ବାଲେଶ୍ୱର

ବିଦ୍ୟୁତ ଆଘାତରେ ଶଶୁର ବୋହୂଙ୍କ ମୃତ୍ୟୁ

ବାଲେଶର ଅଫିସ,୧୯।୫: ବାଲେଶର ଜିଲା ସଦର ଥାନା ରସାଳପୁର ଅଞ୍ଚଳର ନଦୀଗାଁ ଗାଁରେ ବିଦ୍ୟୁତ ଆଘାତରେ ଶଶୁର ବୋହୂଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ପୂର୍ବାହ୍ନ ୮ଟାରେ ନଦୀଗାଁ ଗାଁର ରମାନାଥ ଦାସ (୬୫) ଓ ତାଙ୍କ ପୁତ୍ରବଧୁ ପୁଷ୍ପଲତା(୪୦)ଙ୍କ ବିଦ୍ୟୁତ ଆଘାତରେ…

କ୍ବାରାଣ୍ଟାଇନ କେନ୍ଦ୍ରରେ ଯୁବକଙ୍କୁ ସାପ କାମୁଡିଲା

ସଜନାଗଡ, ୧୮ା୫(ଡି.ଏନ.ଏ.)-ବାଲେଶର ଜିଲା ନୀଳଗିରି ବ୍ଲକ ଅନ୍ତର୍ଗତ ତେଲିପାଳ ସେବାଶ୍ରମ କ୍ବାରାଣ୍ଟାଇନ କେନ୍ଦ୍ରରେ ରହୁଥିବା ତେଲିପାଳ ପଞ୍ଚାୟତ ବାସିନ୍ଦା ତେଲେଙ୍ଗାନା ଫେରନ୍ତା କୃଷ୍ଣ ରାଉତ (୨୨) ସୋମବାର ସାରେ ସାପ କାମୁଡାରେ ଗୁରୁତର ହୋଇପଡିଛନ୍ତି। ତାଙ୍କର ଚିକିତ୍ସା ପାଇଁ ପ୍ରଥମେ ବରହମପୁର…

ନିର୍ମାଣାଧୀନ ରାସ୍ତାକୁ ହାଣି ଖେଳାଇବା ନେଇ ଉତ୍ତେଜନା

ବାହାନଗା, ୧୮ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖରାସାହାପୁର ପଞ୍ଚାୟତ ଅଠିଲାବାଜ ଗ୍ରାମରେ ଏମଜିଏନଆର୍‌ଇଜିଏସ୍‌ରେ ନିର୍ମାଣାଧୀନ ରାସ୍ତାକୁ ହାଣି ଜମି ସହିତ ମିଶାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ଏନେଇ ଗ୍ରାମରେ ଉତ୍ତେଜନା ଦେଖାଦେଇଛି। ଗ୍ରାମବାସୀ ଏ ସମ୍ପର୍କରେ ବାହାନଗା ବିଡିଓ, ତହସିଲଦାର, ସୋର…

ମୁକାବିଲା ପାଇଁ ପୋଲିସ ସଜାଗ-ଡିଜିପି

ବାଲେଶ୍ୱର ଅଫିସ/ଭଦ୍ରକ ଅଫିସ, ୧୮।୫-ସମ୍ଭାବ୍ୟ ବାତ୍ୟା ‘ଅମ୍ଫନ’ର ମୁକାବିଲା ଲାଗି ହୋଇଥିବା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା ପାଇଁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଅଭୟ ସୋମବାର ବାଲେଶ୍ୱର ଓ ଭଦ୍ରକ ଜିଲା ଗସ୍ତ କରିଥିଲେ। ସେ ପ୍ରଥମେ ପୂର୍ବାହ୍ନ ୧୧ଟା ୨୦ମିନିଟ୍‌ରେ ବାଲେଶ୍ୱର…

ଚୋରା ମଦ ବେପାରୀ ଗିରଫ

ବାଲେଶ୍ୱର ଅଫିସ,୧୮।୫- ଲକ୍‌ଡାଉନ୍‌ ସମୟରେ ବାଲେଶ୍ୱର ସହର ଏବଂ ଗ୍ରାମାଞ୍ଚଳରେ ଦେଶୀ ମଦର ଚୋରା ବ୍ୟବସାୟ ବଢ଼ି ଚାଲୁଥିବା ବେଳେ ଅବକାରୀ କର୍ମଚାରୀମାନଙ୍କ ମୁଣ୍ଡ ବ୍ୟଥାର କାରଣ ହୋଇଛି। ଅବକାରୀ ବିଭାଗ ଏସ୍‌ପି ବିବେକାନନ୍ଦ ନାୟକଙ୍କ ନିର୍ଦ୍ଦେଶରେ ଭ୍ରାମ୍ୟମାଣ ଆଇନ୍‌ ଆଇଆଇସି…

ଅମ୍ଫନ୍‌ ମୁକାବିଲା ଲାଗି ଅଣ୍ଟା ଭିଡ଼ିଲା ଜିଲା ପ୍ରଶାସନ, ପ୍ରସ୍ତୁତି ସମୀକ୍ଷା କଲେ ଡିଜିପି

ବାଲେଶ୍ୱର ଅଫିସ,୧୮ା୫: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ସୋମବାର ପୂର୍ବାହ୍ନରେ ବାଲେଶ୍ୱର ଆଇଜିଙ୍କ ଅଫିସରେ ପହଞ୍ଚି ସମ୍ଭାବ୍ୟ ବାତ୍ୟା ଅମ୍ଫନ୍‌ର ମୁକାବିଲା ପାଇଁ ହୋଇଥିବା ପ୍ରସ୍ତୁତି ସମୀକ୍ଷା କରିଥିଲେ। ପରେ ପ୍ରସ୍ତୁତ ଥିବା ଓଡ୍ରାଫ୍‌ର ଜିଲା କେନ୍ଦ୍ର ପରିଦର୍ଶନ କରିଥିଲେ। ପୋଲିସ…

୩ ସ୍ବତନ୍ତ୍ର ଟ୍ରେନରେ ପହଞ୍ଚିଲେ ୬୬୨ ପ୍ରବାସୀ

ବାଲେଶ୍ୱର ଅଫିସ, ୧୮।୫:  ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ଅହମ୍ମଦାବାଦରୁ ୩ ସ୍ବତନ୍ତ୍ର ଟ୍ରେନ ଯୋଗେ ୬୬୨ ପ୍ରବାସୀ ବାଲେଶ୍ୱର ରେଳଷ୍ଟେଶନରେ ପହଞ୍ଚିଛନ୍ତି। ସମସ୍ତ ପ୍ରବାସୀ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର। ପ୍ରଥମ ଟ୍ରେନ ତାମିଲନାଡୁର କୋଏମ୍ବଟୁର ଷ୍ଟେଶନରୁ ବାହାରି ବାଲେଶ୍ୱର ରେଳ…

ସ୍ବପ୍ନ ପୂରଣ କଲା ହୁଇଲଚେୟାର

ଖଇରା, ୧୭।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ରଟିଣା ପଞ୍ଚାୟତ ତୁମ୍ବାପଦୀ ଗ୍ରାମର ଭାଗିରଥି ଦାସ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଚାଲିବାକୁ ଅକ୍ଷମ ହୋଇପଡିଥିଲେ। ଆଉ ବିଛଣାରୁ ଉଠି ରାସ୍ତାରେ ଚାଲିବା ଆଶା ତାଙ୍କର ଧୂଳିସାତ ହୋଇ ସାରିଥିଲା। ଚିକିତ୍ସାରେ ତାଙ୍କର…

କ୍ଷତି ସହୁଛନ୍ତି ଦୁଗ୍ଧ ଚାଷୀ

ବାହାନଗା, ୧୭ା୫(ଡି.ଏନ.ଏ.)-ଲକ୍‌ଡାଉନ ଯୋଗୁ ପୂର୍ବଭଳି ଦୁଗ୍ଧ ବିକ୍ରି ହେଉ ନ ଥିବାରୁ ବାଲେଶ୍ୱର ଜିଲା ବାହାନଗା ବ୍ଲକର ଦୁଗ୍ଧ ଚାଷୀମାନେ କ୍ଷତି ସହୁଛନ୍ତି। ସାମାଜିକ ଦୂରତ୍ୱ ରକ୍ଷା କରୁ ନ ଥିବା, ହାତ ସାନିଟାଇଜେଶନ କରୁ ନ ଥିବା ଓ ମାସ୍କ…

ସରପଞ୍ଚଙ୍କୁ କରୋନା

ବାଲେଶ୍ୱର ଅଫିସ,୧୭ା୫: ରବିବାର ବାଲେଶ୍ୱର ଜିଲାରେ ୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ସିମୁଳିଆ ବ୍ଲକର ଜଣେ ସରପଞ୍ଚ  ପଜିଟିଭ୍‌ ଚିହ୍ନଟ ହେବାସହ ଉକ୍ତ ପଞ୍ଚାୟତର ଅନ୍ୟ ୨ ଜଣ ମଧ୍ୟ ଚିହ୍ନଟ ହୋଇଛନ୍ତି।  ସେହିପରି ଭୋଗରାଇ ବ୍ଲକର ୯,…

ବାଲେଶ୍ୱରରେ ପୁଣି ୧୭ କରୋନା ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୧୧୯ରେ ପହଞ୍ଚିଲା, ୨୨ ସୁସ୍ଥ

ବାଲେଶ୍ୱର ଅଫିସ,୧୭ା୫: ବାଲେଶ୍ୱର ଜିଲାରେ ରବିବାର ୧୭ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୯ ଛୁଇଁଛି। ଚିହ୍ନଟ ଆକ୍ରାନ୍ତମାନେ ଭୋଗରାଇ ଓ ଜଳେଶ୍ୱର ବ୍ଲକର ବୋଲି ଜଣାପଡ଼ିଛି।…

ଦବିଲା ଫୁଲାଡ଼ି ଲୁହାପୋଲ : ଯାତାୟାତ ବିଚ୍ଛିନ୍ନ

ବାଲେଶ୍ୱର ଅଫିସ,୧୭।୫- ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ଅଧୀନ ଫୁଲାଡ଼ି ଛକ ନିକଟରେ ଥିବା ବ୍ରିଟିଶ୍‌ ଅମଳର ଲୁହାପୋଲ ଶନିବାର ସନ୍ଧ୍ୟାରେ ହଠାତ୍‌ ଦବିଯାଇଛି। ଘଟଣା ଜଣାପଡ଼ିବା ପରେ ଜିଲାପ୍ରଶାସନ ପକ୍ଷରୁ ଉକ୍ତ ପୋଲର ଦୁଇ ପାର୍ଶ୍ୱରେ ବାଡ଼ ବନ୍ଧାଯିବା ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri