତ ଚାଷୀ: ବ୍ୟାଙ୍କ ସମ୍ମୁଖରେ ଧାରଣାଦେବାକୁ ଚେତାବନୀ
ପରଜଙ୍ଗ, ୧୯।୭(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗସ୍ଥିତ ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ଆନୁକୂଲ୍ୟରେ ଋଣ ନେଇଥିବା ୨୦୮ ଚାଷୀ ମରୁଡ଼ି ବୀମା ଟଙ୍କା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ବାରମ୍ବାର ଦାବିସତ୍ତ୍ୱେ ବୀମା କମ୍ପାନୀ ସେମାନଙ୍କ କଥା ଶୁଣୁନାହିଁ। ଏହାକୁ ନେଇ…
କୁଲେଇରେ ଚୋର ଆତଙ୍କ
ପରଜଙ୍ଗ, ୧୯।୭(ଡି.ଏନ.ଏ.)-ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ କୁଲେଇ ଗ୍ରାମରେ ଚୋରଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ୩ଦିନ ମଧ୍ୟରେ ୩ ଜଣଙ୍କ ଘରୁ କଳାକଳା ବୁଲାଇ ସାରିଲେଣି ଦୁର୍ବୃତ୍ତ। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ…
Archives


