‘ଦେଶପ୍ରେମର ଅଲିଭା ଦୀପ ବାଘାଯତୀନ’
ବାଲେଶ୍ୱର ଅଫିସ,୧୧।୯-ଭାରତକୁ ସ୍ବାଧୀନତା ମିଳିବାରେ ଅହିଂସା ଆନ୍ଦୋଳନ ସହିତ ସଶସ୍ତ୍ର ଆନ୍ଦୋଳନର ଭୂମିକା କିଛି କମ୍ ନ ଥିଲା। ଏଥିପାଇଁ ମାତୃଭୂମିର ବହୁ ବୀରପୁତ୍ର ପ୍ରାଣବଳି ଦେଇଛନ୍ତି। ବିପ୍ଲବୀ, କ୍ରାନ୍ତିବୀର ବାଘାଯତୀନ ସେହିଭଳି ଦେଶପ୍ରେମର ଏକ ଅଲିଭା ଦୀପ। ନେତାଜୀଙ୍କ ଭଳି…
ଜ୍ୱର, ବାନ୍ତିରେ ୩୭ ଛାତ୍ରୀଛାତ୍ର ଆକ୍ରାନ୍ତ: ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
ବାଲେଶ୍ୱର ଅଫିସ, ୧୦।୯-ବାଲେଶ୍ୱର ଜିଲା ରେମୁଣା ବ୍ଲକ ବର୍ଦ୍ଧନପୁର ପଞ୍ଚାୟତ ନିଧିପଡ଼ା ଗ୍ରାମରେ ଥିବା ଆଦିବାସୀ କଲ୍ୟାଣ ବିଭାଗର ନିଧିପଡ଼ା ସେବାଶ୍ରମ ସ୍କୁଲ୍ର ୩୭ ଛାତ୍ରୀଛାତ୍ରଙ୍କୁ ମଙ୍ଗଳବାର ଏକକାଳୀନ ଜ୍ୱର ଓ ବାନ୍ତି ହୋଇଥିଲା। ସମସ୍ତଙ୍କୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ…
ଶିଶୁଙ୍କ ଜଳଖିଆରେ ପୋକ ଘଟଣା: ସାନଖୁଡ଼ି-୨ ଅଙ୍ଗନୱାଡ଼ି କେନ୍ଦ୍ର ସମ୍ମୁଖରେ ମହିଳାଙ୍କ ବିକ୍ଷୋଭ
ରୂପ୍ସା, ୧୦।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ବ୍ଲକ ସାନଖୁଡ଼ି-୨ ଅଙ୍ଗନୱାଡ଼ି କେନ୍ଦ୍ରରେ ଉତ୍ତେଜନା ଲାଗି ରହିଛି। ଗତ ୭ତାରିଖରେ ଶିଶୁଙ୍କୁ ଦିଆଯାଇଥିବା ଜଳଖିଆରେ ପୋକ ବାହାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବାରୁ ମଙ୍ଗଳବାର ଅଙ୍ଗନୱାଡ଼ି କେନ୍ଦ୍ର ସମ୍ମୁଖରେ ଗ୍ରାମର ମହିଳାମାନେ ବିକ୍ଷୋଭ…
ଜିରିତାଳ ଗ୍ରାମରୁ ବଜ୍ରକାପ୍ତା ଉଦ୍ଧାର
ବାହାନଗା,୧୦।୯(ଡି.ଏନ୍.ଏ.): ବାଲେଶ୍ବର ଜିଲା ବାହାନଗା ବ୍ଲକ ଜିରିତାଳ ଗ୍ରାମରୁ ମଙ୍ଗଳବାର ଏକ ବଜ୍ରକପ୍ତା ଉଦ୍ଧାର ହୋଇଛି। ସ୍ଥାନୀୟ ଲୋକେ ଏହାକୁ ଉଦ୍ଧାରକରି ବନବିଭାଗକୁ ହସ୍ତାନ୍ତର କରିଛନ୍ତି।
‘ଗଛ ମୋ ଜୀବନ, ସ୍ବପ୍ନ, ସାହାରା’
ସିମୁଳିଆ, (ସନ୍ତୋଷ କୁମାର ନାୟକ)- ପରିବେଶର ସୁରକ୍ଷା ବିନା ଜୀବଜଗତ ତିଷ୍ଠିବା ସମ୍ଭବ ନୁହେଁ। ଗଛ ଲଗାଇ ପରିବେଶକୁ ସୁରକ୍ଷା ଦେବା ବାର୍ତ୍ତା ପ୍ରଚାର ଲାଗି ୫୯ବର୍ଷୀୟ ଗୋଲକବିହାରୀ ରାଉତ ଏବେ ଗାଁକୁ ଗାଁ ଘୂରି ବୁଲୁଛନ୍ତି । କାନ୍ଧରେ ଏକ…
ଦେଶପ୍ରେମର ଗାଥା ଶୁଣାଉଛି ଚଷାଖଣ୍ଡ: ‘ବଳିଷ୍ଠ ଭାରତ ଗଠନ ଥିଲା ବାଘାଯତୀନଙ୍କ ଆଦର୍ଶ’
ବାଲେଶ୍ୱର ଅଫିସ, ୧୦।୯-ବାଲେଶ୍ୱର ଜିଲା ରେମୁଣା ବ୍ଲକ ରକ୍ତତୀର୍ଥ ଚଷାଖଣ୍ଡ ସବୁଦିନ ଦେଶପ୍ରେମର ଗାଥା ଶୁଣାଉଛି। କ୍ରାନ୍ତିବୀର ବାଘାଯତୀନ ଏହି ସ୍ଥାନରେ ବ୍ରିଟିଶ ଫୌଜଙ୍କ ସହ ଶେଷ ଲଢେଇ କରି ଗୁଳିରେ ଆହତ ହୋଇ ପରେ ପ୍ରାଣ ହରାଇଥିଲେ। ତାଙ୍କ ତ୍ୟାଗ,…
୫ ହଜାର ଟଙ୍କା ପାଇଁ ହତ୍ୟା; ଅଭିଯୁକ୍ତ ଗିରଫ
ସଜନାଗଡ଼, ୯।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଥାନା ଜାମୁଡ଼ିହା ପଞ୍ଚାୟତ ବାଘମରା ଗ୍ରାମରେ ୫ ହଜାର ଟଙ୍କା ପାଇଁ ଏକ ହତ୍ୟାକାଣ୍ଡ ଘଟିଛି। ପୋଲିସ ମୃତଦେହକୁ ଜବତ କରି ଛାନଭିନ କରିବା ପରେ ହତ୍ୟାକାଣ୍ଡର କାରଣ ପଦାକୁ ଆସିଛି। ବାବୁରାମ ସିଂ (୪୦)…
ଜେଏମ୍ଏଫସି କୋର୍ଟ ସ୍ଥାନାନ୍ତରକୁ ବିରୋଧ
ଜଳେଶ୍ୱର, ୯ା୯-ବାଲେଶ୍ୱର ଜିଲା ଜଳେଶ୍ୱରରେ ଥିବା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ(ଜେଏମଏଫସି)ଙ୍କ କୋର୍ଟ ସ୍ଥାନାନ୍ତରକୁ ନେଇ ବୁଦ୍ଧିଜୀବୀ ମହଲରେ ବିରୋଧ କରାଯାଇଛି। ଏହି ପରିପ୍ରେକ୍ଷୀରେ ଜଳେଶ୍ୱର ବୁଦ୍ଧିଜୀବୀ ସଚେତନତା ସଙ୍ଗଠନ ପକ୍ଷରୁ ଏକ ବୈଠକ ରବିବାର ଜଳେଶ୍ୱର ପୂର୍ତ୍ତ ବିଭାଗ…
ହଳଦିଆ ଘାଟରେ ବୁଡିଲା ଡଙ୍ଗା
ବାଲେଶ୍ୱର ଅଫିସ, ୯ା୯-ବାଲେଶ୍ୱର ଜିଲା ରେମୁଣା ବ୍ଲକ ହଳଦିଆ ଗ୍ରାମ ଦେଇ ପ୍ରବାହିତ ବୁଢାବଳଙ୍ଗ ନଦୀର ହଳଦିଆ ଘାଟରେ ରବିବାର ସନ୍ଧ୍ୟା ପ୍ରାୟ ୭ଟା ୪୦ ମିନିଟ୍ ଏକ ଯାତ୍ରୀବାହୀ ଡଙ୍ଗା ବୁଡିଯାଇଥିଲା। ଏଥିରେ ଥିବା ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କ ମଧ୍ୟରେ…
୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ: ୨ ଗିରଫ
ବାଲେଶ୍ୱର ଅଫିସ, ୮।୯-ବାଲେଶ୍ୱର ସହଦେବଖୁଣ୍ଟା ମଡେଲ ଥାନା ପୋଲିସ ଶନିବାର ବିଳମ୍ବିତ ରାତିରେ ଅଡର ବଜାର ଅଞ୍ଚଳରେ ଚଢାଉ କରି ୪୦ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ହେବ। ଏଥିରେ ସମ୍ପୃକ୍ତ ୨ଜଣ…
ଲୁଚିଯାଉଛି ପ୍ରତ୍ନବିଭବ
ଖଇରା, (ଉତ୍କଳବନ୍ଧୁ ପଣ୍ଡା)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ କୁପାରୀ ଗଁ। ମଝିରେ ରହିଛି ଏଭଳି ଏକ ପ୍ରାଚୀନ ମନ୍ଦିର, ଯାହାକୁ ବେଢ଼ିରହିଛି ଏକ ବରଗଛ। ବାହାରକୁ ମନ୍ଦିରର କେତେକ ଶିଳାଖଣ୍ଡ କେବଳ ଦୃଶ୍ୟମାନ ହେଉଛି। ମନ୍ଦିରର ଉଚ୍ଚତା ପ୍ରାୟ ୮ଫୁଟ…
ସ୍ବାସ୍ଥ୍ୟକେନ୍ଦ୍ରରୁ ବାଇକ୍ ଚୋରି ଘଟଣା: ଜେଲ ଗଲେ ୩ ଅଭିଯୁକ୍ତ
ରୂପ୍ସା, ୭।୯(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ରୂପ୍ସା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରୁ ଜଣେ ସ୍ବାସ୍ଥ୍ୟ ପରିଦର୍ଶକଙ୍କ ବାଇକ୍ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ରୂପ୍ସା ଥାନାଧିକାରୀ ସୁଚନ୍ଦ୍ର ମହାଳିକ ଶନିବାର ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଗିରଫ…
Archives


