ଦେବଗଡ଼

ଭାଲୁ ଆବୁଡ଼ରେ ପଡ଼ିଗଲେ ୨ ମହିଳା

ଦେବଗଡ଼,୧୮।୩(ଶାଶଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ତିଳେଇବଣି ବ୍ଳକ ଲଇମୁରା ଫରେଷ୍ଟ ସେକ୍ସନରେ ଭାଲୁ ଉପଦ୍ରବ ଦେଖିବାକୁ ମିଳିଛି। ଭାଲୁ ଆକ୍ରମଣରେ ମଙ୍ଗଳବାର ୨ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ଛୁଆଳି ଘାଟିକୁ ୨ଜଣ ମହିଳା...

ଶୋଇଥିବା ବେଳେ ଘରୁ ଟାଣି ମହିଳାଙ୍କୁ ମାରିଦେଲା ଦନ୍ତା ହାତୀ

ଦେବଗଡ,୧୮ା୩( ଶଶାଙ୍କ ଶେଖର ଝାଙ୍କର): ରିଆମାଳ ବ୍ଲକ ବୁଢ଼ାପାଳ ଅଞ୍ଚଳ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ତିଲେଇପଶି ଗ୍ରାମରେ ଅଭାବନୀୟ ଘଟଣା। ବିଳମ୍ବିତ ରାତି ଘର ଭିତରେ ପଶି ଆକ୍ରମଣ କରିଛି ଦନ୍ତାହାତୀ। ଘର ଭିତରୁ ଟାଣି ଆଣି ମହିଳାଙ୍କୁ ଦନ୍ତାହାତୀ...

ଶଗଡ଼କୁ ଧକ୍କା ଦେଇ XUV ଫେରାର, ବୃଦ୍ଧାଙ୍କ ସମେତ ବଳଦ ମୃତ

ଦେବଗଡ଼,୧୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ଥାନା ଅନ୍ତର୍ଗତ ଛତାବର ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ ଶଗଡ଼କୁ ଧକ୍କା ଦେଇ XUV ଗାଡି ଫେରାର ହୋଇଯାଇଛି। ଏହି ଦୁର୍ଘଟଣାରେ ଜଣେ ବୃଦ୍ଧାଙ୍କ ସମେତ ବଳଦର ମୃତ୍ୟୁ...

ନିଶାସକ୍ତ ଅବସ୍ଥାରେ ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ଵାମୀ

ଦେବଗଡ଼,୨୮।୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଝରାଡିହି ଗ୍ରାମରେ ଅଭାବନୀୟ ଘଟଣା। ନିଶାସକ୍ତ ଅବସ୍ଥାରେ ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ଵାମୀ। ଏହାପରେ ଅଭିଯୁକ୍ତ ସ୍ୱାମୀ ଛତାବର ଡାକ୍ତରଖାନାରେ ମହିଳାଙ୍କ ଶବ ଛାଡି ଫେରାର...

ପ୍ରେମିକାଙ୍କୁ ପାଇବା ପାଇଁ ନାବାଳକଙ୍କୁ ବାଟରୁ ହଟାଇଦେଲେ, ୨ ହତ୍ୟାକାରୀ ଗିରଫ

ଦେବଗଡ,୨୭।୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ତୁଙ୍ଗାମାଳ ଗ୍ରାମରେ ନାବାଳକ ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି । ତ୍ରିକୋଣୀୟ ପ୍ରେମ ବ୍ୟାପରକୁ ନେଇ ହତ୍ୟାକାଣ୍ଡ ହୋଇଥିବା ପୋଲିସ ଖୁଲାସା କରିଛି । ଏହି ଘଟଣାରେ ୨ ହତ୍ୟାକାରୀଙ୍କୁ...

୧୭ ବର୍ଷୀୟ ନାବାଳକଙ୍କୁ ହତ୍ୟାକରି ଘୋଡ଼ାଇଦେଲେ ମହୁଲପତ୍ର

ରିଆମାଳ,୨୬।୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ତୁଙ୍ଗାମାଳ ଗ୍ରାମରେ ୧୭ ବର୍ଷୀୟ ନାବାଳକଙ୍କୁ ହତ୍ୟା କରାଯାଇଛି। ହତ୍ୟା ପରେ ମୃତଦେହ ଉପରେ ମହୁଲପତ୍ର ଘୋଡ଼ାଇ ଦେଇଛନ୍ତି ହତ୍ୟାକାରୀ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି...

ଜୁଆଆଡ୍ଡାରେ ଚଢ଼ାଉ: ନଗଦ ୨୬୬୮୦ ଟଙ୍କା ଜବତ,୯ ଜଣଙ୍କୁ ବାନ୍ଧିଲା ପୋଲିସ

ଦେବଗଡ଼,୨୪ା୨(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନା ମସିନ୍ତା ଡୁଙ୍ଗରୀ ପାହାଡ଼ରେ କୁକୁଡା ଲଢ଼େଇ ଏବଂ ଜୁଆଆଡ୍ଡା ଚାଲିଥିବା ସୂଚନା ପାଇ ବାରକୋଟ ଥାନା ପୋଲିସ ଚଢ଼ାଉ କରିଥିଲା। ଏହି ସମୟରେ ଘଟଣାସ୍ଥଳରୁ ୧୧ଟି ବାଇକ୍‌, ୨ କୁକୁଡା ଏବଂ ନଗଦ...

ଅସ୍ତିତ୍ୱ ହରାଉଛି ଜୀରାନଦୀ, ପଶୁଛି ନର୍ଦ୍ଦମା ପାଣି

ବରଗଡ଼,୨୩।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଦେଇ ବହି ଯାଇଛି ଜୀରାନଦୀ। ଏହି ନଦୀକୁ ବରଗଡ଼ର ଜୀବନ ରେଖା ବୋଲି କୁହାଯାଏ। ମାତ୍ର ଦିନକୁ ଦିନ ଜୀରାନଦୀ ଅସ୍ତିତ୍ୱ ହରାଇ ବସିଛି। ଗୋଟିଏ ପଟେ ନଦୀକୁ ଜବରଦଖଲକାରୀମାନେ ମାଡ଼ି ବସିଛନ୍ତି।...

କୋଇଲା ବୋଝେଇ ପିକଅପ୍‌ ଭ୍ୟାନ ଜବତ: ଜଣେ ଗିରଫ

ଦେବଗଡ,୨୩।୨ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କରଳଗା ଛକରୁ ବେଆଇନ କୋଇଲା ବୋଝେଇ ଏକ ପିକଅପ୍‌ ଭ୍ୟାନ ଜବତ ହୋଇଛି। ଏଥିରେ ଜଣେ ଯୁବକଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ...

ବେଆଇନ କେନ୍ଦୁପତ୍ର ବୋଝେଇ ପିକଅପ ଭ୍ୟାନ୍‌ ଜବତ, ଦୁଇ ଗିରଫ 

ଦେବଗଡ଼,୨୩।୨(ଶଶାଙ୍କ ଶେଖର ଝାଙ୍କର): ବୌଦ୍ଧ ଜିଲା ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା କରଲଗା ଛକରୁ ବେଆଇନ କନ୍ଦୁପତ୍ର ବୋଝେଇ ଏକ ପିକଅପ୍‌ ଭ୍ୟାନ ଜବତ ହୋଇଛି। ଏହା ସହ ଦୁଇ ଜଣଙ୍କୁ  ଗିରଫକରାଯାଇଛି। ସୂଚନା ଅନୁଯାୟୀ, ବୁଢାପାଳ ପାର୍ଶ୍ୱରୁ...

ଦେବଗଡ଼ ଜିଲା: ୩୩ କେନ୍ଦ୍ରରେ ୩୮୦୯ ଛାତ୍ରୀଛାତ୍ର

ଦେବଗଡ଼,୨୨।୨(ଶଶାଙ୍କ ଶେଖର ଝାଙ୍କର): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତବର୍ଷର ମାଟ୍ରିକ୍‌ ପରୀକ୍ଷା ଫେବୃଆରୀ ୨୧ ତାରିଖରୁ ଆରମ୍ଭ ହେବ। ଦେବଗଡ଼ ଜିଲାରେ ଚଳିତବର୍ଷ ୩୩ଟି ସେଣ୍ଟର କରାଯାଇଥିବା ବେଳେ ୮୬ଟି ବିଦ୍ୟାଳୟର ୩୮୦୯ଜଣ ଛାତ୍ରୀଛାତ୍ର ପରୀକ୍ଷା...

ବିଦ୍ୟୁତ ତାର ସଂସ୍ପର୍ଶରେ ହାତୀ ମୃତ୍ୟୁ ଘଟଣା: ୪ ଶିକାରୀ ଗିରଫ

ଦେବଗଡ,୨୦।୨(ଶେଖର ଝାଙ୍କର): ରିଆମାଳ ବନ୍ୟାଞ୍ଚଳ କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ଗରିଆପାଲି ନିକଟସ୍ଥ ଜଙ୍ଗଲ ମଧ୍ୟରେ ଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେରେ ଆସି ହାତୀର ମୃତ୍ୟୁ ହୋଇଛି। ଏହି ଘଟଣାରେ ୪ ଜଣ ଶିକାରୀଙ୍କୁ ବନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri