ବାଲେଶ୍ୱର

ହାଇଦ୍ରାବାଦ ଫେରନ୍ତା କ୍ୱାରାଣ୍ଟାଇନ୍‌ରେ ନ ରହିବାରୁ ଉତ୍ତେଜନା: ସରପଞ୍ଚଙ୍କୁ ଘେରିଲେ ଲୋକେ

ବାହାନଗା, ୧୫ା୫(ଡି.ଏନ.ଏ.)-ହାଇଦ୍ରାବାଦରୁ ଆସିଥିବା ବାଲେଶ୍ୱର ଜିଲା ବାହାନଗା ବ୍ଲକ ଆରୁହାବାଡ଼ ପଞ୍ଚାୟତ ରୂପଖଣ୍ଡ ଗ୍ରାମର ଜଣେ ଯୁବକ ସରକାରୀ କ୍ୱାରାଣ୍ଟାଇନ୍‌କେନ୍ଦ୍ରରେ ନ ରହି ଘରେ ରହିବାରୁ ଗ୍ରାମରେ ଉତ୍ତେଜନା ଦେଖାଦେଇଛି। ଗ୍ରାମର ଯୁବକମାନେ ଗୁରୁବାର ଏହାର ପ୍ରତିବାଦ କରି ସ୍ଥାନୀୟ ସରପଞ୍ଚଙ୍କୁ…

ବାଲେଶ୍ୱର ଷ୍ଟେଶନରେ ପହଞ୍ଚିଲେ ୩୦୬୨

ବାଲେଶ୍ୱର ଅଫିସ, ୧୫।୫-ବାଲେଶ୍ୱର ରେଳଷ୍ଟେଶନରେ ଗୁରୁବାର ୪ଟି ସ୍ବତନ୍ତ୍ର ଟ୍ରେନ ଯୋଗେ ୩୦୬୨ ପ୍ରବାସୀ ପହଞ୍ଚିଛନ୍ତି। ସମସ୍ତ ପ୍ରବାସୀ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର। ପ୍ରଥମ ଟ୍ରେନ ଗୁଜରାଟ ମରବୀ ଷ୍ଟେଶନରୁ ବାହାରି ଅପରାହ୍ନ ୪ଟାରେ ବାଲେଶ୍ୱର ରେଳଷ୍ଟେଶନରେ ପହଞ୍ଚିଥିଲା। ସେଥିରେ…

୭୨ଘଣ୍ଟିଆ ଶଟ୍‌ଡାଉନ୍‌ ଘୋଷଣା

ଖଇରା,୧୪।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକ ଗଡପୋଖରୀ ପଞ୍ଚାୟତର ସରପଞ୍ଚ ଗଜେନ୍ଦ୍ର ପରିଡା ନିଜ ପଞ୍ଚାୟତ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗୁରୁବାର ୭୨ ଘଣ୍ଟିଆ ସଟଡାଉନ ଘୋଷଣା କରିଛନ୍ତି। ୧୫ତାରିଖ ସକାଳ ୬ଟାରୁ ୧୮ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଶଟଡାଉନ…

ଅନ୍ଧାରରେ ୧୦ରୁ ଊର୍ଦ୍ଧ୍ୱ ପଞ୍ଚାୟତ

ସଜନାଗଡ଼, ୧୪।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ୧୯ନଂ. ରାଜ୍ୟ ରାଜପଥ ସଜନାଗଡ଼ ପଞ୍ଚାୟତ ରାସ୍ତା ପାର୍ଶ୍ୱରେ ଥିବା ୩୩ କେଭି ବିଦ୍ୟୁତ୍‌ଖୁଣ୍ଟକୁ ଏକ ଅଜଣା ଗାଡ଼ି ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା। ଗୁରୁବାର ଅପରାହ୍ନ ୧ଟା ସମୟରେ ଏହି…

ପ୍ରେମ ବ୍ୟାପାରରୁ ଯୁବକଙ୍କ ଜୀବନ ଗଲା: ୨ ଗିରଫ

ବାଲେଶ୍ୱର ଅଫିସ,୧୪।୫-ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ଅଧୀନ ଗୋଶାଳପଦାର ଜଣେ ଯୁବକଙ୍କୁ ପ୍ରେମ ବ୍ୟାପାର ପାଇଁ ହତ୍ୟା କରାଯାଇ ବୁଢ଼ାବଳଙ୍ଗ ନଦୀରେ ଫୋପାଡ଼ି ଦିଆଯାଇଛି। ପୋଲିସ ମୃତଦେହକୁ ଉଦ୍ଧାର କରିଛି। ମୃତ ଯୁବକଙ୍କ ଭାଇଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ସହଦେବଖୁଣ୍ଟା…

ପ୍ରବାସୀ ଶ୍ରମିକଙ୍କୁ ବାଲିଆପାଳ ବିଡିଓଙ୍କ ଦୁର୍ବ୍ୟବହାର ଘଟଣା: ମନ୍ତ୍ରୀ କହିଲେ ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୪।୫(ବ୍ୟୁରୋ): ବାଲେଶ୍ୱର ଜିଲା ବାଲିଆପାଳ ବିଡିଓ ପ୍ରବାସୀ ଶ୍ରମିକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତେବେ ଗୁରୁବାର ଏହାକୁ ନିନ୍ଦା କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା। ସେ କହିଛନ୍ତି, ବାଲିଆପାଳ ବିଡିଓ…

ଅଧିକାରୀଙ୍କ ଦୁର୍ବ୍ୟବହାର ଭିଡିଓ ଭାଇରାଲ

ବାଲିଆପାଳ,୧୪।୫ (ସ୍ବ.ପ୍ର.)ପ୍ରବାସୀ ଶ୍ରମିକଙ୍କୁ ଜଣେ ପ୍ରଶାସନିକ ଅଧିକାରୀ ଦୁର୍ବ୍ୟବହାର କରିଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲାର ୨୦ରୁ ଊଦ୍ଧର୍‌ବ ପ୍ରବାସୀ ଶ୍ରମିକ ଗୁଜରାଟରୁ ଆସି ବାଲେଶ୍ୱର ଷ୍ଟେଶନରେ ପହଞ୍ଚିଥିଲେ। ସେଠାରୁ ସେମାନଙ୍କୁ ବସ୍‌…

ଯାଜପୁରକୁ ପଛରେ ପକାଇଲା ବାଲେଶ୍ୱର: ପାଲଟିଲା ଦ୍ୱିତୀୟ ସର୍ବାଧିକ କରୋନା ଆକ୍ରାନ୍ତ ଜିଲା

ଭୁବନେଶ୍ୱର,୧୩।୫(ବ୍ୟୁରୋ): ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବୁଧବାର ସକାଳେ ୧୦୧ ନୂଆ ପଜିଟିଭ୍‌ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୩୮ରେ ପହଞ୍ଚିଛି। ତେବେ ରାଜ୍ୟର ୨୧ଟି ଜିଲାରେ ଏବେ କରୋନା କବଳରେ ଥିବା…

ବାଲେଶ୍ୱରରେ ପହଞ୍ଚିଲା ଶ୍ରମିକ ସ୍ପେଶାଲ ଟ୍ରେନ: ପଞ୍ଜୀକରଣ କରାଯାଇ ଶ୍ରମିକଙ୍କୁ ପଠାଯାଉଛି ନିଜ ଜିଲାକୁ

ବାଲେଶ୍ୱର ଅଫିସ, ୧୩।୫: ବାଲେଶ୍ୱର ରେଳ ଷ୍ଟେଶନରେ ବୁଧବାର ପୂର୍ବାହ୍ନରେ ଶ୍ରମିକ ସ୍ପେଶାଲ ଟ୍ରେନ ପହଞ୍ଚିଛି। ଥାନେଗଡ଼ରୁ ଆସିଥିବା ଏହି ଟ୍ରେନରେ ବାଲେଶ୍ୱର ଜିଲାରେ ୮୦୦ରୁ ଊର୍ଦ୍ଧ୍ୱ ଶ୍ରିମକ ଓହ୍ଲାଇଥିବା ବେଳେ ମୟୂରଭଞ୍ଜ ଜିଲାର ୨୫୦ରୁ ଊର୍ଦ୍ଧ୍ୱ ଓହ୍ଲାଇଛନ୍ତି। ଏହି ଲୋକଙ୍କୁ…

ଟିକାକରଣ ସମୟରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା

ଖଇରା, ୧୩।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସମସ୍ତ ପ୍ରାଣୀ ଚିକିତ୍ସାକେନ୍ଦ୍ରର ପ୍ରାଣୀଧନ ନିରୀକ୍ଷକମାନଙ୍କୁ ଗ୍ରାମରେ ଟିକାକାରଣ ପାଇଁ ବରିଷ୍ଠ ଅଧିକାରୀମାନେ ବାରମ୍ବାର ଚାପ ପ୍ରୟୋଗ କରୁଛନ୍ତି ା ଏଥିରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ଥିବାରୁ ସେମାନଙ୍କୁ ବାଧ୍ୟବାଧ୍ୟକତା ନ କରିବାକୁ…

ଭୋଗରାଇର ୭ ପଞ୍ଚାୟତ ସଟଡାଉନ

ଭୋଗରାଇ,୧୨।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ୭ ପଞ୍ଚାୟତ ବାରବାଟିଆ, କୁମ୍ଭାରମୂଳୀ, ଭୋଗରାଇ, ସୁଲତାନପୁର, ନିମାତପୁର, ସୁନାଧରବସାଣ, ଜୟୀରାମପୁରକୁ ସ୍ଥାନୀୟ ସରପଞ୍ଚ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଗତ ରବିବାର ଭୋଗରାଇରୁ ଏକାବେଳେ ୧୫ ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ସ୍ଥାନୀୟ ଅଞ୍ଚଳବାସୀ…

ଖଇରା ବ୍ଲକରୁ ଆଉ ୯ ପଜିଟିଭ ଚିହ୍ନଟ: ଅଛନ୍ତି ବ୍ଲକ କର୍ମଚାରୀ, ସଂଗରୋଧ କେନ୍ଦ୍ରର ରେଷେୟା

ଖଇରା,୧୨।୫(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଖଇରା ବ୍ଲକର ଆଉ ୯ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୋମବାର ସନ୍ଧ୍ୟାରେ ଜଣାପଡ଼ିଛି। ଏଥିମଧ୍ୟରେ ସାରୁଗାଁ, ଡଗରପଡ଼ା, ନନ୍ଦୁର, ଜଳଦା, ସୁଣ୍ଢିରା,ବାରିଙ୍ଗିଆ ଗ୍ରାମର ବ୍ୟକ୍ତି ରହିଥିବା ଜଣାପଡ଼ିଛି। ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଖଇରା ବ୍ଲକ କର୍ମଚାରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri