କରୋନା ଭାଇରସ୍‌

ହୋମ୍‌ କ୍ବାରାଣ୍ଟାଇନ୍‌ ନିୟମ ଉଲ୍ଲଂଘନ: ୩ ବିଦେଶ ଫେରନ୍ତାଙ୍କ ନାଁରେ ମାମଲା

କଟକ ଅଫିସ/ଭୁବନେଶ୍ୱର,୨୩।୩(ବ୍ୟୁରୋ): ହୋମ୍‌ କ୍ବାରାଣ୍ଟାଇନ୍‌ ନିୟମ ଉଲ୍ଲଂଘନ କରି ବଜାରରେ ବୁଲୁଥିଲେ ଜଣେ ବିଦେଶ ଫେରନ୍ତା। ଏ ନେଇ ପୁରୀଘାଟ ଥାନାରେ ଏତଲା ଦିଆଯିବା ପରେ ପୋଲିସ ଏକ ମାମଲା(ନଂ.୬୫/୨୦) ରୁଜୁ କରିଛି। ପୋଲିସ ସୂଚନା ଅନୁଯାୟୀ, ସମ୍ପୃକ୍ତ ବ୍ୟକ୍ତି ଜଣକ…

କରୋନା ମୁକାବିଲା ପ୍ରସ୍ତୁତି: ରାଜ୍ୟ ବାହାର ଫେରନ୍ତାଙ୍କ ସୂଚନା ପାଉନି ସ୍ବାସ୍ଥ୍ୟ ବିଭାଗ

କଟକ ସଦର,୨୩।୩(ଡି.ଏନ୍‌.ଏ.): କରୋନା ମୁକାବିଲା ପାଇଁ କଟକ ସଦର ବ୍ଲକ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିତ ଭାବେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ବ୍ଲକ ଅଧୀନ ୨୩ଟି ପଞ୍ଚାୟତର ପ୍ରମୁଖ ବିଦ୍ୟାଳୟରେ ଅସ୍ଥାୟୀ ଭାବେ ସ୍ବାସ୍ଥ୍ୟକ୍ୟାମ୍ପ ଖୋଲିବା ବ୍ୟବସ୍ଥା…

ନିରୀକ୍ଷଣରେ ୨୮ ସନ୍ଦିଗ୍ଧ

କେନ୍ଦୁଝର, ୨୩।୩(ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ଜିଲାରେ ବିଦେଶ ଫେରନ୍ତା ୩୪ଜଣଙ୍କ ସମେତ ରାଜ୍ୟ ବାହାରୁ ଆସିଥିବା ମୋଟ ୭୯୯ ଜଣଙ୍କ ନାମ ସ୍ବାସ୍ଥ୍ୟ ବିଭାଗରେ ପଞ୍ଜୀକରଣ କରାଯାଇଛି। ଏମାନଙ୍କ ମଧ୍ୟରୁ ୩୪ଜଣଙ୍କୁ କରୋନା ସନ୍ଦିଗ୍ଧ ଭାବେ ଚିହ୍ନଟ କରାଯାଇ ନିରୀକ୍ଷଣରେ ରଖାଯାଇଛି। ଏହାମଧ୍ୟରେ ୬ଜଣଙ୍କୁ…

କରୋନା ଭାଇରସ୍ ପ୍ରଭାବ: ସଦସ୍ୟ ରାଷ୍ଟ୍ରଗୁଡ଼ିକର ମତାମତ ଲୋଡ଼ିଲା ଆଇଓସି

ପ୍ୟାରିସ, ୨୩ା୩ (ଏଏଫ୍‌ପି)-ସମଗ୍ର ବିଶ୍ୱରେ ଘାତକ କରୋନା ଭାଇରସ୍‌ ଏହାର କାୟା ବିସ୍ତାର କରି ଚାଲିଥିବାବେଳେ ବର୍ତ୍ତମାନ ପରିସ୍ଥିତିରେ ଟୋକିଓ ଅଲିମ୍ପିକ୍ସ ଆୟୋଜନ କରିବା ଉଚିତ୍‌ ହେବ କି ନା ସେ ନେଇ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି(ଆଇଓସି) ଦ୍ୱନ୍ଦ୍ୱରେ ପଡ଼ିଛି। ଗେମ୍ସକୁ…

କ୍ୱାରାଣ୍ଟାଇନରେ ୮୮

ଭଦ୍ରକ ଅଫିସ,୨୩।୩-ଅନ୍ୟ ରାଜ୍ୟ ଓ ଦେଶରୁ ୧୧୧ଜଣ ଭଦ୍ରକ ଜିଲାକୁ ଆସିଥିବାବେଳେ ରାଜ୍ୟ ସରକାରଙ୍କ ଟୋଲଫ୍ରି ନମ୍ବର ମାଧ୍ୟମରେ ସେମାନେ ପଞ୍ଜୀକୃତ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ରବିବାର ସୁଦ୍ଧା ୮୮ ଜଣ ଘରୋଇ କ୍ବାରାଣ୍ଟାଇନରେ…

ରକ୍ତ ପରୀକ୍ଷା ସୂଚାଇବ କରୋନା ସଂକ୍ରମଣର ଭୟାବହତା

ନ୍ୟୁୟର୍କ,୨୨।୩: ପୃଥିବୀ ବ୍ୟାପି କରୋନା ସଂକ୍ରମଣ ନେଇ ଆତଙ୍କ ସୃଷ୍ଟି ହେବାରେ ଲାଗିଛି। କରୋନା କିଭଳି ସଂକ୍ରମଣ ହୋଇଥାଏ ଏନେଇ ଲୋକଙ୍କ ମଧ୍ୟରେ ନାନା ପ୍ରଶ୍ନ ଉଙ୍କି ମାରୁଛି। ତେବେ ନ୍ୟୁୟର୍କ ସିଟିରେ ଥିବା ଇସାହନ୍‌ ସ୍କୁଲ୍‌ ଅଫ୍‌ ମେଡ଼ିସିନ୍‌ର ଗବେଷକଙ୍କ…

କରୋନା ଆଗରେ କେହି ନୁହନ୍ତି ଅଜେୟ: ଡବ୍ଲ୍ୟୁଏଚ୍‌ଓ

ଜେନେଭା,୨୨।୩ : କରୋନା ସଂକ୍ରମଣ ସାରା ପୃଥିବୀରେ ମହାମାରୀ ଭଳି ମାଡ଼ି ଚାଲିଛି। ଏହାକୁ ରୋକିବାରେ ସମସ୍ତ ଦେଶ ବିଫଳ ହୋଇଛନ୍ତି। ଏହାର ପ୍ରତିଷେଧକ ଟୀକା ଏପର୍ଯ୍ୟନ୍ତ ମଧ୍ୟ ବାହାର କରିବାକୁ ଆଧୁନିକ ବିଜ୍ଞାନ ଅସଫଳ ରହିଛି। ଦିନ ରାତି ପୃଥିବୀର…

ବ୍ଲିଚିଂ ପାଉଡ଼ରରେ ବି କରିହେବ ଘର, କାର୍ଯ୍ୟାଳୟ ସାନିଟାଇଜ୍‌

ନୂଆଦିଲ୍ଲୀ,୨୨।୩: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ପକ୍ଷରୁ ଦେଶବ୍ୟାପି ଲୋକଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ପ୍ରସାରଣ ଜାରି ରଖିଛନ୍ତି। କରୋନାଠାରୁ ଦୂରେଇ ରହିବା ପାଇଁ ସାନିଟାଇଜେଶନ୍‌ ଜରୁରୀ। ଘର ଏବଂ କାର୍ଯ୍ୟାଳୟର ପରିମଳ ବ୍ୟବସ୍ଥା ବଜାୟ ରଖିଲେ ଏହି…

ବାଥ୍‌ ରୁମ୍‌ରେ ୯ ଦିନ ପର୍ଯ୍ୟନ୍ତ ସକ୍ରିୟ ରୁହେ କରୋନା ଭୂତାଣୁ

ଓ୍ବାଶିଂଟନ,୨୨।୩: କରୋନା ସଂକ୍ରମଣ ନେଇ ଏବେ ସାରା ପୃଥିବୀରେ ଲୋକଙ୍କ ମଧ୍ୟରେ ସଚେତନତା ବଢ଼ିବାରେ ଲାଗିଛି। ଏହି ଭୂତାଣୁ ବାଥ୍‌ ରୁମ୍‌ରେ ୯ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିଥାଏ ବୋଲି ପ୍ରିନ୍ସ୍‌ ଟନ୍‌ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ଦ୍ୱାରା ହୋଇଥିବା ଗବେଷଣା ରିପୋର୍ଟରେ…

ମାସ୍କ୍‌ କରୋନାଠୁ କେତେଦୂର ଦେଇ ପାରିବ ସୁରକ୍ଷା

ଓ୍ବାଶିଂଟନ,୨୨।୩: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞ ବିଭିନ୍ନ ଉପାୟ ସମ୍ପର୍କରେ ପରାମର୍ଶ ଦେଉଛନ୍ତି। ସେଥିମଧ୍ୟରୁ ମାସ୍କ୍‌ର ବ୍ୟବହାର କରିବା, ନିୟମିତ ଭାବେ ନିର୍ଦ୍ଧିଷ୍ଟ ସମୟ ବ୍ୟବଧାନରେ ହାତ ଧୋଇବା ଏବଂ ଆଖି, ନାକ, ପାଟିକୁ ବାରମ୍ବାର ସ୍ପର୍ଶ…

ଗୋଟିଏ ଦିନରେ ୩ ମୁଣ୍ଡ ନେଲା କରୋନା: ଭାରତରେ ମୃତ୍ୟୁ ସଂଖ୍ୟା ୭; ମୃତକଙ୍କ ମଧ୍ୟରେ ୬ଜଣଙ୍କୁ ଡାଇବେଟିସ୍‌

ନୂଆଦିଲ୍ଲୀ,୨୨।୩: କରୋନା ସଂକ୍ରମଣ ଯୋଗୁ ଭାରତରେ ଆତଙ୍କ ଦେଖାଦେଇଛି। ରବିବାର ଗୋଟିଏ ଦିନରେ କରୋନା ସଂକ୍ରମିତଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ସୁରଟରେ ଜଣେ, ମୁମ୍ବାଇରେ ଜଣେ ଏବଂ ପାଟନାରେ ଜଣଙ୍କର ମୃତ୍ୟୁ ଘଟିଛି। ଗତ ୧୧…

କରୋନା ପଜିଟିଭ ଥିବା ସମସ୍ତ ୭୫ ଜିଲା ଲକ୍‌ଡାଉନ

ନୂଆଦିଲ୍ଲୀ,୨୨।୩: କରୋନା ଭାଇରସ ପଜିଟିଭ ରୋଗୀ ଥିବା ସମସ୍ତ ୭୫ ଜିଲାକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ କେବଳ ଜରୁରୀ ସେବା ଯୋଗାଇ ଦିଆଯିବ ବୋଲି ରବିବାର କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏହି ସମୟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri