ବଲାଙ୍ଗୀର

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା

ପାଟଣାଗଡ, ୯ା୪(ଡି.ଏନ.ଏ.): କରୋନା ମୁକାବିଲାକୁ ଦୃଷ୍ଟିରେ ରଖି ବଲାଙ୍ଗୀର ଜିଲା ପାଟଣାଗଡ ଅଞ୍ଚଳର ବିଭିନ୍ନ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଳିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ କରାଯାଇଛି। ଲବ କୁମାର ଅଗ୍ରୱାଲ ନିଜ ଦିବ୍ୟାଙ୍ଗ ଭତ୍ତା ଟଙ୍କାରୁ ୩ହଜାର…

ଦାଦନ ପରିବାରକୁ ଖାଦ୍ୟ ଯୋଗାଇଲେ ସ୍ବେଚ୍ଛାସେବୀ

ବଲାଙ୍ଗୀର ଅଫିସ, ୯ା୪- ବଲାଙ୍ଗୀର ମ୍ୟୁନିସିପାଲିଟି ଅନ୍ତର୍ଗତ ବିଜାଖମନରେ ଥିବା ପ୍ରାୟ ୨୫ ପରିବାର ଭୋକ ଉପାସରେ ରହିଥିବା ଖବର ପାଇବା ପରେ ମାହେଶ୍ୱରୀ ସଙ୍ଗଠନ ପକ୍ଷରୁ ସେମାନଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଛ। ଏହି ୨୫ଟି ପରିବାରରୁ ଅଧିକାଂଶ ପରିବାରର…

କୋଭିଡ-୧୯ ରେଗୁଲେସନ୍‌ ଉଲ୍ଲଂଘନ, ହରିହର ନର୍ସିଂହୋମ୍‌କୁ ସିଲ୍‌ କଲା ପ୍ରଶାସନ

ବଲାଙ୍ଗୀର ଅଫିସ, ୯ା୪: କୋଭିଡ-୧୯ ରେଗୁଲେସନ୍‌ ଉଲ୍ଲଂଘନ ଯୋଗୁଁ ବଲାଙ୍ଗୀର ସହରର ସୁଦପଡାଠାରେ ଥିବା ହରିହର ଡାଇଗ୍ନୋଷ୍ଟିକ୍‌ ଏବଂ ନର୍ସିଂହୋମକୁ ଜିଲା ପ୍ରଶାସନ ପକ୍ଷରୁ ଗୁରୁବାର ସିଲ୍‌ କରାଯାଇଛି । ଜିଲାପାଳ ଅରିନ୍ଦମ ଡାକୁଆଙ୍କ ନିର୍ଦ୍ଦେଶକ୍ରମେ ଉପଜିଲାପାଳ ସଞ୍ଜୟ କୁମାର ମିଶ୍ର…

ଗରିବ ଲୋକଙ୍କୁ ରୋଷେଇ ସାମଗ୍ରୀ, ମାସ୍କ ବଣ୍ଟନ

ବଲାଙ୍ଗୀର ଅଫିସ, ୮ା୪: କରୋନା ଲକଡାଉନ୍‌ ସମୟରେ ଦିନମଜୁରିଆମାନେ ଅଡୁଆରେ ପଡିଛନ୍ତ। ଯେଉଁମାନେ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ଚିହ୍ନଟ ହୋଇଛନ୍ତି ସେମାନେ ପିଡିଏସ୍‌ ଚାଉଳ, ଭତ୍ତା ଟଙ୍କା ପାଉଛନ୍ତି। ମାତ୍ର ଯେଉଁମାନେ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ସାମାଜିକ ସୁରକ୍ଷା…

ଅସହାୟଙ୍କୁ ରନ୍ଧାଖାଦ୍ୟ ଯୋଗାଇଲେ ଏସ୍‌ଏଚ୍‌ଜି ମହିଳା

ଲୋଇସିଂହା, ୮।୪(ଡି.ଏନ.ଏ.): ବଲାଙ୍ଗୀର ସଦର ବ୍ଲକ ସକମା ପଞ୍ଚାୟତ ପକ୍ଷରୁ ଅସହାୟଙ୍କୁ ରନ୍ଧାଖାଦ୍ୟ ଯୋଗାଇବା ବ୍ୟବସ୍ଥା ଅଦ୍ୟାବଧି ଗ୍ରହଣ କରାଯାଇନାହିଁ। ପଞ୍ଚାୟତ ଅଧୀନ ଫାସଡ ଗ୍ରାମର ଏସ୍‌ଏଚ୍‌ଜି ଗ୍ରୁପ ପକ୍ଷରୁ ଗ୍ରାମର ପ୍ରାୟ ୨ଶହ ଅସହାୟଙ୍କୁ ବୁଧବାରଠାରୁ ରନ୍ଧାଖାଦ୍ୟ ଦେବା ବ୍ୟବସ୍ଥା…

କୁଷ୍ଠାଶ୍ରମ ଅନ୍ତେବାସୀଙ୍କୁ ରନ୍ଧାଖାଦ୍ୟ ବଣ୍ଟନ

ଟିଟିଲାଗଡ଼, ୮।୪(ଡି.ଏନ.ଏ): ବଲାଙ୍ଗୀର ଜିଲା ଟିଟିଲାଗଡସ୍ଥିତ ରାଏମନ ଫାଉଣ୍ଡେସନ ପକ୍ଷରୁ ଟିଟିଲାଗଡ ବ୍ଲକ ଶଗଡଘାଟ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଶାନ୍ତିନଗର କୁଷ୍ଠାଶ୍ରମର ୧୩୦ ଜଣ ଅନ୍ତେବାସୀଙ୍କୁ ବୁଧବାର ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି। ବିଦେଶୀ ସଂସ୍ଥା ଦ୍ୱାରା ପରିଚାଳିତ ଏହି କୁଷ୍ଠାଶ୍ରମ…

ଗାଁରେ ବୁଲିଲା ଭ୍ରାମ୍ୟମାଣ ପରିବା ଗାଡି

ଟିଟିଲାଗଡ଼, ୮।୪ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ ବ୍ଲକ ଡୁଙ୍ଗରୁିଗୁଡା ଅନ୍ତର୍ଗତ ସମ୍ବଳ ଶକ୍ତି କୃଷକ ଉପତ୍ାଦକ କମ୍ପାନୀ ଆନୁକୂଲ୍ୟ ତଥା ଆଶା ଅନୁଷ୍ଠାନ କୁରସୁଡଙ୍କ ସହଯୋଗରେ କରୋନା କଟକଣା ସମୟରେ ଲୋକଙ୍କ ପାଇଁ ଭ୍ରାମ୍ୟମାଣ ପନିପରିବା ବିକ୍ରୟ ଆରମ୍ଭ ହୋଇଛି।…

ଢିଲା ପ୍ରଶାସନ, ଅମାନିଆ ହିତାଧିକାରୀ

ବଲାଙ୍ଗୀର ଅଫିସ, ୮ା୪: କରୋନା ସଂକ୍ରମଣକୁ କାବୁ କରିବା ଦିଗରେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଉଛି। ଲକ୍‌ଡାଉନ୍‌ ଘୋଷଣା କରି ଲୋକଙ୍କୁ ଘରେ ରହିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବାରମ୍ବାର ଜନସାଧାରଣଙ୍କୁ ନିବେଦନ କରୁଛନ୍ତି । ଲକ୍‌ଡାଉନ୍‌…

ପିଡିଏସ୍‌ ଚାଉଳ ବଣ୍ଟନ ବେଳେ ସାମାଜିକ ଦୂରତ୍ୱକୁ ଉଲ୍ଲଂଘନ

ବଲାଙ୍ଗୀର ଅଫିସ, ୮।୪: କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓ ଜିଲା ପ୍ରଶାସନ ପକ୍ଷରୁ ଲକ୍‌ଡାଉନକୁ କଡ଼ାକଡ଼ି କରିବା ସହ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଉଛି।…

ଅସହାୟଙ୍କ ପାଖରେ ପହଞ୍ଚିଲା ସ୍ବେଚ୍ଛାସେବୀ ଟିମ

ଲୋଇସିଂହା, ୭।୪(ଡି.ଏନ.ଏ)-ମହାମାରୀ କରୋନା ପାଇଁ ସାରା ଦେଶରେ ଲକଡାଉନ ଯୋଗୁ ଅସହାୟ, ଭିନ୍ନକ୍ଷମ ଓ ଶ୍ରମିକ ବର୍ଗର ଲୋକେ ଅସୁବିଧାରେ ପଡିଛନ୍ତି। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ବଲାଙ୍ଗୀର ଜିଲା ଲୋଇସିଂହା ବିଜୁ ଜନତା ଦଳ ପକ୍ଷରୁ ଗଠିନ ସ୍ବେଚ୍ଛାସେବୀ ଟିମ ଆଗଲପୁର…

ଲୋଇସିଂହା ବ୍ଲକରେ କରାମାଡ, ବ୍ୟାପକ ରବି ଫସଲ ନଷ୍ଟ

ଲୋଇସିଂହା, ୭।୪(ଡି. ଏନ .ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ କରକାପାତ ହୋଇଛି। ଏଥିଯୋଗୁ ବ୍ଲକର ଉପାନ୍ତ ଅଞ୍ଚଳରେ ହୋଇଥିବା ପରିବା ଓ ଡାଲି ଜାତୀୟ ଫସଲ ବ୍ୟାପକ ନଷ୍ଟ ହୋଇଛି। ଲକଡାଉନରେ ଚାଷୀ ଯାହା କ୍ଷତି…

ଖପ୍ରାଖୋଲରେ ଅଙ୍ଗନୱାଡ଼ି କର୍ମୀଙ୍କୁ କରୋନା ସମ୍ପର୍କିତ ତାଲିମ

ଲାଠୋର, ୭ା୪(ଡି.ଏନ.ଏ.) : ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଆଝର ପଞ୍ଚାୟତ ଅନ୍ତର୍ଗତ ମସିଣା ଅଙ୍ଗନୱାଡ଼ି କେନ୍ଦ୍ରରେ ମଙ୍ଗଳବାର ଅଙ୍ଗନୱାଡ଼ି କର୍ମୀଙ୍କୁ କରୋନା ସମ୍ପର୍କିତ ତାଲିମ ପ୍ରଦାନ କରାଯାଇଛି। ମହିଳା ସ୍ବାସ୍ଥ୍ୟକର୍ମୀ ଲତା ଭୂଏ ସାନଗୁର୍ଜିଭଟା ସବସେଣ୍ଟର ଅଧିନରେ କାର୍ଯ୍ୟରତ। ଅଙ୍ଗନୱାଡ଼ି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri