୩୦ ମିନିଟ୍ରେ ଜାମିନ ମିଳିବା ଘଟଣା: ଏସ୍ଆଇ ନିଲମ୍ବିତ
ଅନୁଗୋଳ ଅଫିସ,୩୦।୧: ତଦନ୍ତ ପ୍ରକ୍ରିୟାରେ ଅବହେଳା ଓ କେସ୍ ରେକର୍ଡରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ କୋର୍ଟକୁ ପ୍ରଦାନ କରି ନ ଥିବାରୁ ଅନୁଗୋଳ ଥାନା ଏସ୍ଆଇ ଅରକ୍ଷିତ ସେଠୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଉତ୍ତର-କେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ ଭୋଳଙ୍କ ନିର୍ଦ୍ଦେଶକ୍ରମେ ଅନୁଗୋଳ ଏସ୍ପି…
ଅସହାୟଙ୍କ ଅନ୍ତିମ ସଂସ୍କାର କଲେ
ଅନୁଗୋଳ ସହର, ୩୦ା୧: ଅସହାୟ ଅବସ୍ଥାରେ ଉଦ୍ଧାର ହୋଇ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବନ୍ତଳା ଥାନା ନନ୍ଦପୁର ପଞ୍ଚାୟତ ମାଧପୁର ଗ୍ରାମର ପ୍ରମୋଦ ନାଏକ(୫୦)ଙ୍କ ବୁଧବାର ମୃତ୍ୟୁ ହୋଇଛି। ମା’ ପାତି ନାଏକ(୭୦) ଓ ପ୍ରମୋଦଙ୍କୁ ଜିଲାର ସାଥୀ ପରିବାର…
ଦାମ୍ପତ୍ୟ ଜୀବନ ଆରମ୍ଭ କଲେ ୩୧ ଯୋଡ଼ା କନ୍ୟା ବର
ଅନୁଗୋଳ ଅଫିସ୍, ୩୦।୧: ଅନୁଗୋଳ ଗାନ୍ଧୀମାର୍ଗସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବୁଧବାର ସାମୂହିକ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି। ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମିଳନୀ ଅନୁଗୋଳ ଶାଖା ପକ୍ଷରୁ ଏହାର ଆୟୋଜନ କରାଯାଇଥିଲା। ଜିଲାରେ ଦ୍ୱିତୀୟ ଥର ପାଇଁ ଅନୁଷ୍ଠିତ ହୋଇଥିବା…
ଦୋଷୀଙ୍କୁ ଦଣ୍ଡ ମିଳିବା ଉପରେ ଗୁରୁତ୍ୱ ଦିଅ
ଅନୁଗୋଳ ଅଫିସ୍, ୩୦।୧: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ବୁଧବାର ଦିନିକିଆ ଅନୁଗୋଳ ଗସ୍ତରେ ଆସି ଜିଲା ପୋଲିସ ମୁଖ୍ୟାଳୟରେ ଉତ୍ତର କେନ୍ଦ୍ରାଞ୍ଚଳ ରେଞ୍ଜ ଅଧିକାରୀଙ୍କ ସହ ଅପରାଧ ଓ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ସମୀକ୍ଷା କରିଛନ୍ତି। ଡିଜିପିଙ୍କ ସହ ଅତିରିକ୍ତ…
ଆଜି ଅନୁଗୋଳ ବ୍ଲକସ୍ତରୀୟ ମହୋତ୍ସବ
ଅନୁଗୋଳ ଅଫିସ୍, ୨୯।୧ – ଆସନ୍ତା ଫେବୃୟାରୀରେ ଜିଲା ମହୋତ୍ସବ ଆୟୋଜନ କରାଯିବ। ଏନେଇ ପ୍ରତି ବ୍ଲକ ସ୍ତରରେ ସଜବାଜ ଆରମ୍ଭ ହୋଇଛି। ଅନୁଗୋଳ ବ୍ଲକରେ ମଧ୍ୟ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ବୁଧବାର ପୂର୍ବାହ୍ନରେ ଅନୁଗୋଳ ବ୍ଲକ ବନ୍ତଳା ଉଚ୍ଚ…
୭ରୁ ଅଙ୍ଗାରବନ୍ଧ ମହିମା ଆଶ୍ରମରେ ମାଘମେଳା
ଅନୁଗୋଳ ଅଫିସ୍, ୨୯।୧ – ଅନୁଗୋଳର ଅଙ୍ଗାରବନ୍ଧ ମହିମା ଆଶ୍ରମରେ ମାଘ ମେଳା ଆସନ୍ତା ୭ ତାରିଖରୁ ଆରମ୍ଭ ହେବ। ଏହାର ସୁପରିଚାଳନା ପାଇଁ ମଙ୍ଗଳବାର ପୂର୍ବାହ୍ନରେ ପ୍ରଶାସନିକସ୍ତରରେ ଏକ ପ୍ରସ୍ତୁତି ବୈଠକ ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀଙ୍କ ଅଧ୍ୟକ୍ଷତାରେ ତାଙ୍କ…
ପୂର୍ବତନ ଶାଖା ପରିଚାଳକଙ୍କ ନାମରେ ମାମଲା
ବଇଣ୍ଡା,୨୯।୧(ଡି.ଏନ.ଏ.) – ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଞ୍ଚାୟତ ଅମାସମା, ବାସୁଦେବପୁର, ଅଲେଖପୁର ଆଦି ଗ୍ରାମର ଚାଷୀଙ୍କ ଦସ୍ତଖତ ନେଇ ଠାକୁରଗଡ଼ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଅଢେଇ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଋଣ କରାଯାଇଥିବା ଘଟଣାରେ ମଙ୍ଗଳବାର ଠାକୁରଗଡ଼…
ହତ୍ୟାକାରୀଙ୍କୁ ଆଜୀବନ ଜେଲ
ଆଠମଲ୍ଲିକ, ୨୯ା୧(ଡି.ଏନ.ଏ.) – ଆଠମଲ୍ଲିକ ଆଡିଶନାଲ ସେସନ୍ସ ଜଜ୍ ଏସ୍. ଆର୍. ସାମନ୍ତ ମଙ୍ଗଳବାର ଏକ ହତ୍ୟା ମାମଲାର ଶୁଣାଣି କରି ଦୁଇ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ, ୨୦୧୬ ସେପ୍ଟେମ୍ବର…
ଜନ୍ତୁ ଶିକାର ପାଇଁ ବିଛାଯାଇଥିଲା ବିଦ୍ୟୁତ୍ ତାର: ସଂସ୍ପର୍ଶରେ ଆସି ୨ ଯୁବକ ମୃତ
ବନ୍ତଳା,୨୮।୧(ଡି.ଏନ୍.ଏ.): ଅନୁଗୋଳ ଜିଲା ବନ୍ତଳା ଥାନା କଞ୍ଜା ଗ୍ରାମରେ ଜନ୍ତୁ ଶିକାର ପାଇଁ ବିଛାଯାଇଥିବା ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମଙ୍ଗଳବାର ୨ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଉକ୍ତ ଗ୍ରାମର ଲୁଲୁ ବିଶ୍ୱାଳ (୨୦) ଓ…
ଜାତୀୟ ପତାକାକୁ ଅସମ୍ମାନ
ମାଧପୁର,୨୭।୧(ଡି.ଏନ୍.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ମାଧପୁର ପଞ୍ଚାୟତ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ରବିବାର ସନ୍ଧ୍ୟା ୭.୩୦ ପର୍ଯ୍ୟନ୍ତ ଜାତୀୟ ପତାକା ଲାଗିଥିବାର ଦେଖିବାକୁ ମିଳିଥିଲା। ମାଧପୁର ବଜାର ଏକ ଜନଗହଳି ପୂର୍ଣ୍ଣ ଅଞ୍ଚଳ ହୋଇଥିଲେ ସୁଦ୍ଧା ସଂପୃକ୍ତ ଅଧିକାରୀ…
ଛେଣ୍ଡିପଦା ବ୍ଲକ ସଦରମହକୁମାରେ ୭୧ତମ ସାଧାରଣତନ୍ତ୍ର ଦିବସ
ଛେଣ୍ଡିପଦା,୨୬।୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ସଦର ମହକୁମା ମିନିଷ୍ଟାଡିୟମରେ ରବିବାର ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଦିବସରେ ମୁଖ୍ୟଅତିଥି ଭାବେ ଛେଣ୍ଡିପଦା ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ…
ସାଧାରଣତନ୍ତ୍ର ଦିବସ: ଅଭିବାଦନ ଗ୍ରହଣ କଲେ ମନ୍ତ୍ରୀ
ଅନୁଗୋଳ ଅଫିସ,୨୬।୧: ଅନୁଗୋଳ ଷ୍ଟାଡିୟମଠାରେ ରବିବାର ୭୧ତମ ଜିଲାସ୍ତରୀୟ ସଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ସୁଶାନ୍ତ ସିଂହ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡ୍ରେ…
Archives


