ଦେବଗଡ଼

ଡାକ୍ତର ପରିଚୟ ଦେଇ ଚିକିତ୍ସା କରୁଥିଲେ କ୍ୱାକ୍‌, ଶେଷରେ ହେଲେ ବନ୍ଧା

ଦେବଗଡ଼,୨୬ା୧୦(ଡି.ଏନ୍‌.ଏ.): ଦେବଗଡ଼ ଆଦର୍ଶ ଥାନା ପୋଲିସ ବୁଧବାର କଦମ୍ବଦର୍ହ ଗ୍ରାମରୁ ଜଣେ କ୍ୱାକ୍‌(ନକଲି ଡାକ୍ତର)ଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ଔଷଧ ଜବତ କରିଥିବା ଜଣାପଡ଼ିଛି। ଗିରଫ ହୋଇଥିବା ନକଲି ଡାକ୍ତର ଜଣକ ପଶ୍ଚିମବଙ୍ଗ ରାଜ୍ୟ ନଦିଆ…

ମହୁମାଛି ଆକ୍ରମଣରେ ୧୩ ଆହତ, ୨ ଗୁରୁତର

ଦେବଗଡ଼,୨୨।୧୦(ଡି.ଏନ.ଏ): ଜଣେ ବ୍ୟକ୍ତିଙ୍କର ମୃତଦେହ ସତ୍କାର କରିବାକୁ ଯାଇଥିବାବେଳେ ମହୁମାଛି ଆକ୍ରମଣରେ ଦେବଗଡ଼ ପୌରାଞ୍ଚଳ ପତ୍ରାପାଲିସାହିର ୧୩ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଗୁରୁତର ଆହତ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ରାତିରେ ପତ୍ରାପାଲିସାହିର ଜୟ ମୁଣ୍ଡାଙ୍କ ମୃତ୍ୟୁ…

ଭିଜିଲାନ୍ସ ହାତରେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

ଦେବଗଡ଼, ୨୦।୧୦(ଡି.ଏନ୍‌.ଏ.): ଦେବଗଡ ପୌର ପରିଷଦରେ ପୂର୍ବରୁ କାମ କରୁଥିବା ଯନ୍ତ୍ରୀ ବିଜୟାନନ୍ଦ ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ। ଏକ ପୁରୁଣା ବିଲ କରାଇଦେବାକୁ କଲିତ କୁମାର କରଙ୍କଠାରୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ…

ଏତଲା ପରେ ରାସ୍ତା ମରାମତି କାମ

ଦେବଗଡ଼,୧୧।୧୦(ଡି.ଏନ୍‌.ଏ.):ପୂର୍ତ୍ତ ବିଭାଗ (ରାସ୍ତା ଓ ସୌଧ) କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ଓ ଅଦୂରଦର୍ଶୀତା ଯୋଗୁ ଦେବଗଡ ଜିଲା ଦେଇ ଯାଇଥିବା ରାଞ୍ଚି-ବିଜୟୱାଡା କରିଡର ରାସ୍ତାର ବିଭିନ୍ନ ସ୍ଥାନରେ ବଡବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ଫଳରେ ରାସ୍ତା ମରଣଯନ୍ତା ସାଜିଛି। ବିଶେଷ ଭାବେ…

ଭୋଗ ହେଉ ନ ଥିବାରୁ ଜିଲାପାଳଙ୍କୁ ଲିଖିତ ଅଭିଯୋଗ

ଦେବଗଡ଼,୮।୧୦, (ଡି ଏନ ଏ): ସାରା ବିଶ୍ୱର ଆରାଧ୍ୟ ପ୍ରତିଟି ଜନ ସାଧାରଣଙ୍କ ଭାବାବେଗ ସହ ଜଡିତ ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ପୁରୁଣାଗଡ଼ ଠାରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରେ ତାଲା ପଡିବା ସହ ଭୋଗ ନ ଲାଗିବାକୁ ନେଇ ଶୁକ୍ରବାର…

ଗୋହିରା ଡ୍ୟାମ୍‌ ଜଳରେ ଭାସିଯାଇଥିବା ୯ ଉଦ୍ଧାର

ରିଆମାଳ/ଦେବଗଡ଼,୮।୧୦ (ଡି.ଏନ୍‌.ଏ.): ଦେବଗଡ ଜିଲାର ଗୋହିରା ଡ୍ୟାମର ଜଳ ନିଷ୍କାସନ ବେଳେ ଭାସିଯାଇଥିବା ୯ଜଣ ଉଦ୍ଧାର ହୋଇଛନ୍ତି। ଶୁକ୍ରବାର ତଳମୁଣ୍ଡରେ ଗୋହିରା ନାଳରେ ଫଟୋ ଉଠାଇବାକୁ ଯାଇଥିବା ୫ଜଣ ଓ ଗାଧୋଇବାକୁ ଯାଇଥିବା ୪ଜଣ ଭାସିଯାଇଥିଲେ। ଭାସିଯାଇଥିବା ସମସ୍ତେ ରିଆମାଳ ଥାନା…

ଅସହାୟ ବୃଦ୍ଧାଙ୍କ ଶବକୁ ଦାହକଲେ କାଉନସିଲର

ଦେବଗଡ଼,୧ା୧୦(ଡି.ଏନ୍‌.ଏ.): ଦେବଗଡ ପୌରାଞ୍ଚଳ ୫ନମ୍ବର ୱାର୍ଡ ଅଧିନସ୍ଥ ଜଗତିପାଲି ସାହିର ବାସନ୍ତୀ ଶବର ନାମ୍ନୀ ଜଣେ ଅସହାୟ ବିଧବା ବୃଦ୍ଧାଙ୍କର ମୃତ୍ୟୁଘଟିଥିବା ବେଳେ ତାଙ୍କର କେହି ନ ଥିବାରୁ ମୃତଦେହ ଘରେ ପଡ଼ିରହିଥିଲା। ତେବେ ପୂର୍ବାହ୍ନ ପ୍ରାୟ ୧୦ଟାରେ ଏନେଇ ସୂଚନା…

ଦରମା ନ ଦେଇ ନିର୍ଯାତନା, ବିଷପିଇଲେ ବନ ଜଗୁଆଳି

ରିଆମାଳ,୨୯।୯ (ଡି.ଏନ୍‌.ଏ.): ଦରମା ବଦଳରେ ମିଳିଲା ନିର୍ଯାତନା। ଦରମା ଟଙ୍କା ମାଗିବାରୁ ଗାଳିଗୁଲଜ କରିବା ସହ ଚାକିରିରୁ ବାହାର କରିଦେବାର ଭୟ ଦେଖାଇଲେ ଅଧିକାରୀ। ଫଳରେ ଚାପଗ୍ରସ୍ତ ହୋଇ ଦେବଗଡ଼ ଜିଲା ରିଆମାଳ ଥାନା କଙ୍କରଖୋଳ ଗ୍ରାମର ବନ ଜଗୁଆଳି ପୌଲସ୍ତି…

ମାନବିକତା ଦେଖାଇଲେ ଯୁବ ଗୋଷ୍ଠୀ

ଦେବଗଡ଼,୨୪।୯(ଡି.ଏନ୍‌.ଏ.): ଦେବଗଡ଼ ସହରାଞ୍ଚଳରେ ମାନବିକତା ଦେଖାଇଲେ ସ୍ବେଚ୍ଛାସେବୀ ଯୁବ ଗୋଷ୍ଠୀ। ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣେ ଅସହାୟ ବୃଦ୍ଧଙ୍କ ମୃତ୍ୟୁ ପରେ ରୀତିନୀତିରେ ସ୍ମଶାନରେ କଲେ ଶବ ସତ୍କାର। ଖଇ କଉଡ଼ି ଠୁ ଯାବତୀୟ ସରଞ୍ଜାମ ସ୍ବତଃପ୍ରବୃତ ଯୋଗାଇ ଦେଲେ…

ଦେବଗଡ଼ରେ ମାତିଛନ୍ତି ହନୁମାନ ପଇସା ବେପାରୀ: ଦୁଇ ଦିନରେ ୨ଜଣଙ୍କୁ ବାନ୍ଧିଲାଣି ପୋଲିସ

ଦେବଗଡ଼,୧୫।୯(ଡି.ଏନ୍‌.ଏ.): ଦେବଗଡ଼ ଥାନା ଝାଡ଼େଶ୍ୱର ମନ୍ଦିର ନିକଟରେ ୨ ଲକ୍ଷ ଟଙ୍କାରେ ଗୋଟିଏ ହନୁମାନ ପଇସା ଡିଲ୍‌ ହେଉଥିବା ଖବର ପାଇ ଜିଲା ପୋଲିସର ସ୍ପେଶାଲ ଟିମ୍‌ ଚଢାଉ କରିଥିଲା । ଚଢାଉ ସମୟରେ ଢେଙ୍କାନାଳ ଜିଲା ଭୂବନ ଥାନା ଡଙ୍ଗାଘାଟ…

ହନୁମାନ ପଇସା ଜବତ, ଜଣେ ଗିରଫ

ଦେବଗଡ଼,୧୪ା୯(ଡି.ଏନ୍‌.ଏ.): ରିଆମାଳ ଥାନା କତ୍ରାପାଲି ଛକ ନିକଟରେ ହନୁମାନ ପଇସା ଡିଲ୍‌ ହେଉଥିବା ଖବର ପାଇଥିଲା ପୋଲିସ। ୫ ଲକ୍ଷ ଟଙ୍କାରେ ୨ଟି ହନୁମାନ ପଇସା ବିକ୍ରି ପାଇଁ ଉଦ୍ୟମ ହେଉଥିବା ବେଳେ ଜିଲା ପୋଲିସର ସ୍ପେଶାଲ ସ୍କ୍ବାଡ ଗ୍ରାହକ ସାଜି…

ଲକ୍ଷାଧିକ ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ: ବ୍ୟବସାୟିକ ପ୍ରତିଷ୍ଠାନରେ ଚଢ଼ାଉ

ଦେବଗଡ଼, ୯।୯(ଡି.ଏନ୍‌.ଏ.): ଦେବଗଡ ଜିଲା ତିଲେଇବଣି ବ୍ଲକ ସୁଗୁଡା ସ୍ଥିତ ସଚିନ ଟ୍ରେଡର୍ସରେ ଜିଏସ୍‌ଟି ବିଭାଗ ପକ୍ଷରୁ ଶୁକ୍ରବାର ଚଢାଉ କରାଯାଇଛି। ଟ୍ରେଡର୍ସ ମାଲିକଙ୍କ ବ୍ୟବସାୟିକ ଅନୁଷ୍ଠାନ ଏବଂ ବାସଭବନରେ ସକାଳ ୧୦ଟାରୁ ଚଢାଉ ଜାରି ରହିଛି। ସୂଚନାନୁଯାୟୀ, ସଚିନ ଟ୍ରେଡର୍ସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri