ଏନ୍ଏଚ୍ ଉପରେ ପଡିଲା ବିରାଟ ଗଛ, ବରଗଡ଼ – ବୋରିଗୁମା ଯାତାୟାତ ଠପ୍
ବଲାଙ୍ଗୀର,୨୪ା୯(ସୁନୀଲ ମହାନ୍ତି): ବରଗଡ଼ – ବୋରିଗୁମା ୨୬ନଂ ଜାତୀୟ ରାଜପଥ ଦେଓଗାଁ ବିଜୟାନନ୍ଦ ଚିନିକଳ ସାମ୍ନା ରାସ୍ତା ଉପରେ ଏକ ବିରାଟ ଗଛ ପଡ଼ିଯାଇଛି । ଫଳରେ ଯାନବାହନ ସହ ସାଧାରଣ ଲୋକଙ୍କ ଯିବା ଆସିବା ବନ୍ଦ ହେଇଯାଇଛି l ଉଭୟ…
ବଲାଙ୍ଗୀର: ଝାଡ଼ା ଯିବା ବାହାନାରେ ଥାନା ଝରକା ଭାଙ୍ଗି ଅଭିଯୁକ୍ତ ଫେରାର
ବଲାଙ୍ଗୀର,୨୪ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାର ପୁଇଁନ୍ତଲା ଥାନାରୁ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଅଭିଯୁକ୍ତ ମଣ୍ଟୁ ଦଲେଇ ନାମକ ଏହି ବ୍ୟକ୍ତି ପୂର୍ବରୁ ଏକ ଚୋରୀ ମାମଲାରେ ସମ୍ପୃକ୍ତ ଥିଲେ। ଗତ ରାତିରେ ପୁଇଁନ୍ତଲା ପୋଲିସ ପେଟ୍ରୋଲିଂ ସମୟରେ ଛୁଇଁବନ୍ଧ…
କେନ୍ଦୁପତ୍ର ଚାଲାଣ ଘଟଣା: ଫରେଷ୍ଟର ନିଲମ୍ବିତ
ବଲାଙ୍ଗିର,୨୩।୯(ସୁନିଲ କୁମାର ମହାନ୍ତି): ବେଆଇନ କେନ୍ଦୁପତ୍ର ଚାଲାଣ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଫରେଷ୍ଟର ଅରକ୍ଷିତ ଦଳେଇଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ଡିଏଫଓ। ବିନା କାଗଜପତ୍ରରେ ଦେଓଗାଁ ଡିଭିଜନରୁ ୨୬ ବସ୍ତା କେନ୍ଦୁପତ୍ର ଚାଲାଣ ହେଉଥିଲା।
ଆୟୁର୍ବେଦୀୟ ଖାଦ୍ୟଦ୍ରବ୍ୟକୁ ନେଇ ଖାଦ୍ୟମେଳା, ଉପକାରିତା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଲେ ଛାତ୍ରୀଛାତ୍ର
ବଲାଙ୍ଗୀର, ୨୩/୯ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଦଶମ ଆୟୁର୍ବେଦ ଦିବସ ବୁଧବାର ପାଳିତ ହୋଇଯାଇଛି । କେନ୍ଦ୍ର ଆୟୁଷ ମନ୍ତ୍ରାଳୟ ଓ ରାଜ୍ୟ ଆୟୁଷ ଆୟୁଷ ନିର୍ଦେଶାଳୟ ସହ ଯୋଗରେ ମହାବିଦ୍ୟାଳୟ ପକ୍ଷରୁ…
ପିତୃପକ୍ଷ ଭୋଜନ ସେବା ସମାପ୍ତ: ସହଯୋଗ ଫାଉଣ୍ଡେସନର କାର୍ଯ୍ୟ ପାଇଁ ପ୍ରଶଂସା କଲେ ସହରବାସୀ
ବଲାଙ୍ଗୀର,୨୩,୯(ସୁନିଲ ମହାନ୍ତି): ବଲାଙ୍ଗୀର ସେପ୍ଟେମ୍ବର ୨୦୨୫ ବଲାଙ୍ଗୀର ଜିଲାର ପ୍ରମୁଖ ସାମାଜିକ ସଂଗଠନ ସହଯୋଗ ଫାଉଣ୍ଡେସନ ଦ୍ୱାରା ପିତୃପକ୍ଷ ଭୋଜନ ସେବାର କାର୍ଯ୍ୟକ୍ରମ ସମାପ୍ତ ହୋଇଛି । ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ମାସ ୭ରୁ ଆରମ୍ଭ ହୋଇଥିଲା । ପିତୃପକ୍ଷ ଭୋଜନ…
ମିଳୁନି ଦରମା , ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କଲେ ଇସି ସଦସ୍ୟା
ବଲାଙ୍ଗୀର,୨୩।୯(ସୁନିଲ ମହାନ୍ତି): ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକର ମିଶନ ଶକ୍ତି ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତସ୍ତରୀୟ ମହାସଂଘର କାର୍ଯ୍ୟନିର୍ବାହୀ କମିଟି (ଇସି) ସଦସ୍ୟାଙ୍କୁ କମିଟି ବୈଠକକୁ ଡକାଯାଉନଥିବା ଏବଂ ମାସିକ ଦରମା ଦିଆଯାଉନଥିବା ନେଇ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ସଦସ୍ୟାମାନେ…
ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ମୋବାଇଲ ଫୋନକୁ ଫେରାଇଲା ପୋଲିସ
ବଲାଙ୍ଗୀର, ୨୨/୯ (ସୁନିଲ ମହାନ୍ତି): ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ୩୧ ମୋବାଇଲ ଫୋନ ଉଦ୍ଧାର କରି ଟାଉନ ଥାନା ପୋଲିସ ଲୋକଙ୍କୁ ଫେରାଇଛି। ଏହି ମାମଲାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଲୋକଙ୍କୁ ଚୋରି ମୋବାଇଲ ଫେରାଇ ଥିବାରୁ…
ଫାଟିପଡ଼ିବ ଛାତି: ଏକା ସାଙ୍ଗରେ ଲିଭିଲା ନଣନ୍ଦ-ଭାଉଜଙ୍କ ମଥାର ସିନ୍ଦୂର,କାନ୍ଦୁଛି
ବଲାଙ୍ଗୀର,୨୨।୯(ସୁନୀଲ ମହାନ୍ତି): ଦାଉ ସାଧିଲା ଦଇବ। ଏକାସାଙ୍ଗରେ ଲିଭିଲା ନଣନ୍ଦ-ଭାଉଜଙ୍କ ମଥାର ସିନ୍ଦୂର। ବଜ୍ରପାତରେ ପ୍ରାଣ ହରାଇଲେ ଶଳା ଭିଣୋଇ। ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲା ଡୁଡୁକାମାଲ ଗ୍ରାମରେ। ସୂଚନାଯୋଗ୍ୟ, ଗାଧୋଇବାକୁ ଯାଇଥିବା ବେଳେ ବଜ୍ରପାତରେ ଶଳା ଭେଣୋଇଙ୍କର…
ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଘେରିଲେ ପାଚିକା-ସହାୟିକା
ବଲାଙ୍ଗୀର,୨୨ା୯(ସୁନୀଲ କୁମାର ମହାନ୍ତି): ମଧ୍ୟାହ୍ନଭୋଜନ ପାଚିକା ସହାୟିକାଙ୍କୁ ସରକାରୀ କର୍ମଚାରୀ ମାନ୍ୟତା, ସର୍ବନିମ୍ନ ମଜୁରୀ ବୃଦ୍ଧି, ବର୍ଷକୁ ୧୨ ମାସର ପାରିଶ୍ରମିକ ପ୍ରଦାନ ଦାବିରେ ସୋମବାର ପାଚିକା ସହାୟିକା ସଂଘ ପକ୍ଷରୁ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଏଆଇଟିୟୁସି…
ବଲାଙ୍ଗୀର-ସୋନପୁର ରାସ୍ତାରେ ଦୁର୍ଘଟଣା: ବାଇକ ଆରୋହୀଙ୍କ ମୃତ୍ୟୁ, ରାସ୍ତାରୋକ
ବଲାଙ୍ଗୀର,୨୧।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସୋନପୁର ଏନଏଚ ୫୭ର ରଣ୍ଡା ଗ୍ରାମ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି। ପିକଅପ ଭ୍ୟାନର ଧକ୍କାରେ କୁଲେରବାହାଲି ଗ୍ରାମର ଯୁବକ ଜଗଦୀଶ ମଟାରିଙ୍କର ଘଟଣାସ୍ଥଳରେ ମୃତ୍ୟୁ…
ଭାରସାମ୍ୟ ହରାଇ ଗଛକୁ ପିଟିଲା ବାଇକ୍, ଚାଲିଗଲା ଚାଳକଙ୍କ ଜୀବନ
ବଲାଙ୍ଗୀର,୨୦।୯: ବଲାଙ୍ଗୀର ସହର ଏନ୍ଏଚ୍ ୨୬ ବିଜାଖମନ ନିକଟରେ ଶନିବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନାନୁଯାୟୀ, ଦୁର୍ଘଟଣା ପରେ ତାଙ୍କୁ ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ନିଆଯାଇଥିଲା।…
ରକ୍ତମୁଖା ସହର: ଦିନ ଦୁଇପହରରେ ମା’ ଆଗରେ ପୁଅକୁ ହାଣି ହତ୍ୟା
ବଲାଙ୍ଗୀର,୨୦।୯(ସୁନିଲ ମହାନ୍ତି): ବଲାଙ୍ଗୀର ସହର ଖଦାଲ ପଡ଼ାରେ ଜଣେ ଯୁବକଙ୍କୁ ଦିନ ଦୁଇପହରେ ଘରୁ ଡ଼ାକି ମା’ ସମୂଖରେ ଧାରୁଆ ଅସ୍ତ୍ରରେ ହାଣିଦେଲେ ଦୁଇ ଯୁବକ। ମୃତ ଯୁବକ ଜଣକ ହେଲେ ରାଜ ବେହେରା (୨୧)ମୃତଙ୍କ ମାଆ ଥାନାକୁ ଯାଇ ଅଭିଯୋଗ…
Archives


