ଅପରାଧ

୫ କୋଟି ଟଙ୍କା ଆତ୍ମସାତ୍‌ କରି ଗିରଫ ହେଲେ ପିଇଓ, ବିଭିନ୍ନ ଯୋଜନାର ଟଙ୍କାକୁ…

ବଲାଙ୍ଗୀର,୧୬ା୧୦(ସୁନୀଲ କୁମାର ମହାନ୍ତି): ପ୍ରାୟ ୫ କୋଟି ଟଙ୍କା ହେର୍‌ଫେର ଅଭିଯୋଗରେ ଭରସୁଜା ଓ ଆଗଲପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଜକିଶୋର ପୋଢ଼ ଗିରଫ ହୋଇଥିବା ଜଣାପଡ଼ିଛି। ଗିରଫ ପିଇଓ ଆଗଲପୁର ଓ ଭରସୁଜା ପଞ୍ଚାୟତରେ ଗତ ତିନି ବର୍ଷ ହେବ…

ବୁଦାମୂଳରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ପାଖରେ ପଡ଼ିଥିଲା ମଦ ବୋତଲ

ବୌଦ୍ଧ,୧୪ା୧୦(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ପୁରୁଣା କଟକ ଥାନା ମଣିପୁର ନର୍ସରୀ ନିକଟରୁ ସୋମବାର ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ବୌଦ୍ଧ ଜିଲା ପୁରୁଣାକଟକ ଥାନା ମଣିପୁର ନର୍ସରୀର ଏକ ବୁଦାମୂଳରେ ଅଜଣା ମୃତଦେହ…

ବୁର୍ଲା କନଷ୍ଟେବଳଙ୍କ ଆକ୍ରମଣକାରୀଙ୍କୁ ପୋଲିସର ଏନ୍‌କାଉଣ୍ଟର, ଜଙ୍ଗଲରେ ଲୁଚିଥିବାବେଳେ…

ସମ୍ବଲପୁର,୧୦ା୧୦(ପ୍ରମୋଦ ବହିଦାର): ପୋଲିସ କନଷ୍ଟେବଳଙ୍କୁ ଆକ୍ରମଣ କରି ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତ କମଲୁ ପ୍ରଧାନ ପୋଲିସ ଏନ୍‌କାଉଣ୍ଟରେ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଗୁରୁବାର ଭୀମ୍‌ସାରରେ ଭର୍ତ୍ତି କରାଯାଇଛି। କନଷ୍ଟେବଳ ସରୋଜ ପ୍ରଧାନଙ୍କୁ ଆକ୍ରମଣକରି ପାପୁଲି ଛିଣ୍ଡାଇଥିବା କମଲୁଙ୍କୁ ଧରିବା…

ମାଗଣା ମେଡିସିନ ଦେବାକୁ ଲାଞ୍ଚ ନେଉଥିଲେ ଏସ୍‌ସିବି ଡାଟା ଏଣ୍ଟ୍ରି ଅପରେଟର, ଧରିଲା ଭିଜିଲାନ୍ସ

କଟକ,୧୦ା୧୦(କାର୍ତ୍ତିକ ସାହୁ): କଟକ ଏସ୍‌ସିବି ମେଡିକାଲର ଡାଟାଏଣ୍ଟ୍ରି ଅପରେଟର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଡାଟାଏଣ୍ଟ୍ରି ଅପରେଟର ସ୍ମୃତି ରଞ୍ଜନ ସାହୁ ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରିଥିଲା। ମାଗଣା ମେଡିସିନ ପାଇଁ ସେ…

୧ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ମାଓବାଦୀଙ୍କ ସମେତ ୪ ଜଣଙ୍କ ଆତ୍ମସମର୍ପଣ

ମାଲକାନଗିରି,୯ା୧୦(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ଜଗଦଲପୁରରେ ୧ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ମାଓବାଦୀଙ୍କ ସମେତ ୪ ଜଣ ବୁଧବାର ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏମାନେ ହେଲେ ଛୋଟା ପାଣ୍ଡୁ କାୱାସୀ, ମାନକୁ ରାମ କଶ୍ୟପ, କରିଆ ପୋୟାମ ଏବଂ ଫୁଲମତି ଗୀର୍ଜା।…

ରାତିରେ ତାଲା ଭାଙ୍ଗି ବିଦ୍ୟାଳୟରୁ ଚୋରି କରିନେଲେ ବସ୍ତାବସ୍ତା ଚାଉଳ

ଝରିଗାଁ,୯ା୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପଞ୍ଚାୟତ ଅନ୍ତର୍ଗତ ନୂଆଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଚାଉଳ ମହଜୁଦ ଘରର ତାଲା ଭାଙ୍ଗି ବସ୍ତାବସ୍ତା ଚାଉଳ ଚୋରି ହୋଇଥିବା ନେଇ ସଂପୃକ୍ତ ବିଦ୍ୟାଳୟ ପ୍ରଧାନଶିକ୍ଷକ ପିତମ ପନକା ଝରିଗାଁ ଲିଖିତ ଅଭିଯୋଗ…

ବିଲ୍‌ କରାଇ ଦେବା ପାଇଁ ଠିକାଦାରଙ୍କୁ ପିସି ମାଗି ଫସିଲେ ଯନ୍ତ୍ରୀ

ତିର୍ତ୍ତୋଲ,୭ା୧୦(ଗୌରାଙ୍ଗ ସ୍ବାଇଁ): ଜଗତସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ୭ ଲକ୍ଷ ଟଙ୍କାର ଏକ ରାସ୍ତା କାମର ବିଲ୍‌ କରାଇ ଦେବା ଲାଗି ଠିକାଦାରଙ୍କ ସହ ପିସି ବାବଦରେ ଫୋନ୍‌ କଲ ଭାଇରାଲ ହୋଇଥିଲା। ଏହା ପରେ ଜଗତସିଂହପୁର…

ସହରରେ ଚାଞ୍ଚଲ୍ୟ: ମନୋରମାଙ୍କ ହତ୍ୟାକାରୀ ହାରିଦେଲେ ଜୀବନ

କେନ୍ଦୁଝର,୬ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ମୁଖ୍ୟାଳୟରେ ଶଙ୍କରଗଳି ପବିତ୍ରଡିହାରେ ଗତ ୪ ତାରିଖରେ ଜଣେ ୨୦ ବର୍ଷୀୟା ଯୁବତୀ ମନୋରମା ବେହେରା ହତ୍ୟାକାଣ୍ଡର ଅଭିଯୁକ୍ତ ଅଜୟ ସାହୁ (୨୪)ଙ୍କ ମୃତଦେହ ଝାରସୁଗୁଡ଼ା ରେଳଷ୍ଟେଶନରୁ ସ୍ଥାନୀୟ ରେଳବାଇ ପୋଲିସ ପାଇଛି। ସେ…

କଲେଜରେ ଛାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ବିଶ୍ୱାସରାୟ ବିଜ୍ଞାନ କଲେଜରେ ଗୁରୁବାର ଜଣେ ଛାତ୍ରଙ୍କୁ ଅନ୍ୟ ଗୋଷ୍ଠୀର ୪ ଛାତ୍ର କ୍ଲାସରୁମ୍‌ରେ ସଂଘବଦ୍ଧ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଛାତ୍ର ଜଣକ ଗୁରୁତର ହୋଇଛନ୍ତି। ଛାତ୍ର ଜଣକ ହେଲେ…

ହସ୍ପିଟାଲରେ ପଶି ଡାକ୍ତରଙ୍କୁ ଗୁଳିକରି ହତ୍ୟାକଲେ ୨ ଦୁର୍ବୃତ୍ତ

ନୂଆଦିଲ୍ଲୀ,୩ା୧୦: ଦିଲ୍ଲୀର ଏକ ହସ୍ପିଟାଲରେ ଡାକ୍ତରଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଗୁରୁବାର ପୋଲିସ କହିଛି, କାଳିନ୍ଦୀକୁଞ୍ଜ ଥାନା ଅନ୍ତର୍ଗତ ଜୟତପୁରର ନିମା ହସ୍ପିଟାଲ ଭିତରେ ଜଣେ ଡାକ୍ତରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ସିସିଟିଭି ଫୁଟେଜ୍‌…

ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ସ୍ବାମୀଙ୍କୁ ଅଟକ ରଖିଲା ପୋଲିସ, ସ୍ବାମୀ କହିଲେ…

ଦିଗପହଣ୍ଡି,୨ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ରଞ୍ଜିତା ପଣ୍ଡା ନାମ୍ନୀ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ଜୟଚନ୍ଦ୍ର ପଣ୍ଡା ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ବୁଧବାର ରଞ୍ଜିତାଙ୍କ ମା’ ରେଣୁ ପଣ୍ଡା ଏନେଇ…

ଚୋରି କରିବାକୁ ଆସି ମହିଳାଙ୍କୁ ଗଣବଳାତ୍କାର, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର,୨ା୧୦: ରାଜଧାନୀରେ ଚୋରି ପରେ ଜଣେ ମହିଳାଙ୍କୁ ଗଣବଳାତ୍କାର କରିଥିବା ୩ ଅଭିଯୁକ୍ତଙ୍କୁ ମୈତ୍ରୀ ବିହାର ଥାନା ପୋଲିସ ଗିରଫ କରିଛି। ସୂଚନାନୁଯାୟୀ, ରବିବାର ରାତିରେ ମୈତ୍ରୀ ବିହାର ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟକୁ ଚୋରି କରିବା ପାଇଁ କିଛି ଦୁର୍ବୃତ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri