ବଲାଙ୍ଗୀର

ବାଲିଚର ହୋଇ ଚାଷଜମି ନଷ୍ଟ

ଦେଓଗାଁ,୧୬ା୮(ଡି.ଏନ.ଏ.) : ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁଁ ହୋଇଥିବା ବନ୍ୟାରେ ଦେଓଗାଁ ଯୋଗୀସାଗର ତଳ ଅଞ୍ଚଳର ହାରାହାରି ୨୦ହେକ୍ଟର ଧାନଚାଷ ଜମି ବାଲିଚର ହୋଇ ନଷ୍ଟ ହୋଇଯାଇଛି । ଯୋଗୀସାଗରରୁ ନୂଆଁମୁଡା ଦେଇ ଏକ କେନାଲ ଯାଇଛି…

ବଲାଙ୍ଗୀରରେ ବନ୍ୟା ବିତ୍ପାତକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା: ୧ ହଜାର କୋଟିର ସହାୟତା ଦାବି

ବଲାଙ୍ଗୀର ଅଫିସ,୧୬।୮: ବଲାଙ୍ଗୀର ଜିଲାର ବନ୍ୟା ବିତ୍ପାତକୁ ନେଇ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ବଲାଙ୍ଗୀର ଗସ୍ତରେ ଆସି ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ, ବଲାଙ୍ଗୀର ଲୋକ ସଭା ସଦସ୍ୟ…

ମୋବାଇଲ ଚାର୍ଜ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ଯୁବକ ମୃତ

ବଲାଙ୍ଗୀର ଅଫିସ/ଦେଓଗାଁ, ୧୬।୮(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ବରକାନୀ ଗାଁରେ ୧୧ କେଭି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ଯୁବ ଶ୍ରମିକ ମୃତ୍ୟୁ ଘଟିଛି। ସେମାନେ ହେଲେ ପଶ୍ଚିମବଙ୍ଗ ଖିକିତୋଲା ଗ୍ରାମର ଗଙ୍ଗା…

ବଲାଙ୍ଗୀରରେ ସ୍ବାଧୀନତା ଦିବସ : ଦେଶର ପ୍ରଗତିରେ ସହାୟକ ହେବାକୁ ମନ୍ତ୍ରୀଙ୍କ ଆହ୍ବାନ

ବଲାଙ୍ଗୀର ଅଫିସ,୧୫।୮: ବଲାଙ୍ଗୀର ଜିଲା ମନୋହରପୁର ପୋଲିସ ପଡ଼ିଆରେ ୭୩ ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏଥିରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ମିଳିତ…

ଲଘୁଚାପ ବରଷାରେ ଘର ଭାଂଗଲା; ଆବାସ ଯୋଜନାରେ ସାମିଲ କରବାକେ ଦାବି

ଲାଠୋର, ୧୫ା୮ (ଡି.ଏନ୍‌.ଏ):  ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲୋଠୋର ପଁଚେତ୍‌ ସଦର ଗଁାର କର୍ତ୍ତିଆପଡ଼ାର ମଧୁ ବାଗକଁର ଘର ଲଘୁଚାପ ବରଷାରେ ଭାଂଗି ଯାଇଛେ। ଆଗ୍‌କେ ବରଷା ହେଲେ ଘରଟା ମାଟିରେ ମିଶିଯିବାର ଭଏ ରହିଛେ। ଏନ୍‌ତାଥି ପରିବାରଟା କେନ୍‌ଠାନେ…

ନିଜେ ଭିନ୍ନକ୍ଷମ, ମାଏକିନା ମାନ୍‌ସିକ ରୁଗୀ:ଭଗବାନ ଭରସାରେ ବୁରୁଧ୍‌ ଦମ୍ପତି

ଲୋଇସିଂହା,୧୫।୮(ଡି.ଏନ୍‌.ଏ):  ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଭାଲିଆମୁଣ୍ଡା ଗାଁର ବୁରୁଧ୍‌ ଦମ୍ପତି ଶଙ୍କର ମିଶ୍ର(୭୫) ଆର ମାଏକିନା ସୁଗନ୍ଧା(୭୦)। ଦମ୍ପତିକଁର ପିଲାଛୁଆ ନାଇଁ। ଏହେଦେ ଇ ଅସାହା ଦମ୍ପତି ବଡା ଗୁଲ୍‌ଗୁଲା ହେଇ ଜୀବନ୍‌ ବିତଉଛନ୍‌। ଗଲା ୫ ଦିନ୍‌ ହେଲା…

ବନ୍ୟା ଘେରରେ ବଲାଙ୍ଗୀର ସହର: ୧ ହଜାର ଲୋକ ସ୍ଥାନାନ୍ତରିତ; ତଦାରଖ କରୁଛନ୍ତି ଜିଲାପାଳ, ଏସ୍‌ପି

ବଲାଙ୍ଗୀର ଅଫିସ, ୧୩।୮: ଲଗାଣ ବର୍ଷାରେ ବଲାଙ୍ଗୀର ସହର ଉବୁଟୁବୁ ହେଉଛି । ବନ୍ୟା ଜଳରେ ସମଗ୍ର ସହର ଭାସମାନ ଅବସ୍ଥାରେ। ପରିସ୍ଥିତି ଅନୁଧ୍ୟାନକରି ଜିଲାପାଳ ଅରିନ୍ଦମ ଡାକୁଆ ଜରୁରୀ ବୈଠକ ଡାକିଛନ୍ତି। ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ଡିଆର୍‌ଡିଏ ପିଡି…

ବର୍ଷା ଯୋଗୁ ବଲାଙ୍ଗୀର ଜିଲାର ସମସ୍ତ ସ୍କୁଲ, କଲେଜ ଛୁଟି

ବଲାଙ୍ଗୀର ଅଫିସ, ୧୩।୮: ବଲାଙ୍ଗୀର ସହର ସମେତ ଜିଲାର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ମଙ୍ଗଳବାର ଜିଲାର ସମସ୍ତ ସ୍କୁଲ, କଲେଜ ବନ୍ଦ ରଖିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଲଗାଣ ବର୍ଷା ଯୋଗୁ ବଲାଙ୍ଗୀର…

ଗନ୍ଧମାର୍ଦ୍ଦନ ପାହାଡରେ ପ୍ରବଳ ବର୍ଷା: ଉଛୁଳିଲା ପାପନାଶିନୀ ଝରଣା

ଖପ୍ରାଖୋଲ,୧୩ା୮(ଡି.ଏନ.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଗନ୍ଧମାର୍ଦ୍ଦନ ପାହାଡରେ ପ୍ରବଳ ବର୍ଷା ଯୋଗୁ ହରିଶଙ୍କର ପାପନାଶିନୀ ଝରଣା ଉଛୁଳି ପଡିଥିଲା ା ଆଜି ଥିଲା ଶ୍ରାବଣ ମାସର ଶେଷ ସୋମବାର ା ସେଥିପାଇଁ ହରିଶଙ୍କରରେ ପ୍ରବଳ ଭିଡ଼ ଲାଗିଥିଲା ା ଶ୍ରଦ୍ଧାଳୁମାନଙ୍କ…

ଯାନ୍ତ୍ରିକ ତ୍ରୁଟି ଯୋଗୁ ବସ୍‌ରେ ନିଆଁ: ବର୍ତ୍ତିଲେ ୬୦ରୁ ଊର୍ଦ୍ଧ୍ୱ ଯାତ୍ରୀ

ବାଲେଶ୍ୱର ଅଫିସ, ୧୨।୮-ବାଲେଶ୍ୱର ଫକୀରମୋହନ ଗୋଲେଇ ନିକଟରେ ସେହେନ୍‌ସା ଯାତ୍ରୀବାହୀ ବସ୍‌ (ନଂ. ଓଡ଼ି୦୫ଭି-୦୭୧୭) ରେ ଏସିରୁ ସର୍ଟସର୍କିଟ୍‌ ହୋଇ ସୋମବାର ଅପରାହ୍ନ ୨ଟା ୪୦ମିନିଟ୍‌ ସମୟରେ ନିଆଁ ଲାଗିଯାଇଥିଲା। ବସ୍‌ରେ ଥିବା ୬୦ରୁ ଊର୍ଦ୍ଧ୍ୱ ଯାତ୍ରୀ ସଙ୍ଗେ ସଙ୍ଗେ ବାହାରକୁ…

ଭଂଗା ଘରେ ୩ ପରାନୀ କୁଟୁମ

ଲୋଇସିଂହା,୧୨।୮(ଡି.ଏନ୍‌.ଏ.):  ଗଲା ଦୁଇଦିନ୍‌ ଧରି ହେଇଥିବାର ବରଷାରେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡ଼ା ପଁଚେତ୍‌ ଛେଲବାହାଲ ଗଁାର ସେବକ ବାରିକକଁର ଘର ଭାଂଗି ଯାଇଛେ। ଏନ୍‌ତାଥି ଅଲପ୍‌କେ ପରିବାର ଲୋକ୍‌ ଗୁଟେ ବଡ଼ ବିପଦ୍‌ରୁ ବରତି ଯାଇଛନ୍‌। ପରିବାରଟା ଏହେଦେ…

ସର୍ଭେରେ ଭୁଲଭଟକା: ଆବାସ ଯୋଜନାରୁ ବଁଚିତ୍‌ ୪୦ ପରିବାର

ଲାଠୋର,୧୨।୮((ଡି.ଏନ୍‌.ଏ.):  ୨୦୧୧ରେ କେନ୍ଦ୍ର ସରକାର ସାମାଜିକ, ଅର୍ଥନୈତିକ ଆର ଜାତିଗତ ଜନଗଣନା କରିଥିଲେ। ସେ ଜନଗଣନା ଅନ୍‌ସାରେ ବାସହୀନ ଗରିବ ପରିବାରମାନକୁ ସରକାରୀ ଯୋଜନାରେ ଘର ଯୁଗେଇ ଦେବାର ବେବସ୍‌ତା ରହିଛେ। ହେଲେ ଦୁଖର କଥା ଯେନ୍‌ମାନେ ଜନଗଣନା କାଯ୍‌ ତୁଲଉଥିଲେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri